Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯାତ୍ରା ପେଣ୍ଡାଲରେ ଗଣମାଧ୍ୟମ, କଞ୍ଚା ମିଛର ନାଟକ ଏବେ ସୁପରହିଟ
ବିଶେଷ ଖବର

ଯାତ୍ରା ପେଣ୍ଡାଲରେ ଗଣମାଧ୍ୟମ, କଞ୍ଚା ମିଛର ନାଟକ ଏବେ ସୁପରହିଟ

December 2, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏଇ ମାଧୁରୀଙ୍କ ଗାଡି ଲାଗିଲା। ସେ ଅମୁକ ରଙ୍ଗର ପୋଷାକ ପିନ୍ଧିଛନ୍ତି। ଏବେ ସେ ଦୋକାନ ଭିତରକୁ ଗଲେ। ସେ ଅଶି ହଜାର ଟଙ୍କାର ଗହଣା କିଣିଲେ। ତାରକସି କାମର ଜଗନ୍ନାଥ ଓ ଗଣେଶ ମୂର୍ତ୍ତି କିଣିଲେ। ଆପଣ ତାଙ୍କୁ ଗହଣା ଦେଖେଇଲା ବେଳେ ଆପଣଙ୍କୁ କେମିତି ଲାଗୁଥିଲା। ମାଧୁରୀ ବହୁତ ଭଦ୍ର। ମାଧୁରୀଙ୍କୁ ଦେଖିବାଲାଗି ଦୋକାନ ଆଗରେ ପ୍ରବଳ ଭିଡ। ….ଏ ପ୍ରକାର ଧାରା ବିବରଣୀ ଇ ଆଜିର ଖବର। ଜଣେ ଚିତ୍ର ତାରକା ଗହଣା କିଣିଯିବାର ଦୃଶ୍ୟରେ ଆମର ଗଣମାଧ୍ୟମ ଏତେ ବିମୋହିତ ଯେ, ସେଠି ଆଉ ଅଲଗା କିଛି ଦେଖା ଯାଉନି। ପୂରା ଟେଲିଭିଜନ ପରଦା ମାଧୁରୀମୟ। ସାମ୍ବାଦିକଙ୍କ ଉଚ୍ଚାରଣରେ ପ୍ରବଳ ଉତ୍ସାହ। ନ୍ୟୁଜ ରୁମ ରେ ବସିଥିବା ଆଙ୍କର ମଧ୍ୟ ବେଶ ଉତ୍ତେଜିତ। ଏହାକୁ ଆମେ ସାମ୍ବାଦିକତା କହିବା ନା ଗଣମାଧ୍ୟମର ଗଣନାଟ୍ୟ?

ଆଉ ଏକ ଦୃଶ୍ୟ ର କଥା କହୁଛି। ଜଣେ ପ୍ରଶାସିକା ଥିଲେ। ଚାକିରି କରୁଥିଲେ ଓ ଚାକିରି ବେଳେ ସରକାରଙ୍କ ବେଶ ସୁନାଝିଅ ଥିଲେ। ମନ୍ତ୍ରୀ କି ମେୟର ଯାହା ନିର୍ଦ୍ଦେଶ ଦେଉଥିଲେ , ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। ହଠାତ ତାଙ୍କର ମନେହେଲା, ସେ ରାଜନୀତି କରିବେ। ତାଙ୍କର ମନ  ହେଲା, ନା ତାଙ୍କର ବାଧ୍ୟ ବାଧ୍ୟକତା ଥିଲା, ସେ କଥା ଅନୁସନ୍ଧାନର ବିଷୟ! ସେ ରାଜନୀତିକୁ ଆସୁ ଆସୁ ଆମର ସବୁ କଲମ ଓ କ୍ୟାମେରା ତାଙ୍କର ଜୟଜୟକାର ଲାଗି ମାତ୍ରାଧିକ ତତ୍ପର। ଏଇ ସେ ଓହଳାଇଲେ ବିମାନ ବନ୍ଦରରୁ। ଏଇ ତାଙ୍କୁ କର୍ମୀମାନେ ସ୍ଵାଗତ କଲେଣି। ଏଇ ସେ କଣ ଗୋଟେ ଭିଡିଓ ଛାଡିଲେଣି। ଏଇ ଏବେ ଏବେ ସେ ଶାଶୁ ଘରକୁ ବାହାରିଲେ। ଆହା…..ଆହା…..ଦେଖନ୍ତୁ, ସେ କେତେ ସଂସ୍କାରୀ। ସେ ଓଡିଆ ଘରର ବୋହୁଟି।  ଏଇ ଦେଖନ୍ତୁ, ସେ ମୁଣ୍ଡରେ ଓଢଣା ଟାଣିଛନ୍ତି। ଏଇ ସେ ମଙ୍ଗଳା ମନ୍ଦିର କୁ ଆସିଲେ। ଏଇ ସେ ଶ୍ରୀମନ୍ଦିରରେ ପହଞ୍ଚିଲେ…..ଏଇ….ଏଇ…..ଏଇ….ଖବର ଚାଲିଛି ଅନବରତ। ଲାଇଭ କଭରେଜ ହେଉଛି। ତେବେ ଏ ଖବର ସହ ଆମ ଜନଜୀବନର କିଛି ସମ୍ପର୍କ ଅଛି କି? କିଏ କାହାର ଶାଶୁ ଘରକୁ ଯିବା କଣ ଗୋଟେ ଖବର? କିଏ କେଉଁ ମନ୍ଦିରକୁ ଯାଇ ମୁଣ୍ଡିଆ ମାରିବା କଣ ଖବର? ଅବଶ୍ୟ ଯେତେବେଳେ ରାହୁଲ ଗାନ୍ଧୀଙ୍କ ଗୋତ୍ର କଣ ବୋଲି ଜାତୀୟ ଗଣମାଧ୍ୟମରେ ବିତର୍କ ହେଉଛି, ସେଠି ଆମେ ପଛରେ ପଡିବୁ କାହିଁକି? ଆମର ଖବର ଏବେ ଯାତ୍ରା ପେଣ୍ଡାଲର ବୋବାଲ ଗଣନାଟ୍ୟ। ଚକାଚକ ଦୃଶ୍ୟ, ଗ୍ଲାମର ଆଉ ଏକ୍ସନ, ତଗଡା ଡାଇଲଗ- ସେତିକିରେ ଖବର ସୁପରହିଟ। ଗଣମାଧ୍ୟମର ନୈତିକତା, କର୍ତ୍ତବ୍ୟ ଓ ଦାୟିତ୍ଵ ଏବେ ଚୁଲିରେ।

ଏହା ସହିତ ଆଉ ଗୋଟେ ରକମର ଖବର ଏବେ ବଜାରରେ ଚାଲିଛି। ଏ ଖବରର ଶୀର୍ଷକ ହେଉଛି, ଆମେ ଇ ଆମର ଖବର। ଆମକୁ ହକି ଦେଖିବାକୁ ପାସ ମିଳିଲା ନାହିଁ; ଖବର! ଆମ ମାଲିକ ରାସ୍ତାରୁ ପରିବା କିଣିଲେ; ଖବର! ଆମ ମାଲିକ ହେଇଯାଉ ବୋଲି ଚା ଦୋକାନରେ ଚା ପିଇଲେ; ବଡ ଖବର! ଆମ ମାଲିକ, କାନ୍ଦିଲେ, ହସିଲେ, ଛିଙ୍କିଲେ, ରାଗିଲେ….ସେଇଟା ଇ ଆମର ଖବର। ଆମ ମାଲିକ ଇ ଓଡିଶାର ରାଜା ଓ ରାଜନୀତି। ଆମ ମାଲିକ କୁ ଯିଏ ବିରୋଧ କଲା, ସେ ଓଡିଶାର ଶତ୍ରୁ, ଗଣମାଧ୍ୟମର ଶତ୍ରୁ। ନିଜକୁ ସବୁ କଥାରେ ଅସହାୟ ଓ ସରକାରଙ୍କ ଦ୍ଵାରା ପୀଡିତ ବୋଲି ଦେଖେଇହେବାର ଖବର ଏବେ ବେଶ ବିକ୍ରି ହେଉଛି ଓ ତାକୁ ବିକୁଥିବା ଲୋକ ଭଲ ଭାବରେ ଜାଣନ୍ତି ଯେ- ଗଣନାଟ୍ୟରେ ଗ୍ଲିସେରିନ ଲୁହର ମଧ୍ୟ ମୂଲ୍ୟ ଅଛି!! ଏବେ ଆମ ଗଣମାଧ୍ୟମ ନିଜ ଆଖିରେ ନିଜକୁ ଅସହାୟ କରି ନିଜର ଖବର ବିକୁଛି।

ନାଟକବାଜି କୁ ଖବର ବୋଲି ବଜାରକୁ ଛାଡି ଦେଲାପରେ ଲୋକେ ତାକୁ ନେଇ କଣ କହୁଛନ୍ତି, ସେକଥା ମଧ୍ୟ ଦେଖାଯାଉ। ଗଣମାଧ୍ୟମ ଡାଳେ ଡାଳେ ଗଲେ, ଦର୍ଶକ ଓ ପାଠକ ପତ୍ରେ ପତ୍ରେ ଚାଲୁଛନ୍ତି। ଲୋକ ଜାଣନ୍ତି, କେଉଁ ଖବରର ଉତ୍ସ କଣ। ତେଣୁ ଆଜିକାଲି ସୋସିଆଲ ମିଡିଆରେ ଲୋକ ସାଙ୍ଗେ ସାଙ୍ଗେ ଆମକୁ ବୋଲି ବାଣୀ ଶୁଣାଉଛନ୍ତି। ସାଙ୍ଗେ ସାଙ୍ଗେ ଆମକୁ ପ୍ରେଷ୍ଟିଚ୍ୟୁଟ ବା ଖବରର ଗଣିକା ବୋଲି ଗାଳି ଦିଆ ହେଉଛି। ଏ ଗାଳି ବେଚାରା, ସାମ୍ବାଦିକ ଶୁଣୁଛି- ଯିଏ କେବଳ ଦରମାଖିଆ ଚାକର ମାତ୍ର। ସାମ୍ବାଦିକକୁ ରାସ୍ତାରେ ଭିଡେଇ ଦେଇ ମାଲିକ ମଜା ଦେଖୁଛି। ଉପର ସ୍ତରରେ ମାଲିକ ନିଜର ହିସାବ କିତାବ ଠିକ ରଖିଛି। ତଳେ ବେଚାରା ସାମ୍ବାଦିକଟି ଯାତ୍ରା ଦଳର ଡାଇଲଗ କହି ଲୋକଙ୍କଠୁ ଶୋଧା ଶୁଣୁଛି। ମାଲିକ ଯଦି ସରକାରରେ ଅଛି, ତାହେଲେ ଆମେ ସାମ୍ବାଦିକ ମାନେ ସରକାରିଆ, ଦରବାରିଆ କିମ୍ବା ତୋଷାମଦିଆ। ମାଲିକ ଯଦି ବିରୋଧୀ ଦଳରେ ଆମେ ହଠାତ ବିପ୍ଳବୀ, ଆମେ ରାତାରାତି ଦୁର୍ନୀତି ବିରୋଧୀ  ଓ ସରକାରକୁ ଓପାଡି ଫୋପାଡି ଦେବାକୁ ବଦ୍ଧ ପରିକର । ହେଲେ ଅସଲ କଥାଟି ହେଉଛି, ଆମେ କେହି ନୋହୁ ରେ ବାପା, ଆମେ ଆମ ମାଲିକର ଦରମାଖିଆ ଚାକର।

ମାଲିକ ଆମକୁ ଯେଉଁ ମୁଖା ଦେଉଛି, ସେ ମୁଖା ପିନ୍ଧି ଆମେ ନାଚ କରୁଛୁ। ସାମ୍ବାଦିକତା ବିଷୟରେ ଏବେ ଗୋଟେ ବହି ପଢୁଥିଲି- ବହିର ନାଁ  ହେଉଛି- ଟ୍ରଷ୍ଟ ମି, ଆଇ ଆମ ଲାଇଙ୍ଗ, ବିଶ୍ଵାସ କରନ୍ତୁ, ମୁଁ ମିଛ କହୁଛି। ଲେଖକ- ରିୟାନ ହଲିଡେ। ଆମର ପାଠକ ଓ ଦର୍ଶକ ଭଲ ଭାବରେ ଜାଣନ୍ତି ଯେ ଆମେ ଯାତ୍ରା ପେଣ୍ଡାଲରେ କଞ୍ଚା ମିଛର ନାଟକ ଇ କରୁଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Latest News

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.