Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବନିଯୁକ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଆଜିର ଖବର

ନବନିଯୁକ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନବନିଯୁକ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ସମାହିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜୁଲାଇ ୧୭ ତାରିଖରେ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ୧୭ ଜଣ ନବନିଯୁକ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଯୋଗଦେଇଥିଲେ।

ସମାପନୀ ଉତ୍ସବରେ ଉଦ୍‌ବୋଧନ ଦେଇ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ କହିଲେ ଯେ ସୂଚନା ଅଧିକାରୀମାନେ ହେଉଛନ୍ତି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ପ୍ରମୁଖ ସେତୁ। ରାଜ୍ୟ ସରକାରଙ୍କ ଯୋଜନା, କଲ୍ୟାଣକାରୀ କାର୍ଯ୍ୟକ୍ରମ, ସଫଳ କାହାଣୀଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ସମ୍ୟକ ସୂଚନା ଏହି ଅଧିକାରୀମାନେ ମୁଦି୍ରତ ଓ ଇଲେକ୍‌ଟ୍ରୋନିକ୍ସ ଗଣମାଧ୍ୟମଗୁଡ଼ିକୁ ପ୍ରେରଣ କରିଥାନ୍ତି। ତେଣୁ ସେମାନଙ୍କ ନଖ ଦର୍ପଣରେ ସମସ୍ତ ତଥ୍ୟ ରହିବା ଜରୁରୀ।

ମୁଖ୍ୟମନ୍ତ୍ରୀଙ୍କ ୫-‘ଟି’ ମନ୍ତ୍ର ଓ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଇ ନିଜର କର୍ମକ୍ଷେତ୍ରରେ ଏଗୁଡ଼ିକୁ ସଫଳତାର ସହ ପ୍ରୟୋଗ କରିବା, ନୂତନ ଜ୍ଞାନକୌଶଳରେ ପ୍ରଶିକ୍ଷିତ ହୋଇ ସୋସିଆଲ୍‌ ମିଡିଆର ସମୁଚିତ ଉପଯୋଗ ଦ୍ୱାରା ବିକାଶମୂଳକ କାର୍ଯ୍ୟର ପ୍ରଚାର ଓ ପ୍ରସାର ଶୈଳୀର ଆଧୁନିକୀକରଣ କରିବା ଏବଂ ନିଜ ଦକ୍ଷତା ବଳରେ ଜିଲ୍ଲାସ୍ତରର ଅଧିକାରୀମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାକୁ ନିର୍ଦ୍ଦେଶକ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ।

ପ୍ରଶିକ୍ଷଣର ତୃତୀୟ ଦିବସରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜକୁମାର ଶର୍ମା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ନିଜକୁ ଦକ୍ଷ, ଶୃଙ୍ଖଳିତ, ବିଶ୍ୱସନୀୟ ଅଧିକାରୀ ଭାବେ ଗଢ଼ିତୋଳି ବିଭାଗୀୟ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଓ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଶ୍ରୀ ମନୋଜ କୁମାର ସ୍ୱାଇଁ ସୂଚନା ଅଧିକାରୀମାନେ ୫-‘ଟି’ ମନ୍ତ୍ର ଓ ‘ମୋ ସରକାର’ ଉପକ୍ରମ ସମ୍ବନ୍ଧରେ ସଂପୂର୍ଣ୍ଣ ସଚେତନ ହୋଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ବାବଦରେ ଜନସାଧାରଣଙ୍କୁ ସଚେତନ କରାଇବା ଦିଗରେ ତତ୍ପର ହେବାକୁ ପରାମର୍ଶ ଦେଇଥିଲେ।

ସମାପନୀ ଉତ୍ସବରେ ଗୋପବନ୍ଧୁ ଏକାଡେମୀର ଉପନିର୍ଦ୍ଦେଶକ ଡ. ପ୍ରତାପ କୁମାର ମିଶ୍ର ନବନିଯୁକ୍ତ ଉପଖଣ୍ଡସ୍ତରୀୟ ସୂଚନା ଅଧିକାରୀମାନଙ୍କଠାରୁ ପ୍ରଶିକ୍ଷଣ ଓ ଗୋପବନ୍ଧୁ ଏକାଡେମୀ ସଂପର୍କିତ ମତାମତ ଗ୍ରହଣ କରିବା ସହ ଅଧିକାରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏଠାରେ ପ୍ରକାଶଯୋଗ୍ୟ ଯେ ଅଭିଷେକ ବେହେରା, ଢେଙ୍କାନାଳ, ଅବିନାଶ ପାଣି, ଉଦଳା, ଐଶ୍ୱର୍ଯ୍ୟା ସାମନ୍ତ, ବାଲେଶ୍ୱର, ଅମ୍ଳାନ ଦାସ, ବାଙ୍କୀ, କେ. ଶ୍ରବଣ କୁମାର, ଅନୁଗୋଳ, ପ୍ରହ୍ଲାଦ କାଶଲା, ବାଲିଗୁଡ଼ା, ପ୍ରତିଚୀ ତନୟା ମହାନ୍ତି, ଜଗତସିଂହପୁର, ସଂଯୁକ୍ତା କୁଲୁ, ସମ୍ବଲପୁର, ସାର୍ଥକ ଅଭିନନ୍ଦନ ରାୟ, ଚମ୍ପୁଆ, ସ୍ୱାଗତିକା ବେହେରା, କଟକ, ସରୋଜ କୁମାର ସାହୁ, ବଲାଙ୍ଗିର, ଆଲୋକ କୁମାର ମହାନ୍ତି, କେନ୍ଦ୍ରାପଡ଼ା, ସ୍ୱାତିସ୍ନିଗ୍ଧା ସୁଆର, ସୁଶ୍ରୀସଂଗୀତା ମହାରଣା, ରୋଜାଲିନ୍‌ ସାହୁ ଓ ତନୁଜା ମହାନ୍ତି, ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପ୍ରମୁଖ ୧୭ ଜଣ ନବନିଯୁକ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୂଚନା ଓ ଲୋକସଂପର୍କ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025
Latest News

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.