Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଲ୍ଆଇସି ଏଜେଣ୍ଟ ଓ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣମୂଳକ ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ
ଆଜିର ଖବର

ଏଲ୍ଆଇସି ଏଜେଣ୍ଟ ଓ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣମୂଳକ ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ

September 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍ ଆଇସି) ର କର୍ମଚାରୀ ଓ ଏଜେଣ୍ଟମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ ଦେଇ କହିଛି, ସମ୍ପୃକ୍ତ କର୍ମଚାରୀ ଓ ଏଜେଣ୍ଟମାନେ ପାଉଥିବା ସୁବିଧା ସୁଯୋଗର ସଂଶୋଧନ କରାଯାଇଛି। ଏଥିରେ ଏଲ୍ଆଇସି କର୍ମଚାରୀ ଓ ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ବଢିବ ଏବଂ ସେମାନେ ସମାନ ହାରରେ ପରିବାର ପେନ୍ସନ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ।

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅନୁମୋଦନ କରିଥିବା କଲ୍ୟାଣକାରୀ ପଦକ୍ଷେପଗୁଡିକ ନିମ୍ନରେ ପ୍ରଦାନ କରାଗଲା।

ଏଲଆଇସି ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଫଳରେ ସମ୍ପୃକ୍ତ ଏଜେଣ୍ଟମାନେ ଉପକୃତ ହେବେ।

ପୁନଃ ନିଯୁକ୍ତି ପାଇଥିବା ଏଜେଣ୍ଟମାନେ ରିନ୍ୟୁଆଲ କମିଶନ ପାଇବାକୁ ଯୋଗ୍ୟ ହେବେ। ଏହା ଫଳରେ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଏବେ ଏଲଆଇସି ଏଜେଣ୍ଟମାନେ ରିନ୍ୟୁଆଲ କମିଶନ ପାଇବାକୁ ଯୋଗ୍ୟ ନୁହଁନ୍ତି।

ଟର୍ମ ବୀମା ସୁବିଧା ଏଜେଣ୍ଟମାନଙ୍କ ପାଇଁ ୨୫ହଜାରରୁ ଦେଢଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୦୦୦ରୁ ୧୦ହଜାର ଟଙ୍କା ମଧ୍ୟରେ ସୀମିତ ଥିଲା। ଏହା ଫଳରେ କୌଣସି ଏଲଆଇସି ଏଜେଣ୍ଟଙ୍କର ମୃତ୍ୟୁ ଘଟିଲେ ତାଙ୍କ ପରିବାର ଅଧିକ ଅର୍ଥ ପାଇବେ।

ଏଲଆଇସି କର୍ମଚାରୀଙ୍କ ପାଇଁ ପରିବାର ପେନ୍ସନ୍ ହାରକୁ ଏକ ପ୍ରକାର କରାଯାଇଛି । ଏଣିକି ସବୁ କର୍ମଚାରୀଙ୍କୁ ୩୦ଶତାଂଶ ହାରରେ ପରିବାର ପେନ୍ସନ୍ ମିଳିବ।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୧୩ଲକ୍ଷରୁ ଅଧିକ ଏଲ୍ଆଇସି ଏଜେଣ୍ଟ ଓ ଏକଲକ୍ଷରୁ ଅଧିକ ନିୟମିତ କର୍ମଚାରୀ ଉପକୃତ ହେବେ। ଏହି ପଦକ୍ଷେପ ଯୋଗୁଁ ଏଲଆଇସିର ଅଭିବୃଦ୍ଧି ମଧ୍ୟ ବଢିବ ଏବଂ ଦେଶରେ ଏହି ବୀମା ବ୍ୟବସ୍ଥାର ପ୍ରସାରକୁ ପ୍ରୋତ୍ସାହନ ମିଳିବ।

ଅର୍ଥ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Latest News

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.