Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରିକ୍‌ସ ଉଦ୍ୟୋଗ ମନ୍ତ୍ରୀମାନଙ୍କର 7ମ ବୈଠକରେ ଭାଗ ନେଲେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ
ଆଜିର ଖବର

ବ୍ରିକ୍‌ସ ଉଦ୍ୟୋଗ ମନ୍ତ୍ରୀମାନଙ୍କର 7ମ ବୈଠକରେ ଭାଗ ନେଲେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ

August 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ବସ୍ତ୍ର ଓ ଖାଉଟି ବ୍ୟାପାର ତଥା ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରୀ ପିୟୁଷ ଗୋୟଲ୍ ଗତ କାଲି ‘‘ବ୍ରିକ୍‌ସ ଉଦ୍ୟୋଗ ମନ୍ତ୍ରୀମାନଙ୍କର ସପ୍ତମ ବୈଠକ’’ ରେ ଭାଗ ନେଇଛନ୍ତି। ଏହି ବୈଠକ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଭର୍ଚୁଆଲ୍ ଭାବରେ ଆୟୋଜନ କରାଯାଇଥିଲା। ଶ୍ରୀ ଗୋୟଲ୍ ଘୋଷଣା କରି କହିଛନ୍ତି ଯେ ଭାରତ ଷ୍ଟାର୍ଟଅପ୍‌, ନିବେଶକ, ଇନ୍‌କ୍ୟୁବେଟର ଏବଂ ଆକାଂକ୍ଷୀ ଉଦ୍ୟୋଗୀଙ୍କ ମଧ୍ୟରେ ସହଯୋଗକୁ ସୁବିଧାଜନକ କରିବା ଓ ସର୍ବୋତ୍ତମ ପ୍ରଣାଳୀର ଆଦାନ ପ୍ରଦାନ କରିବା ଲକ୍ଷ୍ୟ ସହିତ 2023 ରେ ବ୍ରିକ୍‌ସ ଷ୍ଟାର୍ଟଅପ୍ ଫୋରମର ଶୁଭାରମ୍ଭ କରିବ।

ଭାରତରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ଶ୍ରୀ ପିୟୁଷ ଗୋୟଲ୍ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପର ବିସ୍ତାର ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଯେଉଁ କାରଣରୁ ଦେଶରେ ପ୍ରାୟ 1,00,000 ଷ୍ଟାର୍ଟଅପର ନିର୍ମାଣ ହୋଇଛି। ମନ୍ତ୍ରୀ ‘‘ଉତ୍ପାଦନ ପ୍ରଣାଳୀକୁ ପରିବର୍ତ୍ତନ କରିବା’’ ଏବଂ ଭାରତ ଦ୍ବାରା ଅନ୍ୟ ବ୍ରିକ୍‌ସ ସଦସ୍ୟ ତଥା ବ୍ୟାପକ ଆନ୍ତର୍ଜାତୀୟ ସମୁଦାୟକୁ ଦିଆ ଯାଉଥିବା ସମର୍ଥନ ଉପରେ ଧ୍ୟାନ କେନ୍ଦ୍ରିତ କରିଛି।

ପିୟୁଷ ଗୋୟଲ୍ ‘‘ବସୁଧୈବ କୁଟୁମ୍ବକମ୍’’ (ସମଗ୍ର ବିଶ୍ବ ଗୋଟିଏ ପରିବାର) ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛି, ଯାହା ଏକ ଦାୟୀତ୍ବସମ୍ପର୍ଣ୍ଣ ବିଶ୍ବ ନାଗରିକ ହେବା ତଥା ଅଧିକ ସମାବେଶୀ, ସହିଷ୍ଣୁ ଏବଂ ପରସ୍ପର ସହିତ ସାମିଲ୍ ବିଶ୍ବ  ଦିଗରେ କାମ କରିବାର ଭାରତର ପ୍ରତିବଦ୍ଧତାକୁ ଗୁରୁତ୍ବ ପ୍ରଦାନ କରିଛି।

ଅନ୍ୟ ବ୍ରିକ୍‌ସ ଦେଶ (ବ୍ରାଜିଲ୍, ରୁଷ, ଚିନ୍ ଓ ଦକ୍ଷିଣ ଆଫ୍ରିକା) ର ଉଦ୍ୟୋଗ ମନ୍ତ୍ରୀ ମଧ୍ୟ ବୈଠକରେ ଭାଗ ନେଇଛନ୍ତି ଓ ସଂଯୁକ୍ତ ଘୋଷଣାକୁ ଗ୍ରହଣ କରିଛନ୍ତି।

ମନ୍ତ୍ରୀମାନେ ବ୍ରିକ୍‌ସ ଦେଶର ମଧ୍ୟରେ ଡିଜିଟାଲକରଣ, ଉଦ୍ୟୋଗୀକରଣ, ନୂତନତା, ସମାବେଶ ଓ ନିବେଶର ଆବଶ୍ୟକତା ଉପରେ ପୁଣି ଥରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ସେ ସମସ୍ତ ଆର୍ଥିକ କ୍ଷେତ୍ରରେ ଡିଜିଟାଲ୍ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟୋଗ 4.0 ଏବଂ ଅନ୍ୟ ନୂତନ ପ୍ରଯୁକ୍ତିର ବଢ଼ୁଥିବା ଗୁରୁତ୍ବର ଚିହ୍ନଟ କରିଛ୍ତି। ଘୋଷଣା ମାଧ୍ୟମରେ ବ୍ରିକ୍‌ସ ସଦସ୍ୟମାନେ ମାନବ ସମ୍ବଳ ବିକାଶ ତଥା ଦକ୍ଷତାକୁ ଉନ୍ନତ କରିବା ତଥା ପୁନଃଦକ୍ଷତା ପ୍ରଦାନ କରିବା ସହିତ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ସହଯୋଗର ଅବସରକୁ ଖୋଜିବାର ଆବଶ୍ୟକତାକୁ ସ୍ବୀକାର କରିଛନ୍ତି।

ମନ୍ତ୍ରୀମାନେ ସଂଯୁକ୍ତ ଭାବରେ ଏକ ଉନ୍ମୁକ୍ତ, ନିଷ୍ପକ୍ଷ, ଜୀବନ୍ତ, ସହନଶୀଳ ଏବଂ ଅଣଭେଦଭାବପୂର୍ଣ୍ଣ ବାତାବରଣ ସୃଷ୍ଟି କରି ଉଦ୍ୟୋଗ ସହଯୋଗକୁ ଆହୁରି ମଜବୁତ କରିବା ତଥା ଉଦ୍ୟୋଗର ଅର୍ଥବ୍ୟବସ୍ଥାକୁ ପୂର୍ବ ସ୍ଥିତିକୁ ଆଣିବାରେ ଓ ବିକାଶକୁ ଦ୍ରୁତ କରିବାର ଏହାର ପ୍ରତିବଦ୍ଧତାକୁ ଦୋହରାଇଛି।

ମନ୍ତ୍ରୀମାନେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ର ପ୍ରମୁଖ ଭୂମିକା ଏବଂ ବିଶ୍ବ ଉଦ୍ୟୋଗ ଶୃଙ୍ଖଳା, ଯୋଗାଣ ଶୃଙ୍ଖଳା ଏବଂ ମୂଲ୍ୟ ଶୃଙ୍ଖଳାରେ ଏହାର ସମନ୍ବିତକରଣ ଏବଂ ବିବିଧକରଣର ମହତ୍ତ୍ବକୁ ରେଖାଙ୍କିତ କରିଛନ୍ତି। ମନ୍ତ୍ରୀମାନେ ମହିଳା, ଯୁବକ ଏବଂ ବଞ୍ଚିତ ବର୍ଗକୁ ସ୍ବାମିତ୍ବ/ ପ୍ରବନ୍ଧିତ ପରିଯୋଜନାର ସମନ୍ବିତ ବିକାଶ ପାଇଁ ବ୍ରିକସ ଦେଶକୁ ବଜାରରେ ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତାକୁ ମଧ୍ୟ ଗୁରୁତ୍ବ ପ୍ରଦାନ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୨୮ ତାରିଖ: ଆଜି ଛଅଟି ରାଶିରେ ହେଉଛି ପରିବର୍ତ୍ତନ, ଜାଣିଲେ ଖୁସି ହେବେ

October 28, 2026

ବାତ୍ୟା “ଅର୍ଣ୍ଣବ” ପାଇଁ ଆଉ ଚାରିଟି ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ୍

October 27, 2026

ନବୀନଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ: ‘ଗଠନମୂଳକ ପରାମର୍ଶ ଆଶା କରୁଛୁ’

October 27, 2026

ନଭେମ୍ବର ୧ରେ INDIA ମେଣ୍ଟର ମହାରାଲିକୁ ଗ୍ରୀନ୍ ସିଗନାଲ୍! ଜ୍ଞାନେଶ କୁମାରଙ୍କ ବିରୋଧରେ ଗର୍ଜିବେ ବିରୋଧୀ

October 27, 2026
Latest News

ଏଆଇ ଶୀଘ୍ର ଉତ୍ତର ଦେଇପାରେ, କିନ୍ତୁ ସେଗୁଡ଼ିକର ସତ୍ୟତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ: ପ୍ରଧାନମନ୍ତ୍ରୀ

October 28, 2026

ଅକ୍ଟୋବର ୨୮ ତାରିଖ: ଆଜି ଛଅଟି ରାଶିରେ ହେଉଛି ପରିବର୍ତ୍ତନ, ଜାଣିଲେ ଖୁସି ହେବେ

October 28, 2026

କର୍ଣ୍ଣାଟକ ଏସ୍‌ଆଇଆର୍‌: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

October 27, 2026

ବାତ୍ୟା “ଅର୍ଣ୍ଣବ” ପାଇଁ ଆଉ ଚାରିଟି ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ୍

October 27, 2026

ନବୀନଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ: ‘ଗଠନମୂଳକ ପରାମର୍ଶ ଆଶା କରୁଛୁ’

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.