Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ବୟସ ହ୍ରାସ କରିବାକୁ ସଂସଦୀୟ କମିଟିର ପରାମର୍ଶ
ଆଜିର ଖବର

ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ବୟସ ହ୍ରାସ କରିବାକୁ ସଂସଦୀୟ କମିଟିର ପରାମର୍ଶ

August 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
parliament
budget session starts from today

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ହ୍ରାସ କରିବାକୁ ସଂସଦୀୟ କମିଟି ଶୁକ୍ରବାର ଦାବି କରି କହିଛି ଯେ ଏହା ଯୁବପିଢ଼ିଙ୍କୁ ଗଣତନ୍ତ୍ରରେ ସାମିଲ ହେବାପାଇଁ ସମାନ ସୁଯୋଗ ଦେବ।

ବର୍ତ୍ତମାନର ଆଇନଗତ ଢାଞ୍ଚା ଅନୁଯାୟୀ, ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଜଣେ ବ୍ୟକ୍ତିଙ୍କ ବୟସ ଅତି କମରେ ୨୫ ବର୍ଷ ହେବା ଆବଶ୍ୟକ। ରାଜ୍ୟସଭା ଏବଂ ରାଜ୍ୟ ବିଧାନ ପରିଷଦର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ ୩୦ ବର୍ଷ ହେବା ଆବଶ୍ୟକ।

ବର୍ତ୍ତମାନ ଜଣେ ବ୍ୟକ୍ତି ଭୋଟରଭାବେ ପଞ୍ଜୀକରଣ କରିବାର ବୟସ ୧୮ ବର୍ଷ ରହିଛି। ଜାତୀୟ ନିର୍ବାଚନ ବା ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ସୀମା ୨୫ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବାକୁ ସୁପାରିସ କରାଯାଇଛି।

କାନାଡା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ବିଭିନ୍ନ ଦେଶର ଅଭ୍ୟାସକୁ ଅନୁଧ୍ୟାନ କରିବା ପରେ କମିଟି କହିଛି ଯେ ଜାତୀୟ ନିର୍ବାଚନରେ ପ୍ରାର୍ଥୀତ୍ୱ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଆବଶ୍ୟକ। ଏହି ରାଷ୍ଟ୍ରଗୁଡ଼ିକର ଉଦାହରଣ ଦର୍ଶାଉଛି ଯେ ଯୁବଗୋଷ୍ଠୀ ବିଶ୍ୱସନୀୟ ଏବଂ ଦାୟିତ୍ୱବାନ ରାଜନୈତିକ ଅଂଶୀଦାର ହୋଇପାରିବେ ବୋଲି ଆଇନ ଓ କାର୍ମିକ ସଂସଦୀୟ ସ୍ଥାୟୀ କମିଟି କହିଛି।

ଏଥିସହ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି।

ବିଜେପିର ସୁଶୀଲ ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲ କହିଛନ୍ତି ଯେ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସର୍ବନିମ୍ନ ବୟସ ସୀମାକୁ ହ୍ରାସ କରିବାଦ୍ୱାରା ଯୁବପିଢନି ଗଣତନ୍ତ୍ରରେ ସାମିଲ ହେବା ପାଇଁ ସମାନ ସୁଯୋଗ ପାଇବେ।

ବିଶ୍ୱସ୍ତରୀୟ ଅଭ୍ୟାସ, ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ରାଜନୈତିକ ସଚେତନତା ଏବଂ ଯୁବ ପ୍ରତିନିଧିତ୍ୱର ଫାଇଦା ଭଳି ଅନେକ ପ୍ରମାଣଦ୍ୱାରା ଏହି ଦୃଷ୍ଟିକୋଣ ଦୃଢ଼ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

ନିର୍ବାଚନ ଆୟୋଗଙ୍କ ମତରେ ସମ୍ବିଧାନର କୌଣସି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ବାଧ୍ୟତାମୂଳକ କାରଣ ନ ଥିଲେ ତାହା ଅପରିବର୍ତ୍ତିତ ରହିବା ଉଚିତ।

ମତଦାନ ଏବଂ ସଂସଦ, ରାଜ୍ୟ ବିଧାନସଭା ଏବଂ ସ୍ଥାନୀୟ ସଂସ୍ଥାରେ ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବା ପ୍ରସଙ୍ଗରେ ଆୟୋଗ ବିଚାର କରିସାରିଛନ୍ତି ଏବଂ ଏହି ଦାୟିତ୍ୱ ପାଇଁ ଆବଶ୍ୟକ ଅଭିଜ୍ଞତା ଏବଂ ପରିପକ୍ୱତା ଆଶା କରିବା ଅବାସ୍ତବ ବୋଲି ଅନୁଭବ କରିଛନ୍ତି। ତେଣୁ ମତଦାନ ଓ ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ଉପଯୁକ୍ତ। ଆୟୋଗ ସଂସଦ ଓ ରାଜ୍ୟ ବିଧାନସଭାର ସଦସ୍ୟତା ପାଇଁ ବୟସ ସୀମା ହ୍ରାସ କରିବା ସପକ୍ଷରେ ନାହାନ୍ତି ଏବଂ ଏବେବି ଏହି ମତ ବଜାୟ ରଖିଛନ୍ତି।

ବିଧାନସଭା ନିର୍ବାଚନ ଲୋକସଭା ସଂସଦୀୟ କମିଟି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026
Latest News

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.