Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଦା କିମ୍ବା ହଳଦୀ ଚାଷ କରନ୍ତୁ, ହେକ୍ଟର ପିଛା ୨ ଲକ୍ଷ ୪୦ ହଜାର ଟଙ୍କାର ରିହାତି ପାଆନ୍ତୁ
ଜାତୀୟ ଖବର

ଅଦା କିମ୍ବା ହଳଦୀ ଚାଷ କରନ୍ତୁ, ହେକ୍ଟର ପିଛା ୨ ଲକ୍ଷ ୪୦ ହଜାର ଟଙ୍କାର ରିହାତି ପାଆନ୍ତୁ

June 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଦା କିମ୍ବା ହଳଦୀ ଚାଷ କରନ୍ତୁ, ହେକ୍ଟର ପିଛା ୨ ଲକ୍ଷ ୪୦ ହଜାର ଟଙ୍କାର ରିହାତି ପାଆନ୍ତୁ

ଭୁବନେଶ୍ୱର: ଆମ ରାଜ୍ୟର ଲୋକମାନଙ୍କର ରୋଷେଇଘରେ ଅଦା ଓ ହଳଦୀ ଏକ ନିତ୍ୟ ଆବଶ୍ୟକ ମସଲା ଭାବରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ। ରାଜ୍ୟର ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରଚଳିତ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣିଛନ୍ତି।

ରାଜ୍ୟରେ ଅଦା ଓ ହଳଦୀ ଚାଷକୁ ପ୍ରୋତ୍ସାହିତ କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ପକ୍ଷରୁ ପ୍ରଚଳିତ ‘ଆଳୁ, ପନିପରିବା ଓ ମସଲା ଚାଷ ଯୋଜନା ୨୦୨୨-୨୩’ରେ ସଂଶୋଧନ ଅଣାଯାଇ ରାଜ୍ୟରେ ଅଦା ଓ ହଳଦୀ ଚାଷ ପାଇଁ ବିଶେଷ ସରକାରୀ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି।

ନୂତନ ମାର୍ଗଦର୍ଶିକା ଫଳରେ ରାଜ୍ୟରେ ଅଦା ଓ ହଳଦୀ ଚାଷ ଏକ ନୂତନ ଶିଖର ଛୁଇଁବା ସହ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି। ପୂର୍ବ ମାର୍ଗଦର୍ଶିକାରେ ପରିବର୍ତ୍ତନ ଅଣାଯାଇ ରାଜ୍ୟରେ ଅଦାର ଚାହିଦା ଓ ଚାଷ ଖର୍ଚ୍ଚକୁ ଆଖି ଆଗରେ ରଖି ଚଳିତ ବର୍ଷ ଅଦା ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏକ ହେକ୍ଟର ଅଦା ଚାଷ ପ୍ରତି ପୂର୍ବରୁ ଥିବା ରିହାତି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି।

ନୂତନ ବ୍ୟବସ୍ଥାରେ ହେକ୍ଟର ପିଛା ବିହନ ବାବଦକୁ ଖର୍ଚ୍ଚ ୨ ଲକ୍ଷ ୨୫ ହଜାର ଟଙ୍କା ସହ ଆନୁଷଙ୍ଗିକ ଖର୍ଚ୍ଚ ଯଥା – ବିହନ ବିଶୋଧନ, ସାର ଓ ଜୈବିକ ସାର ଏବଂ ରୋଗପୋକ ନିୟନ୍ତ୍ରଣ ଇତ୍ୟାଦି ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ରିହାତି ପ୍ରଦାନ କରାଯିବ। ଏହିପରି ଅଦାଚାଷ ପାଇଁ ସର୍ବମୋଟ ହେକଫର ପ୍ରତି ୨ଲକ୍ଷ ୪୦ ହଜାର ଟଙ୍କାର ସରକାରୀ ରିହାତିର ବ୍ୟବସ୍ଥା କରାଯାଇଛି।

ଜଣେ ଚାଷୀ ସର୍ବାଧିକ ୧ ହେକ୍ଟର ଚାଷ ପାଇଁ ସରକାରୀ ରିହାତିର ସୁବିଧା ଉପଲବ୍ଧ କରିପାରିବେ । ସେହିପରି ୧ ହେକ୍ଟର ହଳଦୀ ଚାଷ ନିମନ୍ତେ ମୋଟ ଚାଷ ଖର୍ଚ୍ଚ ୩,୬୮,୨୯୭ ଟଙ୍କାର ଶତକଡା ୪୦ଭାଗ ହିସାବରେ ୧,୪୭,୩୧୮ ଟଙ୍କା ସରକାରୀ ରିହାତି ପ୍ରଦାନ କରିବାର ନୂତନ ମାର୍ଗଦର୍ଶିକାରେ ବ୍ୟବସ୍ଥା କରାଯାଇଛି।

ନୂତନ ମାର୍ଗଦର୍ଶିକାକୁ ନିର୍ଦ୍ଧାରିତ ଜିଲ୍ଲାର ଉଦ୍ୟାନକୃଷି ଉପନିର୍ଦ୍ଦେଶକମାନଙ୍କୁ ପ୍ରେରଣ କରାଯାଇ ଯଥାଶୀଘ୍ର ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦେଶ ଦେଇଛନ୍ତି।

ginger ଅଦା ହଳଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କେଏଲ ରାହୁଲଙ୍କ ଆଘାତ ସମ୍ପର୍କରେ ବଡ଼ ଅପଡେଟ୍: ଜାଣନ୍ତୁ କ’ଣ କହିଲେ ବ୍ୟାଟିଂ ପ୍ରଶିକ୍ଷକ?

August 16, 2026

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026
Latest News

କେଏଲ ରାହୁଲଙ୍କ ଆଘାତ ସମ୍ପର୍କରେ ବଡ଼ ଅପଡେଟ୍: ଜାଣନ୍ତୁ କ’ଣ କହିଲେ ବ୍ୟାଟିଂ ପ୍ରଶିକ୍ଷକ?

August 16, 2026

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.