ଓଡିଶା ଛୁଇଁଲା ମୌସୁମୀ ବାୟୁ, ଦୁଇଦିନ ଭିତରେ ସାରା ଓଡିଶା କରିବ ଦଖଲ

Published: Jun 22, 2023, 7:28 pm IST

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶା ଛୁଇଁଛି ମୌସୁମା ବାୟୁ। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ପୂର୍ବରୁ ଏ ନେଇ ସୂଚନା ଦିଆଯାଇଥିଲା। ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ।

ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ, ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳ କୁ ଅଗ୍ରସର ହୋଇଛି। ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।

ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡିଶା ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି। ଏପରିକି ଭୁବନେଶ୍ବରରେ ମଧ୍ୟ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଆଗାମୀ ୪ ରୁ ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି।

ମୌସୁମୀ ଅଗ୍ରସର କୁ ଲକ୍ଷ୍ୟ ରଖି ଚାଷୀ ଭାଇମାନଙ୍କୁ ଚାଷ କାର୍ଯ୍ୟ ଆରମ୍ଭ ପାଇଁ ସୂଚନା ଜାରି କରାଯାଇଛି।

Related posts