Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

May 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷର ଗ୍ରାମ୍ୟ ଉନ୍ନୟନ ବିଭାଗର ସଫଳତା ଏବଂ ନିର୍ବାଚନ ଇସ୍ତାହାରରେ ଦିଆ ଯାଇଥିବା ପ୍ରତିଶ୍ରୁତି ଏବଂ ପଦକ୍ଷେପ ବିଷୟରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭାଗ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ମନ୍ତ୍ରୀ ଶ୍ରୀ ଘଡାଇ ପ୍ରକାଶ କରିଛନ୍ତି ଯେ ଆର୍ଥିକ ବର୍ଷ ୨୦୦୦-୨୦୦୧ ତୁଳନାରେ ବିଭାଗର ବଜେଟ୍‌ ୨୫ ଗୁଣ ବୃଦ୍ଧି ପାଇଛି। ୨୦୦୦-୦୧ ମସିହାରେ ବିଭାଗର ବଜେଟ୍‌ ୩୦୫ କୋଟି ଥିଲାବେଳେ ଏହା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଜି ପର୍ଯ୍ୟନ୍ତ ବିଭାଗ ବିଭିନ୍ନ ଯୋଜନା ଅଧୀନରେ ୨୨୪୧ ଗୋଟି ସେତୁ ନିର୍ମାଣ କରିଛି ଏବଂ ଅନ୍ୟ ୧୩୦୪ ଟି ସେତୁ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି। ସଡକ କ୍ଷେତ୍ରରେ ବିଭାଗ ଦ୍ୱାରା ୧,୦୩,୭୩୧ କିମି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରାଯାଇ ୧୮୧୬୧ ଟି ଗ୍ରାମବସତିକୁ ସବୁଦିନିଆ ରାସ୍ତା ସଂଯୋଗ ପ୍ରଦାନ କରାଯାଇଛି।

ଗ୍ରୀନ୍‌ ଟେକ୍ନୋଲୋଜି ବ୍ୟବହାର କରି ୧୦,୦୦୦ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି। ଗ୍ରାମାଞ୍ଚଳରେ କୋଠାବାଡି ଭିତ୍ତିଭୂମିର ବିକାଶ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ଆଇ.ଟି.ଆଇ କଲେଜ ଏବଂ ସ୍କୁଲ୍‌ କୋଠା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ରାଜସ୍ୱ ବିଭାଗ ଆଦିରେ ୮୭୦୦ ଟି କୋଠାବାଡି ନିର୍ମାଣ କରି ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିପାରିଛି।

ବିଜୁ ସେତୁ ଯୋଜନା ଅଧୀନରେ ୭୫୦ ଟି ପ୍ରସ୍ତାବିତ ସେତୁର ଲକ୍ଷ୍ୟ ପୂରଣ ଦିଗରେ ବିଭାଗ ଆଜି ପର୍ଯ୍ୟନ୍ତ ୬୭୯ ଟି ସେତୁ ନିର୍ମାଣ ସମ୍ପୁର୍ଣ୍ଣ କରିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ମୋଟ ୯୦୦ ଟି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧୀନରେ ୩୦୦୦ କିଲୋମିଟର ସଡକ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲାବେଳେ ଅଦ୍ୟାବଧି ୬୨୪୭ କିମି ଦ୍ରଘ୍ୟ ରାସ୍ତା ନିର୍ମାଣ କରାଯାଇଛି।

ମାର୍ଚ୍ଚ ୨୦୨୪ ସୁଦ୍ଧା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆଉ ୬୦୦୦ କିଲୋମିଟର ରାସ୍ତା ନିର୍ମାଣ କରି ସମୁଦାୟ ୧୨,୨୪୭ କିମି ସମ୍ପୁର୍ଣ୍ଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ୨୭୦୭୯ କିମି ରାସ୍ତା ନିର୍ମାଣ କରାଯାଇଛି।

ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ଆଉ ୭୬୪୩ କିମି ନିର୍ମାଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ଯାହା ସମୁଦାୟ ୩୪୭୨୨ କିମି ଅଟେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମୀଣ ଭିତ୍ତିଭୂମି ବିକାଶ ଲକ୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ରାଜସ୍ୱ ବିଭାଗ ଆଦିରେ ୧୬୪ ଟି କୋଠାବାଡି ନିର୍ମାଣ କରିଛି ଏବଂ
ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୧୮୬ ଟି କୋଠାବାଡି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

ଗତ ୫ ବର୍ଷ ମଧ୍ୟରେ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟକୁ ୧୧୫୮ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି।

ସର୍ବାଧିକ ଲମ୍ବା ସଡ଼କ ନିର୍ମାଣ ଏବଂ ସବୁଜ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ରାସ୍ତା ନିର୍ମାଣପୂର୍ବକ ସଂଯୋଗବିହୀନ ବସତି ଅଞ୍ଚଳରେ ଗମନାଗମନ ସଂଯୋଗ ପ୍ରଦାନ ପାଇଁ ଗ୍ରାମ ଉନ୍ନୟନ ବିଭାଗକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।

୨୦୦୦ ମସିହା ପର୍ଯ୍ୟନ୍ତ ବିଭାଗ କେବଳ ୫୮ ଟି ସେତୁ ନିର୍ମାଣ କରିଥିଲା। ବର୍ତ୍ତମାନ ସୁଦ୍ଧା ବିଭାଗ ୨୨୪୧ ସେତୁ ନିର୍ମାଣ ସମ୍ପୁର୍ଣ୍ଣ କରିସାରି ଥିବାବେଳେ ଅନ୍ୟ ୧୩୦୪ ଟି ସେତୁର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି। ଉପରୋକ୍ତ ସେତୁ ମଧ୍ୟରୁ ମହାନଦୀ, ଋଷିକୁଲ୍ୟା, ବ୍ରାହ୍ମଣୀ, ବୈତରଣୀ, ତେଲ ନଦୀ, ଇନ୍ଦ୍ରାବତୀ ଏବଂ ଜିରା ଭଳି ବିଭିନ୍ନ ପ୍ରମୁଖ ନଦୀ ଉପରେ ୫୨ ଟି ସେତୁ ନିର୍ମାଣ କରାଯାଇଛି ଯାହାର ହାରାହାରି ଲମ୍ବ ୫୦୦ ମିଟର ରହିଛି।

ଗ୍ରାମ ଉନ୍ନୟନ ବିଭାଗ ହେଉଛି ପ୍ରଥମ ବିଭାଗ ଯିଏ ସ୍ୱୟଂଚାଳିତ କାର୍ଯ୍ୟ ଏବଂ ଆକାଉଣ୍ଟ୍‌
ମ୍ୟାନେଜମେଣ୍ଟ ପାଇଁ WAMIS ପ୍ରଣୟନ କରିଛି ଯାହା ରାଜ୍ୟର ଅନ୍ୟ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଗ୍ରହଣ କରାଯାଇଛି। ସାମ୍ପ୍ରତିକ ବର୍ଷମାନଙ୍କରେ ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ସମୁହ ODR ମାନକ ହେବା ସହିତ ଗ୍ରାମାଞ୍ଚଳରେ ଅଧିକ ଯାନବାହନ ଚଳାଚଳ ପାଇଁ ବ୍ୟବସ୍ଥା ହୋଇ ପାରିଛି । ୨୦୨୪ ମାର୍ଚ୍ଚ ସୁଧା ଖାଲଖମାମୁକ୍ତ ରାସ୍ତା ଏବଂ ଅବାଧ ଗମନାଗମନକୁ ସୁନିଶ୍ଚିତ କରିବାକୁ ବିଭାଗ ୫୦,୦୦୦ କିଲୋମିଟରରୁ ଅଧିକ ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ଯୋଜନା କରୁଛି।

ବିଭାଗ ପରବର୍ତ୍ତି ୫ ବର୍ଷରେ ବିଜୁ ସେତୁ ଯୋଜନା ଅଧୀନରେ ୬୦୦୦ କୋଟି ବ୍ୟୟରେ ୧୫୦୦ ଟି ନୂତନ ସେତୁ ନିର୍ମାଣ କରିବ ଯାହା ଗ୍ରାମାଞ୍ଚଳର ସଂଯୋଗ ନେଟାର୍କକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ମୁଖ୍ୟମନ୍ତ୍ରୀ ସାଡକ ଯୋଜନା ଅଧୀନରେ ୧୫,୦୦୦ କିଲୋମିଟର ରାସ୍ତା ୧୨,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଯୋଜନାୱାରି ବିଭାଗର ସବିଶେଷ ତଥ୍ୟ ଉପସ୍ଥାପନପୂର୍ବକ ସାମ୍ବାଦିକମାନଙ୍କର ବଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ଓ ସଫଳତା ନେଇ ଏକ କ୍ଷୁଦ୍ର ବୃତ୍ତିଚିତ୍ର ପ୍ରଦର୍ଶିତ ହୋଇଥିଲା।

ଓଡିଶା ଆଦର୍ଶ ବିଦ୍ୟାଳୟ ଗ୍ରାମ୍ୟ ଉନ୍ନୟନ ବିଭାଗ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.