Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋଟ ୧୦ ରୁ ମୋଦିଙ୍କୁ ଆପଣ କେତେ ମାର୍କ ଦେବେ ? କଣ ଉତ୍ତର ଦେଲେ ନବୀନ ପଟ୍ଟନାୟକ
ଜାତୀୟ ଖବର

ମୋଟ ୧୦ ରୁ ମୋଦିଙ୍କୁ ଆପଣ କେତେ ମାର୍କ ଦେବେ ? କଣ ଉତ୍ତର ଦେଲେ ନବୀନ ପଟ୍ଟନାୟକ

September 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Chief Minister
Odisha Chief Minister Naveen Patnaik says he would rate Prime Minister Narendra Modi 8 out of 10 because of 'what he has done for foreign policy & also in various other matters

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋଟ ୧୦ ମାର୍କରୁ ଆପଣ ତାଙ୍କୁ କେତେ ମାର୍କ ଦେବେ ? ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପରି ପ୍ରଶ୍ନ କଲେ ଭାରତର ପ୍ରଖ୍ୟାତ ସାମ୍ବାଦିକ ପ୍ରଭୃ ଚାୱାଲ। ତେବେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସେ ମୋଦିଙ୍କୁ ୧୦ ରୁ ୮ ମାର୍କ ଦେବେ।

ଭୁବନେଶ୍ବରରେ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ ଦ୍ବାର ଆୟୋଜିତ ଲିଟରାଲି ଫେଷ୍ଟିଭାଲରେ ଯୋଗଦେଇ ନବୀନ ଏହା କହିଥିଲେ। ପ୍ରଭୃ ଚାୱାଲା ଏହାର କାରଣ କଣ ବୋଲି ପଚାରିବାରୁ ନବୀନ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଦୁର୍ନିତି ନିରାକରଣ କାର୍ଯ୍ୟ ବେଶ ପ୍ରଶଂସନୀୟ। ମୁଁ ମଧ୍ୟ ଏହାକୁ ପ୍ରାଥମିକତା ଦେଇଆସୁଛି। ଦୁର୍ନିତି ହଟାଅ ଅଭିଯାନ ବର୍ତ୍ତମାନ ବେଶ ଗୁରୁତ୍ବ ପୂର୍ଣ୍ଣ।

ସେହିପରି ନବୀନ କହିଥିଲେ ଯେ, ମୋଦିଙ୍କର ବିଦେଶ ନୀତି ମଧ୍ୟ ବେଶ ପ୍ରଶଂସନୀୟ। କାରଣ ବିଭିନ୍ନ ଦେଶ ସହିତ ସୁସଂପର୍କ ରଖିବା କାର୍ଯ୍ୟ ଭାରତର ସାର୍ବଭୌମତ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ। ଅନ୍ୟ ଦେଶ ସହିତ ସୁସଂପର୍କ ରଖିଲେ ଭାରତ ସମୃଦ୍ଧ ହୋଇପାରିବ। ସେହିପରି ମୋଦିଙ୍କ ୱାନ ନେସନ ୱାନ ଇଲେକ୍ସନକୁ ମଧ୍ୟ ନବୀନ ସମର୍ଥନ କରିଥିଲେ। ସେ କହିଥିଲେ ଯେ ଯେ କୌଣସି ମୁହୁର୍ତ୍ତରେ ନିର୍ବାଚନ ହେଲେ ମଧ୍ୟ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ।

ଆସନ୍ତା ନିର୍ବାଚନରେ ଓଡିଶାର ବିକାଶ ମୁଖ୍ୟ ପ୍ରସଂଗ ହେବ ବୋଲି ନବୀନ ସେହି କାର୍ଯ୍ୟକମରେ କହିଥିଲେ। ରାଜ୍ୟର ବିକାଶକୁ ପ୍ରାଥମିକତା ଦେଇ ବିଜେଡି ନିର୍ବାଚନକୁ ଓହ୍ଲାଇବ। ଏଥିସହିତ ଜନମଙ୍ଗଳ କାର୍ଯ୍ୟକ୍ରମ ସହିତ ଦୁର୍ନିତି ନିବାରଣ, ଦାରିଦ୍ରଦୂରିକରଣ ଏବଂ ବିପର୍ଯ୍ୟୟ ମୁକାବିଲା ମଧ୍ୟ ନିର୍ବାଚନ ପ୍ରସଂଗ ରହିବ ବୋଲି ନବୀନ କହିଛନ୍ତି।

ସେହିପରି ନବୀନ ସେହି କାର୍ଯ୍ୟକ୍ରମରେ ମହିଳା ସଂରକ୍ଷଣ ବିଲକୁ ସଂପୂର୍ଣ୍ଣ ସମର୍ଥନ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ମହିଳା ସଂରକ୍ଷଣ ପାଇଁ ବିଜେଡି ପୂର୍ବରୁ ପ୍ରାଥମିକତା ଦେଇଆସିଛି। ଏପରିକି ଗତ ନିର୍ବାଚନରେ ଦଳ ତରଫରୁ ମହିଳାଙ୍କୁ ପ୍ରାର୍ଥୀ କରିବାରେ ପ୍ରାଥମିକତା ଦିଆଯାଇଛି। ମୁଖ୍ୟତଃ ରାଜ୍ୟରେ ଦାରିଦ୍ରଦୂରିକରଣ ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ପାଇଁ ଲୋକେ ଆମକୁ ଭଲ ପାଉଛନ୍ତି ବୋଲି ନବୀନ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଭୃ ଚାୱାଲ ପ୍ରଶ୍ନ କରିଥିଲେ ଯେ, ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହି ଡାର୍ଟି ପଲଟିକ୍ସରେ କିପରି କାମ କରୁଛନ୍ତି। ଏହାର ଉତ୍ତରରେ ନବୀନ କହିଥିଲେ ଯେ, ରାଜନୀତି ଡାର୍ଟି ହେବା ଅନୁଚିତ। ଲୋକଙ୍କ ମଙ୍ଗଳ କରିବା ବା ଜନକଲ୍ୟାଣ କାର୍ଯ୍ୟକ୍ରମ କରିବା ପାଇଁ ରାଜନୀତି ଏକ ପ୍ରକୃଷ୍ଠ କ୍ଷେତ୍ର ବୋଲି ନବୀନ କହିଥିଲେ। ଏହାକୁ ନେଇ ପୁରା ପ୍ରେକ୍ଷାଳୟରେ ଲୋକେ ତାଳି ମାରି ସ୍ବାଗତ କରିଥିଲେ।

ଦ ଇଣ୍ଡିଆନ ଏକ୍ସପ୍ରେସ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀ ସୁରକ୍ଷା ଖର୍ଚ୍ଚକୁ ୧,୧୭,୬୯୩ କୋଟିକୁ ବୃଦ୍ଧି କଲା ଭାରତୀୟ ରେଳବାଇ

February 14, 2026

୨୦୨୬ ଟି୨୦ ବିଶ୍ୱକପର ଚାମ୍ପିଅନ୍ ହେବ ଟିମ୍ ଇଣ୍ଡିଆ!: ସେହୱାଗଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ

February 14, 2026

ବିଜେପିରେ ସାମିଲ ହେଲେ ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ଜନପ୍ରତିନଧି ଏବଂ ବିଜେଡି ନେତା ଓ କର୍ମୀ

February 14, 2026

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

February 14, 2026
Latest News

ଯାତ୍ରୀ ସୁରକ୍ଷା ଖର୍ଚ୍ଚକୁ ୧,୧୭,୬୯୩ କୋଟିକୁ ବୃଦ୍ଧି କଲା ଭାରତୀୟ ରେଳବାଇ

February 14, 2026

୨୦୨୬ ଟି୨୦ ବିଶ୍ୱକପର ଚାମ୍ପିଅନ୍ ହେବ ଟିମ୍ ଇଣ୍ଡିଆ!: ସେହୱାଗଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ

February 14, 2026

ବିଜେପିରେ ସାମିଲ ହେଲେ ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ଜନପ୍ରତିନଧି ଏବଂ ବିଜେଡି ନେତା ଓ କର୍ମୀ

February 14, 2026

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

February 14, 2026

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ବଡ ଶୁଭ ଖବର: ଜାଣନ୍ତୁ ଶନିବାର ରାଶିଫଳ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.