ସାବିତ୍ରୀ ବ୍ରତ ପରି ଦିନରେ ଧୋକା ଦେଲା ସ୍ବାମୀ, ବାନ୍ଧିଲା ପୋଲିସ

Published: May 19, 2023, 1:18 pm IST

ଭୁବନେଶ୍ବର: ସ୍ବାମୀର ମଙ୍ଗଳ କାମନା କରି ସଧବା ସ୍ତ୍ରୀମାନେ ପାଳନ କରିଥାନ୍ତି ସାବିତ୍ର ବ୍ରତ ବା ଓଷା। ଏହିଦିନ ସ୍ତ୍ରୀମାନେ ସ୍ବାମୀର ମଙ୍ଗଳ ପାଇଁ ପୁରା ଉପବାସ ରୁହନ୍ତି। ଏହିପରି ଏକ ପବିତ୍ର ଦିନରେ ସ୍ତ୍ରୀକୁ ଛାଡି ଚାଲିଗଲା ସ୍ବାମୀ। ଯାହାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା। ସେତିକି ନୁହେଁ ଅନ୍ୟ ଜଣଙ୍କୁ ବାହା ହେବାକୁ ଯାଉଥିବା ବେଳେ ସେଠାରୁ ପୋଲିସ ତାକୁ ବାନ୍ଧି ନେଇଛି।

ଏହିପରି ଘଟଣା ଭୁବନେଶ୍ବର ଭରତ ପୁର ଥାନା ଅଧିନସ୍ଥ ପାଣ୍ଡକୁରା ବସ୍ତିରେ ଘଟିଛି। ସେହି ବସ୍ତିରେ ବିଭୂ ନାୟକ ଏବଂ ତାହାର ସ୍ତ୍ରୀ ଏକାଠି ରହୁଥିଲେ। ହେଲେ ଅନ୍ୟ ଏକ ଝିଅ ସହିତ ବିଭୂର ପ୍ରେମ ହେବା ପରେ ତାକୁ ବିବାହ କରିବା ପାଇଁ ପ୍ରତିଶୃତି ଦେଲେ। ଗତକାଲି ସେମାନଙ୍କ ନିର୍ବନ୍ଧ ହେଉଥିବା ବେଳେ ତାହାର ସ୍ତ୍ରୀ ଖବର ପାଇ ଥାନାରେ ଗୁହାରି କଲା।

ଏହାପରେ ଭରତପୁର ପୋଲିସର ଏକ ଟିମ ଘଟଣାସ୍ଥଳକୁ ଯାଇ ଏହା ନିର୍ବନ୍ଧ ବନ୍ଦ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related posts