Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ଗୁଣ୍ଡିଚା ମନ୍ଦିର ଠାରେ ଲାଗିଲା ତାଳଧ୍ୱଜ ଓ ଦେବଦୋଳନ
ଆଜିର ଖବର

ରଣପୁର ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ଗୁଣ୍ଡିଚା ମନ୍ଦିର ଠାରେ ଲାଗିଲା ତାଳଧ୍ୱଜ ଓ ଦେବଦୋଳନ

June 20, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଗୁଣ୍ଡିଚା ରଥଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ମାଦଳା ପାଞ୍ଜି ଓ କିମ୍ବଦନ୍ତି ଅନୁଯାଇ ପୁରୀର ଷୋଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି। ପୁରୀରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଠାକୁରଙ୍କୁ ଦର୍ଶନକଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିଲା।

କିଛି ଦିନ ଧରି ରାଜା ଛେରା ପହଁରା କରିବେ ନାହିଁ ବୋଲି ମତ ଦେଇ ଆସୁଥିବା ବେଳେ ଆଜି ଏଥିରେ ପରିବର୍ତନ ଦେଖାଯାଇଥିଲା। ରାଜା ରାଜ ପ୍ରସାଦରୁ ମନ୍ଦିରକୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସୁଥିଲା ବେଳେ ସେବାୟତମାନେ ପଛୋଟି ନେଇଥିଲେ। ପରେ ଭକ୍ତମାନଙ୍କ ଅନୁରୋଧ ଓ ଦେବୋତର ବିଭାଗ ଅଧିକାରୀଙ୍କ ସହ ଏକ ସର୍ବସାଧାରଣ ବୈଠକ ମାଧଧ୍ୟମରେ ଆଲୋଚନା କରାଯାଇଥିଲା। ଶେଷରେ ରାଜା ଛେରା ପହଁରା କରିବାକୁ ରାଜି ହୋଇଥିଲେ।

ସୋମବାର ବିଳମ୍ବିତ ରାତିରେ ତିନି ଠାକୁରଙ୍କ ଛେନାପଟା କାରାଯାଇଥିଲା। ଆଜି ସକାଳୁ ରଣପୁରରେ ପାଗ ଖରା ସାଙ୍ଗକୁ ଅସହ୍ୟ ଗରମ ଗୁଳୁଘୁଳି ଅନୁଭୁତି ହୋଇଥିଲା। ନୟାଗଡ ଜିଲ୍ଲା ପୂର୍ବତନ ଖାଉଟି ଫୋରମ ଅଧ୍ୟକ୍ଷ ନାରାୟଣ ମହାପାତ୍ର ତିନି ରଥର ପ୍ରତିଷ୍ଠା କରିଥିଲେ। ପୁରୀ ମନ୍ଦିରକୁ ଶ୍ରୀ ଜୀଉଙ୍କ ପାଇଁ ବିଭିନ୍ନ ଜିନିଷ ରାଘବ ଦାସ ମଠ ଯୋଗାଉଥିବା ବେଳେ ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ଆଜି ରାଘବ ଦାସ ମଠ ତରଫରୁ ତିନି ବୋଝ ଭୋଗ ଆସିଥିଲା। ଅପାରାହ୍ଣରେ ରଣପୁର ବଡଦାଣ୍ଡ ଭକ୍ତମୟ ହୋଇଯାଇଥିଲା। ଘଂଟ, ଘଂଟା, ମାଦଳ, ଢୋଲ ଓ ହରିବୋଲ ହୁଳହୁଳିରେ ଜଗନ୍ନାଥ ମନ୍ଦିର ପରିସର ଭକ୍ତ ମୟ ହୋଇ ଯାଇଥିଲା।

ମଧ୍ୟାହ୍ନ ୧ ଟାରେ ପ୍ରଥମେ ଘରବାହୁ ଠାକୁରଙ୍କୁ ପହଣ୍ଡି କରାଯାଇଥିଲା। ପରେ ସୁଦର୍ଶନଙ୍କୁ ରଥାରୁଢ କରାଯାଇଥିଲା  ପ୍ରବଳ ଗୁଳୁମୁଳି ହେଉଥିଲେ ମଧ୍ୟ ସେଥିପ୍ରତି ଖାତିରି ନ କରି ଶହ ଶହ ଭକ୍ତ ମନ୍ଦିର ସମ୍ମୁଖରେ ଶ୍ରୀ ଜିଉଙ୍କ ପହଣ୍ଡି ଦେଖିବାପାଇଁ ରୁଣ୍ଡ ହୋଇଥିଲେ। ଅପରାହନ୍ନ ୨ ଟାରେ ରେ ତିନି ଠାକୁରଙ୍କୁ ଧାଡି ପଂହଡି କରା ଯାଇଥିଲା। ଶ୍ରି ଜିଉଙ୍କ ପହଣ୍ଡି ବେଳେ ମହିଳା ଓ ପୁରୁଷଙ୍କ ହୁଳହୁଳି ଓ ହରିବୋଲରେ ଏକ ଭକ୍ତିମୟ ପରିବେଷ ସୃଷ୍ଟି କରିଥିଲା। ଠାକୁର ପହଣ୍ଡି ବେଳେ ଓଡିଶୀ ନୃତ୍ୟ ଭକ୍ତମାନଙ୍କୁ ବେଶ ଆକର୍ଷିତ କରିଥିଲା।

ଅପରାହ୍ନ ୩ ଟାରେ ତିନି ଠାକୁରଙ୍କୁ ରଥାରୁଢ ପରେ ରଣପୁର ରାଜା ଦିଲିପ ଚନ୍ଦ୍ର ସିଂହଦେଓ ରାଜପୁରହିତଙ୍କ ସହ ଏକ ସୁସଜ୍ଜିତ ବିମାନରେ ଆସି ତିନି ରଥରେ ଛେରା ପହଁରା କରିଥିଲେ। ଛେରାପହଁରା ପରେ ବଳଭଦ୍ର ରଥର ଚାରମାଲ ଖୋଲାଯାଇଥିଲା ଓ ଘୋଡା ବନ୍ଦା ଜାଇଥିଲା। ୫.୧୫ ମିନିଟ୍ ସମୟରେ ହଜାର ହଜାର ଭକ୍ତ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଗୁଣିଂଚା ମନ୍ଦିର ପାଖକୁ ଟାଣି ନଇଥିଲେ। ପରେ ମହିଳା ମାନେ ସୁଭଦ୍ରାଙ୍କ ରଥକୁ ଟାଣି ଥିଲେ।

ସ୍ଥାନିୟ ଦୁର୍ଗା ମଣ୍ଡପ ଉପରେ ନାରାୟଣ ମହାପାତ୍ର, ପଦ୍ମନ ସାଠୁଆ, ଡଃ ପ୍ରଶାନ୍ତ ମିଶ୍ର, ଡଃ କଳ୍ପନା ରଥ, ବାଳକୃଷ୍ଣ ମିଶ୍ର, କିଶୋର ଭଞ୍ଜ, ବୈକୁଣ୍ଠ ପ୍ରଧାନ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ। ଆଜି ଏହି ରଥ ଯାତ୍ରାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟାୟକ, ଏନଏସି ଅଧକ୍ଷା ରଙ୍ଗିନ୍ ମହାନ୍ତି, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ତହସିଲଦାର ଇପ୍ସିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଆଇଆଇସି ନିହାର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସଂନ୍ଧ୍ୟାରେ ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ ରଣପୁରରେ ପହଂଚି ଥିଲେ। ଶୃତି ସୁଧା ଭଜନ କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ। କଲେଜ ଏନ.ସି.ସି. ଛାତ୍ରଛାତ୍ରୀମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ କରିଥିଲେ। ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମେଡିକାଲ କ୍ୟାମ୍ପ ଖୋଲା ଯାଇଥିଲା। ଅସହ୍ୟ ଗୁଳୁଗୁଳିରୁ ଭକ୍ତମାନଙ୍କୁ ଆଶ୍ୱସ୍ତି ପ୍ରଦାନ ପାଇଁ ସେମାନଙ୍କ ଉପରେ ପାଣି ସ୍ପ୍ରେ କରାଯାଇଥିଲା।

ଏଠାରେ ସୁଚନା ଯୋଗ୍ୟ ୧୯୬୩ ମସିହାରେ ତତ୍‌କାଳିନ ରଣପୁର ରାଜା ଉଦ୍ଧବ ନରେନ୍ଦ୍ର ପୁରି ଜଗନ୍ନାଥ ମନ୍ଦିରର କଳ୍ପବଟ ମୁଳେ ଅଧିଆ ପଡି ଜଗନ୍ନାଥଙ୍କ କୃପା ଲାଭ କରିବା ପରେ ରଣପୁରରେ ମନ୍ଦିର ନିର୍ମାଣ କରିଥିଲେ। ପରେ ୧୭୫୪ ମସିହାରେ ସାରଙ୍ଗଧର ନରେନ୍ଦ୍ର ଚତୁର୍ଦ୍ଧା ମୂର୍ତ୍ତି ପ୍ରତିଷ୍ଠା କରିବା ସହ ରଣପୁରରେ ରଥ ଯାତ୍ରା ଆରମ୍ବ କରିଥିଲେ। ସେହିଦିନ ଠାରୁ ରଣପୁରରେ ରଥ ଯାତ୍ରା ପାଳିତ ହୋଇ ଆସୁଛି।

ଓଡିଶା ଗୁଣ୍ଡିଚା ରଥଯାତ୍ରା ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ଧନୁ ସଂକ୍ରାନ୍ତି, ଜାଣନ୍ତୁ କେତେ ସମୟ ପର୍ଯ୍ୟନ୍ତ ରହିଛି ପୂଜା ମୂହୁର୍ତ୍ତ

December 16, 2025

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

December 16, 2025

ଓଡିଶା ପୁଲିସର “ଅପରେସନ୍ ଧରପଗଡ” ଅଭିଯାନ: ୪୦ ଅଭିଯୁକ୍ତ ଗିରଫ

December 16, 2025

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025
Latest News

ଆଜି ହେଉଛି ଧନୁ ସଂକ୍ରାନ୍ତି, ଜାଣନ୍ତୁ କେତେ ସମୟ ପର୍ଯ୍ୟନ୍ତ ରହିଛି ପୂଜା ମୂହୁର୍ତ୍ତ

December 16, 2025

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

December 16, 2025

ଓଡିଶା ପୁଲିସର “ଅପରେସନ୍ ଧରପଗଡ” ଅଭିଯାନ: ୪୦ ଅଭିଯୁକ୍ତ ଗିରଫ

December 16, 2025

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.