ଖୋରଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାର ମାନଙ୍କୁ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କରାଇଛନ୍ତି। ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜିଠାରୁ ଅର୍ଥାତ୍ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ପାଳନ କରାଯାଉଅଛି।
ଆଜି ସପ୍ତାହର ପ୍ରାରମ୍ଭରେ ପ୍ରତ୍ୟେକ କାର୍ଯ୍ୟାଳୟରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋରଧା ଜିଲ୍ଲାର ସମସ୍ତ ବ୍ଲକ୍ ଅଫିସ, ତହସିଲ ଅଫିସ, ସମସ୍ତ ଜିଲ୍ଲାସ୍ତରୀୟ ଅଫିସ୍, ସମସ୍ତ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଫିସ୍, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଅଫିସ୍ ଗୁଡିକରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ ବିଭାଗୀୟ ଅଧିକାରୀ ମାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାଗରିକଙ୍କ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ନିବେଦିତା ପରିଡ଼ା,ସଂଗ୍ରାମ କୁମାର ଜେନା, ଆର୍ତ୍ତତ୍ରାଣ ମଲ୍ଲିକ, ସୌମ୍ୟା ସାଗାରିକା ସ୍ୱାଇଁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ମଞ୍ଚାସୀନ ଥିବା ବେଳେ, ଡେପୁଟୀ କଲେକ୍ଟର ସାରା ମଲ୍ଲିକ, ଆସିଷ୍ଟାଣ୍ଟ କଲେକ୍ଟର ଇପ୍ସିତା ସାହୁ, ରିଶବ୍ ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଗୀତାଞ୍ଜଳି ପଣ୍ଡା, ଜିଲ୍ଲା ଇ ଗଭର୍ନାନ୍ସ ମ୍ୟାନେଜର ମାନସ କୁମାର ବ୍ରହ୍ମା,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସେକ୍ସନ ଅଫିସର, ସମସ୍ତ ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ସହାୟିକା ତଥା ସମସ୍ତ କର୍ମଚାରୀ ଯୋଗଦେଇ ନାଗରିକଙ୍କ ପାଇଁ ଶପଥ ପାଠ ଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।


