ହସପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

Published: Jun 16, 2023, 5:42 pm IST
ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ହସପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ। ଦୀର୍ଘଦିନ ଧରି ଜ୍ବର ରହିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କିମସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି।

ପରିବାର ସୁତ୍ରରୁ ଜଣାପଡିଛି ଯେ, ଗତ କିଛିଦିନ ଧରି ତାଙ୍କର ଦେହର ତାପମାତ୍ରା ସାମାନ୍ୟ ବୃଦ୍ଧି ରହିଲା। ତାହା ନ କମିବା ପରେ ତାଙ୍କୁ ଗତ ମଙ୍ଗଳବାର ଦିନ କିମସ ହସପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତରମାନେ ଚିକିତ୍ସା କରିବା ପରେ ହସପିଟାଲରେ ଆଡମିଟ କରିବାକୁ ପରାମର୍ଶ ଦେଲେ। ସେହି ଅନୁସାରେ ସେ ସେଠାରେ ରହି ଚିକିତ୍ସିତ ହେଉଛନ୍ତି। ଆଉ ଦୁଇଦିନ ପରେ ସେ ଡିସଚାର୍ଯ୍ୟ ହେବେ ବୋଲି ପରିବାର ସୁତ୍ରରୁ ଜଣାପଡିଛି।

Related posts