Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏସିଆ କପ୍ ରୁ ବିଦା ହେବା ପରେ ମୁହାଁମୁହିଁ ହେଲେ ଶାହିନ୍ ଏବଂ ବାବର: ରିଜୱାନ୍ କଲେ ସମାଧାନ
ଅନ୍ତରାଷ୍ଟ୍ରୀୟ

ଏସିଆ କପ୍ ରୁ ବିଦା ହେବା ପରେ ମୁହାଁମୁହିଁ ହେଲେ ଶାହିନ୍ ଏବଂ ବାବର: ରିଜୱାନ୍ କଲେ ସମାଧାନ

September 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ ଗୁରୁବାର ଦିନ ଏସିଆ କପର ସୁପର -୪ ରେ ପାକିସ୍ତାନକୁ ଶ୍ରୀଲଙ୍କା ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଥିଲା। ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ DLS ଅଧୀନରେ ୨ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ସହିତ ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବାର ସ୍ୱପ୍ନ ଭାଙ୍ଗିଯାଇଥିଲା। ବର୍ତ୍ତମାନ ଡ୍ରେସିଂ ରୁମରୁ ଖବର ଆସିଛି ଯେ, ଦଳର ଖେଳାଳିମାନେ ପରସ୍ପର ସହ ସଂଘର୍ଷ କରିଥିଲେ। ବାସ୍ତବରେ ଦଳର ଅଧିନାୟକ ବାବର ଆଜାମ ଏବଂ ଶାହିନ୍ ଆଫ୍ରିଦିଙ୍କ ମଧ୍ୟରେ ଡ୍ରେସିଂ ରୁମରେ କିଛି ବିବାଦ ହୋଇଥିଲା। ଉଭୟଙ୍କୁ ଶାନ୍ତ କରିବା ପାଇଁ ରିଜୱାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା।

‘ବୋଲ୍ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷରେ ପରାଜୟ ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଖେଳାଳିମାନଙ୍କୁ ଡ୍ରେସିଂ ରୁମକୁ ଡାକିଥିଲେ। ବାବର ଖେଳାଳିଙ୍କ ଖରାପ ପ୍ରଦର୍ଶନ ବିଷୟରେ ଆଲୋଚନା କରୁଥିଲେ, କିନ୍ତୁ ଦଳର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ତାଙ୍କୁ ବାଧା ଦେଇ କହିଥିଲେ ଯେ, ଅତି କମରେ ସେହି ଖେଳାଳିମାନଙ୍କୁ ପ୍ରଶଂସା କରାଯାଉ, ଯେଉଁମାନେ ଭଲ ପ୍ରଦର୍ଶନ କରିଥିଲେ। ଆଫ୍ରିଦିଙ୍କ ଏହି କଥା ବାବରଙ୍କୁ ଆଦୌ ପସନ୍ଦ ନଥିଲା। ପାକିସ୍ତାନୀ ଅଧିନାୟକ କହିଥିଲେ ଯେ, କିଏ ଭଲ ପ୍ରଦର୍ଶନ କରିଛି ସେ ଜାଣିଛନ୍ତି।

ଶାହିନ୍ ଏବଂ ବାବରଙ୍କ ମଧ୍ୟରେ ବିବାଦ ଏତେ ବୃଦ୍ଧି ପାଇଲା ଯେ, ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଆସିବାକୁ ପଡିଲା। ସୂଚନା ଯୋଗ୍ୟ ଯେ, ବାବର ଡ୍ରେସିଂ ରୁମରେ ଖେଳାଳିମାନଙ୍କୁ କହିଥିଲେ ଯେ ସେମାନେ ଦାୟିତ୍ଵ ପୂର୍ଣ୍ଣ ଭାବରେ ଖେଳୁ ନାହାଁନ୍ତି। ଶାହିନ୍ ଆଫ୍ରିଦି ଏହି ପ୍ରସଙ୍ଗରେ ବାବରଙ୍କୁ ଅଟକି ଦେଇଥିଲେ।

ଏସିଆ କପ୍‌ ପାକିସ୍ତାନ ବାବର ଆଜାମ ଶାହିନ୍ ଆଫ୍ରିଦି ଶ୍ରୀଲଙ୍କା ସୁପର-୪
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନିତ ହେଲା ସୋଆ

March 30, 2026

ପାକିସ୍ତାନ ମାଧ୍ୟମରେ ଟ୍ରମ୍ପଙ୍କ ପ୍ରସ୍ତାବ ପାଇଲା ଇରାନ: କଡ଼ା ଜବାବ ଦେଲା ତେହରାନ

March 30, 2026

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026
Latest News

ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନିତ ହେଲା ସୋଆ

March 30, 2026

ପାକିସ୍ତାନ ମାଧ୍ୟମରେ ଟ୍ରମ୍ପଙ୍କ ପ୍ରସ୍ତାବ ପାଇଲା ଇରାନ: କଡ଼ା ଜବାବ ଦେଲା ତେହରାନ

March 30, 2026

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026

ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.