କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଆଜି ୭୭ ତମ ସ୍ବାଧିନତା ଦିବସ ଅବସରରେ ସ୍ଥାନୀୟ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ରେ ଉପଖଣ୍ଡ ସ୍ତରିୟ ସ୍ବାଧୀନତା ଦିବସ ପାଳନ ହୋଇଛି। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାଧୀନତା ଦିବସର ମହତ୍ଵ ବୁଝାଇଥିଲେ ଓ ଆମ ଦେଶ ଭାରତର ଶାନ୍ତି ସାରା ବିଶ୍ବରେ ପରିଚିତ। ସ୍ବାଧିନତା ଆନ୍ଦୋଳନରେ କେତେ ଯେ ସଂଗ୍ରାମୀ ବଳି ପଡିଛନ୍ତି। ଯେଉଁଥିପାଇଁ ଆମେ ଆଜି ସ୍ବାଧିନ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ପୌର କମିଶନର ଜେ ଶନାଲ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଙ୍ଘମିତ୍ରା ଦଳେଇ ଙ୍କ ସମେତ ବହୁ ପ୍ରସାଶନିକ ଅଧିକାରୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏତଦବ୍ୟତୀତ ଆଜିର କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ଶାରୀରିକ କ୍ରୀଡା କୌଶଳ, ପେରେଡ୍ ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କ୍ରତକାର୍ଯ୍ୟ ଗଣଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।