Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଟି’ କୁ ମିଳିଲା ସେନସର୍ ସାର୍ଟିଫିକେଟ୍
ଆଜିର ଖବର

ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଟି’ କୁ ମିଳିଲା ସେନସର୍ ସାର୍ଟିଫିକେଟ୍

May 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବହୁ ପ୍ରତିକ୍ଷିତ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ‘ଟି’ କୁ ମିଳିଲା ‘U/A’ ସେନସର୍ ସାର୍ଟିଫିକେଟ୍। ଫିଲ୍ମ ଟି ଶୁଟିଂ ଆରମ୍ଭରୁ ହିଁ ଚର୍ଚ୍ଚାରେ ଥିଲା। ପୂର୍ବରୁ ଏହି ସିନେମାର ନିର୍ମାଣ ନେଇ ସେନସର୍ ବୋର୍ଡ ପକ୍ଷରୁ ଆପତ୍ତି କରାଯାଇଥିଲା। କିନ୍ତୁ ପରେ କିଛି ମାତ୍ର ସିନ କାଟି ଫିଲ୍ମକୁ ମିଳିଛି ‘U/A’ ସେନସର୍ ସାର୍ଟିଫିକେଟ୍ ଓ ଓଡ଼ିଶାରେ ବିଭିନ୍ନ ଫିଲ୍ମ ହଲରେ ରିଲିଜ ପାଇଁ ବାଟ ଫିଟିଛି। ଯଦିଓ ଫିଲ୍ମର ନିର୍ମାତା ଏହାର ରିଲିଜ ନେଇ କୌଣସି ତାରିଖ ଠିକ କରି କହିନାହାନ୍ତି, କିନ୍ତୁ ଲାଗୁଛି ଚଳିତ ମେ’ ମାସ ମଧ୍ୟଭାଗରେ ଦର୍ଶକଙ୍କ ନିକଟସ୍ଥ ହଲରେ ନିଶ୍ଚୟ ରିଲିଜ ହେବ।

ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରେ ଓଲିଉଡ ଏବେ ଖୁବ୍ ଚର୍ଚ୍ଚାରେ। ଏହି ସମୟ ଭିତରେ ବିଶିଷ୍ଟ ନିର୍ଦ୍ଦେଶକ ଜିତେଶ କୁମାରଙ୍କ ନିର୍ଦ୍ଦେଶିତ ‘ଟି’ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ ପ୍ରଦର୍ଶିତ ହୋଇ ଜୁରୀ ତଥା ଦର୍ଶକଙ୍କ ହୃଦୟ ଜିତିବା ସହ ରାଜ୍ୟ ପାଇଁ ଗୌରବ ଆଣିଥିଲା। ଭାରତରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିବାର ସାହସ ପାଇଁ ଉତ୍ସବରେ ଉପସ୍ଥିତ ଥିବା ସିନେମା ଜଗତର ସବୁ ବିଶିଷ୍ଟ ବ୍ୟକ୍ତି ‘ଟି’ର ନିର୍ଦ୍ଦେଶକଙ୍କ ସାହ ପୁରା ଟିମର ଭୁୟସୀ ପ୍ରଶଂସା କରିଥିଲେ।

ସମାଜରେ ଟ୍ରାନ୍ସଜେଣ୍ଡର ସବୁବେଳେ ଅବହେଳିତ ଓ ନିଷ୍ପେସିତ। କିନ୍ତୁ ତା’ ପରେ ବି ମେଘନା ଆଗକୁ ବଢିଛନ୍ତି। ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି। ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି ଏହି ଫିଲ୍ମରେ।

‘ଟି’ର ନିର୍ଦ୍ଦେଶକ ଜିତେଶ କୁମାର ଏହି ଅବସରେ କହିଥିଲେ ଯେ, “ଏହି ଫିଲ୍ମଟି ଆମ ପାଇଁ ବହୁତ ମହତ୍ଵ ରଖେ। କାରଣ ଆମେ ଜଣେ କିନ୍ନରଙ୍କ ସଂଘର୍ଷମୟ ଜୀବନର କାହାଣୀ ଭିତରେ ତାଙ୍କ ବିବାହ ଓ ଦେଶର ପ୍ରଥମ ଟ୍ରାନସଜେଣ୍ଡର କ୍ୟାବ ଡ୍ରାଇଭର ଭାବେ କାମ କରିବା ଏ ସବୁକୁ ପରଦାରେ ଜୀବନ୍ତ କରିବାକୁ ଚେଷ୍ଟା କରିଛୁ। ଆଶା କରୁ ଫିଲ୍ମଟି ନିଶ୍ଚୟ ସମାଜ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ। ଏହାର ରିଲିଜ ପାଇଁ ଆମେ ବହୁତ ଉତ୍ସାହିତ।

ଜିତେଶ କୁମାର ଫିଲ୍ମଜ ଓ ଆର ଆର ଆର ମୋସନ ପିକ୍ଚର୍ସର ପ୍ରଯୋଜନା ତଥା ବିଘ୍ନହର୍ତା ମୁଭିଜ, ମୋହିତ କୁମାର ପୁରୀ ଓ ହିମାଦ୍ରି ତନୟା ଦାସଙ୍କ ସହ ପ୍ରଯୋଜନା ତଥା ଥମ୍ରିତା ମୋହନ୍ ସମ୍ଭୂତି ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ସହ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କାଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ପୂର୍ବରୁ ଏହି ଚଳଚ୍ଚିତ୍ର ମୁମ୍ବାଇର ଗୋଲଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଏଲଜିବିଟି ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଗୌରବମୟ ପୃଷ୍ଠା ଯୋଡ଼ି ସାରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025
Latest News

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.