Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାରମ୍ବାର ବିଦ୍ୟୁତକାଟ ନେଇ ବିଜେପି କହିଲା, ଶକ୍ତିମନ୍ତ୍ରୀଙ୍କ ଶକ୍ତି ହରଣ ହୋଇଯାଇଛି
ବିଶେଷ ଖବର

ବାରମ୍ବାର ବିଦ୍ୟୁତକାଟ ନେଇ ବିଜେପି କହିଲା, ଶକ୍ତିମନ୍ତ୍ରୀଙ୍କ ଶକ୍ତି ହରଣ ହୋଇଯାଇଛି

June 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାରମ୍ବାର ବିଦ୍ୟୁତକାଟ ନେଇ ବିଜେପି କହିଲା, ଶକ୍ତିମନ୍ତ୍ରୀଙ୍କ ଶକ୍ତି ହରଣ ହୋଇଯାଇଛି

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଯେତେ କଷ୍ଟ ଦେଇନାହିଁ, ତାହଠୁ ଅଧିକ ନିର୍ଯ୍ୟାତନା ଦେଉଛି ଅଘୋଷିତ ବିଜୁଳି କାଟ୍। ଗ୍ରାମାଂଚଳଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟ୍ କାୟା ବିସ୍ତାର କରିସାରିଛି। ଏଭଳି ସମୟରେ ରାଜ୍ୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ ଦେବଙ୍କ ଅଯୌକ୍ତିକ ବକ୍ତବ୍ୟ ଓ ଆଚରଣ ସମସ୍ତଙ୍କୁ ଆଚମ୍ବିତ କରିଛି ବୋଲି ବିଜେପି କହିଛି।

ଅଘୋଷିତ ବିଜୁଳି କାଟ୍‌କୁ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଘର ସମେତ ସଚିବାଳୟ, ବିଧାନସଭା, କ୍ୟାପିଟାଲ ହସପିଟାଲ ଅନ୍ଧକାରରେ ଥିବା କାରଣରୁ ତାଙ୍କ ନିଦ ହଜିଯାଇଛି। ଅନ୍ୟ ପଟେ ଓଡିଶାବାସୀଙ୍କୁ ଭ୍ରମିତ କରିବାକୁ ଯାଇ ଶକ୍ତିମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଗାଲୁ ମାରିଚାଲିଛନ୍ତି। ରାଜ୍ୟ ସରକାରଙ୍କ ନୁହେଁ ବରଂ ବିତରଣ କଂପାନୀରର ପ୍ରବକ୍ତା ଭାବେ ଶ୍ରୀ ଦେବଙ୍କ ଭୂମିକା ତୁଲାଉଛନ୍ତି ବୋଲି ବିଜେପି କହିଛି। ଓଡିଶା ସରକାରଙ୍କ ବିଦ୍ୟୁତ ବିଭାଗ ସମ୍ବେଦନହୀନ ଏବଂ ଶକ୍ତିମନ୍ତ୍ରୀଙ୍କ ଶକ୍ତିହରଣ ହୋଇଯାଇଛି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ, ବିଜୁଳି କାଟ୍ କଥା ଆସିଲେ ଶକ୍ତିମନ୍ତ୍ରୀ ଭିତିଭୁମି ଅଭାବକୁ ଆଳ କରି ହାତ ଟେକି ଦେଉଛନ୍ତି। ଶକ୍ତି ବିଭାଗର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କରୁଛନ୍ତି କଣ ? ଟ୍ରାନ୍ସଫରମର, ଗ୍ରୀଡ, ତାର ଭଳି ଆବାଶ୍ୟକୀୟ ଭିତିଭୁମିର ବିକାଶ ପାଇଁ ଗତ ୧୦ ବର୍ଷ ଭିତରେ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି ଟଙ୍କା ଗଲା କୁଆଡେ ? ଅନ୍ୟ ପଟେ ଭିତିଭୁମି ପାଇଁ ୨୦ହଜାର କୋଟି ଟଙ୍କା ଦିଆଯାଇଥିବାର କଥା କୁହାଯାଇଥିବା ବେଳେ ଅଧିଗ୍ରହଣ ସମୟରେ ବିତରକ ଟାଟା ପାୱାର ଏହାକୁ ମାତ୍ର ୧୫୦୦ କୋଟି ଟଙ୍କା ଦର୍ଶାଇଥିଲା, ଯାହାକି ଏକ ବଡ ଆର୍ଥୀକ ଚଂଚକତାକୁ ସ୍ପଷ୍ଟ କରିଛି ଏବଂ ଏହାର ତଦନ୍ତ ହେବା ନିହାତି ଆବଶ୍ୟକ।

ସେହିପରି ୨୦୧୬ ମସିହାରେ ଆରମ୍ଭ ହୋଇ ୫ ବର୍ଷ ଭିତରେ ଶେଷ ହେବାକୁ ଥିବା ଭୁତଳ ବିଜୁଳି ତାର ବସାଇବା କାର୍ଯ୍ୟ ୭ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏଥି ପାଇଁ କେବଳ ରାଜଧାନୀ ଭୁବନେଶ୍ୱରରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବାବେଳେ ବର୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନପାରିବା ରାଜ୍ୟ ସରକାରଙ୍କ ବିଫଳତା ନୁହେଁ କି ? ସମସ୍ତ ସର୍ତ ଓ ଚୁକ୍ତିକୁ ଖିଲାପ କରି ବେଦାନ୍ତ କଂପାନୀ ବାର୍ଷିକ ୧୨୫୦ କୋଟି ଟଙ୍କାର ବିଜୁଳି ଲୁଟ୍ କରୁଥିବା ଓଇଆରସି କହିବା ପରେ ରାଜ୍ୟ ସରକାରଙ୍କ ଆଉ ଏକ କେଳେଙ୍କାରୀ ସାମ୍ନାକୁ ଆସିଛି । ଓଡିଶାରେ ଉତ୍ପାଦିତ ହେଉଥିବା ବିଜୁଳିକୁ ବାହାର ରାଜ୍ୟରେ କମ୍ ଦରରେ ବିକ୍ରି କରି ଅନ୍ୟ ରାଜ୍ୟମାନଙ୍କଠାରୁ ଆମ ରାଜ୍ୟ ପାଇଁ ଅଧିକ ଦରରେ କିଣାଯିବା ପଛର ରହସ୍ୟ କଣ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।

ଏପରି ଭିତିଭୁମି ପ୍ରସ୍ତୁତ କରାଯାଉଛି, ଯାହା ଦ୍ୱାରା ଘଂଟା ପ୍ରତି ୩୦୦ କିଲୋମିଟର ବେଗରେ ପବନ ବୋହିଲେ ମଧ୍ୟ ବିଜୁଳି ଖୁଂଟ ପ୍ରବାବିତ ହେବ ନାହିଁ ବୋଲି ୨୦୨୧-୨୨ ବାର୍ଷିକ ରିପୋର୍ଟରେ ଶକ୍ତି ବିଭାଗ ତରଫରୁ ଘୋଷଣା କରାଯାଇଥିଲା। ଦୁର୍ଭାଗ୍ୟର ବିଷୟ ଯେ, ସାମାନ୍ୟ ପବନ ଓ ଝଡବର୍ଷାରେ ବିଜୁଳି ଖୁଂଟ ମାଟିରେ ମିଶିଯାଉଛି। ରାଜ୍ୟବାସିଙ୍କୁ ନିରବିଚ୍ଛନ ବିଜୁଳି ସେବା ଯୋଗାଇ ଦେବୁ କହିବା ପରିବର୍ତେ ଶକ୍ତିମନ୍ତ୍ରୀ ବିଜୁଳି କାଟି ଦେବା କଥା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସାଢେ ୪ କୋଟି ଓଡିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦାୟୀତ୍ୱ ମିଳିଥିବାବେଳେ ମନ୍ତ୍ରୀ ଶ୍ରୀ ଦେବ ୫-ଟି ସଚିବଙ୍କ ପାଇଁ ମଂଚ ବାନ୍ଧୁଛନ୍ତି ଓ ହେଲିପ୍ୟାଡ ପ୍ରସ୍ତୁତିର ତଦାରଖ କରୁଛନ୍ତି। କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦେଖା ମିଳୁନାହିଁ। ଏହା କେଉଁ ପ୍ରକାରର ଶାସନ ବ୍ୟବସ୍ଥା ?

କାଳବୈାଶାଖୀ, ସାମାନ୍ୟ ଝଡକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ନଥିବା ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କେତେ ପ୍ର୍ରସ୍ତୁତ, ତାହା ସାଧାରଣରେ ଅନୁମେୟ। ରାଜ୍ୟବାସୀଙ୍କୁ ୨୪ ଘଂଟିଆ ନିରବିଚ୍ଛନ ବିଜୁଳି ଯୋଗାଣର ପ୍ରତିଶୃତି କେବଳ ସ୍ଲୋଗାନରେ ସୀମିତ ନକରି ଏହାକୁ ସୁନିଶ୍ଚିତ କରାନ୍ତୁ ରାଜ୍ୟ ସରକାର। ନଚେତ୍ ରାଜ୍ୟବାସୀଙ୍କ ଅସନ୍ତୋଷ ବିରୋଧରେ ବଡ ଆନ୍ଦୋଳନର ସମ୍ମୁଖୀନ ପାଇଁ ପ୍ରସ୍ତୁତ ରୁହନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଟାଟା ପାୱାର ବିଜେପି ବିଦ୍ୟୁତକାଟ
Share. Facebook Twitter LinkedIn Email WhatsApp Copy Link

Related Posts

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

କାଶିନଗରଠାରେ ନବନିର୍ମିତ ଗ୍ରାମ ନ୍ୟାୟାଳୟର ନୂତନ ଅଟ୍ଟାଳିକାକୁ ଉଦଘାଟନକଲେ ହାଇକୋର୍ଟର ମୁଖ୍ୟ ବିଚାରପତି

July 23, 2025

ଏନସିଇଆରଟି ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପଡ଼ିବା ପ୍ରସଙ୍ଗ: ସ୍ପଷ୍ଟ କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

July 23, 2025

ବିଡ଼ି, ସିନେ ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.