Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡବ୍ଲୁଟିସି ଫାଇନାଲରେ ବିଜେତା ଦଳକୁ କେତେ ମିଳିବ ପୁରସ୍କାର ରାଶି?, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଆଜିର ଖବର

ଡବ୍ଲୁଟିସି ଫାଇନାଲରେ ବିଜେତା ଦଳକୁ କେତେ ମିଳିବ ପୁରସ୍କାର ରାଶି?, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

May 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ୍ ଆରମ୍ଭ ହେବାକୁ ୧୨ ଦିନ ବାକି ଅଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଟାଇଟଲ୍ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଜୁନ୍ ୭ ତାରିଖରୁ ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡରେ ଆରମ୍ଭ ହେବ। ଏହାପୂର୍ବରୁ, ଭାରତୀୟ ଦଳ ୨୦୧୯-୨୧ ରେ ଖେଳାଯାଇଥିବା ପ୍ରଥମ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲରେ ପ୍ରବେଶ କରିଥିଲା। ତା’ପରେ ଦଳକୁ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଏଥର ଭାରତୀୟ ଦଳ ଫାଇନାଲରେ ଅଷ୍ଟ୍ରେଲିଆକୁ କଡ଼ା ମୁକାବିଲା କରିବ। ଉଭୟ ଦଳର ଅଧିକାଂଶ ଖେଳାଳି ଇଂଲଣ୍ଡରେ ପହଞ୍ଚିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆର କିଛି ଖେଳାଳି ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳୁଛନ୍ତି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ପାଇଁ ପୁରସ୍କାର ରାଶି ଘୋଷଣା କରିଛି।

କ୍ରିକେଟ୍ ର ସର୍ବୋଚ୍ଚ ସଂସ୍ଥା ଏଥର ପୁରସ୍କାର ରାଶି ବୃଦ୍ଧି କରିଛି। ୨୦୨୧-୨୩ ଟାଇଟଲ୍ ଜିତୁଥିବା ଦଳକୁ ପୁରସ୍କାର ରାଶି ଭାବରେ ୧୩ କୋଟି ଟଙ୍କା ଦିଆଯିବ। ଏଥର ଟାଇଟଲ ଜିତିଥିବା ଦଳ ପୂର୍ବ ବିଜେତା ଦଳ ତୁଳନାରେ ପ୍ରାୟ ୧ କୋଟି ୨୯ ଲକ୍ଷ ଟଙ୍କା ଅଧିକ ମିଳିବ। ଏଥି ସହିତ ଉପ-ବିଜେତା ପାଇଁ ୬.୫ କୋଟି ଟଙ୍କା ପ୍ରଦାନ କରାଯିବ। ବିଜେତା ତଥା ଉପ-ବିଜେତାଙ୍କୁ ବାଦ୍ ଦେଲେ ଦକ୍ଷିଣ ଆଫ୍ରିକାକୁ ୩.୫ କୋଟି, ଇଂଲଣ୍ଡ ୨.୮ କୋଟି, ଶ୍ରୀଲଙ୍କା ୧.୬ କୋଟି ଟଙ୍କା ମିଳୁଥିବା ବେଳେ ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ, ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶକୁ ୮୨-୮୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ୍-୨୦୨୧ ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ଟାଇଟଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ବିଜୟୀ ହୋଇଥିଲା। ତା’ପରେ ବିଜେତା ଦଳକୁ ପୁରସ୍କାର ରାଶି ଭାବରେ ୧୧.୭୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏବଂ ଉପ-ବିଜେତା ଭାରତକୁ ୫.୮ କୋଟି ଟଙ୍କା ମିଳିଥିଲା। ଏହା ବ୍ୟତୀତ ଅଷ୍ଟ୍ରେଲିଆକୁ ୩.୩ କୋଟି, ଇଂଲଣ୍ଡ ୨.୫ କୋଟି, ପାକିସ୍ତାନ ୧.୫ କୋଟି ଏବଂ ଅନ୍ୟ ଦଳମାନଙ୍କୁ ୭୩-୭୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ଆଇସିସି ଡବ୍ଲୁଟିସି ଫାଇନାଲ ପୁରସ୍କାର ରାଶି
Share. Facebook Twitter LinkedIn Email WhatsApp Copy Link

Related Posts

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Latest News

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.