ଭତ୍ତା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ

Published: May 17, 2023, 1:12 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ସକାଳୁ ସକାଳୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବେଗୁନିଆ ପଡ଼ା ବ୍ଳକ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଏଥିରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରୁ ନଗଦ ୬ ହଜାର ଟଙ୍କା ଜବତ କରି ଅଧିକାରୀ ଅରୁଣ କୁମାର ନାୟକଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଅଧିକାରୀ ଶ୍ରୀ ନାୟକ ବିଭିନ୍ନ ଭତ୍ତା କରାଇବା ପାଇଁ ବିଭିନ୍ନ ହିତାଧିକାରୀଙ୍କ ଠାରୁ ଲାଞ୍ଚ ଦାବି କରୁଥିଲେ। ଏହାକୁ ନେଇ ମଠସରସିଂ ସମିତି ସଭ୍ୟଙ୍କ ପ୍ରତିନିଧି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଅନୁସାରେ ଉକ୍ତ ପ୍ରତିନିଧି ଅଧିକାରୀ ନାୟକ ବାବୁଙ୍କୁ ଟଙ୍କା ଦେବା ବେଳେ ଭିଜିଲାନ୍ସ ବିଭାଗୀୟ କର୍ମଚାରୀମାନେ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଉଠାଇ ଆଣିଛନ୍ତି ଓ ଅଧିକ ତଦନ୍ତ ଜାରି ରଖିଛନ୍ତି।

Related posts