Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର
ଆଜିର ଖବର

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର

July 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଷୀ
Implementation of PMFBY for Kharif 2026 in Odisha

ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ଖରିଫ ୨୦୨୩ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ରଲେଖି ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କହିଛନ୍ତି। ଚଳିତ ଖରିଫ ପାଇଁ ଜୁଲାଇ ୩୧, ୨୦୨୩କୁ ସମୟସୀମା ଭାବେ ଧାର‌୍ୟ୍ୟ କରାଯାଇଥିବାବେଳେ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟ ଖରିଫ ୨୦୨୩ରୁ ରବି ୨୦୨୫ ମଧ୍ୟରେ ରାଜ୍ୟ ସରକାର ନିଜ ଭାଗରେ ପ୍ରିମିୟମ୍ ବହନ କରିବା ସହିତ କୃଷକମାନଙ୍କ ପ୍ରିମିୟମ୍ ଅଂଶ ମଧ୍ୟ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ଏହି ସକରାତ୍ମକ ପଦକ୍ଷେପ ଯୋଗୁ ଅଧିକ ଚାଷୀ ଓ ଅଧିକ ଫସଲ ଜମି ବୀମାଭୁକ୍ତ ହେବ ବୋଲି ଆଶା କରାଯାଉଛି।

୨୦୧୬ ମସିହାରୁ ଓଡ଼ିଶା ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର‌୍ୟ୍ୟକାରୀ କରୁଛନ୍ତି। ପ୍ରାକୃତିକ ବିପର‌୍ୟ୍ୟୟ ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିଗ୍ରସ୍ତ କୃଷକମାନଙ୍କୁ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଚଳିତ ଖରିଫରେ ଫସଲ ଧାନ, ମକା, କପା, ମାଣ୍ଡିଆ, ହରଡ଼, ଚିନାବାଦାମ, ଅଦା ଓ ହଳଦୀ ଆଦି ୮ ଗୋଟି ଫସଲକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଖାଦ୍ୟଶସ୍ୟ ଓ ତୈଳବୀଜ ଫସଲ ପାଇଁ ମୋଟ ବୀମା ପରିମାଣର ୨ ପ୍ରତିଶତ (ଋଣ ପ୍ରଦାନ ସମତୁଲ ଅର୍ଥରାଶି) ପ୍ରିମିୟମ୍ ଆକାରରେ ପ୍ରଦାନ କରାଯାଇଥାଏ। କପା, ହଳଦୀ, ଅଦା ଆଦି ବ୍ୟବସାୟିକ ଫସଲ ପାଇଁ ଏହି ପ୍ରିମିୟମ୍ ମୋଟ ବୀମାରାଶିର ୫ ପ୍ରତିଶତ ଅଟେ। ଅବଶିଷ୍ଟ ପ୍ରକୃତ ପ୍ରିମିୟମ୍‌କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୫୦:୫୦ ଅନୁପାତରେ ବହନ କରିଥାଆନ୍ତି।

ଫସଲବୀମା ଯୋଜନା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବିଗତ ୩ଟି ଋତୁର ବୀମାଭୁକ୍ତ କୃଷକଙ୍କ ସଂଖ୍ୟାକୁ ବିବେଚନା କରି ବ୍ଲକ୍ ଓ ପଞ୍ଚାୟତୱାରୀ ବୀମାର ଧାର୍ଯ୍ୟ ଲକ୍ଷ୍ୟ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥି ସହିତ କୃଷି ଓ କୃଷକ ସଶକ୍ତିକରଣ, ସମବାୟ ଓ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରାଯିବା ପାଇଁ କୁହାଯାଇଛି।

ଖରିଫ ୨୦୨୩ରେ ବିଜ୍ଞପିତ ଫସଲ ପାଇଁ ଋଣ ଗ୍ରହଣ କରିଥିବା ଚାଷୀଙ୍କ ବୀମା କରିବା ପାଇଁ ଉଭୟ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେବା ପାଇଁ କୁହାଯାଇଛି। ଏଥି ନିମନ୍ତେ ଫସଲବୀମା କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରାମପଞ୍ଚାୟତ ସ୍ତରରେ ପ୍ରଚାରପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତ୍ୟେକ ଦିନର ବୀମାର ଅଗ୍ରଗତି ରିପୋର୍ଟ ଅପ୍‌ଲୋଡ୍ କରିବା ସହିତ ସମୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି।

ଶେଷ ଦିନରେ ଫସଲବୀମା ନିମନ୍ତେ ବ୍ୟାଙ୍କ ଓ ଜନସେବା କେନ୍ଦ୍ରରେ ଭିଡରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଫସଲବୀମା କରାଇନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

ଖରିଫ-୨୦୨୩
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.