Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Exact Death of Train Accident: ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫; ମୁଖ୍ୟ ସଚିବ
ଜାତୀୟ ଖବର

Exact Death of Train Accident: ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫; ମୁଖ୍ୟ ସଚିବ

June 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Exact Death of Train Accident: ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫; ମୁଖ୍ୟ ସଚିବ

ଭୁବନେଶ୍ବର: ବାଲେଶ୍ବର ବାହନଗାର ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପ୍ରକୃତ ସଂଖ୍ୟା ବର୍ତ୍ତମାନ ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଆଜି ସାମ୍ବାଦିକଙ୍କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ,ଏହି ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫। ପୂର୍ବରୁ ଯାହା କୁହାଯାଉଥିଲା ତାହା ଠିକ ନୁହେଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ପୂର୍ବରୁ କେତେକ ଶବକୁ ଦୁଇଥର ଲେଖାଏଁ ଗଣତି ହୋଇଥିଲା। ପ୍ରଥମେ ଦୁର୍ଘଟଣାସ୍ଥଳରେ ପରେ ଡାକ୍ତରଖାନାରେ ଗଣତି କରାଯାଇଥିଲା। ଯାହାକୁ ନେଇ ରେଳ ବିଭାଗ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଥିଲେ। ସେହି ସଂଖ୍ୟାକୁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ କୁହାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ତଦାରଖ କରିବା ପରେ ଏହି ସଂଖ୍ୟା ଠିକ ନୁହେଁ ବୋଲି ଜଣାପଡିଥିଲା। ପ୍ରକୃତ ସଂଖ୍ୟା ୨୭୫ ବୋଲି ଜିଲ୍ଲାପାଳ ଲିଖିତ ଭାବେ ଅବଗତ କରାଇଛନ୍ତି ବୋଲି ପ୍ରଦୀପ ଜେନା କହିଛନ୍ତି।

ବର୍ତ୍ତମାନ ୮୮ ଟି ଶବ ଚିହ୍ନଟ ହୋଇ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି। ଆଉ ୧୮୭ଟି ଶବକୁ ଭୁବନେଶ୍ବର ଅଣାଯାଇଛି। ଗୋଟିଏ ଗୋଟିଏ ଆମ୍ବୁଲାନସରେ ଦୁଇଟି ଲେଖାଏଁ ଶବକୁ ରଖି ଗତକାଲି ରାତିରୁ ଏହି ସ୍ଥାନାନ୍ତରିତ ପକ୍ରିୟା କରାଯାଇଛି। ଭୁବନେଶ୍ବରର ଏମସ, ସମ୍, କିମ୍ସ ହସପିଟାଲରେ ଶବ ସଂରକ୍ଷିତ କରି ରଖାଯାଇଛି। ଯେଉଁମାନେ ଚିହ୍ନଟ କରିବା ପାଇଁ ଆସିବେ ସେମାନଙ୍କୁ ସବୁ ପ୍ରକାରର ସହାୟତା ସରକାରଙ୍କ ତରଫରୁ ପ୍ରଦାନ କରାଯିବ।

ତେବେ ଶବ ଚିହ୍ନଟ ଏକ ଚିନ୍ତାଜନକ ବିଷୟ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବର୍ତ୍ତମାନ ଶବଗୁଡିକ ବାହାରେ କେହି ସଂପର୍କୀୟ ଚିହ୍ନଟ କରିବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି।  ଏହି ଶବଗୁଡିକର ଅବସ୍ଥା ଭଲ ନ ଥିବାରୁ ତାହା ସାଧାରଣରେ ପ୍ରକାଶ କରାଯାଇପାରୁ ନାହିଁ।ସେଥିପାଇଁ ଦୁଇଟି ୱେବସାଇଟରେ ମୃତ ଲୋକଙ୍କ ଫଟୋ ଛଡାଯାଇଛି। ସେହି ୱେବ ସାଇଟି ହେଲା osdma.org , srcodisha.nic.in , bmc.gov.in ।

ଯେଉଁମାନେ ଶବ ଚିହ୍ନଟ ପାଇଁ ଆସିବେ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ବିମାନ ବନ୍ଦର, ରେଲ ଷ୍ଟେସନ ଏବଂ ବସଷ୍ଟାଣ୍ଡରେ ହେଲପ ଡେସ୍କ ଖୋଲାଯାଇଛି। ସେମାନେ ସଂପର୍କୀୟଙ୍କୁ ସେଠାରୁ ଗାଡିରେ ଆଣି ଶବ ଚିହ୍ନଟ ସ୍ଥାନକୁ ନେବେ। ଚିହ୍ନଟ ହେବା ପରେ ତାହାକୁ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ବ୍ୟବସ୍ଥା କରାଯିବ।

TrainAccidentDeath ପ୍ରଦୀପ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.