Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ସ୍ବଚ୍ଛତା ଲିଗର ଦ୍ବିତୀୟ ସଂସ୍କରଣରେ 4000 ରୁ ଅଧିକ ସହରର ଟିମ୍ ସାମିଲ୍
ଆଜିର ଖବର

ଭାରତୀୟ ସ୍ବଚ୍ଛତା ଲିଗର ଦ୍ବିତୀୟ ସଂସ୍କରଣରେ 4000 ରୁ ଅଧିକ ସହରର ଟିମ୍ ସାମିଲ୍

September 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତୀୟ ସ୍ବଚ୍ଛତା ଲିଗ୍ (ଆଇଏସଏଲ୍) ର ଦ୍ବିତୀୟ ସଂସ୍କରଣରେ 4000 ରୁ ଅଧିକ ସହରର ଅଂଶଗ୍ରହଣ ସହିତ ସ୍ବଚ୍ଛ ଭାରତ ମିଶନ ସହରୀକୁ ନୂତନ ଗତି ମିଳିଛି। ଆଇଏସଏଲ୍ ସ୍ବଚ୍ଛତା ସହିତ ସାମିଲ୍ କାର୍ଯ୍ୟରେ ଯୁବକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସହର ମଧ୍ୟରେ ଯୁବକମାନଙ୍କ ନେତୃତ୍ବ ଥିବା ଏକ ଅଭିନବ ପଦକ୍ଷେପ ଅଟେ। ଆଇଏସଏଲ ର ଅଂଶ ଭାବରେ, ଭିନ୍ନ ଭିନ୍ନ ସହରର ଟିମ ସ୍ବଚ୍ଛତା ଚାମ୍ପିୟନ ଭାବରେ ସମୁଦ୍ରତଟ, ପର୍ଯ୍ୟଟନ ସ୍ଥଳ ଏବଂ ପାହାଡ଼ ଗୁଡ଼ିକର ଉତ୍ସାହର ସହିତ ସଫା କରୁଛନ୍ତି। ସ୍ବଚ୍ଛ ଭାରତ ମିଶନ- ସହର (ଏସବିଏମ-ୟୁ) ଅନ୍ତର୍ଗତ 2022 ରେ ଆଇଏସଏଲ୍ ର ଉଦ୍ଘାଟନି ସଂସ୍କରଣ ଆଜି ଏକ ବଡ଼ ସଫଳତାରେ ପ୍ରମାଣିତ ହୋଇଛି। ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଏହି ଅଭିଯାନରେ ପଚାଶ ହଜାର ସ୍ବୟଂସେବକ ସାମିଲ୍ ହୋଇଛନ୍ତି।

ସ୍ବଚ୍ଛତା ପକ୍ଷ – ସ୍ବଚ୍ଛତା ହିଁ ସେବା 2023 ର ଆୟୋଜନ 15 ସେପ୍ଟେମ୍ବର ରୁ 2 ଅକ୍ଟୋବର ମଧ୍ୟରେ କରାଯାଉଛି। 2 ଅକ୍ଟୋବରର ଏହି ଦିନ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସ୍ବଚ୍ଛ ଭାରତ ଦିବସ (ଏସବିଡି) ଭାବରେ ପାଳନ କରାଯାଉଛି। ଆଇଏସଏଲ୍, ସଫାଇ ମିତ୍ର ସୁରକ୍ଷା ଶିବିର ଏବଂ ସ୍ବଚ୍ଛତା ଦିବସ ଏହି ସ୍ବଚ୍ଛତା ପକ୍ଷ ଅନ୍ତର୍ଗତ ପରିଚ୍ଛନ୍ନତାର ଭିନ୍ନ ଭିନ୍ନ ଅଭିଯାନ ଅଟେ।

ଆଇଏସଏଲ୍ 2.0 ପାଇଁ ସହର ଗୁଡ଼ିକ ସିଟି ଟିମର ଆକର୍ଷଣୀୟ ନାମ ଚୟନ କରିଛନ୍ତି। ଏଥିପାଇଁ ଟିମର କ୍ୟାପଟେନ ଓ ଆମ୍ବାସଡରଙ୍କର ଯେଉଁ ନାମ ଚୟନ କରାଯାଇଛି ସେଥିରେ ରହିଛନ୍ତି ଶୀର୍ଷ ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁ, ପ୍ଲଗମ୍ୟାନ ରିପୁଦମାନ ବେଭଲି, ପେଡଲର ସ୍ବସ୍ତିକା ଘୋଷ, ରାମବୀର ତନୱର, ଡିଫେଣ୍ଡିଂ ଚାମ୍ପିୟନ ଚଣ୍ଡିଗଡ଼ ଚ୍ୟାଲେଞ୍ଜର୍ସ, ହୁନସର ହିରୋଜ୍, ଭିକଟାମସିଂହପୁରମ୍, ଦାନ୍ଦେଲି ସ୍ବଚ୍ଛତା ୱାରିୟର୍ସ, କୁସ୍ତାଗି ଚାମ୍ପିୟନ୍ସ ଓ ଆର୍ସିକେରେ ଆର୍ମି ପ୍ରଥମ ଟିମ୍ ଭାବରେ ପଞ୍ଜୀକୃତ ହୋଇଥିଲେ।

ସ୍ବଚ୍ଛତା ପାଇଁ ଜନ ଆନ୍ଦୋଳନ ଏବଂ ଆଇଏସଏଲ୍ 2.0 ର ଥିମ୍ ଉପରେ ସହରରେ ପ୍ରଭାବୀ ସ୍ବଚ୍ଛତା କାର୍ଯ୍ୟ ଆୟୋଜିତ କରାଯାଇଛି ଏବଂ ସୁନ୍ଦର ଚିତ୍ର ସ୍ଥାପିତ କରାଯାଇଛି। ଏହା ସହିତ ବିଭିନ୍ନ ପ୍ରକାର ମାନବ ଶୃଙ୍ଖଳ ପ୍ରସ୍ତୁତ କରାଯାଇଛି। ଭୋପାଳରେ ଯୋଗ ଦିବସ ଏପରି ସ୍ଥାନରେ ପାଳନ କରାଯାଇଛି ଯେଉଁଠାରେ ପୂର୍ବରୁ ଆବର୍ଜନା ଜମା କରାଯାଉଥିଲା। ଜନ ପ୍ରତିନିଧି, ଏନସିସି କ୍ୟାଡେଟ୍, ସ୍କାଉଟ୍ ତଥା ଗାଇଡ୍ ଏବଂ ଜନସାଧାରଣ ଏହି ପରିବର୍ତ୍ତିତ ଏବଂ ସ୍ବଚ୍ଛ ପରିବେଶରେ ଯୋଗ ଦିବସ ପାଳନ କରିବା ପାଇଁ ଏକାଠି ଆସିଛନ୍ତି।

କର୍ଣ୍ଣାଟକର ଦେବନଗରୀରେ ଭାରତର ଚିତ୍ର କରିବା ପାଇଁ ପ୍ରାୟ 4000 ପିଲାମାନେ ଏକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି, ଗତ ଚାମ୍ପିୟନ ଟିମ୍ ଚଣ୍ଡିଗର୍ଡ଼ ଚ୍ୟାଲେଞ୍ଜର୍ସ 10,000 ଲୋକମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ଏକ ଏସୟୁପି ମୁକ୍ତ ମହା ଲଂଗରର ଆୟୋଜନ କରିଛନ୍ତି ଯେତେବେଳେ କି ଆଲ୍ଲେପିରେ ହ୍ରଦର ପରିଚ୍ଛନ୍ନତା ପାଇଁ ‘ସେଭ୍ ଦ ଲେକ୍’ ନାମକ ଏକ ଜଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

ଚଳିତ ସପ୍ତାହରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିଲେ ଏବଂ ନାଗରିକଙ୍କୁ ସ୍ବଚ୍ଛତା ପାଇଁ ଜନ ଆନ୍ଦୋଳନରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସ୍ବଚ୍ଛତା ହିଁ ସେବା ଅନ୍ତର୍ଗତ 5 ଜଣ ସଫାଇ ମିତ୍ରଙ୍କୁ ସମ୍ମାନିତ କରିଛନ୍ତି ଏବଂ ଆଇଏସଏଲ୍ 2.0 ଟି ସାର୍ଟ ଓ ଟୋପି ମଧ୍ୟ ବିତରଣ କରାଯାଇଥିଲା। ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ ମଣିପୁରରେ ସ୍ବଚ୍ଛତା ହିଁ ସେବା ଅଭିଯାନର ଉଦ୍ଘାଟନ କରିଛନ୍ତି ଏବଂ ପ୍ରତ୍ୟେକ ନାଗରିକଙ୍କୁ ସ୍ବଚ୍ଛ ଭାରତ ପାଇଁ ଯୋଗଦାନ ଦେବା ନିମନ୍ତେ ଅନୁରୋଧ କରିଛନ୍ତି।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ 10, 5 ଓ 2 କିଲୋମିଟର ଦୂରତାର ‘ସ୍ବଚ୍ଛତା ଲିଗ୍ ମାରାଥନ୍’ କୁ ସବୁଜ ପତାକା ଦେଖାଇ ଭାରତୀୟ ସ୍ବଚ୍ଛତା ଲିଗର ଶୁଭାରମ୍ଭ କରିଛନ୍ତି।

ଦ୍ବିତୀୟ ସଂସ୍କରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ସଭାପତି ବାଛିବା ପାଇଁ କଂଗ୍ରେସ ଘୋଷଣା କଲା 35 ଜଣିଆ ପର୍ଯ୍ୟବେକ୍ଷକ ତାଲିକା, କେଉଁ ଜିଲ୍ଲାରୁ କିଏ?

August 26, 2025

ଆଦିମ ଜନଜାତି ଛାତ୍ରୀ ଚମ୍ପା ରାସ୍‌ପେଦାଙ୍କୁ କାହିଁକି ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

August 26, 2025

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025
Latest News

ମା ତାରିଣୀ ପୀଠରେ ନିର୍ମାଣ ହେବ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ ଏବଂ ବ୍ୟାଖ୍ୟାନ କେନ୍ଦ୍ର

August 26, 2025

ଜିଲ୍ଲା ସଭାପତି ବାଛିବା ପାଇଁ କଂଗ୍ରେସ ଘୋଷଣା କଲା 35 ଜଣିଆ ପର୍ଯ୍ୟବେକ୍ଷକ ତାଲିକା, କେଉଁ ଜିଲ୍ଲାରୁ କିଏ?

August 26, 2025

ଆଦିମ ଜନଜାତି ଛାତ୍ରୀ ଚମ୍ପା ରାସ୍‌ପେଦାଙ୍କୁ କାହିଁକି ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

August 26, 2025

ବିଜେଡିର ଦୁଇ ଛାମୁଆ ସଂଗଠନରେ ଦୁଇ ସାହୁଙ୍କୁ ନିଯୁକ୍ତି କଲେ ସଭାପତି ନବୀନ ପଟ୍ଟନାୟକ

August 26, 2025

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସିଧା ମତାମତ ନେବେ ମୁଖ୍ୟମନ୍ତ୍ରୀ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.