Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଲେଶ୍ବର ଜିଲ୍ଲାର ୧୨୮ ଟି ସ୍କୁଲ ଓ କଲେଜର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧୨୮ କୋଟି
ବିଶେଷ ଖବର

ବାଲେଶ୍ବର ଜିଲ୍ଲାର ୧୨୮ ଟି ସ୍କୁଲ ଓ କଲେଜର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧୨୮ କୋଟି

June 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାର ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି।
 ଆଜି ବାହାନଗା ଯାଇ ସ୍ଥାନୀୟ ହାଇସ୍କୁଲଠାରେ ସାଧାରଣ ଲୋକ, ଅଭିଭାବକ, ଶିକ୍ଷକ ଓ ସ୍କୁଲ କମିଟିର ସଦସ୍ୟମାନଙ୍କୁ ଭେଟିଥିଲେ। ଟ୍ରେନ ଦୂର୍ଘଟଣା ସମୟରେ, ସେଦିନର କାଳ ରାତ୍ରୀ କଥା ମନେ ପକାଇ ଶ୍ରୀ ପାଣ୍ଡିଆନ କହିଲେ ଯେ,  ସେମାନେ ଯେପରି ସ୍ୱତଃସ୍ଫୁର୍ତ୍ତ ଭାବରେ ଯେଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ, ଜୀବନ ବଞ୍ଚାଇବାକୁ ରକ୍ତଦାନ ପାଇଁ ଲାଇନ୍ ଲଗାଇଥିଲେ, ତା’ର ତୁଳନା ନାହିଁ। ସେମାନେ ମାନବିକତାର ଚରମ ନିଦର୍ଶନ ଦେଖାଇ ସାରା ଦେଶରେ ଓଡିଶା ପାଇଁ ପ୍ରଶଂସା ଆଣିଛନ୍ତି ବୋଲି ପ୍ରକାଶ କରିବା ସହିତ  ସେ କହିଥିଲେ ଯେ ଆପଣମାନଙ୍କ ନିକଟରେ ସାରା ରାଜ୍ୟ ଚୀର ଋଣୀ।
ବାହାନଗା ପଞ୍ଚାୟତକୁ ଦେଶର ଏକ ମଡେଲ ପଞ୍ଚାୟତ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ  ବାହାନଗା ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀ ୨.୪୯ କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ପତ୍ରକୁ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସେ ଅଞ୍ଚଳର ବିଭିନ୍ନ ଧାର୍ମୀକ ଅନୁଷ୍ଠାନ ପାଇଁ ଲୋକଙ୍କ ନିବେଦନ ଉପରେ ମତ ଦେଇ ସେ କହିଥିଲେ ଯେ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ।
୫ଟି ରୂପାନ୍ତର କାର୍ଯ୍ୟକ୍ରମରେ ବାହାନଗାରେ ନିର୍ମାଣ ହେଉଥିବା ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟ ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ୫ଟି ରୂପାନ୍ତର କାର୍ଯ୍ୟକ୍ରମରେ ଏହା ହେଉଛି ରାଜ୍ୟର ପ୍ରଥମ ପ୍ରାଥମିକ ବିଦ୍ୟାଳୟ। ବାଲେଶ୍ବର ଜିଲ୍ଲାରେ ଥିବା ୧୨୮ ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ରୂପାନ୍ତର ପାଇଁ ୫ଟି ଉପକ୍ରମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ଼୍ଡିଆନ ସୂଚନା ଦେଇଥିଲେ।
ରେମୁଣାରେ ଫକୀର ମୋହନ ମେଡିକାଲ କଲେଜ ଠାରେ ଶ୍ରୀ ପାଣ୍ଡିଆନ, କଲେଜର କର୍ମଚାରୀ ଓ ଦୂର୍ଘଟଣା ସମୟରେ ରକ୍ତଦାନ କରିଥିବା ଯୁବକମାନଙ୍କୁ ଭେଟି ସେମାନଙ୍କ ନିସ୍ୱାର୍ଥପର ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ।
ବାଲେଶ୍ୱରର ଓଉପଦା  ବ୍ଲକରେ ଥିବା ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ ରେମୁଣା ବ୍ଲକରେ ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଶ୍ରୀ ପାଣ୍ଡିଆନ ମନ୍ଦିର କମିଟି, ସ୍ଥାନୀୟ ଲୋକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଓଉପଦା ବ୍ଲକରେ ଶାଳନ୍ଦି କେନାଲର ନିର୍ମାଣ କାମ ପରିଦର୍ଶନ କରି ଏହି କାମର ବିଭିନ୍ନ ଦିଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କେନାଲ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ସମୀକ୍ଷାରୁ ଜଣାଯାଇଛି।
ସିମୁଳିଆ ବ୍ଲକର ଜାମଝଡି ଓ ଓଉପଦା ବ୍ଲକର ବଉଳଗଡିଆ ପଞ୍ଚାୟତ ପରିଦର୍ଶନ କରି ୫ଟି ସଚିବ ସେଠାରେ ‘ଏକ ପଞ୍ଚାୟତ, ଏକ ଉତ୍ପାଦ’ ପ୍ରତ୍ସୋହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଜାମୁଝଡିରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ବାଉଁଶରୁ ନିର୍ମିତ ବିଭିନ୍ନ ଉତ୍ପାଦର ଉଚ୍ଚ ପ୍ରଶଂସା କରିଥିଲେ। ବଉଳଗାଡିଆର ବାବା ରଘୁନାଥ ଜିଉ ଷ୍ଟୋନ୍‌ କାର୍‌ଭିଂ କେନ୍ଦ୍ର ପରିଦର୍ଶନ କରି ସେଠାରେ ହସ୍ତଶିଳ୍ପୀ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ କୌଶଳ ଓ କାର୍ଯ୍ୟଦକ୍ଷତା ଓଡିଶାର ଗୌରବ ବୋଲି ପ୍ରକାଶ କରି ଏହାର ମାର୍କେଟିଂ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହସ୍ତଶିଳ୍ପୀ ମାନଙ୍କୁ ବଜାର ସୁବିଧା ଯୋଗାଇଦେବା ପାଇଁଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସୋର ବ୍ଲକର ୟୁ.ଏନ୍ କଲେଜ, ଖଇରା ବ୍ଲକରେ କୁପାରି ପଞ୍ଚାୟତ ପଡିଆ, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଫକିର ମୋହନ ମେଡିକାର କଲେଜ, ରେମୁଣାର ବାମପଡାସ୍ଥିତ ନୋସି ଠାରେ ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ବିଭିନ୍ନ ସଂଗଠନମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଶୁଣିଥିଲେ। ଜିଲ୍ଲା ସ୍ତରରେ ଯେଉଁ ସବୁ ସମସ୍ୟାର ସମାଧାନ ହୋଇପାରିବ ତା’ର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ବାକି ସବୁ ବିଷୟଗୁଡିକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବାକୁ ପରାମର୍ଶ ଦେଇଥିଲେ। ସୋରର ସମସ୍ତ ସ୍କୁଲ ଓ କଲେଜ ୫ଟି ଉପକ୍ରମରେ ରୂପାନ୍ତରିତ ହେବ ବୋଲି ସେ କହିଥିଲେ।
ସୋରର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି  ୫ଟି ସଚିବ ସେଠାରେ ‘ଆମ ହସ୍୍ପିଟାଲ’ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅଧିକାରୀ ମାନଙ୍କୁ ଆମ ହସ୍‌ପିଟାଲ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଲୋକଙ୍କୁ ଆହୁରି ଉନ୍ନତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ।
ପଞ୍ଚଲିଙ୍ଗେଶ୍ୱରଠାରେ ଏକ ମିଶନ ଶକ୍ତି କେଫ୍ ପରିଦର୍ଶନ କରି ଏହାର ପରିଚାଳନା, ଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ୫ଟି ସଚିବ ବୁଝି ଥିଲେ। ଲୋକଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରି ବିଜିନେସ୍ କୁ ଆଗକୁ ନେବା ପାଇଁ ସେ ପରାମର୍ଶ ଦେଇଥିଲେ।
ବାଲେଶ୍ବର ଜିଲ୍ଲା ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ଶଶୁର ଘରୁ ଶାଳୀ ଓ ଭିଣେଇଙ୍କ ମୃତଦେହ ଉଦ୍ଧାର

April 27, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.