Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କଲା ଭାରତ ନ୍ୟାସନାଲ୍ ଟେଲି ମେଡିସିନ୍ ପ୍ରୋଗ୍ରାମ ଅଫ୍‌ ଇଣ୍ଡିଆ
ଆଜିର ଖବର

ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କଲା ଭାରତ ନ୍ୟାସନାଲ୍ ଟେଲି ମେଡିସିନ୍ ପ୍ରୋଗ୍ରାମ ଅଫ୍‌ ଇଣ୍ଡିଆ

July 23, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଲି ମେଡିସିନ୍ ହେଲ୍‌ଥ ପ୍ରୋଗ୍ରାମ (ଟେଲି ମେଣ୍ଟାଲ୍ ହେଲ୍‌ଥ ଆସିଷ୍ଟାନ୍‌ସ ଆଣ୍ଡ ନେଟର୍ଓ୍ବକିଂ ଆକ୍ରସ୍ ଷ୍ଟେଟ୍‌ସ : ଟେଲି ମାନସ- ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଡିଜିଟାଲ୍ ଶାଖା)ର ଶୁଭାରମ୍ଭ ସରକାର ଅକ୍ଟୋବର 2022 ରେ କରିଥିଲେ ଯଦ୍ବାରା ଦେଶରେ ମାନସିକ ସ୍ବାସ୍ଥ୍ୟ ସେବାର ଉପଲବ୍ଧତାକୁ ଦୃଢ଼ କରାଯାଇପାରିବ। ଏବେ ଏହି ପଦକ୍ଷେପ ଏକ ମୁଖ୍ୟ ମାଇଲଖୁଣ୍ଟରେ ପହଞ୍ଚିଛି। ଟୋଲ୍‌ ଫ୍ରି ସେବାର ଏହି କାର୍ଯ୍ୟକ୍ରମର ଆରମ୍ଭ ପରେ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଂଶରେ ଦୁଇ ଲକ୍ଷରୁ ଅଧିକ କଲ୍‌ ମିଳିଛି। ଏଥିରୁ ଜଣା ଯାଉଛି ଯେ ଏହାର କାମରେ କ୍ରମାଗତ ଭାବରେ ପ୍ରଗତି ହେଉଛି। ତିନି ମାସର ଏହି ଖୁବ୍ କମ୍ ସମୟ ମଧ୍ୟରେ କଲର ସଂଖ୍ୟାରେ ବହୁତ ଦ୍ରୁତ ବୃଦ୍ଧି ଦେଖା ଯାଇଛି। ଏହି ସମୟରେ କଲ୍‌ର ସଂଖ୍ୟା ଏକ ଲକ୍ଷ (ଏପ୍ରିଲ୍ 2023 ରେ) ବଢ଼ି ଦୁଇ ଲକ୍ଷ ହୋଇଛି।

ଏହି ଉପଲବ୍ଧି ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟ ଏକ ଟ୍ବିଟ୍ ମାଧ୍ୟମରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

31 ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଟେଲି ମାନସର 42 ରୁ ଅଧିକ ପ୍ରକୋଷ୍ଠ କାର୍ଯ୍ୟରତ ରହିଛି। ପ୍ରକୋଷ୍ଠ ପ୍ରତି ଦିନ 20 ଭାଷାରେ 1300 ରୁ ଅଧିକ ଫୋନ୍ କରୁଥିବା ବ୍ୟକ୍ତିଙ୍କୁ ସେବା ପ୍ରଦାନ କରିଛନ୍ତି। ଏହା ଉଲ୍ଲେଖନୀୟ ଯେ 1900 ରୁ ଅଧିକ କାଉନସେଲରଙ୍କୁ ପ୍ରଶିକ୍ଷିତ କରାଯାଇଛି, ଯେଉଁମାନେ ପ୍ରଥଢ଼ ପର୍ଯ୍ୟାୟରେ ସେବା ପ୍ରଦାନ କରୁଛନ୍ତି। ସବୁଠାରୁ ସାଧାରଣ ଅଭିଯୋଗ ହେଉଛି ଅବସାଦ, ଅନିଦ୍ରା ଏବଂ ଚାପ ସାମିଲ୍ ରହିଛି। କାଉନ୍‌ସେଲର ପ୍ରାୟ ସାତ ହଜାର ଲୋକଙ୍କୁ ପୁଣି ଥରେ ଫୋନ କରି ତାଙ୍କର ସ୍ବାସ୍ଥ୍ୟର ଅବସ୍ଥାକୁ ପଚାରି ବୁଝିଛନ୍ତି। ଏମାନେ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନଙ୍କୁ ସେବା ଦେବାରେ କାଉନ୍‌ସେଲରଙ୍କୁ ସଫଳତା ମିଳିଛି। ଯେଉଁ ଫୋନ କରିଥିବା ବ୍ୟକ୍ତିଙ୍କୁ ବିଶେଷ ଯତ୍ନର ଆବଶ୍ୟକତା ରହିଥିଲା, ତାଙ୍କୁ ଡିଏମଏଚପି ଏବଂ ଅନ୍ୟ ନିକଟବର୍ତ୍ତୀ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର ସହିତ ସଫଳତାପୂର୍ବକ ସାମିଲ୍ କରାଯାଇଛି।

ପରୀକ୍ଷା ଋତୁରେ ପରୀକ୍ଷା ଚାପ ସହିତ ଜଡିତ କଲ୍ ବୃଦ୍ଧି ହୋଇଥିବା ଦେଖାଯାଇଛି।  ଏହି କଲର୍ ମାନଙ୍କୁ ପରାମର୍ଶଦାତାମାନେ ସହାୟକ କାଉନସେଲିଂ ଏବଂ ସ୍ୱୟଂ ସହାୟକ କୌଶଳ ସହିତ ସାହାଯ୍ୟ କରିଥିଲେ ଯାହା ସେମାନଙ୍କୁ ସଫଳତାର ସହିତ ବାହାରକୁ ଆସିବାରେ ସାହାଯ୍ୟ କରିଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧିକ ଛାତ୍ର / କିଶୋରମାନଙ୍କ ନିକଟରେ ପହଞ୍ଚିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି।

ବିଭିନ୍ନ ମିଡିଆ ପ୍ଲାଟଫର୍ମ ଯେପରିକି ପ୍ରିଣ୍ଟ ମିଡିଆ, ରେଡିଓ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଟେଲି ମାନସ ସେବାର ପ୍ରୋତ୍ସାହନ ଦିଆଯାଉଛି ।  ଆଗାମୀ ଦିନରେ ଇ-ସଞ୍ଜୀବନୀଙ୍କ ସହ ଏକୀକରଣ ସହିତ ବିଦ୍ୟମାନ ଗୁରୁତ୍ୱପୂର୍ଣ୍ଣ ସେବା ତଥା ଉତ୍ସଗୁଡିକ ସହିତ ଲିଙ୍କ ସହିତ ଟେଲି ମାନସ କଲର ମାନଙ୍କୁ ମୌଳିକ ପରାମର୍ଶ ଏବଂ ମାନସିକ ସ୍ବାସ୍ଥ୍ୟ ସେବା ଯୋଗାଇବା ଜାରି ରଖିବ। 9 ମାସ ମଧ୍ୟରେ ଟେଲି ମାନସ  2 ଲକ୍ଷ କଲ୍ ମାର୍କରେ ପହଞ୍ଚିବା ସହିତ ଏହା ସମଗ୍ର ଭାରତରେ ଏକ ବ୍ୟାପକ ଡିଜିଟାଲ୍ ମାନସିକ ସ୍ବାସ୍ଥ୍ୟ  ନେଟୱାର୍କ ଗଠନ ଏବଂ ଅତୁଳନୀୟ ସ୍ତରରେ ପହଞ୍ଚିବା ପାଇଁ ଏହାର ମୂଳ ଲକ୍ଷ୍ୟ ହାସଲ କରିବାକୁ ଯାତ୍ରା କରୁଛି।

ଦେଶର ମାନସିକ ସ୍ବାସ୍ଥ୍ୟ ସଙ୍କଟକୁ ଏକ ସ୍ବୀକୃତି ଭାବରେ କେନ୍ଦ୍ର ବଜେଟ୍ 2022-23 ରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଘୋଷିତ ହୋଇଥିବା ଟେଲି ମାନସ ପଦକ୍ଷେପ, ଏକ ନୂତନ ପଦକ୍ଷେପ ଯାହା ଦ୍ବାରା କଲ୍ କରୁଥିବା ବ୍ୟକ୍ତିଙ୍କ ଗୋପନୀୟତା ବଜାୟ ରଖିବା ସହ ସାଧାରଣତଃ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଅନେକ ମାତ୍ରାରେ ହ୍ରାସ ହୋଇଥାଏ।

ଭାରତର ଜାତୀୟ ଟେଲି ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଦେଶର ମାନସିକ ସ୍ବାସ୍ଥ୍ୟ କର୍ମୀ ଗଠନ ଉପରେ ଧ୍ୟାନ ଦେଇଥାଏ ଏବଂ ଏକକାଳୀନ ସୁନିଶ୍ଚିତ କରେ ଯେ ମାନସିକ ସ୍ବାସ୍ଥ୍ୟ ସେବା ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମାଗଣାରେ ପହଞ୍ଚିପାରିବ, ଯାହା ସମାଜର ସବୁଠାରୁ ଅସୁରକ୍ଷିତ ତଥା ଅଣସଂରକ୍ଷିତ ବିଭାଗକୁ ଲକ୍ଷ୍ୟ କରିଥାଏ।  6 ମାସ ମଧ୍ୟରେ ଟେଲି ମାନସ୍ 1 ଲକ୍ଷ ମାର୍କରେ ପହଞ୍ଚିବା ସହିତ ଏହା ସମଗ୍ର ଭାରତରେ ଏକ ଦୃଢ଼ ଡିଜିଟାଲ୍ ମାନସିକ ସ୍ବାସ୍ଥ୍ୟ ନେଟୱାର୍କ ଗଠନ କରିବାର ମୂଳ ଲକ୍ଷ୍ୟ ହାସଲ କରିବାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ଟୋଲ୍ ଫ୍ରି ହେଲ୍‌ପଲାଇନ୍ ନମ୍ବର :14416 ବା 1-800-891-4416 ଅନେକ ଭାଷାରେ ଉପଲବ୍ଧ ରହିଛି ଏବଂ ଏହା ମାଧ୍ୟମରେ ଫୋନ କରୁଥିବା ବ୍ୟକ୍ତିଙ୍କୁ ନିଜ ଭାଷାକୁ ଚୟନ ରି ସେବା ଉପଲବ୍ଧ କରିପାରିବେ।

ମାଇଲଖୁଣ୍ଟ ହାସଲ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025
Latest News

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.