Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିଲିକାରେ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଏପରି କଥା
ଜାତୀୟ ଖବର

ଚିଲିକାରେ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଏପରି କଥା

October 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଲିକା ଭଳି ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀ ବ୍ୟବସାୟକୁ ବଢାଇବା ପାଇଁ ପ୍ରୋତ୍ସାହନ ଦେଉଥିବା ବେଳେ ପରଶ୍ରୀକାତର ତଥା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ବିକାଶରେ ବାଧକ ସାଜିଛନ୍ତି । ଶନିବାର ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଠାରେ ଆୟୋଜିତ ‘ସଂକଳ୍ପ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ  ଚିଲିକା ମାଟି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ କାଳିଜାଇ, ମାଆ ଭଗବତୀଙ୍କ ପ୍ରତି ଥିବା ଆବେଗକୁ ଦର୍ଶାଏ। ଓଡ଼ିଶାର ଜନଜୀବନକୁ ବୁଝିବାକୁ ହେଲେ ଏହି ଅଞ୍ଚଳକୁ ଭଲରେ ବୁଝିବାକୁ ହେବ। ସୋରଣ ମାନସିଂହପୁର ଏକ ମତ୍ସ୍ୟଜୀବୀ ଆଧାରିତ ଗାଁ। ଚିଲିକାର ଖଇଙ୍ଗା ମାଛ ଭାରି ସ୍ୱାଦିଷ୍ଟ। ମାତ୍ର ଭୁବନେଶ୍ୱର ବଡ ବଡିଆ ଅଧିକାରୀମାନେ ଓ ଚିଲିକା ସହ ଯୋଡି ହୋଇ ନଥିବା ଲୋକମାନେ ମାଛ ବ୍ୟବସାୟକୁ କବଜା କରିବାକୁ ଚାହୁଁଛନ୍ତି। ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ହେବ।

ଯଦି ଗୁଜୁରାଟ ଭଳି ରାଜ୍ୟ ଭାରତର ସବୁଠୁ ବଡ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦର ବଡ ରପ୍ତାନୀକାରୀ ରାଜ୍ୟ ହୋଇପାରୁଛି ତେବେ ଓଡ଼ିଶା କାହିଁକି ହୋଇପାରିବ ନାହିଁ ? ମତ୍ସ୍ୟଜୀବୀ ବିକାଶର ଲାଭ ଆଣିବା ପାଇଁ ହେଲେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ତାଙ୍କ ଅନୁଯାୟୀଙ୍କୁ ଜିତାଇବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ବେରୋଜଗାରୀ କମିଛି। ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି। ମୋଦି ସରକାରଙ୍କ ଯୋଜନାରେ ଅପେକ୍ଷାରୁ ଅଧିକ ଟଙ୍କା ଓଡ଼ିଶାକୁ ଦେଉଛନ୍ତି। କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩  ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି।  ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି।

ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ କରିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ୫୬ ହଜାର ୭୧୪ ଘର ନିର୍ମାଣ ହୋଇପାରିଛି। ନିର୍ଦ୍ଧାରିତ ସମୟରେ ବଳକା ୯ ଲକ୍ଷ ୮୨ ହଜାର ୭୧୩ ଘର ନିର୍ମାଣ କରିବା ପାଇଁ ହେଲେ ଓଡ଼ିଶା ସରକାରଙ୍କୁ ଦିନକୁ ପ୍ରାୟ ୯ ହଜାର ଘର ନିର୍ମାଣ କରିବା ପାଇଁ ଆବଶ୍ୟକ ଥିବା ବେଳେ ଦିନକୁ ମାତ୍ର ୩୨ଟି ଘର ନିର୍ମାଣ କରୁଛନ୍ତି। ଏହା ଗରିବ ବିରୋଧୀ ସରକାରର ଲକ୍ଷଣ। ଓଡ଼ିଶାରେ ଓଡ଼ିଆ ଜାତି, ଆବେଗକୁ ଦବା ଯାଇପାରିବ ନାହିଁ। ଏଠାକାର ସରକାର ବିକାଶ ନୁହେଁ ବିନାଶ କରିଛନ୍ତି ବୋଲି ସେ କହିଛନ୍ତି।

ଏହି ସଂକଳ୍ପ ସମାବେଶରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ସୋରଣ ମାନସିଂହପୁର ଠାରେ ମୋ ମାଟି ମୋ ଦେଶ  କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ୧୯୯୯ ମସିହାରେ ମାଫିଆଙ୍କ ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରତିବାଦ କରି ସୋରଣ ଗୁଳିକାଣ୍ଡରେ ଶହୀଦ ହୋଇଥିବା ମତ୍ସ୍ୟଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମୋ ମାଟି ମୋ ଦେଶ ଅଭିଯାନରେ ମାନସିଂହପୁରର ମାଟି ରାଷ୍ଟ୍ରୀୟ ରାଜଧାନୀରେ ସ୍ଥାପିତ ହେବା ଗୌରବ ବିଷୟ। କାରଣ ଏହି ମାଟିରେ ମହାପ୍ରଭୁଙ୍କ ସଂସ୍କାର ଅଛି।  ପଞ୍ଚସଖାଙ୍କ ଆଦର୍ଶ ଓ ବୀର ପାଇକଙ୍କ ସ୍ୱାଭିମାନ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଚିଲିକା ଚିଲିକାରେ ଧର୍ମେନ୍ଦ୍ର ପ୍ରଧାନ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.