Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ INDIA ସଫଳ ହେବ ତ!
ବିଶେଷ ଖବର

ଓଡ଼ିଶାରେ INDIA ସଫଳ ହେବ ତ!

July 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡ଼ା ଉପନିର୍ବାଚନ
ନୂଆପଡା ଉପ ନିର୍ବାଚନ ଫଳାଫଳ: ସରିଲା ୧୫ ରାଉଣ୍ଡ ଗଣତି, ଜାଣନ୍ତୁ ବିଜେପି-ବିଜେଡ଼ି-କଂଗ୍ରେସର ସ୍ଥିତି

ଭୁବନେଶ୍ୱର: ଦେଶରେ କ୍ଷମତାସୀନ ଏନଡିଏ ବିରୋଧରେ ନିକଟରେ ବେଙ୍ଗାଲୁରରେ ୨୬ଟି ବିରୋଧି ଦଳ ପକ୍ଷରୁ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ (INDIA) ଗଠିତ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ INDIA ଦଳଭୁକ୍ତ ଦଳମାନେ ଶାସକ ବିଜେପିକୁ ପରାସ୍ତ କରିବେ ବୋଲି ସମସ୍ତ ବିରୋଧିଦଳଗୁଡ଼ିକ ଆଶା ବାନ୍ଧି ବସିଛନ୍ତି। ସର୍ବଭାରତୀୟ ସ୍ତରରେ ଏଭଳି ଏକ ମେଣ୍ଟ ହୋଇଥିବାବେଳେ ଓଡ଼ିଶାରେ ଏହା ସମ୍ଭ କି ନୁହେଁ ତାହା ଏବେ ଆଲୋଚନାର ବିଷୟ ହୋଇଛି।

କଂଗ୍ରେସ ବିରୋଧୀ ଜନମତକୁ ପାଥେୟ କରି ୨୦୦୦ ମସିହା ପରଠାରୁ ପ୍ରଥମେ ବିଜେପି ସହିତ ମେଣ୍ଟ କରି, ୨୦୦୯ ପରଠାରୁ ଏକାକୀ ଶାସନ କ୍ଷମତାରେ ରହିଛି ବିଜୁ ଜନତା ଦଳ (ବିଜେଡି)। ୨୦୦୯ ପରଠାରୁ କେନ୍ଦ୍ରରେ ଯେଉଁ ଦଳ ଶାସନକୁ ଆସୁନା କାହିଁକି ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷାକରି ଶାସକ ବିଜେଡି କ୍ଷମତା ବଜାୟ ରଖିଛି। କିନ୍ତୁ କୌଣସି ସର୍ବଭାରତୀୟ ମେଣ୍ଟ ସହିତ ନାହିଁ ବିଜେଡି। ଏନଡିଏ କୁହ ବା ୟୁପିଏ, ଏପରକି ବର୍ତ୍ତମାନର ‘INDIA’ଠାରୁ ସମଦୂରତା ରକ୍ଷା କରି ଆସିଛି ଶାସକ ବିଜେଡି।

୨୦୦୦ ମସିହା ପରଠାରୁ କଂଗ୍ରେସ ଯେଉଁ ସବୁ ଦଳ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଛି ସେମାନେ ପରବର୍ତ୍ତୀ ସମୟରେ ଶାସକ ବିଜେଡି ସହିତ ରହିବାକୁ ଶ୍ରେୟସ୍କର ମନେକରିଛନ୍ତି। ୨୦୦୦ ମସିହାର କଂଗ୍ରେସ ବାମପନ୍ଥୀ ଦଳ ସିପିଆଇ, ସିପିଏମ ବ୍ୟତୀତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହିତ ମେଣ୍ଟ କରି ଆସିଛି। କଂଗ୍ରେସର ଏହି ସହଯୋଗୀ ଦଳର ସଦସ୍ୟମାନେ ବିଭିନ୍ନ ସମୟରେ କଂଗ୍ରେସକୁ ଛାଡ଼ି ବିଜେଡିକୁ ସମର୍ଥନ ଦେଇ ଆସିଛନ୍ତି।

ଏପରିକି ଜେଏମଏମ ଦଳର ୪ଜଣ ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ଆସିବା ପରେ ଶାସକ ବିଜେଡିରେ ବିଲୀନ ହୋଇଯାଇଥିଲେ। ୨୦୦୮ରେ ମେଣ୍ଟ ସରକାରରୁ ବିଜେପି ଓହରି ଯିବା ପରେ ଜେଏମଏମ, ସିପିଆଇ, ସିପିଏମ, ଓଡ଼ିଶା ଗଣ ପରିଷଦର  ସଦସ୍ୟମାନେ ବିଜେଡି ସରକାରକୁ ସମର୍ଥନ କରିଥିଲେ। ୨୦୦୯ରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବିଜେଡି ସହିତ ମେଣ୍ଟ କରି ୪ଟି ଆସନରେ ବିଜୟୀ ହୋଇଥିଲା। ପରେ ଏହି ୪ଜଣ ବିଧାୟକ ବିଧାୟକ ବିଜେଡି ସହିତ ବିଲୀନ ହୋଇଯାଇଥିଲେ।

ବର୍ତ୍ତମାନ ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଶାସକ ବିଜେଡି, ବ୍ୟତୀତ ବିଜେପି, କଂଗ୍ରେସ, ବାମପନ୍ଥୀମାନେ ରହିଛନ୍ତି। ଏନସିପିର ଅସ୍ତିତ୍ୱ ରାଜ୍ୟରେ ନାହିଁ। ଏପରିକି ଜେଏମଏମ ନିଜର ସ୍ଥିତି ଜାହିର କରିବା ପାଇଁ ସଂଘର୍ଷ କରୁଛି। ରାଜ୍ୟରେ ଥିବା ଅନ୍ୟାନ୍ୟ ଦଳ ସମାଜବାଦୀ ପାର୍ଟି, ଆରଜେଡି କେବଳ ସାଇନବୋର୍ଡ଼ ପାର୍ଟି ଭାବରେ ସୀମିତ ରହିଛନ୍ତି।

ପ୍ରେସ ରିଲିଜ ମାଧ୍ୟରେ ନିଜର ଉପସ୍ଥିତି ଜାହିର କରୁଥିବା ସମାଜବାଦୀ ପାର୍ଟି ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରୁଥିବାବେଳେ କୌଣସି ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ କରୁଥିବା ପରିଲକ୍ଷିତ ହେଉନାହିଁ। ଏଭଳି ସ୍ଥିତିରେ ଓଡ଼ିଶାରେ INDIA ସଫଳ ହେବ ନାହିଁ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ଅପର ପକ୍ଷରେ NDA ମଧ୍ୟ ଓଡ଼ିଶାରେ ଏକାକୀ ରହିବ ବୋଲି ଜଣାପଡ଼ିଛି।

india ଏନଡିଏ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.