Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବସର ନେବେ କି ଧୋନି? ଚେନ୍ନାଇ ଚାମ୍ପିୟନ ହେବା ପରେ ଉତ୍ତର ଦେଲେ ଏହି ତାରକା ଖେଳାଳି
ଆଜିର ଖବର

ଅବସର ନେବେ କି ଧୋନି? ଚେନ୍ନାଇ ଚାମ୍ପିୟନ ହେବା ପରେ ଉତ୍ତର ଦେଲେ ଏହି ତାରକା ଖେଳାଳି

May 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ଵରେ ଚେନ୍ନାଇ ସୁପର କିଙ୍ଗ୍ସ ଚମତ୍କାର ପ୍ରଦର୍ଶନ କରି ପୁଣି ଥରେ ଆଇପିଏଲ ଟାଇଟଲ ଜିତିଛି। ଆଇପିଏଲ୍-୨୦୨୩ ର ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରି ଚେନ୍ନାଇ ପଞ୍ଚମ ଥର ପାଇଁ ଟାଇଟଲ ଜିତିଛି। ଚେନ୍ନାଇର ବିଜୟ ପୂର୍ବରୁ ଧୋନିଙ୍କ ଅବସର ନେଇ ଅନେକ ପ୍ରକାରର ଆଲୋଚନା ଚାଲିଥିଲା। ଧୋନି ଚାମ୍ପିୟନ ହେବା ପରେ ଅବସର ସହ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସେ ଅବସର ନେବେ ନାହିଁ। ଧୋନି ପରବର୍ତ୍ତୀ ସିଜନରେ ଫେରିବା ବିଷୟରେ ମଧ୍ୟ ଉତ୍ତର ଦେଇଛନ୍ତି।

ଧୋନି ଅବସର ନେଇଥିବା ଅନୁମାନକୁ ଖାରଜ କରିଦେଇଛନ୍ତି। ସେ କହିଛନ୍ତି ଯେ, ଦର୍ଶକଙ୍କ ଭଲପାଇବା ଦେଖି ସେ ଆସନ୍ତା ସିଜନରେ ପୁନର୍ବାର ଖେଳିବେ ଏବଂ ସେମାନଙ୍କୁ ଉପହାର ଦେବେ। ଏହି ସଂସ୍କରଣ ଆରମ୍ଭରୁ ଧୋନିଙ୍କ ଏହା ଶେଷ ସିଜିନ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ସେ କହିଛନ୍ତି ଯେ, “ଯଦି ଆମେ ପରିସ୍ଥିତିକୁ ଦେଖିବା ତେବେ ଅବସର ନେବା ମୋ ପାଇଁ ଉପଯୁକ୍ତ ସମୟ। ଏହା କହିବା ମୋ ପାଇଁ ବହୁତ ସହଜ ଯେ, ମୁଁ ବର୍ତ୍ତମାନ ଖେଳରୁ ବିଦାୟ ନେଉଛି। କିନ୍ତୁ ପରବର୍ତ୍ତୀ ନଅ ମାସ ପାଇଁ କଠିନ ପରିଶ୍ରମ କରି ଆଉ ଏକ ସଂସ୍କରଣ ଖେଳିବା କଷ୍ଟକର ଅଟେ।

ସେ କହିଛନ୍ତି ଯେ, “ଶରୀର ଠାରୁ ସମରସ୍ଥାନ ମିଳିବା ଆବଶ୍ୟକ। ଚେନ୍ନାଇ ପ୍ରଶଂସକମାନେ ଯେପରି ମୋତେ ପ୍ରେମରେ ବାନ୍ଧିଛନ୍ତି, ଏହା ସେମାନଙ୍କ ପାଇଁ ମୋର ଉପହାର ହେବ ଯେ, ମୁଁ ଆଉ ଗୋଟିଏ ସଂସ୍କରଣ ଖେଳିବି। ସେମାନେ ଦେଖାଇଥିବା ଭଲ ପାଇବା ଏବଂ ଉତ୍ସାହ ପାଇଁ ମୋତେ କିଛି କରିବା ଉଚିତ୍।

ସୂଚନାଯୋଗ୍ୟ, ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ବର୍ଷା ଯୋଗୁଁ ଏହି ମ୍ୟାଚ୍ ପ୍ରଭାବିତ ହୋଇଥିଲା। ଏହି ସଂସ୍କରଣର ଫାଇନାଲ ମ୍ୟାଚ୍ ରବିବାର ଦିନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବର୍ଷା ହେତୁ ରିଜର୍ଭ ଡେ’ ରେ ଖେଲାଯାଇଥିଲା। ସୋମବାର ଖେଳାଯାଇଥିବା ମ୍ୟାଚ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୨୧୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଚେନ୍ନାଇକୁ ଡକୱର୍ଥ-ଲୁଇସ୍ ନିୟମ ସହିତ ଏକ ଟାର୍ଗେଟ୍ ଦିଆଯାଇଥିଲା। ଚେନ୍ନାଇ ପାଇଁ ୧୫ ଓଭରରେ ୧୭୧ ରନର ଟାର୍ଗେଟ ଦିଆଯାଇଥିଲା। ଯେଉଁଥିରେ ଚେନ୍ନାଇ ୫ ୱିକେଟ୍ ହରାଇ ଶେଷ ବଲରେ ମ୍ୟାଚ ଜିତିଥିଲା। ସବୁଠୁ ବଡ କଥା ଚେନ୍ନାଇକୁ ଜିତିବା ପାଇଁ ଅନ୍ତିମ ଦୁଇ ବଲରେ ୧୦ ରନର ଆବଶ୍ୟକ ଥିଲା। ଯାହାକୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ରମାଗତ ଗୋଟିଏ ଛକା ଆଉ ଗୋଟିଏ ଚୌକା ମାରି ଚେନ୍ନାଇର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଆଇପିଏଲ୍ ୨୦୨୩ ଗୁଜୁରାଟ ଟାଇଟାନ୍ସ ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂ ଧୋନି
Share. Facebook Twitter LinkedIn Email WhatsApp Copy Link

Related Posts

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026
Latest News

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.