Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୋର୍ ୪ଟାରୁ ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ନବୀନ ଓଡ଼ିଶା ଏବଂ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ
ଜାତୀୟ ଖବର

ଭୋର୍ ୪ଟାରୁ ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ନବୀନ ଓଡ଼ିଶା ଏବଂ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ

November 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pandian
ଭୋର୍ ୪ଟାରୁ ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ନବୀନ ଓଡ଼ିଶା ଏବଂ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମେ ସେ ମା ସମଲେଇଙ୍କ ପୂଜା ଅର୍ଚ୍ଚନା କରି ଭୋର୍ ୪ ଟା ରୁ ୬ ଟା ପର୍ଯ୍ୟନ୍ତ ପ୍ରକଳ୍ପ ସ୍ଥଳ ବୁଲି କାମର ଅଗ୍ରଗତି ସମୀକ୍ଷା କରିଥିଲେ।

ସମୀକ୍ଷା ରେ ଭକ୍ତ ମାନଙ୍କ ପାଇଁ ସବୁ ସୁବିଧାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ। ଯାତ୍ରୀ ମାନେ ଯେପରି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ତାକୁ ଆଖିରେ ରଖି ସବୁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ଯାତ୍ରୀଙ୍କ ସୁବିଧା ପାଇଁ ପ୍ରାର୍ଥମିକ ଚିକିତ୍ସା ଓ ଅନ୍ୟ ମେଡିକାଲ ସେବାର ସୁବିଧା ରଖିବାକୁ ମଧ୍ୟ ସେ କହିଥିଲେ।

ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଅଂଶ ଗୁଡ଼ିକୁ ଜଲଦି ଆଗେଇ ନେବା ପାଇଁ ଅଧିକ ମେସିନ ଓ ମାନବ ସମ୍ବଳ ବ୍ୟବହାର କରି ଫୁଟ ଓଭର ବ୍ରିଜ, ମନ୍ଦିର ଭିତର ବିଭିନ୍ନ କାମ, ଲ୍ୟାମ୍ପ ରୁମ୍, ଐତିହ୍ୟ କରିଡ଼ର, ପୁଷ୍କରିଣୀ ସ୍ଥଳ, ପାର୍କିଂ କାମ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ।

ବାକି ରହି ଯାଇଥିବା ବିଭିନ୍ନ ଷ୍ଟ୍ରକଚରକୁ ୧୦ ଦିନ ମଧ୍ୟରେ ସଫା କରି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଐତିହ୍ୟ କରିଡ଼ର ଓ ମନ୍ଦିର ଚାରି ପାଖେ ଖଣ୍ଡେଲାଇଟ ପଥର ବିଛେଇବା କାମକୁ ଶୀଘ୍ର ସରିବା, ସୌନ୍ଦର୍ଯ୍ୟ କରଣ ପାଇଁ ସ୍ଥାନୀୟ ବୃକ୍ଷ ଲତାର ବ୍ୟବହାର ଓ ସ୍ଥାନୀୟ ସଂସ୍କୃତିକୁ ଗୁରୁତ୍ଵ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।

ମନ୍ଦିର ଭିତରେ ନିର୍ମାଣ ହେଉଥିବା ବିଭିନ୍ନ କାମ, କ୍ଲକ୍ ଟାୱାର, ଓ ଲାମ୍ପ ରୁମ୍ କାମର ସୋନ୍ଦର୍ଯ୍ୟ କରଣ ଉପରେ ଶ୍ରୀ ପଣ୍ଡିଆନ ଗୁରୁତ୍ଵ ଦେଇଥିଲେ।

ଦୁଇ ନମ୍ବର ଐତିହ୍ୟ ଗେଟ, ପାର୍କିଂ, ଐତିହ୍ୟ କରିଡ଼ର ର ବାହାର ପଟରେ କୋବଲ ପଥର ବିଛାଇବା କାମ ଜଲଦି ସରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ପାନୀୟ ଜଳ ସୁବିଧା, ଟଏଲେଟ୍, CCTV, ଓ ଆଲୋକିକରଣ କାମ ମଧ୍ୟ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ।

ନଦୀ ସମ୍ମୁଖ ସୌନ୍ଦର୍ଯ୍ୟ କରଣ ଓ ବିକାଶ କାମକୁ ପ୍ରିକାଷ୍ଟ ମୋଲ୍ଡ ବ୍ୟବହାର କରି ଅଧିକ ଲୋକ ଲଗାଇ କାମ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, ଆରଡିସି, ଜିଲ୍ଲପାଳ, ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

vkpandian ଭିକେପାଣ୍ଡିଆନ ମା ସମଲେଶ୍ବରୀ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା କିଣିବା ପାଇଁ ଏହା କ’ଣ ଠିକ୍ ସମୟ?: ଜାଣନ୍ତୁ ଆଜିର ମୂଲ୍ୟ

July 14, 2026

ଆଜି ନବ ଯୌବନ ଦର୍ଶନ, ଦିନକ ପରେ ଶ୍ରୀଗୁଣ୍ଡିଚା, ସଜେଇ ହେଲାଣି ବଡ ଦାଣ୍ଡ

July 14, 2026

ଆମେରିକା ସହିତ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କଲା ଭାରତ?: ପଢନ୍ତୁ ସର୍ଜିଓ ଗୋର୍ ଙ୍କ ପ୍ରତିକ୍ରିୟା

July 14, 2026

ଇରାନ ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ: ପ୍ରତିଶୋଧ ନେବାକୁ ଚେତାବନୀ ଦେଲା UAE

July 14, 2026
Latest News

ସୁନା କିଣିବା ପାଇଁ ଏହା କ’ଣ ଠିକ୍ ସମୟ?: ଜାଣନ୍ତୁ ଆଜିର ମୂଲ୍ୟ

July 14, 2026

ଆଜି ନବ ଯୌବନ ଦର୍ଶନ, ଦିନକ ପରେ ଶ୍ରୀଗୁଣ୍ଡିଚା, ସଜେଇ ହେଲାଣି ବଡ ଦାଣ୍ଡ

July 14, 2026

ଆମେରିକା ସହିତ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କଲା ଭାରତ?: ପଢନ୍ତୁ ସର୍ଜିଓ ଗୋର୍ ଙ୍କ ପ୍ରତିକ୍ରିୟା

July 14, 2026

ଇରାନ ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ: ପ୍ରତିଶୋଧ ନେବାକୁ ଚେତାବନୀ ଦେଲା UAE

July 14, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.