Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

5T ଅଧ୍ୟକ୍ଷ ପଣ୍ଡିଆନଙ୍କ ପୁରୀ ଶ୍ରୀମନ୍ଦିର ପରିଦର୍ଶନ, ଭୋର ୫ ଟାରୁ ୭ଟା ପର୍ଯ୍ୟନ୍ତ କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଦିଗରେ ପଦକ୍ଷେପ ନେବା ସହିତ ମଠ ଗୁଡିକ ର ପୁନରୁଦ୍ଧାର କାମ, କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ପ୍ରତ୍ୟୁଷ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ସମୀକ୍ଷା ଅବସରରେ ଶ୍ରୀ ପାଣ୍ଡିଆନ୍ ଦୋଳବେଦି ଅଞ୍ଚଳ ର ତ୍ଵରିତ ବିକାଶ ଏମାର ମଠ, ପଞ୍ଜାବୀ ମଠ ଆଦି ର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗ ର ପେଣ୍ଟିଂ କାମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ।

ଏହା ସହିତ ଭକ୍ତ ମାନଙ୍କ ସ୍ବଚ୍ଛନ୍ଦ ଦର୍ଶନ ପାଇଁ ମରୀଚି କୋଟ ଛକ ଠାରୁ ଧାଡ଼ି ଆରମ୍ଭ ସହିତ ସିଂହଦ୍ଵାର ଠାରୁ ମରୀଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡ ର ଉଭୟ ପାର୍ଶ୍ଵ ରୁ ଭେଣ୍ଡିଂ ଜୋନ୍ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।

ସେହିପରି ଶ୍ରୀ ମନ୍ଦିର ଉତ୍ତର ଦକ୍ଷୀଣ ଓ ପଶ୍ଚିମ ପାର୍ଶ୍ୱ ର ଲ୍ୟାଣ୍ଡସ୍କେପିଂ କାମ 9 ଡିସେମ୍ବର ସୁଦ୍ଧା ସାରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ମଠ ପୁନଃ ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ

ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ। ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଟ୍ରିଣ୍ଟମେଣ୍ଟ ପ୍ଲାଣ୍ଟ ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଏହି ପରିଦର୍ଶନ ପୁରୀ ଜିଲ୍ଲାପାଳ, IG ,SP OBCC MD ଏବଂ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା ସଂପର୍କରେ ଦୁଇ ଜିଲ୍ଲାପାଳଙ୍କ ସହ କଥା ହେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଆଜି ଭୋରରୁ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସଂପର୍କରେ ଦୁଇ ଜିଲ୍ଲାପାଳଙ୍କ ସହିତ କଥା ହେଲେ 5ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେଉଁଝର ଘଟଗାଁ ଠାରେ ଘଟିଥିବା ଏହି ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି। ଏମାନେ ଗଂଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳର ବୋଲି ଜଣାପଡିଛି।

କିଛି ସମୟ ତଳେ ପାଣ୍ଡିଆନ କେଉଁଝର ଏବଂ ଗଂଜାମ ଜିଲ୍ଲାପାଳଙ୍କ ସହିତ ଦୁର୍ଘଟଣା ସଂପର୍କରେ କଥା ହୋଇଛନ୍ତି। ମୃତକଙ୍କୁ ଠିକ ଭାବେ ତାଙ୍କ ଗ୍ରାମଙ୍କୁ ପଠାଇବା ଏବଂ ଗଂଜାମରେ ସେମାନଙ୍କ ସତ୍କାର କାର୍ଯ୍ୟ ତଦାରଖ କରିବା ନେଇ ସେ କଥା ହୋଇଛନ୍ତି।

ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ସେ ପ୍ରତି ମୃତ୍ୟକ ପରିବାରଙ୍କୁ 3 ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଶଙ୍ଖ ଭବନକୁ ପ୍ରବେଶ କରିବେ ଭି କେ ପାଣ୍ଡିଆନ, ଚାଲିଛି ବଡ ପ୍ରସ୍ତୁତି

ଭୁବନେଶ୍ବର: ଆଇଏଏସ ରୁ ଅବସର ନେବା ପରେ ବର୍ତ୍ତମାନ 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେଡିରେ ଯୋଗ ଦେବେ। ସେଥିପାଇଁ ଶଙ୍ଖ ଭବନରେ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡିଛି। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ। ତାଙ୍କୁ ନବୀନ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳର ସଭ୍ୟ ଭାବେ ଗ୍ରହଣ କରିବେ।

ସେ ଆଇଏଏସ ଚାକିରୀ ଛାଡିବା ପରେ ତାଙ୍କର ରାଜନୀତିରେ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଚାଲିଛି। ଚାକିରୀ ଛାଡିବାର କିଛି ଘଣ୍ଟା ପରେ ତାଙ୍କୁ ନବୀନ କ୍ୟାବିନେଟ ପ୍ୟାହାରେ ନିଯୁକ୍ତି ପ୍ରଦାନ କଲେ। ଫଳରେ ସେ ବିଜେଡି ସାମିଲ ହେବା ସନ୍ଦେହ ଧିରେଧିରେ ଘନିଭୂତ ହେବାରେ ଲାଗିଲା। ସେ ସିଧା ରାଜନୀତିରେ ଯୋଗଦେଇ ଓଡିଶାର ବିକାଶ କାମକୁ ତଦାରଖ କରିବେ ବୋଲି ବିଜେଡି ମହଲରୁ ଜଣାପଡିଛି।

ପାଣ୍ଡିଆନ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରି ବିଭିନ୍ନ ଜିଲ୍ଲା ଗସ୍ତ କଲେ ସେତେବେଳେ ବିରୋଧୀ ପ୍ରବଳ ବିରୋଧ ଆରମ୍ଭ କଲେ। ଉଭୟ କଂଗ୍ରେସ ଓ ବିଜେପି ପାଣ୍ଡିଆନଙ୍କୁ ଆହ୍ବାନ ଦେଲେ ଯେ, ସେ ଚାକିରୀ ଛାଡି ସିଧା ରାଜନୀତିରେ ଯୋଗ ଦିଅନ୍ତୁ। ସେହି ଆହ୍ବାନ ବର୍ତ୍ତମାନ ପାଣ୍ଡିଆନଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇପଡିଛି। କାରଣ ସେ ଦଳରେ ଯୋଗଦେଲେ ଆଉ ବିରୋଧୀ ଦଳର କିଛି କହିବାର ସାମର୍ଥ୍ୟ ରହିବ ନାହିଁ।

ବହୁ ବର୍ଷ ଧରି ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂତ ଭାବରେ ଓଡିଶାର ବିକାଶର ମଙ୍ଗ ଧରି ଆସିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କିମ୍ବା ସମଲେଶ୍ବରୀ ଉନ୍ନୟନ। ସେହିପରି ଚାଷୀଙ୍କ ସମସ୍ୟା ହେଉ କିମ୍ବା ମହିଳା ଶସକ୍ତିକରଣ। ସବୁ କ୍ଷେତ୍ରରେ ପାଣ୍ଡିଆନଙ୍କ ଅବଦାନକୁ ସ୍ବୀକାର କରିବାକୁ ପଡିବ। ଭୋର 4 ଟାରୁ ଉଠି ଶୀତକାକରରେ ଓଡିଶା ବିକାଶର ଚିତ୍ର ଅଙ୍କନ କରୁଥିବା ବ୍ୟକ୍ତି ହେଉଛନ୍ତି ପାଣ୍ଡିଆନ।

ତାଙ୍କର ଏହି କାର୍ଯ୍ୟ ଶୈଳୀକୁ ଦେଖି ବିରୋଧୀ ସବୁବେଳେ ଖପ୍ପା ହେଉଥିଲେ। ତାଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ଉପରେ ଅଭିଯୋଗ କରିବାରେ ଲାଗିଲେ। ହେଲେ ଫଳ ହେଲା ଶୂନ। କାରଣ ହେଲା ସେ ଓଡିଶାର ବିକାଶ ସହିତ ରାଜନୈିକ ଦଳକୁ କିପରି ପରିଚାଳନା କରାଯାଇପାରିବ ତାହାର କଳାକୌଶଳ ପାଣ୍ଡିଆନଙ୍କୁ ବେଶ ଭଲଭାବରେ ଜଣା ଅଛି। ସେଥିପାଇଁ ସେ ବିଜେଡି ସହିତ ବିରୋଧୀ ଦଳକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତାହା କରି ଆସୁଛନ୍ତି।

ତେବେ ଚାକିରୀର କଟକଣା ଭିତରେ ଓଡିଶାର ବିକାଶ କାମ କରିବା ତାଙ୍କ ପାଇଁ ବହୁ ବାଧା ସୃଷ୍ଟି ହେଉଥିଲା। ଫଳ ସ୍ବରୂପ ସେ ଆଇଏଏସ ପରି ଚାକିରୀରୁ ଇସ୍ତଫା ପ୍ରଦାନ କଲେ। ଏବେ ସେ ସିଧା ରାଜନୀତିରେ ଲମ୍ପ ପ୍ରଦାନ କରି ବିଜେଡିର ହର୍ତ୍ତାକର୍ତ୍ତା ପାଲଟି ଓଡିଶାର ବିକାଶକୁ ଆହୁରି ସୁଦୃଢ କରିବେ ବୋଲି ଆଶା କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚର୍ଚ୍ଚାରେ ବବି ଦାସ, ତାଙ୍କ ପରିଶ୍ରମକୁ ପ୍ରଶଂସା କରିବା ସହିତ ପ୍ରଣାମ ଜଣାଇଲେ ପାଣ୍ଡିଆନ

ଭୁବନେଶ୍ବର: ବବି ଦାସ ବା ପ୍ରଣବ ପ୍ରକାଶ ଦାସ। ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ। ସେ ବର୍ତ୍ତମାନ ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା। ତାହାର କାରଣ ହେଲା ସେ ଯେପରି ଦଳର ସଂଗଠନକୁ ମଜବୁତ କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି ତାହା ସମସ୍ତେ ଅନୁଭବ କରିବାରେ ଲାଗିଛନ୍ତି। ସେହିପରି ସରକାରର ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ 5ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସମସ୍ତ ସହଯୋଗ ଦେଇ ଆସୁଛନ୍ତି।

ସେଥିପାଇଁ ପାଣ୍ଡିଆନ ବବି ଦାସଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। ଗତ ଗୁରୁବାର ଦିନ ଯାଜପୁରର ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କରାଯାଇଥିଲା। ସେଥିରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ ଭି କେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଉଦଘାଟନ ସମାରୋହରେ ଯାଜପୁର ଜିଲ୍ଲାର ବହୁ କର୍ମି ଯୋଗଦେଇ ଥିଲେ।

ଉଦଘାଟନୀ ଭାଷଣରେ ପାଣ୍ଡିଆନ କହିଥିଲେ ଯେ, ଓଡିଶାରେ ଯେଉଁ ସବୁ ବିକାଶ ହେଉଛି ସେଥିରେ ବବିବାବୁଙ୍କର ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ। ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି, ମା ସମଲେଇର କାମ ହେଉଛି, ହରିଶଙ୍କରର କାମ ହେଉଛି, ନୃସିଂହନାଥଙ୍କର କାମ ହେଉଛି, ଗୁପ୍ତେଶ୍ବରର କାମ ହେଉଛି, ତାଳଦଣ୍ଡା କେନାଲର ରୂପାନ୍ତରିକରଣ ହେଉଛି, ମା ଚଣ୍ଡିଙ୍କ କାମ ହେଉଛି। ଏସବୁ କାମରେ ଯାଜପୁର ବିଧାୟକଙ୍କର ସଂପୂର୍ଣ୍ଣ ହାତ ରହିଛି। ଏ ସବୁ କାମ ପାଇଁ ସେ ଆତ୍ମସର୍ମପଣ କରିଛନ୍ତି।

ଦିନରାତି ପରିଶ୍ରମ କରି ସେ ଓଡିଶାର ବିକାଶ ପାଇଁ କାମ କରୁଛନ୍ତି। ଓଡିଶାବାସୀ ନିଶ୍ଚିତ ଭାବେ ଆପଣଙ୍କର ଏହି କାମକୁ ମନ ରଖିବେ ବୋଲି ମୋର ବିଶ୍ବାସ। ସେଥିପାଇଁ ମୁଁ ଆପଣଙ୍କ ନିକଟରେ ବିନମ୍ର ପ୍ରଣାମ କରୁଛି। ଭି କେ ପାଣ୍ଡିଆନ ଏହା କହିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଜୟ ଜଗନ୍ନାଥ କହି ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ଓଡିଶା ରଜନୀତିରେ ବେଶ ହଟଚମଟ ସୃଷ୍ଟି ହୋଇଛି।

ସେହିପରି ଏହି ବୈଠରେ ବବି ଦାସ ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ଉଚିତ୍ ପଟ୍ଟଶିଷ୍ୟ ବୋଲି ଅବିହିତ କରିଥିଲେ। ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ପାଣ୍ଡିଆନଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣ ବୋଲି ସେ କହିଥିଲେ। ଆଜି ଓଡିଶାର ବିକାଶର ଯେଉଁ ଧାରା ସୃଷ୍ଟି ହୋଇଛି ତାହା କେବଳ ପାଣ୍ଡିଆନଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ବବି ଦାସ ଏହି ଉଦଘାଟନ ସମାରୋହରେ ବକ୍ତବ୍ୟ ଦେଇଥିଲେ।

ନିକଟରେ ବବି ଦାସଙ୍କ କ୍ଷମତା କୁଆଡେ ହ୍ରାସ ପାଇଲା ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏହାର କିଛି ଦିନ ପରେ ପାଣ୍ଡିଆନ ବବି ଦାସଙ୍କୁ ସାଥୀରେ ପୁରୀ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ କରିଥିଲେ। ଏହାପରେ ବବିଙ୍କ ଉପରେ ଯେଉଁ ସନ୍ଦେହ ଥିଲା ତାହା ଦୂର ହୋଇଥିଲା। ପୁଣି ଯାଜପୁରର ନବୀନ ଓଡିଶା ଉଜଘାଟନ ବୈଠକରେ ବବିଙ୍କୁ ନେଇ ପାଣ୍ଡିଆନଙ୍କ ମନ୍ତବ୍ୟ ଏହି ଖବର ସଂପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଡି ଭୋରରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ପୁରୀରେ ପହଁଞ୍ଚିଲେ ପାଣ୍ଡିଆନ

ପୁରୀ: ଆଜି ବିଡ ଭୋରରୁ ପୁରୀରେ ପହଞ୍ଚିଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ସେ ପୁରୀରେ ପହଞ୍ଚି ପ୍ରଥମେ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ।ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ତାଙ୍କୁ କାର୍ଯ୍ୟର ଅଗ୍ରଗତି ଉପରେ ବୁଝାଇଥିଲେ। ଏହା ପରେ ଚାରି ଦ୍ବାରରେ ଲାଗିବାକୁ ଥିବା ନାମ କରଣ ଉପରେ ସେମାନେ ଅବଗତ କରାଇଥିଲେ।

ଏହାପରେ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ପରକ୍ରମା ପ୍ରକଳ୍ପ କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ସମେତ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ, ସାରା ରାଜ୍ୟରେ ଖର୍ଚ୍ଚ ହେବ ୩,୩୯୭ କୋଟି ଟଙ୍କା

ଭୁବନେଶ୍ବର: ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ଯ୍ୟକ୍ରମ। ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

କେନ୍ଦୁଝରରୁ ଆରମ୍ଭ ହୋଇ ଉତ୍ସାହ ଆନନ୍ଦର ସହ ବାଣର ଶବ୍ଦ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦ୍‌ଯାପନ ହୋଇଛି ଏହି କାର୍ଯ୍ୟକ୍ରମ। ଏକ ମାସ ମଧ୍ୟରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୬.୫୦ ଲକ୍ଷ ଲୋକ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଜନସାଧାରଣ, ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଲେ 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ।

ଏହା ସହିତ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମି ସୁଦୃଢ ହେବାର ଅଭିଯାନ ଆଜି ରାଜ୍ୟର ସବୁ ଜିଲ୍ଲା, ସବୁ ବ୍ଲକ, ସବୁ ପଞ୍ଚାୟତ ଓ ସବୁ ଗାଁରେ ପହଞ୍ଜି ପାରିଛି। ସାରା ରାଜ୍ୟରେ ୩,୩୯୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ଏହି କାର୍ଯ୍ୟକ୍ରମର ଫୋକସ୍‌ ହୋଇଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ଏଥିପାଇଁ କୋରାପୁଟ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୨୦ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ଲକ୍ଷ୍ମୀପୁର, କୋଟପାଡ, ଜୟପୁର, କୋରାପୁଟ ଓ ପଟାଙ୍ଗୀ। ଏହିସବୁ ନିର୍ବାଚନ ମଣ୍ଡଳୀର ୧୪ଟି ବ୍ଲକ୍‌‌ର 240ଟି ଗ୍ରାମ ପଞ୍ଚାୟତରେ ୩୦୮୭ଟି ପ୍ରକଳ୍ପ ହେବ। ସେହିପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୬୫.୫୦ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ନୂଆପଡା ଓ ଖରିଆର।

ଏଥିରେ ୫ଟି ବ୍ଲକ୍‌ର 131ଟି ଗ୍ରାମପଞ୍ଚାୟତରେ ୧7୬୫ଟି ପ୍ରକଳ୍ପ କରାଯିବ। ସେହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୧୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯାଜପୁର, ବିଞ୍ଝାରପୁର, ବଡଚଣା, ବରି, ସୁକିନ୍ଦା, ଧର୍ମଶାଳା ଓ କୋରେଇ। ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ର ୩୧୧ଟି ଗ୍ରାମ ପଞ୍ଚାୟତରେ ୪୧୦୯ଟି ପ୍ରକଳ୍ପ ହେବ।

ଆଜିର କାର୍ଯ୍ୟକ୍ରମ ପାଇଁ କୋରାପୁଟ ଜିଲ୍ଲାର ୫ଟି, ନୂଆପଡା ଜିଲ୍ଲାର ୨ଟି ଓ ଯାଜପୁର ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। କୋରାପୁଟରେ ୭୦ ହଜାରରୁ ଅଧିକ ଓ ଯାଜପୁରରେ ୮୦ ହଜାରରୁ ଅଧିକ ଲୋକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ୮୦ ପ୍ରତିଶତ ହେଉଛନ୍ତି ମା’ମାନେ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଏକ ଅଭିନବ କାର୍ଯ୍ୟକ୍ରମ । ଗାଁରେ ଆଧୁନିକ ବିକାଶର ଭିତ୍ତି ପକେଇବା ପାଇଁ ଏହା ପରିକଳ୍ପନା କରାଯାଇଛି। ଜଗନ୍ନାଥ ସଂସ୍କୃତିକୁ ସାଥିରେ ଧରି, ଡିଜିଟାଲ ଯୁଗ ସହିତ ତାଳ ଦେଇ ଆମ ଓଡିଶାର ଗାଁଗୁଡିକ ଆଗକୁ ବଢୁଛନ୍ତି । ସେ କହିଥିଲେ ଯେ ବିକାଶର ନୂଆ ଇତିହାସ ଲେଖୁଛି ‘ଆମ ଓଡିଶା ନବୀନ ଓଡିଶା’ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟ ଏକ ସଶକ୍ତ ଓଡିଶା ଗଠନର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ।

ସେ ପୁଣି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ। Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛୁ । ଲୋକ ଯାହା ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସେହି ଅନୁଯାୟୀ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ବିକାଶର ଯାତ୍ରାରେ କେହି ବି ବାଦ ପଡି ନାହାନ୍ତି।

ସେ ପୁଣି କହିଥିଲେ ଯେ ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ। ସେ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ଆଜି ସଫଳ ହୋଇଛି। ମା’ ମାନେ ଏହି କାର୍ଯ୍ୟକ୍ରମରେ ବିପୁଳ ଭାବରେ ଅଂଶଗ୍ରହଣ କରି ନବୀନ ଓଡିଶାର ଯାତ୍ରାରେ ଭାଗିଦାର ହୋଇଛନ୍ତି।

ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୮.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନାରାୟଣପାଟଣା ବ୍ଲକର ଝଞ୍ଜାବତି ବ୍ୟାରେଜ୍ ନିର୍ମାଣ ପାଇଁ ୯୯.୭୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ନାରାୟଣପାଟଣା ଜଗନ୍ନାଥ ମନ୍ଦିର ଏବଂ ବନ୍ଧୁଗାଁ ଶ୍ରୀ ଶ୍ରୀ ଅଗ୍ନି ଗଙ୍ଗା ମା’ ମନ୍ଦିର ପାଇଁ ଯଥାକ୍ରମେ ୪ କୋଟି ଓ ୨ କୋଟି ଟଙ୍କା ମଞ୍ଜୁର ହୋଇଛି।

ଏଥି ସହିତ ନାରାୟଣପାଟଣା ପାଟଣା ଓ ବନ୍ଧୁଗାଁ ବ୍ଲକରେ ୨ଟି ନୂତନ ଡିଗ୍ରୀ କଲେଜ ସମେତ ଲକ୍ଷ୍ମୀପୁର କଲେଜର ରୂପାନ୍ତରଣ, ଦଶମନ୍ତରପୁର RKA ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ, ନାରାୟଣପାଟଣାସ୍ଥିତ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ଅଛି । କୋଟପାଡ ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୨.୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଗୁପ୍ତେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୨୦.୨୦ କୋଟି ଟଙ୍କା ଏବଂ କୋଟପାଡ ଦମୟନ୍ତୀସାଗରର ପୁନରୁଦ୍ଧାର ପାଇଁ ୧୬.୭୩ କୋଟି ଟଙ୍କା ମଞ୍ଜୁର ହୋଇଛି।

ଏଥି ସହିତ ଦେୱାନମୁଣ୍ଡା ପୁଷ୍କରିଣୀ, କୋଟପାଡ କଲେଜ ଏବଂ ବିଜୁ ପଟ୍ଟନାୟକ ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ ସାମିଲ ଅଛି। ସେହିପରି ଜୟପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୬.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରାଜ୍ୟ ରାଜପଥ-୪୮ ରେ ତେଲଙ୍ଗିରି ନଦୀ ଉପରେ ସେତୁ ନିର୍ମାଣ ପାଇଁ ୮.୦୧ କୋଟି ଟଙ୍କା, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଜୟପୁର ଶ୍ରୀ ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ଓ ଭକ୍ତ ଓ ପର୍ଯ୍ୟଟକ ସୁବିଧା ଭିତ୍ତିଭୂମି ନିର୍ମାଣ ପାଇଁ ୧.୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଦ୍ୱାରା ବାର୍ଷିକ ୧.୩୦ ଲକ୍ଷ ଲୋକ ସୁବିଧାରେ ଦର୍ଶନ କରିବେ।

ଏଥି ସହିତ ଆଇନ ମହାବିଦ୍ୟାଳୟର 120 seated SC-ST Hostel, ବିକ୍ରମଦେବ ବିଶ୍ୱବିଦ୍ୟାଳୟ HSS & Degree College, ବୋରିଗୁମା ଭୈରବ HSS & Degree College, ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ, ବୋରିଗୁମା ନରିସିଂହ HSS ସାମିଲ ରହିଛି । କୋରାପୁଟ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୋରାପୁଟ JELC Church ମରାମତି ଓ ପୁନରୁଦ୍ଧାର ପାଇଁ ୩ କୋଟି ଟଙ୍କା, କୋରାପୁଟ ଜଗନ୍ନାଥ ମନ୍ଦିରରେ କଲ୍ୟାଣ ମଣ୍ଡପ ଏବଂ ଭକ୍ତ ସୁବିଧା ଭିତ୍ତିଭୂମି ନିର୍ମାଣ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

କୋରାପୁଟ ସରକାରୀ ମହାବିଦ୍ୟାଳୟ ପାଇଁ ୨.୨୫ କୋଟି ଟଙ୍କା, ସୁନାବେଡା ମହିଳା HSS & Degree College ପାଇଁ ୧.୨୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥି ସହିତ ୪ଟି କଲେଜ ଏବଂ ଗୋଟିଏ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ଅଛି । ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୧.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଦେଓମାଳୀ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ୨୨.୫୦ କୋଟି ଟଙ୍କା, ପଟାଙ୍ଗୀ ମା’ ଗଙ୍ଗେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୩ କୋଟି ଟଙ୍କା, ନନ୍ଦପୁରଠାରେ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରାବାସ ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥି ସହିତ ୨ଟି HSS & Degree College ଏବଂ ଗୋଟିଏ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ଅଛି।

ଏହିପରି କୋରାପୁଟ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧୯.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ନୂଆପଡା ଜିଲ୍ଲାର ଖରିଆର ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୧୪.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବୋଦେନ, ବୋରିଗାଁ, ଖଇରମାଲ, ଲେସୁନପାଲି, ଗଣ୍ଡବାହାଲି, ଚଉନରାଠାରେ ସମୁଦାୟ ୬ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୩୮୩.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା ୩୧ଟି ଗାଁ ତଥା ୩୬ ହଜାର ଲୋକ ଉପକୃତ ହେବେ।

ବୋଦେନ ବ୍ଲକର ରେଢାମାଲ ଓ ରୁଣ୍ଡି ଗାଁକୁ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୯.୩୯ କୋଟି ଟଙ୍କା, ଖରିଆର ଭୁଲିଆସିକୁଆନ ରାସ୍ତାର ପ୍ରଶସ୍ତିକରଣ ପାଇଁ ୬.୦୯ କୋଟି ଟଙ୍କା, କାମପୁରଠାରେ ସହଜନଳା ଉପରେ ସେତୁ ପାଇଁ ୩.୯୬ କୋଟି ଟଙ୍କା, ପୋର୍ତିପଡା ହାଇ ସ୍କୁଲରେ ST SC Hostel ନିର୍ମାଣ ପାଇଁ ୩ କୋଟି ଟଙ୍କା, ଖରିଆର ସ୍ୱୟଂଶାସିତ କଲେଜ ଏବଂ ଧନ୍ଦାମୂଳକ ଓ ହାୟର ସେକେଣ୍ଡାରି ସ୍କୁଲ ପାଇଁ ୨.୫୦ କୋଟି ଟଙ୍କା, ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୩.୬୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ବିଜୁ ପଟ୍ଟନାୟକ HSS & Degree College, Model Degree Science College ଓ ସିନାପଲି HSS & Degree College ପାଇଁ ଯଥାକ୍ରମେ ୧.୫୦ କୋଟି, ୦.୫୦ କୋଟି ଓ ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସେହିପରି ନୂଆପଡା ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୪.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୋନାବିରାଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୪୨.୨୪ କେଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୩ଟି ଗାଁ ଓ ୬ ହଜାର ଲୋକ ଉପକୃତ ହେବେ। ସୁନାବେଡାଠାରୁ କୋମନା ରାସ୍ତା ଉନ୍ନତିକରଣ ପାଇଁ ୨୯.୯୦ କୋଟି ଟଙ୍କା, ଯୋଗେଶ୍ୱର ମନ୍ଦିର ଉନ୍ନତିକରଣ ପାଇଁ ୩.୯୬ କୋଟି, ସୁନାଦେଇ ମନ୍ଦିର ଉନ୍ନତିକରଣ ପାଇଁ ୨.୫୯ କୋଟି ମଞ୍ଜୁର କରାଯାଇଛି।

ସୁନାବେଡା ଅଞ୍ଚଳରେ ୨୨ଟି ଚେକ୍ ଡ୍ୟାମ ନିର୍ମାଣ ପାଇଁ ୧.୯୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ୨୪ଟି ଗାଁର ୮ ହଜାର ଲୋକ ଉପକୃତ ହେବେ। National College, Vocational & HSS ପାଇଁ ୧.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥି ସହିତ ରହିଛି ଅନ୍ୟ କେତକ ସ୍କୁଲ ଓ କଲେଜ।

ଏହି ପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୯୮.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଯାଜପୁର ଜିଲ୍ଲାର ଯାଜପୁର ନିର୍ବାଚନ ମଣ୍ଡଳୀରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୦.୬୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ମା’ ବିରଜା ମନ୍ଦିରର ଉନ୍ନତିକରଣ ପାଇଁ ୧୫ କୋଟି ଟଙ୍କା, ସାଧୁ ଗୌରେଶ୍ୱର କଲେଜ ରୂପାନ୍ତର ପାଇଁ ୧୫ କୋଟି, N.C. College ପାଇଁ ୩.୨୫ କୋଟି, ରାମବାଗ Regional College ପାଇଁ ୩.୨୫ କୋଟି, ବରାହ ନଦୀ-ଦ୍ୱୀପରେ ପର୍ଯ୍ୟଟନ ବିକାଶ ପାଇଁ ୧୫ କୋଟି, ବୈତରଣି ଉପରେ ସେତୁ ପାଇଁ ୨୨.୧୮ କୋଟି, କାଟିଆ ବାଇଶିପଣ ରାସ୍ତାର ଉନ୍ନତି ପାଇଁ ୫.୩୩ କୋଟି ପାଲଦା ପଞ୍ଜରା ସାହିରୁ ତରଙ୍ଗ ବଉଦ ହାଡିଆ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ପାଇଁ ୮.୭୪ କୋଟି, ପାଲସାହି ନାଳ ଉପରେ ସେତୁ ପାଇଁ ୬.୪୪ କୋଟି ଟଙ୍କା ମଞ୍ଜୁର। ଏହା ସହିତ ସିଦ୍ଧେଶ୍ୱର ମନ୍ଦିର, ବେଲେଶ୍ୱର ମନ୍ଦିର ଓ ଅନେକ ସ୍କୁଲ କଲେଜ ମଧ୍ୟ ରହିଛି।

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭.୮୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନାରାୟଣ ଗୋସେଇଁ ମନ୍ଦିର, ମଧୁ ତୀର୍ଧ ପୁଷ୍କରିଣୀ, ଗୋକର୍ଣ୍ଣେଶ୍ୱର ମନ୍ଦିର, ଧର୍ମଶାଳା ଡିଗ୍ରୀ କଲେଜର ଉନ୍ନତି ଆଦି ଅନେକ ପ୍ରକଳ୍ପ ରହିଛି। ବାରବାଟି ସିଂହପୁର ରାସ୍ତା ପାଇଁ ୭.୬୬ କୋଟି, ନାକାପୋଲର ମାଣ୍ଡିଆ ପର୍ଯ୍ୟନ୍ତ ରାସ୍ତା ପାଇଁ ୪ କୋଟି ରହିଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏଥିରେ ରହିଛି ଟିକରପଡା ରାସ୍ତା ପାଇଁ ୭ କୋଟି, ସରୁବାଲିଠାରୁ ଗୁର୍ଜନପାଲ ପର୍ଯ୍ୟନ୍ତ ରାସ୍ତା ପାଇଁ ୭ କୋଟି, କାଳିଆପାଣି ହନୁମାନ ଛକ ରୋଡ ପାଇଁ ୫.୫୭ କୋଟି ଟଙ୍କା । ଏହା ସହିତ ଜଗନ୍ନାଥ ମନ୍ଦିର, ସୁକିନ୍ଦା ଡିଗ୍ରୀ କଲେଜ, ଭାରତୀବିହାର ଡିଗ୍ରୀ କଲେଜ, ଯୁକ୍ତ ଦୁଇ କଲେଜ ଓ ଅନେକ ରାସ୍ତା ପ୍ରକଳ୍ପ ରହିଛି। ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୮.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏଥିରେ ରହିଛି ବରୁଣେଶ୍ୱର ମନ୍ଦିର ପାଇ ୭ କୋଟି, ମଲ୍ଲିକା ବଳଭଦ୍ରପୁର ରାସ୍ତା ପାଇଁ ୧୮.୮୦ କୋଟି, ଲାଲବାଗ ନୂଆପାଟଣାରୁ ଦତପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୮ କୋଟି, ପ୍ରିତିପୁରରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୪.୬୬ କୋଟି, ଚଷାଖଣ୍ଡରୁ ପଲଟପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୭.୮୪ କୋଟି ଏବଁ ଅନେକ ରାସ୍ତା ପ୍ରକଳ୍ପ। ଏହା ସହିତ ଦଶରଥପୁର ଜୟଚଣ୍ଡୀ ପୀଠ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ବରି ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୭.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଚିଙ୍ଗୁଡିଆ ନାଳ ଉପରେ ସେତୁ ପାଇଁ ୫୬ କୋଟି, ବ୍ରାହ୍ମଣୀ ନଦୀ ଉପରେ ଏକ ସେତୁ ପାଇଁ ୧୮.୭୭ କୋଟି, ପରମାନନ୍ଦପୁରଠାରୁ ମେଣ୍ଢାକୁସବଟା ରାସ୍ତା ପାଇଁ ୭.୪୧ କୋଟି, ରସୁଲପୁର ମା’ ଖଗେଶ୍ୱରୀ ପୀଠ ପାଇଁ ୧.୫୦ କୋଟି ଟଙ୍କା ଓ ଅନେକ ସ୍କୁଲ କଲେଜ ରହିଛି। କୋରେଇ ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୮.୭୩କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ବ୍ୟାସନଗର ଜଗନ୍ନାଥ ମନ୍ଦିର ପାଇଁ ୧.୫୦ କୋଟି, ବ୍ୟାସନଗର କଲେଜରେ ନୂଆ ବିଜ୍ଞାନ ଓ କଳା ବ୍ଲକ ପାଇଁ ୧୫ କୋଟି ଓ ଅନେକ ସ୍କୁଲ କଲେଜ।

କୋରେଇରେ ଏକ ନୂଆ କବାଡି ଇନଡୋର ହଲ୍‌ ପାଇଁ ଅନୁମୋଦନ ଦିଆଯାଇଛି। ଏହା ସହିତ ପାଣିକୋଇଲି Trauma Care Centerକୁ ବିଦ୍ୟୁତ ଯୋଗାଣ ପାଇଁ Sub Station ନିର୍ମାଣ ଓ ଅନେକ ରାସ୍ତା ପାଇଁ ଅର୍ଥ ମଞ୍ଜୁର ହୋଇଛି। ବଡଚଣା ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୪.୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ ୭.୬୯ କୋଟି, ଛତିଆ ପର୍ଯ୍ୟଟନ କମ୍ପ୍ଲେକ୍ସ ପାଇଁ ୧ କୋଟି , ଚଣ୍ଡିଖୋଲ B.B. College ପାଇଁ ୨.୫୦ କୋଟି ଓ ଆହୁରି ଅନେକ କଲେଜ। ସାନଗେଙ୍ଗୁଟି ନଈ ଉପରେ ସେତୁ ପାଇଁ ୯.୯୨ କୋଟି ଟଙ୍କା ମଧ୍ୟ ମଞ୍ଜୁର ହୋଇଛି।

ଏହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୭୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୬୧.୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।  ୩ଟି ଜିଲ୍ଲାରେ ସମୁଦାୟ ୧୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭୯.୯୮ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ, ମନ୍ତ୍ରୀ ଶ୍ରୀ ପ୍ରିତିରଞ୍ଜନ ଘଡାଇ, ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ବିଧାୟକ ଶ୍ରୀ ଅଶୋକ କୁମାର ବଳ, ବିଧାୟକ ଶ୍ରୀ ପ୍ରଭୁ ଜାନି, ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ବିଧାୟକ ଶ୍ରୀ ପିତମ ପାଢି, ବିଧାୟକ ଶ୍ରୀ ରଘୁରାମ ପଡାଲ ଓ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।

ବିଞ୍ଝାରପୁରଠାରେ ଉପସ୍ଥିତ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯେଉଁ ଭଳି ସବୁ ପଦକ୍ଷେପ ନିଆଯାଉଛି ତାହା ପ୍ରଶଂସନୀୟ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ବଳରେ ଓଡିଶା ଆଗକୁ ଯିବ ଓ ନୂତନ ରୂପ ପାଇବ।

କୋମନାଠାରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ କହିଥିଲେ ଯେ ଗ୍ରାମାଞ୍ଚଳରେ ବିକାଶ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ସାରା ଭାରତ ବର୍ଷରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଜୁ ଏକ୍ସପ୍ରେସ୍ ୱେ ଆଜି ନୂଆପଡାବାସୀଙ୍କ ଲାଇଫଲାଇନ୍ ପାଲଟିଛି।

ସୁକିନ୍ଦାଠାରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ କହିଲେ ଯେ ୭ ଦିନ ମଧ୍ୟରେ ପ୍ରକଳ୍ପ ମଞ୍ଜୁରି କରିବା ଏକ ଐତିହାସିକ ଘଟଣା । ପ୍ରଶାସନରେ 5T ପ୍ରୟୋଗ ଆଜି ରାଜ୍ୟରେ ଭରଷାର ପ୍ରତୀକ ହୋଇଛି ।

ଯାଜପୁରଠାରେ ଉପସ୍ଥିତ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଲେ ଯେ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାରେ 5T ଅଧ୍ୟକ୍ଷଙ୍କ ପ୍ରତିବଦ୍ଧତାର ତୁଳନା ନାହିଁ ।

ପଟାଙ୍ଗୀଠାରେ ଉପସ୍ଥିତ ବିଧାୟକ ପିତମ ପାଢି କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଭଳି ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ ସାରା ଭାରତବର୍ଷରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କରି ନାହାନ୍ତି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏହା କରି ଦେଖାଇ ଦେଇଛନ୍ତି। ସେଥିପାଇଁ ସାଢେ ଚାରି କୋଟି ଓଡିଶାବାସୀ ଗୌରବାନ୍ୱିତ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ଆଜି ବିକାଶ ଜନସାଧାରଣଙ୍କ ପାଖରେ ପହଞ୍ଚୁଛି। ସମଗ୍ର ଭାରତବର୍ଷରେ ଓଡିଶାର ବିକାଶ ଆଜି ଚର୍ଚ୍ଚାର ବିଷୟ । ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ। ଆମ ସମସ୍ତଙ୍କ ପାଇଁ ଆଣିଛି ଅପାର ଆନନ୍ଦ।

କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୋର୍ ୪ଟାରୁ ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ନବୀନ ଓଡ଼ିଶା ଏବଂ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମେ ସେ ମା ସମଲେଇଙ୍କ ପୂଜା ଅର୍ଚ୍ଚନା କରି ଭୋର୍ ୪ ଟା ରୁ ୬ ଟା ପର୍ଯ୍ୟନ୍ତ ପ୍ରକଳ୍ପ ସ୍ଥଳ ବୁଲି କାମର ଅଗ୍ରଗତି ସମୀକ୍ଷା କରିଥିଲେ।

ସମୀକ୍ଷା ରେ ଭକ୍ତ ମାନଙ୍କ ପାଇଁ ସବୁ ସୁବିଧାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ। ଯାତ୍ରୀ ମାନେ ଯେପରି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ତାକୁ ଆଖିରେ ରଖି ସବୁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ଯାତ୍ରୀଙ୍କ ସୁବିଧା ପାଇଁ ପ୍ରାର୍ଥମିକ ଚିକିତ୍ସା ଓ ଅନ୍ୟ ମେଡିକାଲ ସେବାର ସୁବିଧା ରଖିବାକୁ ମଧ୍ୟ ସେ କହିଥିଲେ।

ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଅଂଶ ଗୁଡ଼ିକୁ ଜଲଦି ଆଗେଇ ନେବା ପାଇଁ ଅଧିକ ମେସିନ ଓ ମାନବ ସମ୍ବଳ ବ୍ୟବହାର କରି ଫୁଟ ଓଭର ବ୍ରିଜ, ମନ୍ଦିର ଭିତର ବିଭିନ୍ନ କାମ, ଲ୍ୟାମ୍ପ ରୁମ୍, ଐତିହ୍ୟ କରିଡ଼ର, ପୁଷ୍କରିଣୀ ସ୍ଥଳ, ପାର୍କିଂ କାମ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ।

ବାକି ରହି ଯାଇଥିବା ବିଭିନ୍ନ ଷ୍ଟ୍ରକଚରକୁ ୧୦ ଦିନ ମଧ୍ୟରେ ସଫା କରି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଐତିହ୍ୟ କରିଡ଼ର ଓ ମନ୍ଦିର ଚାରି ପାଖେ ଖଣ୍ଡେଲାଇଟ ପଥର ବିଛେଇବା କାମକୁ ଶୀଘ୍ର ସରିବା, ସୌନ୍ଦର୍ଯ୍ୟ କରଣ ପାଇଁ ସ୍ଥାନୀୟ ବୃକ୍ଷ ଲତାର ବ୍ୟବହାର ଓ ସ୍ଥାନୀୟ ସଂସ୍କୃତିକୁ ଗୁରୁତ୍ଵ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।

ମନ୍ଦିର ଭିତରେ ନିର୍ମାଣ ହେଉଥିବା ବିଭିନ୍ନ କାମ, କ୍ଲକ୍ ଟାୱାର, ଓ ଲାମ୍ପ ରୁମ୍ କାମର ସୋନ୍ଦର୍ଯ୍ୟ କରଣ ଉପରେ ଶ୍ରୀ ପଣ୍ଡିଆନ ଗୁରୁତ୍ଵ ଦେଇଥିଲେ।

ଦୁଇ ନମ୍ବର ଐତିହ୍ୟ ଗେଟ, ପାର୍କିଂ, ଐତିହ୍ୟ କରିଡ଼ର ର ବାହାର ପଟରେ କୋବଲ ପଥର ବିଛାଇବା କାମ ଜଲଦି ସରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ପାନୀୟ ଜଳ ସୁବିଧା, ଟଏଲେଟ୍, CCTV, ଓ ଆଲୋକିକରଣ କାମ ମଧ୍ୟ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ।

ନଦୀ ସମ୍ମୁଖ ସୌନ୍ଦର୍ଯ୍ୟ କରଣ ଓ ବିକାଶ କାମକୁ ପ୍ରିକାଷ୍ଟ ମୋଲ୍ଡ ବ୍ୟବହାର କରି ଅଧିକ ଲୋକ ଲଗାଇ କାମ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, ଆରଡିସି, ଜିଲ୍ଲପାଳ, ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆମ ଓଡିଶା ନବୀନ ଓଡିଶା: ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।

ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୯.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ। ଏହିସବୁ ନିର୍ବାଚନ ମଣ୍ଡଳୀର ୧୭ଟି ବ୍ଲକ୍‌‌ର ୨୭୯ଟି ଗ୍ରାମ ପଞ୍ଚାୟତରେ ୩୦୧୬ଟି ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୦୬ କୋଟି ଟଙ୍କା ମଂଜୁର ହୋଇଛି।

ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ, ହିନ୍ଦୋଳ। ଏଥିରେ ୮ଟି ବ୍ଲକ୍‌ର ୨୧୨ ଟି ଗ୍ରାମପଞ୍ଚାୟତରେ ୩୦୫୩ଟି ପ୍ରକଳ୍ପ କରାଯିବ। ସେହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୩୪.୫୦ କୋଟି ଟଙ୍କା। ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ହେଲା – କଣ୍ଟାମାଳ, ବୌଦ୍ଧ। ଏହିସବୁ ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌‌ର ୬୯ ଟି ଗ୍ରାମ ପଞ୍ଚାୟତରେ ୧୧୫୯ଟି ପ୍ରକଳ୍ପ ହେବ।

ଆଜିର କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି, ଢେଙ୍କାନାଳ ଜିଲ୍ଲାର ୪ଟି ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ସେ ପୁଣି କହିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା।

ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ। Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ। ସେ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ଆଜି ସଫଳ ହୋଇଛି। ମା’ ମାନେ ହିଁ ନବୀନ ଓଡିଶାର ମଙ୍ଗ ଧରିଛନ୍ତି।

ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।

ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟକ୍ରମରେ, ଶ୍ରୀ ପାଣ୍ଡିଆନ କହିଥିଲେ ଯେ ସୁନ୍ଦରଗଡ ଲୋକଙ୍କ ହକି ପ୍ରତି ପ୍ରବଳ ଉତ୍ସାହକୁ ମୁଖ୍ୟମନ୍ତ୍ରୀ ଭଲ ଭାବରେ ଅନୁଭବ କରିଛନ୍ତି। ସେମାନଙ୍କ ମନୋଭାବକୁ ସମ୍ମାନ ଜଣାଇ ସେ ସୁନ୍ଦରଗଡରେ ବିଶ୍ୱକପ ହକିର ଆୟୋଜନ କରିଥିଲେ ଏବଂ ଏଥିପାଇଁ ଏକ ସୁନ୍ଦର ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଏହି ଷ୍ଟାଡିୟମ ମଧ୍ୟ ରେକର୍ଡ ସମୟରେ ନିର୍ମାଣ ହୋଇଥିଲା। ହକିର ବିକାଶ ପାଇଁ ସୁନ୍ଦରଗଡର ପ୍ରତି ବ୍ଲକକୁ ଆଷ୍ଟ୍ରୋଟର୍ଫ ମଧ୍ୟ ଦେଇଛନ୍ତି ବୋଲି ସେ କହିଥିଲେ।

ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୭୯.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଭଷ୍ମାଠାରେ ଇବ ନଦୀ ରେ Istream Storage Structure ନିର୍ମାଣ ପାଇଁ ୨୬୨.୫୦ କୋଟି ଟଙ୍କାର ମଞ୍ଜୁରି, ପାରିଜାତ ଓ ଥିମ୍ ପାର୍କ ଏବଂ ନଗର ବନ ପ୍ରକଳ୍ପ ପାଇଁ ସମୁଦାୟ ୭.୭୮ କୋଟି ଟଙ୍କା, ଗୁରୁଲିଜୋରଠାରେ Minor Irrigation ପ୍ରକଳ୍ପ ପାଇଁ ୧.୩୪ କୋଟି ଟଙ୍କା ଓ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ।

ଏହା ସହିତ ୫ଟି ମନ୍ଦିର, ୨ଟି ସମଜିଦ୍ କମ୍ପ୍ଲେକ୍ସ, ୧ଟି କ୍ୟାଥଲିକ୍ ଚର୍ଚ୍ଚ ଆଦି ରହିଛି। ତଳସରା ନିର୍ବାଚନ ମଣ୍ଡଳୀରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୦.୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଲେଫ୍ରିପଡା ବ୍ଲକରେ ରାସ୍ତା ପାଇଁ ୨୪ କୋଟି ଟଙ୍କା, ଲେଫ୍ରିପଡା ବ୍ଲକରେ ବିଜୁ ସେତୁ ପାଇଁ ୫.୨୬ କୋଟି ଏବଂ ଫୁଲବାରୀ ସପେଇ ନଦୀରେ Istream Storage Structure ନିର୍ମାଣ ପାଇଁ ୧୨୩.୭୫ କୋଟି। ଏଥିରେ ୫ଟି ମନ୍ଦିର ଓ ୨ଟି ଚର୍ଚ୍ଚ ମଧ୍ୟ ସାମିଲ।

ସେହିପରି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନୂଆଗାଁ ଓ କୁଆଁରମୁଣ୍ଡାରେ ୨ଟି ନୂଆ ଡିଗ୍ରୀ କଲେଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ଓ ଏହା ସହିତ ଅନେକ ସ୍କୁଲ, କଲେଜ, ୱାଟର ପାର୍କ ମଧ୍ୟ ରହିଛି।

ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଜଲ୍‌ଦାଠାରେ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ଉନ୍ନତିକରଣ। ବଣାଇ ନିର୍ବାଚନ ମଣ୍ଡଳୀରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୩୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ବଣେଇ ଉପଖଣ୍ଡ ଡାକ୍ତରଖାନାର ଉନ୍ନତିକରଣ ଓ ଡାୟଲିସିସ୍ କେନ୍ଦ୍ର ପାଇଁ ୧.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ବାଣେଶ୍ୱରୀ ମନ୍ଦିର ଓ ୨ଟି ଚର୍ଚ୍ଚ ପାଇଁ ୧.୪୫ କୋଟି ଟଙ୍କା। ଏହା ସହିତ ୨ଟି ଡିଗ୍ରୀ କଲେଜ, ୩ଟି ହାୟର ସେକେଣ୍ଡାରୀ ସ୍କୁଲ ଏଥିରେ ସାମିଲ ହୋଇଛି।

ରାଉରକେଲା ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ମ୍ୟୁନିସପାଲିଟି ଡିଗ୍ରୀ କଲେଜ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ, ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ଓ ଅନ୍ୟ ୪ଟି ମହାବିଦ୍ୟାଳୟ। ଏଥି ସହିତ ୨ଟି ମନ୍ଦିର ୧ଟି ଗୁରୁଦ୍ୱାର ସାମିଲ ହୋଇଛି।

ଏହିପରି ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୬୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୬୩.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୭.୭୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଜୋରନ୍ଦା ମହିମା ଗାଦୀ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଶପ୍ତଶଯ୍ୟା ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇ ୪.୬୧ କୋଟି ଟଙ୍କା, ବଳରାମ ମନ୍ଦିର ଓ ଜାଉଳି ପୋଖରୀ ମଠ ପାଇଁ ୫.୮୫ କୋଟି ଟଙ୍କାର ମଞ୍ଜୁର କରାଯାଇଛି।

ଏଥି ସହିତ ୪ଟି ମହାବିଦ୍ୟାଳୟ ଓ ୧ଟି ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ହୋଇଛି। କାମକ୍ଷାନଗର ନିର୍ବାଚନ ମଣ୍ଡଳୀରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ୬ଟି ସେତୁ ପାଇଁ ୨୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଏକତାଳିଠାରେ ମିନି ଷ୍ଟାଡିୟମ ଓ ପାଠାଗାର ପାଇଁ ୪.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୪ଟି କଲେଜ ଏବଂ ୨ଟି ହାୟର ସେକେଣ୍ଡାରୀ ସ୍କୁଲ, ୨ଟି ଭିତ୍ତିଭୂମି ପ୍ରକଳ୍ପ ରହିଛି।

ସେହିପରି ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ, ୩ଟି କଲେଜ ଓ ୨ଟି ହାୟର ସେକେଣ୍ଡାରୀ ସ୍କୁଲ ଅନ୍ତର୍ଭୁକ୍ତ। ସେହିପରି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସାପୁଆ ଡ୍ୟାମର ସୌନ୍ଦର୍ଯ୍ୟକରଣ ପାଇଁ ୭.୪୪ କୋଟି ଟଙ୍କା, ସାପୁଆ- ବଡଜୋର ଜଳସେଚନ ପ୍ରକଳ୍ପର ସର୍ଭିସ ରାସ୍ତା ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୩ଟି କଲେଜ ୨ଟି ହାୟର ସେକେଣ୍ଡାରି ସ୍କୁଲ ଅନ୍ତର୍ଭୁକ୍ତ।।

ଏହି ପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୫୯.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଖଡଙ୍ଗ ନଦୀ ଓ ଖଇରମାଲଠାରେ ୨ଟି Instream Storage Structure। ଖଡଙ୍ଗ ନଦୀ I.S.S. ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବେ ବେଳେ, ଏଥିରେ ୧୨ ହଜାର ଲୋକ ଉପକୃତ ହେବେ।

ସେହିପରି ଖଇରମାଳ I.S.S. ପାଇଁ ୯୨୫.୬୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତ ହେବେ। ଏହା ସହିତ କଣ୍ଟାମାଳ ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ, ପଳସାଗୁଡା ପଞ୍ଚାୟତ ହାୟର ସେକେଣ୍ଡାରୀ ସ୍କୁଲ, ପର୍ଯ୍ୟଟନ କ୍ଷେତ୍ର, କଣ୍ଟାମାଳର ବିର ମୁଣ୍ଡା ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସାମିଲ।

ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ପୁରୁଣାକଟକଠାରେ ମା ଭୈରବୀ ମନ୍ଦିର ର ଉନ୍ନତିକରଣ ପାଇଁ ୩. ୬୭ କୋଟି ଏବଂ ବୌଦ୍ଧଠାରେ ମା ଚନ୍ଦ୍ରଚୂଡା ମନ୍ଦିର ଓ ଆରତି ଘାଟର ଉନ୍ନତିକରଣ ପାଇଁ ୩.୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହା ଦ୍ୱାରା ବର୍ଷକୁ ମା ଭୈରବୀ ମନ୍ଦିରକୁ ୬୦ ହଜାର ଭକ୍ତ ଓ ମା ଚନ୍ଦ୍ରଚୂଡା ମନ୍ଦିରକୁ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ । ଏହା ସହିତ ୩ଟି ଡିଗ୍ରୀ କଲେଜ, ୧ଟି ମହାବିଦ୍ୟାଳୟ, ୩ଟି ପର୍ଯ୍ୟଟନ କ୍ଷେତ୍ର, ୧ଟି ଛାତ୍ରୀନିବାସ ସାମିଲ ଅଛି।

ଏହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୪୧.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

୩ଟି ଜିଲ୍ଲାରେ ସମୁଦାୟ ୧୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୬୫.୦୩ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଶାରଦା ପ୍ରସାଦ ନାୟକ, ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ, ମନ୍ତ୍ରୀ ଶ୍ରୀ ପ୍ରିତିରଞ୍ଜନ ଘଡାଇ, ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ଶ୍ରୀ ସୁବ୍ରତ ତରାଇ, ବିଧାୟକ ଶ୍ରୀ ସୁଧିର କୁମାର ସାମଲ, ବିଧାୟକ ଡ. ନୃସିଂହ ଚରଣ ସାହୁ, ବିଧାୟକ ଶ୍ରୀ ମହେଶ ସାହୁ, ବିଧାୟକ ଶ୍ରୀ ମହିଧର ରଣା, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।

ସୁନ୍ଦରଗଡରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ଶାରଦା ନାୟକ କହିଲେ ଯେ ସୁନ୍ଦରଗଡକୁ ବିଶ୍ୱ ଦରବାରରେ ପରିଚୟ ଦେଇଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ।

ବଣେଇଠାରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ପ୍ରିତିରଞ୍ଜନ ଘଡାଇ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ସମଗ୍ର ବିଶ୍ୱରେ ଯେଭଳି ପରିଚୟ ଦେଇଛନ୍ତି ତାକୁ ସୁନ୍ଦରଗଡବାସୀ କେବେ ଭୁଲିବେ ନାହିଁ।

କାମାକ୍ଷାନଗରରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକ କହିଲେ ଯେ ଗାଁର ବିକାଶ ନ ହେଲେ ରାଜ୍ୟର ବିକାଶ ହେବ ନାହିଁ। ଗାନ୍ଧିଜୀଙ୍କ ଏହି ଚିନ୍ତାଧାରାକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଉଦ୍ୟମ କରିଚାଲିଛନ୍ତି। ଓଡପଡାଠାରେ ଉପସ୍ଥିତ ସାଂସଦ ଶ୍ରୀ ମହେଶ ସାହୁ କହିଲେ ଯେ ସମଗ୍ର ଭାରତବର୍ଷରେ ଆଜି ଓଡିଶାର ବିକାଶ ଚର୍ଚ୍ଚା ସୃଷ୍ଟି କରିଛି।

ହରଭଙ୍ଗାରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ କହିଲେ ଯେ ମହାତ୍ମା ଗାନ୍ଧୀଙ୍କ ଉକ୍ତି ଭାରତର ଆତ୍ମା ଗାଁରେ ହିଁ ଅଛି କୁ ଗ୍ରାମାଞ୍ଚଳର ବିକାଶ ଜରିଆରେ କାର୍ଯ୍ୟରେ କରି ଦେଖାଇଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ। ଆମ ସମସ୍ତଙ୍କ ପାଇଁ ଆଣିଛି ଅପାର ଆନନ୍ଦ।

କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୋର ୪ ଟା ୩୦ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ

ଭୁବନେଶ୍ବର: ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ଭୋର ୪.୩୦ ରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ୫ଞ ଓ ନବୀନ ଓଡିଶା ଅଧକ୍ଷ ନିର୍ଦ୍ଦେଶ ଦେଇଥିଲେ।

ପୁନରୁଦ୍ଧାର ସମୟରେ ମଠ ଗୁଡିକର ଇତିହାସ ଓ ପରମ୍ପରା କୁ ଗୁରୁତ୍ଵ ଦେଇ ସମସ୍ତ ଭାଗୀଦାର ମାନଙ୍କ ସହଯୋଗ ରେ କାମ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।

ପରିକ୍ରମା ପ୍ରକଳ୍ପ ସୌନ୍ଦର‌୍ୟ୍ୟକରଣ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ। ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ମନ୍ଦିରର କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନେ ଯେପରି ସ୍ବଚ୍ଛନ୍ଦରେ ମନ୍ଦିରରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସଂଯୁକ୍ତ ରାସ୍ତାକୁ ଅବରୋଧ ମୁକ୍ତ ରଖିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ।

ସ୍ଥାନୀୟ ଲୋକ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ ୟୁଟିଲିଟ୍ ଗୁଡିକର ସ୍ଥାନାନ୍ତର,ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ।

ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧା ର ବିକାଶ, ପ୍ରମୋଦ ଉଦ୍ୟାନ ଓ ଶ୍ରୀସେତୁ କାମ ର ଅଗ୍ରଗତି ମଧ୍ୟ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ, ଏସପି, ଓବିସିସି ଏମଡି ଏବଂ ବିଭିନ୍ନ ଏଜେନସିର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର

ନବୀନ ଓଡିଶା ଏବଂ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସ୍ବାଗତ କରିବା ପାଇଁ ପ୍ରବଳ ଭିଡ

ଭୁବନେଶ୍ବର:  5ଟି ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ଭି କେ ପାଣ୍ଡିଆନଙ୍କୁ ନିଯୁକ୍ତି ମିଳିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏହି ନୂଆ ନିଯୁକ୍ତି ଘୋଷଣା ପରେ ରାଜ୍ୟର ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ମଙ୍ଗଳବାର ଦିନ ନବୀନ ନିବାସରେ ତାଙ୍କୁ ସାକ୍ଷାତ କରିବା ପାଇଁ ସେହିପରି ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

ତାଙ୍କୁ ସ୍ବାଗତ କରିବା ପାଇଁ 27ଟି ସରକାରୀ ସେବା ସଂଘ ଏବଂ କେତେକ ଘରୋଇ ସଂଘ ତରଫରୁ ନବୀନ ନିବାସରେ ଭିଡ କରିଥିଲେ। ଏହି ସଂଗଠନ ମଧ୍ୟରେ ଅଛନ୍ତି ଓଡିଶା ମେଡିକାଲ ସେବା ସଂଘ, ଓଡିଶା ସୂଚନା ସେବା ସଂଘ, ଓଡିଶା ବିଦ୍ୟୁତ ସେବା କର୍ମଚାରୀ ସଂଘ, ନିଖିଳ ଓଡିଶା ବିଦ୍ୟୁତ ମଞ୍ଚ, ଓଡିଶା ଭେଟନାରୀ ସେବା ସଂଘ, ଓଡିଶା ଟାକ୍ସ ଏବଂ ଆକାଉଣ୍ଟ ସେବା ସଂଘ, ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ସଂଘ ପ୍ରଭୃତି ଅଛନ୍ତି।

ସମସ୍ତେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀ ଏବଂ ଓଡିଶା ବିକାଶର କର୍ଣ୍ଣଧାର ହୋଇ କାମ କରିଥିବାରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଓଡିଶା ରୂପାନ୍ତରଣ କାର୍ଯ୍ୟ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିଥିବାରୁ ପାଣ୍ଡିଆନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ବର୍ତ୍ତମାନ ରାଜ୍ୟ ଏକ ଭଲ ସମୟରେ ଗତି କରୁଥିବା ବେଳେ ଭବିଷ୍ୟତରେ ଏହା ଜାରୀ ରହିବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଛନ୍ତି।

ନବୀନ ଓଡିଶା ଏବଂ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଓଡିଶାର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସେ କହିଥିଲେ ଯେ, ଆମେ ସମସ୍ତେ ଟିମ ଓଡିଶା ହୋଇ କାମ କରିବା। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା କାର୍ଯ୍ୟରେ ସମସ୍ତେ ନିଜକୁ ନିୟୋଜିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏଥିସହିତ ସେ କହିଥିଲେ ଯେ, ସମସ୍ତେ ଏକାଠି କାମ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ସହିତ ଏକ ନୂଆ ଓଡିଶା ସଶକ୍ତ ଓଡିଶା ଗଠନ କରିବା। ସମସ୍ତେ ଲୋକଙ୍କ ସେବା କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ପାଣ୍ଡିଆନ କହିଥିଲେ। ପୂର୍ବରୁ ବିଭିନ୍ନ ବର୍ଗର ଲୋକ ତଥା ରାଜ୍ୟର ବିଭିନ୍ନ ସଂଗଠନ ପାଣ୍ଡିଆନଙ୍କୁ ସାକ୍ଷାତ କରି ନୂଆ ଦାୟିତ୍ବ ନେଇ ଥିବାରୁ ଅଭିନନ୍ଦନ ଜଣାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ’ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଷଷ୍ଠ ଦିନରେ ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ରାୟଗଡ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୧ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରାୟଗଡ, ଗୁଣୁପୁର ଓ ବିଷମକଟକ। ଏହିସବୁ ନିର୍ବାଚନମଣ୍ଡଳୀର ୧୧ଟି ବ୍ଲକ୍‌‌ର ୧୮୨ଟି ଗ୍ରାମ ପଞ୍ଚାୟତରେ ୨୬୧୩ଟି ପ୍ରକଳ୍ପ ହେବ। ସେହିପରି ଝାରସୁଗୁଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୩୯ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଝାରସୁଗୁଡା ଓ ବ୍ରଜରାଜ ନଗର। ଏଥିରେ ୫ଟି ବ୍ଲକ୍‌ର ୭୮ଟି ଗ୍ରାମପଞ୍ଚାୟତରେ ୯୫୭ ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା।

ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। ୱ୍ବାର୍କସ ହବ ହେବ। ବ୍ୟାଙ୍କ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ରାୟଗଡ ଜିଲ୍ଲାର ୩ଟି ଓ ଝାରସୁଗୁଡା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ ।

ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

ରାୟଗଡ ଜିଲ୍ଲାର ରାୟଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୪.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ମଝିଘରିଆଣୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ରାୟଗଡ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ, କାଶିପୁର କୁମାଖାଲରେ ୧୨୦ ଆସନ ବିଶିଷ୍ଟ ଏକ ହଷ୍ଟେଲ, ରାୟଗଡ ମଡେଲ ଡିଗ୍ରୀ କଲେଜ, ରାୟଗଡ ଅଟୋନମସ୍ କଲେଜ ଆଦିର ଉନ୍ନତିକରଣ।

ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୮.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚଟିକଣା ଶିବ ମନ୍ଦିରର ଉନ୍ନତିକରଣ, ନେଳିଆ ବନ୍ଧର ସୌନ୍ଦର୍ଯ୍ୟକରଣ ଓ ବିକାଶ, ଖଜୁରୀ ଗାଁ ଗଡଗଡା ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ରର ବିକାଶ। ସେହିପରି ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୨.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାମେଶ୍ୱର ମହାଶମ୍ଭୁ ଶିବ ମନ୍ଦିରର ଉନ୍ନତିକରଣ, ମାତରବନମ ସଉରା ମନ୍ଦିରର ସୌନ୍ଦର୍ଯ୍ୟକରଣ, ବଂଶଧାରା ନଦୀ ଉପରେ ସେତୁ। ଏହିପରି ଜିଲ୍ଲାରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୬.୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ସେହିପରି ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨.୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଲାଇକେରାସ୍ଥିତ ଜଂଘାଲିଙ୍ଗ ମନ୍ଦିର।

ଏହା ସହିତ ଝାରସୁଗୁଡାର ଗଣ୍ଡ ସମାଜ ପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ୫୦ ଡେସିମିଲ ଜମି ଦିଆଯାଇଛି। ଏହା ଦ୍ୱାରା ଗଣ୍ଡ ସମାଜର ରାଜଧାନୀରେ ରହିବା ସୁବିଧା ସହିତ ସେମାନଙ୍କ କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ସୁବିଧା ହେବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୮ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୮.୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ରାମଚଣ୍ଡୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ।

ଏହା ଦ୍ୱାରା ବର୍ଷକୁ ଏହି ମନ୍ଦିରକୁ ଅତି କମ୍‌ରେ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେହିପରି ହୀରାକୁଦ ବିସ୍ଥାପିତମାନଙ୍କ ପାଇଁ ଦୀର୍ଘ ବର୍ଷର ସମସ୍ୟାକୁ ସମାଧାନ କରି ରାଜ୍ୟ ସରକାର ସେମାନଙ୍କୁ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

୧୮୦୦ରୁ ଅଧିକ ପରିବାରକୁ ୩୧୩୦ ଏକରରୁ ଅଧିକ ଜମି ପାଇଁ ପଟ୍ଟା ଯୋଗାଇ ଦିଆଯିବ। ଫେବୃଆରୀ ସୁଦ୍ଧା ସମସ୍ତଙ୍କୁ ପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଜିଲ୍ଲାରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗୋ, ବିଧାୟିକା ଦୀପାଳି ଦାସ, ବିଧାୟିକା ଶ୍ରୀମତୀ ଅଳକା ମହାନ୍ତିଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି।

ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଦେବ ବୋଲି ସେମାନେ କହିଥିଲେ। କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

BreakingNews: ଭି କେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ପରେ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ପରେ ତାଙ୍କୁ ମିଳିଛି ନୂଆ ନିଯୁକ୍ତି। ସେ ବର୍ତ୍ତମାନ 5 ଟି ଏବଂ ନବୀନ ଓଡିଶାରେ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

ସେ କ୍ୟାବିନେଟ ପ୍ୟାହା ପାଇବେ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ସେ ସିଧା ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ।

ଗତକାଲି ରାତିରେ ଭି କେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଜଣାପଡିଥିଲା। ସେ ଗତ 20 ତାରିଖରୁ ଅବସର ନେବା ପାଇଁ ଆବେଦନ କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀଙ୍କ ସହ 5T ସଚିବଙ୍କ ଆଲୋଚନା, ୬ଟି ଜିଲ୍ଲାରେ ଗଡିବ ବସ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନାରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ ମିଶାଇ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ କରିବ । ଏହି ଜିଲ୍ଲା ଗୁଡିକ ହେଲା – ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ। ଚଳିତ ମାସ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍‌ ଗୁଡିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି।

କର୍ମଚାରୀ ମାନଙ୍କୁ ସମ୍ବୋଧନ କରି 5T ସଚିବ ଶ୍ରୀ ପାଣ୍ଡିଆନ କହିଲେ ଯେ ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର। ତେଣୁ ଲୋକମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଆମର ପ୍ରଥମ ଦାୟିତ୍ବ ହେବା ଉଚିତ। ଏହି ବସ୍‌ ଯୋଜନାରେ ଛୋଟ ପିଲା ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ ଶକ୍ତି ମା ମାନେ, ସମସ୍ତେ ଉପକୃତ ହେବେ।

ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ। ମିଶନ ଶକ୍ତି ମା ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟତ କରିବା ସହଜ ହେବ।

ଶ୍ରୀ ପାଣ୍ଡିଆନ ପୁଣି କହିଥିଲେ ଯେ, ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ। ତେଣୁ ଏହି ପରିବହନ ସେବା ଗାଁ ଗାଁରେ ସମୃଦ୍ଧି ଆଣିବ। ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ। ଗ୍ରାମାଞ୍ଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ। ତେଣୁ ବସ୍‌ର କର୍ମଚାରୀ ମାନେ ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ପରିବାରର ସଦସ୍ୟ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।

ଏଥିରେ ସେ ୩-ଏସ୍‌ ଉପରେ ଗୁରୁତ୍ବ ଦେଇଥିଲେ। ଏହି ତିନୋଟି ଏସ୍‌ ହେଲା – ସୁରକ୍ଷା, ସୁବିଧା ଓ ସମ୍ମାନ। ସମସ୍ତଙ୍କ ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ପ୍ରତ୍ୟେକ ଯେପରି ସମ୍ମାନର ସହିତ ଯାତାୟତ କରିବେ, ସେଥିପ୍ରତି ଧ୍ୟାନ ଦେବା ହେଉଛି କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଆଲୋଚନା ପରେ ସମସ୍ତ କର୍ମଚାରୀମାନେ 5T ସଚିବଙ୍କୁ ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବଡି ଭୋରରୁ ଶ୍ରୀମନ୍ଦିର ପ୍ରକଳ୍ପ ଅନୁଧ୍ୟାନ କଲେ ୫ ଟି ସଚିବ ଭି କେ ପାଣ୍ଡିଆନ୍

ପୁରୀ: ସିଏମ୍ (୫ ଟି) ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଶ୍ରୀ ଜଗନ୍ନାଥ ପାରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ସେ ଭୋର ୪ ଟାରୁ ସକାଳ ୭ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଥିଲେ। ସମୀକ୍ଷା ସମୟରେ ୫ଟି ସଚିବ ଜିଲ୍ଲା ଅଧିକାରୀ ଏବଂ ଏଜେନ୍ସିମାନଙ୍କୁ ଡିସେମ୍ବର -୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ସମୀକ୍ଷାରେ ଯାହା ନିଷ୍ପତି ହେଲା ସେଗୁଡିକ ହେଲା

ଯାତ୍ରୀ ଏବଂ ସେବାୟତମାନଙ୍କ ପାଇଁ ଦୁଇ ଚକିଆ ଯାନ ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ।

ବାହ୍ୟ ପ୍ରବେଶ ରାସ୍ତାକୁ ଜବରଦଖଲ ମୁକ୍ତ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ

ମଠଗୁଡିକର ପୁନଃ ବିକାଶ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏଥିରେ କାମ କରୁଥିବା ସଂସ୍ଥା ସହିତ ଆଲୋଚନା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଏହି ମଠର ଇତିହାସ ଏବଂ ଐତିହ୍ୟକୁ ସଂରକ୍ଷିତ ରଖି କାମ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ଐତିହ୍ୟ ସହିତ ବିଭିନ୍ନ ପ୍ରାକୃତିକ ଉଦ୍ଭିଦ ବ୍ୟବହାର କରି ଲ୍ୟାଣ୍ଡସ୍କେପ୍ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପାଣ୍ଡିଆନ ପରାମର୍ଶ ଦେଇଥିଲେ।

ଏସଟିପି କାର୍ଯ୍ୟକୁ ତ୍ବରାନିତ କରାଯିବ

ଇଲେକ୍ଟ୍ରିକାଲ୍ ସବ୍-ଷ୍ଟେସନ୍ କାର୍ଯ୍ୟ ଶୀଘ୍ର ଶେଷ ହେବ

ଟାଟା ପ୍ରୋଜେକ୍ଟକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ରାତି ସମୟରେ ଅଧିକ ଲୋକ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

କାର୍ଯ୍ୟ ଗୁଣବତ୍ତା ଏବଂ ଠିକ୍ ସମୟରେ ସମାପ୍ତ ହେବା ସହିତ ପ୍ରତିଦିନ ମନ୍ଦିର ପରିଦର୍ଶନ କରୁଥିବା ହଜାର ହଜାର ଭକ୍ତଙ୍କୁ ସର୍ବୋତ୍ତମ ଅନୁଭୂତି ନିଶ୍ଚିତ କରିବାକୁ ପ୍ରଧାନ ଗୁରୁତ୍ୱ ।

ଜଗନ୍ନାଥ ବଲ୍ଲଭ ପାର୍କିଂ କେନ୍ଦ୍ର ଏବଂ ଶ୍ରୀ ସେତୁରେ କାର୍ଯ୍ୟର ଅଗ୍ରଗତି ପାର୍କିଂ ସୁବିଧା ଏବଂ ଭକ୍ତମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଆଯିବା ସଂପର୍କରେ ସମୀକ୍ଷା କରାଯାଇଥିଲା।

ଶ୍ରୀ ସେତୁ କାର୍ଯ୍ୟ ନିର୍ମାଣ କରୁଥିବା ଏଜେନ୍ସି  JBPC କୁ ଏହି ପ୍ରକଳ୍ପ ଠିକ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାଫଳରେ ପୁରୀକୁ ଆସୁଥିବା ଭକ୍ତମାନେ ନୂଆ ବର୍ଷରୁ ଭଲ ଅନୁଭବ ପାଇପାରିବେ।

ପରିଦର୍ଶନ ସମୟରେ ପ୍ରିନ୍ସିପାଲ୍-ସେକ୍ରେଟାରୀ ୱାର୍କସ୍ ଡିପାର୍ଟମେଣ୍ଟ୍, ପୁରୀ ଜିଲ୍ଲାପାଳ, ଏସପି ପୁରୀ ଏମଡି ଓବିସିସି ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜନଅଭିଯୋଗର ସମାଧାନ, ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା। ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ।

ରିପୋର୍ଟ ପାଇବାପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି।

ସ୍ମାର୍ଟ ସିଟି ଭୁବନେଶ୍ୱର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି। ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି। ଆବାସିକ କଲୋନୀଗୁଡିକରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା।

ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପାଣ୍ଡିଆନ କାହିଁକି ହେଲିକାପ୍ଟର ନେଇଥିଲେ? ମୁଖ୍ୟମନ୍ତ୍ରୀ ଜବାବ ପରେ ବିରୋଧୀ ଚୁପ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ 5ଟି ସଚିବ ଭି କେ ପାଣ୍ଡିଆନ ଗସ୍ତ ଉପରେ ବିସ୍ତୁତ ତଥ୍ୟ ଉପସ୍ଥାପନ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ପରେ ନବୀନ ଏହି ତଥ୍ୟ ରଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ଗସ୍ତ ଉପରେ ଯାହା ତଥ୍ୟ ଉପସ୍ଥାପନ କଲେ ତାହା ଶୁଣିବା ପରେ ବିରୋଧୀ ପୁରା ଚୁପ ହୋଇପଡିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ସରକାର ଜନସାଧାରଣଙ୍କର ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ।

ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରୁଥିଲେ ଏବଂ ଆମର ସୁଦୃଢ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଜରିଆରେ ସେଗୁଡିକର ସମାଧାନ କରାଯାଉଥିଲା । ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଜଣାଇବା ବ୍ୟବସ୍ଥା ଲୋକମାନଙ୍କ ମନରେ ବ୍ୟବସ୍ଥା ପ୍ରତି ଆସ୍ଥା ସୃଷ୍ଟି କରୁଥିଲା।

କୋଭିଡ ସମୟରେ କଟକଣା ଯୋଗୁ ପ୍ରାୟ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ପୁଣି ଥରେ ତାର କାର୍ଯ୍ୟ ଆରମ୍ଭ କରିଥିଲା । ସେ ଯାହା ହେଉ ନା କାହିଁକି, କୋଭିଡ ପରବର୍ତ୍ତୀ ସମୟରେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକଙ୍କ ସଂଖ୍ୟା ତଥା ଅଭିଯୋଗର ହାରାହାରି ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲା ।

୨ ବର୍ଷ ଧରି କୋଭିଡ କଟକଣା ଲାଗୁ ରହିବା ଫଳରେ ଅଭିଯୋଗ ସମାଧାନରେ ସମସ୍ୟା ଦେଖାଦେଲା ଏବଂ ଲୋକଙ୍କ ଘର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପହଞ୍ଚାଇବା ପାଇଁ ମୁଁ ଚିନ୍ତା କଲି। ରାଜ୍ୟର ସବୁ ବ୍ଲକ ଓ ସବୁ ସହରାଞ୍ଚଳରେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି ପହଞ୍ଚି ପାରିବ ସେ ଦିଗରେ ଆମେ ପଦକ୍ଷେପ ନେଲୁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକେନ୍ଦ୍ରିତ ଅଭିଯୋଗ ଶୁଣାଣି ପରିଚାଳନା କଲେ ।

୬ ମାସ ମଧ୍ୟରେ ରାଜ୍ୟର ୧୯୦ ରୁ ଅଧିକ ସ୍ଥାନରେ ଏହି ଅଭିଯୋଗ ଶୁଣାଣୀ ଆୟୋଜନ କରାଗଲା। ପ୍ରତ୍ୟେକ ଦିନ ୩ ରୁ ୫ଟି ସ୍ଥାନରେ ଅଭିଯୋଗ ଶୁଣାଣୀ ହେଲା ଏବଂ ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଠାରୁ ୫୭୪୪୨ଟି ଦରଖାସ୍ତ ଗ୍ରହଣ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ୪୩୫୩୬ ଦରଖାସ୍ତର ଫୈସଲା କରାଯାଇଛି।

ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତାର ସହ ସମ୍ପାଦନ କରାଯାଇଛି। ଏହି ସମସ୍ତ ଦରଖାସ୍ତ ଏବଂ ତା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତଥା ଫୈସଲାର ବିଭିନ୍ନ ପର୍ଯ୍ୟାୟର ସମ୍ପୂର୍ଣ୍ଣ ବିବରଣୀ ଜନଶୁଣାଣି ପୋର୍ଟାଲରେ ସ୍ଥାନିତ ହୋଇଛି।

ଉତ୍ତରୀଧିକାର ସତ୍ତ୍ୱ ସଂକ୍ରାନ୍ତୀୟ ବିଷୟଗୁଡିକ ବାରମ୍ବାର ଆଲୋଚନା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଦୀର୍ଘ ଦିନ ଧରି ପଡି ରହିଥିବା ଏହି ଐତିହାସିକ ସମସ୍ୟା ଗୁଡିକର ଆଗାମୀ ୨ ରୁ ୩ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ଆମେ ଆଶାବାଦୀ।

ଅଭିଯୋଗକାରୀ ମାନଙ୍କୁ ଲିଖିତ ଉତ୍ତର ଦିଆଯାଉଛି ଏବଂ ମୋ ସରକାର ଜରିଆରେ ଫୋନ କରାଯାଇ ସେମାନଙ୍କ ଠାରୁ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି । ମୁଁ ଦୃଢତାର ସହ କହିପାରେ ଯେ ଦେଶର ଯେ କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ନିମନ୍ତେ ଥିବା ବ୍ୟବସ୍ଥା ମଧ୍ୟରେ ଏହା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା ।

ଆପଣମାନଙ୍କର ମନେ ଥାଇପାରେ ଯେ କୋଭିଡ ସମୟରେ କୋଭିଡ ପରାଚାଳନା ସଂପର୍କରେ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେହି ଟିମ୍‌କୁ ବିଭିନ୍ନ ସ୍ଥାନକୁ ମୁଁ ପଠାଇଥିଲି।

ଯେତେବେଳେ ସମସ୍ତେ ଘର ଭିତର ଆବଦ୍ଧ ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଟିମ୍ ନିଜ ଜୀବନକୁ ବିପନ୍ନ କରି ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାରୁ ଜିଲ୍ଲାକୁ ବୁଲି କୋଭିଡ ପରିସ୍ଥିତିର ତଦାରଖ କରୁଥିଲେ ଏବଂ ଲୋକମାନଙ୍କର ମତାମତ ନେଉଥିଲେ।

ଏହି ବ୍ୟବସ୍ଥା ଆମକୁ ତ୍ବରିତ ନିଷ୍ପତ୍ତି ନେବାରେ ସହାୟକ ହୋଇଥିଲା ଏବଂ ଆମେ ଆମ ରାଜ୍ୟବାସୀଙ୍କର ଅମୂଲ୍ୟ ଜୀବନ ରକ୍ଷା କରିବା ସହିତ ଅନ୍ୟ ରାଜ୍ୟ ଗୁଡିକୁ ମଧ୍ୟ ସାହାଯ୍ୟ କରିଆସିଥିଲୁ।

ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ପର୍କରେ ଆପଣମାନଙ୍କର ରାଜନୈତିକ ସମାଲୋଚନା ଉପରେ ମୁଁ କିଛି କହିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ ଏବଂ ଭୁବନେଶ୍ବରରେ ମାନ୍ୟବର ମନ୍ତ୍ରୀ ମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ । ତେଣୁ ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି ?

ଅଭିଯୋଗ ଦରଖାସ୍ତର ବିଭାଗୀୟ ସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମାନ୍ୟବର ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଏହା ସର୍ବୋଚ୍ଚ ସ୍ତରରେ ଟିମ୍‌ ୱାର୍କ ଅଟେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍‌ ଭାବରେ ସମାଧାନ ହେବ ଏବଂ ଜନସାଧାରଣ ଯେପରି ସର୍ବୋତ୍ତମ ସନ୍ତୁଷ୍ଟି ଲାଭ କରିବେ, ତାହା ହିଁ ଆମର ଲକ୍ଷ୍ୟ।

ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ (ତନ୍ମଧ୍ୟରୁ ସଂଖ୍ୟାଧିକ ହେଉଛି ଗୋଷ୍ଠୀଗତ ଅଭିଯୋଗ) ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣୀରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା ? ସେମାନେ କେତେ ମଜୁରୀ ହରାଇ ଥାନ୍ତେ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘରପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ, ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି।

ହେଲିକପ୍ଟର ବ୍ୟବହାର ସଂପର୍କରେ –

ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡକ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ ଟାରୁ ୩ଟା ମଧ୍ୟରେ କରିବା ଯେ କୌଣସି ମଣିଷ ପାଖରେ ଅସମ୍ଭବ ଅଟେ।

ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରୀ ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଚ୍ଛା କୋଟିଏ ରୁ ଦେଢ କୋଟି ଟଙ୍କା ମଧ୍ୟରେ ହୋଇଛି। ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ।

ସଂପୂର୍ଣ୍ଣ ବୃତ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଭିଯୋଗ ଶୁଣାଣୀ କରିଛି। ଏହି ଶୁଣାଣୀ ସମୟରେ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏ ସେଥିପାଇଁ ହୋଇଥିବା ଅର୍ଥ ମଂଜୁରୀ ସଂପର୍କରେ ସୂଚନା ଦିଆଯାଇଛି। ଲୋକଙ୍କ ଅଭିଯୋଗର ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମୁଁ ସ୍ବତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଥିଲି।

ଲୋକଙ୍କ ଅଭିଯୋଗ ଶୁଣାଣୀ ନିମନ୍ତେ ବିଭିନ୍ନ ସ୍ଥାନରେ ଯେଭଳି ବୃତ୍ତିଗତ ଭାବରେ ଦକ୍ଷତାର ସହ ପଦକ୍ଷପ ଗ୍ରହଣ କରାଗଲା, ସେଥିପାଇଁ ମୁଁ ମାନ୍ୟବର ମନ୍ତ୍ରୀଗଣ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ତଥା ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି।

ସେମାନଙ୍କ ଅଞ୍ଚଳରେ ଅନେକ ଅଭିଯୋଗର ସମାଧାନ କରାଯାଇଥିବାରୁ, ବିରୋଧୀ ଦଳର ସଦସ୍ୟ ମାନେ ମଧ୍ୟ ଖୁସି ହେବା ଉଚିତ। ମୁଁ ବୁଝିପାରୁ ନାହିଁ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ ? ଏଭଳି ବିରୋଧ ଜନବିରୋଧୀ ଏବଂ ଜନସାଧାରଣ ଏଭଳି ମନୋବୃତ୍ତିକୁ ଉଚିତ ଜବାବ ଦେବେ ।

ସେ ଯାହା ହେଉ ନା କାହିଁକି, ଆମ ସମସ୍ତେ ଜନତାର ସେବକ। ଜନସାଧାରଣଙ୍କ ଅଭିଯୋଗର ଶୁଣାଣୀ ଆମର ସର୍ବୋଚ୍ଚ ପ୍ରାଥମିକତା ।

ଜନସାଧାରଣ ଖୁସି
ଲୋକ ପ୍ରତିନିଧିମାନେ ଖୁସି

ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ । ମୋ ସରକାର ପାଇଁ, ଜନସାଧାରଣ ହେଉଛନ୍ତି ପ୍ରଥମ। ଲୋକଙ୍କ ସମସ୍ୟା ସମାଧାନ ଆମର ସର୍ବୋcଚ୍ଚ ପ୍ରାଥମିକତା ଏବଂ ଏହାକୁ ସର୍ବୋତ୍ତମ ଭାବରେ ସଂପାଦନ କରିବା ପାଇଁ ମୁଁ କାମ କରିଚାଲିବି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ, ରୋକି ପାରିଲା ନାହିଁ ବିରୋଧୀ ଦଳର ମିଳିତ ତାକତ୍

ଭୁବନେଶ୍ବର: ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ତାଙ୍କର ଜିଲ୍ଲା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତକାଳରେ ସେ ଓଡିଶାର 147 ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିସାରିଛନ୍ତି। ଏହି ଗସ୍ତରେ ସାରା ଓଡିଶାବାସୀଙ୍କୁ ସେ ନବୀନ ସରକାରଙ୍କର ସଫଳତାର ସ୍ବାଦ ବାଣ୍ଟି ଦେଇଛନ୍ତି। ଯାହା ନିର୍ବାଚନ ପୂର୍ବରୁ ବିଜେଡି ସରକାର ପାଇଁ ଏକ ବଡ ବରଦାନ ସଦୃଶ୍ୟ ହୋଇପାରିଛି। ନବୀନ ସରକାର ଲୋକଙ୍କ ସହିତ ଅଛନ୍ତି ବୋଲି ତାହାର ପ୍ରମାଣ କରି ଦେଖାଇ ଦେଲେ ଭିକେ ପାଣ୍ଡିଆନ।

ପାଣ୍ଡିଆନ ଯେପରି ମାରଥନ ଜିଲ୍ଲା ଗସ୍ତ କଲେ ସେପରି ନବୀନ ପଟ୍ଟନାୟକ କରିଥାଆନ୍ତେ କି ନାହିଁ ତାହା ଭିନ୍ନ କଥା। ହେଲେ ତାଙ୍କର ପ୍ରତିନିଧି ଭାବେ ସେ ସବୁକୁ କରି ଦେଖାଇ ଦେଲେ ଭି କେ ପାଣ୍ଡିଆନ। ତାଙ୍କ ଗସ୍ତ ବେଳେ ସବୁଠାରୁ ବଡ କଥା ହେଲା ସେ କେବେ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ନାମ ନେବାକୁ ଭୁଲି ନାହାଁନ୍ତି। ସବୁ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପଠାଇଛନ୍ତି ବୋଲି କହି ଆସିଛନ୍ତି। ଆପଣଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ବାରମ୍ବାର ଉଚ୍ଚାରଣ କରିଛନ୍ତି।

ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସଭାରେ ନିଜକୁ ପ୍ରମାଣିତ କରିବାକୁ ପଡିଥିଲା। କାରଣ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା ନେଇ ବିରୋଧୀଙ୍କ ସନ୍ଦେହ ସୃଷ୍ଟି ହେଲା। ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ଲୋକଙ୍କ ଆଗରେ ଅଡିଓ ଭିଡିଓ ପ୍ରମାଣ ଦେବାକୁ ପଡିଥିଲା। ଏପରିକି ସେ ସିଧା ଲୋକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲାଇଭ ଭିଡିଓ ମାଧ୍ୟମରେ ମଧ୍ୟ କଥା କରାଇବାକୁ ପଡିଥିଲା। ଏପରି କରିବା ପରେ ବିରୋଧୀଙ୍କ ମୁହଁ ଆପେ ବନ୍ଦ ହୋଇଯାଇଥିଲା।

ଅନ୍ୟପଟେ ତାଙ୍କୁ କାହିଁକି ଲୋକମାନେ ଫୁଲ ବୃଷ୍ଟି କରୁଛନ୍ତ ଏବଂ ସ୍ବାଗତ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ତାହାକୁ ମଧ୍ୟ ପାଣ୍ଡିଆନଙ୍କୁ ସାମନା କରିବାକୁ ପଡିଥିଲା। ଏହାକୁ ବିରୋଧ କରି ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ। କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୋଟିସ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିଲା। କାର୍ଯ୍ୟାନୁଷ୍ଠାନ ହେଉ କି ନାହିଁ , ହେଲେ ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ ଏଥର ବନ୍ଦ ହୋଇଯିବ ବୋଲି ବିରୋଧୀ ଭାବି ନେଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ଆହୁରି ବଢିଯାଇଥିଲା। ପୂର୍ବରୁ ସେ ଦୁଇ ତିନୋଟି ସ୍ଥାନ ଗସ୍ତ କରୁଥିଲେ, ହେଲେ ଏହି ଚିଠି ପରେ ସେ ଗୋଟିଏ ଗୋଟିଏ ଜିଲ୍ଲାର ଚାରି ପାଞ୍ଚୋଟି ସ୍ଥାନରେ ସଭା କଲେ। ଏହାପରେ ବିରୋଧୀଙ୍କ ରାଗ ଆହୁରି ପଞ୍ଚମକୁ ଉଠି ଯାଇଥିଲା। ସେମାନେ ତାଙ୍କ ଗସ୍ତ ସମୟରେ କଳାପତାକା ଦେଖାଇ ବିରୋଧ କଲେ, ସଭା ଭଣ୍ଡୁର କରିବାକୁ ପ୍ରଚେଷ୍ଠା ମଧ୍ୟ କରିଥିଲେ। ହେଲେ ସେଥିରେ ମଧ୍ୟ ପାଣ୍ଡିଆନଙ୍କ ଗସ୍ତରେ ରୋକ ଲାଗି ପାରି ନ ଥିଲା।

ସବୁ କ୍ଷେତ୍ରରେ ବିରୋଧୀ ବିଫଳ ହେବା ପରେ ତାଙ୍କ ମୁହଁକୁ କାଳି ଫୋପାଡିବା ପରି ଅବସ୍ଥା ମଧ୍ୟ କଲେ। ଏପରି କରି ବିରୋଧୀ ଭାବି ନେଲେ ଯେ, ଏବେ ପାଣ୍ଡିଆନ ଗସ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ। କିନ୍ତୁ ଫଳ ହେଲା ଓଲଟା,ସେହି କାଳି ବୋଳା ଦେହରେ ସେ ଲୋକଙ୍କୁ ଭେଟିଲେ। ମହିଳାମାନେ କାନ୍ଦିକାନ୍ଦି ତାଙ୍କ ପଣତ କାନିରେ ପାଣ୍ଡିଆନଙ୍କ ମୁହଁରୁ କଳା ପୋଛି ଦେଲେ। ସାଧାରଣ ଜନତା ପାଣ୍ଡିଆନଙ୍କୁ ନେଇ ଏପରି ଭାବ ବିହ୍ବୋଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଫଳରେ ପାଣ୍ଡିଆନଙ୍କ ଉପରକୁ ଢଳା ଯାଇଥିବା କାଳିରେ ବିରୋଧୀଙ୍କ ମୁହଁ କଳା ପଡି ଯାଇଥିଲା।

କହିବାକୁ ଗଲେ ପାଣ୍ଡିଆନ ରାଜନୀତି କରି ନ ଥିଲେ ମଧ୍ୟ ରାଜନୈତିକ ଦଳକୁ କିପରି ସାବାଡ କରାଯାଇପାରିବ ତାହାର ତରିକା ବେଶ ଭଲଭାବେ ଜାଣିଛନ୍ତି। ନଚେତ ଏତେ ଶକ୍ତିଶାଳୀ ବିରୋଧୀଙ୍କୁ ଚକମା ଦେଇ ସେ ସଫଳତାର ସହ ଏହି ଗସ୍ତ ଶେଷ କରିପାରି ନ ଥାଆନ୍ତେ। ପାଣ୍ଡିଆନ ଯେତେବେଳେ ପ୍ରଥମେ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସେତେବେଳୁ ସେ ଜାଣି ସାରିଥିଲେ ଯେ, ବିରୋଧୀ ଦଳ କଣ କରିବେ, ଆଉ ତାହାକୁ କିପରି ମୁକାବିଲା କରାଯାଇପାରିବ।

ବିରୋଧୀ ଏହିପରି ବାରମ୍ବାର ବିରୋଧ କରିବା ସତ୍ବେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମରେ କେହି ବିରାମ ଲଗାଇପାରିଲେ ନାହିଁ। ଲୋକଙ୍କୁ ଭେଟିବାରେ ପାଣ୍ଡିଆନଙ୍କୁ କୌଣସି ତାକତ ଦୂରେଇ ପାରିଲା ନାହିଁ। ଫଳରେ ବିରୋଧୀ ଦଳରେ ପୁରା ହତାସ ଭାବ ପରିଲକ୍ଷିତ ହେବାରେ ଲାଗିଛି। ଏବେ ସେମାନେ ସବୁ କିଛି ଛାଡିଦେଇ ପାଣ୍ଡିଆନ ଗସ୍ତ ବେଳେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ହେଲିକାପ୍ଟର ଭଡା କେତେ ତାହାର ହିସାବ କରିବାରେ ଲାଗିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯାଜପୁର ଜିଲ୍ଲାବାସୀଙ୍କ ଅଭିଯୋଗ ଶୁଣିଲେ ପାଣ୍ଡିଆନ, ୫୦୦୦ କୋଟି ଟଙ୍କା ପ୍ରକଳ୍ପର କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ 5T ସଚିବ ଭି କେ ପାଣ୍ଡିଆନ୍ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି। ସେଠାରେ ସେ ବିଭିନ୍ନ ବିକାଶମୂଳକ କାଯ୍ୟର ଅଗ୍ରଗତି ଏବଂ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି।

ସେ ବଡଚଣାର ମହାବିନୟକ ମନ୍ଦିର ଏବଂ ବିଞ୍ଜରପୁରର ବରୁଣେଶ୍ୱର ମନ୍ଦିରର ବିକାଶ ବିଷୟରେ ଆଲୋଚନା କରିଥିଲେ। ସେଠାରେ ସେ ସେବାୟତ, ଟ୍ରଷ୍ଟି ସଦସ୍ୟ ତଥା ସାଧାରଣ ଜନତାଙ୍କ ସହ ମନ୍ଦିରର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ସେଠାରେ ଭକ୍ତଙ୍କ ପାଇଁ ଉନ୍ନତ ସୁବିଧା ସହ ମନ୍ଦିରର ରୂପାନ୍ତରୀକରଣ ଉପରେ ପରାମର୍ଶ ଦେଇଥିଲେ। ପର୍ଯ୍ୟଟନ ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ପାଣ୍ଡିଆନ୍ ୯୫୬ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଛନ୍ତି। ବଡଚଣା, ବିଞ୍ଜରପୁର, ଦଶରଥପୁର, ଧର୍ମଶାଳା, ରସୁଲପୁର ଏବଂ ଯାଜପୁର ବ୍ଲକର ସମସ୍ତ ପରିବାରକୁ ଏହି ପ୍ରକଳ୍ପଗୁଡିକ ଜଳ ଯୋଗାଇଦେବ। ଡିସେମ୍ବର ୨୦୨୩ ପରଠାରୁ ଏହି ପ୍ରକଳ୍ପଗୁଡିକ ପର‌୍ୟ୍ୟାୟ କ୍ରମେ କାର‌୍ୟ୍ୟକ୍ଷମ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଠିକ ସମୟରେ କାର‌୍ୟ୍ୟ ଶେଷ କରିବା ସହ କାମ ଠିକ ଭାବେ ହେଉଛି କି ନାହିଁ ତାହା ତଦାରଖ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେ ଆହୁରି ମଧ୍ୟ ୨୨୩ କୋଟି ଟଙ୍କା ବ୍ୟୟରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। କୋଚିଲା ଏବଂ ବୈତରଣୀ ନଦୀରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ନିର୍ମାଣ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୩୭୩ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଶେଷ କରିବାକୁ ସମୟ ଧାର‌୍ୟ୍ୟ କରାଯାଇଛି। ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପ୍ରକଳ୍ପ କାମ ସମୟ ସୀମା ମଧ୍ୟରେ ଶେଷ କରିବାକୁ କହିଥିଲେ।

ଦିନ ସମୟରେ ସେ ବଡଚଣା, ବିଞ୍ଜାରପୁର, ଧର୍ମଶାଳା ଏବଂ ଯାଜପୁରରେ ଅନୁଷ୍ଠିତ ଜନ ଅଭିଯୋଗ ସଭାରେ ଭାଗ ନେଇଥିଲେ। ସେ ସେମାନଙ୍କ ଅଭିଯୋଗ ସମ୍ପର୍କରେ ଜନସାଧାରଣଙ୍କ ସହ କଥାବାର୍ତ୍ତା କରିଥିଲେ। ସେ କହିଛନ୍ତି ଯେ ନାଗରିକଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇଛନ୍ତି ଏବଂ ଦାଖଲ ହୋଇଥିବା ଆବେଦନଗୁଡିକର ଶୀଘ୍ର ସମାଧାନ କରାଯିବ। ପାଣ୍ଡିଆନ୍ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ। ସେଗୁଡିକ ମଧ୍ୟରେ ରହିଛି

୧-ଯାଜପୁରରେ ୯୫ କୋଟି ଟଙ୍କା ବ୍ୟୟରେ ୨୫୦ ଶଯ୍ୟା ବିଶିଷ୍ଟ ନୂତନ ଡିଏଚଏଚ କୋଠା ନିର୍ମାଣ

୨-୯୮ କୋଟି ଟଙ୍କା ବ୍ୟୟରେ ସ୍ପୋର୍ଟସ ଷ୍ଟାଡିୟମ ଏବଂ ୪୧ କୋଟି ଟଙ୍କା ବ୍ୟରେ ସ୍ପୋର୍ଟସ ଏକାଡେମୀ ନିର୍ମାଣ

୩-୫ଟି ର ନୀତି ଅନୁସରଣ କରୁଥିବା ବିଭିନ୍ନ ପ୍ରକଳ୍ପଗୁଡିକର ଶୀଘ୍ର ସମାପ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେ ଜିଲ୍ଲାର ପ୍ରମୁଖ ସଡକଗୁଡିକର ଅଗ୍ରଗତି ଉପରେ ମଧ୍ୟ ସମୀକ୍ଷା କରିଛନ୍ତି। ସେଗୁଡିକ ହେଲା

୧- ୨୧ କୋଟି ଟଙ୍କା ବ୍ୟୟରେ ସାୟଦପୁରରୁ ଉତାଙ୍ଗରା ଦେଇ ଭାୟା ଚିଲିକା ରୋଡ ନିର୍ମାଣ ବ୍ୟବସ୍ଥା।

୨-  ୨୯ କୋଟି ଟଙ୍କା ବ୍ୟୟରେ ନରୀଗାଁ, ଦୁବକାଣ ରୁ ଭାୟା ଗରାବନ୍ଧ ଏବଂ ଜୁନଧପୁର ରାସ୍ତା ନିର୍ମାଣ

୩- ୨୦ କୋଟି ଟଙ୍କା ବ୍ୟୟରେ ମଳିଆ ବଳଭଦ୍ରପୁର ଭାୟା କପିଳ ରୋଡ

୪- ୧୩ କୋଟି ଟଙ୍କା ବ୍ୟୟରେ କସ୍ତୁରିଆ ଗଡମାଧବପୁର ବାରମାଣ ଢେଙ୍କାନାଳ ସୀମା ରାସ୍ତାର ଉନ୍ନତିକରଣ।

୫- ୧୩ କୋଟି ଟଙ୍କା ବ୍ୟୟରେ ନେଉଳପୁର ହରିଦାସପୁର ରୋଡର ସଂପ୍ରସାରଣ।

୬- ୧୬ କୋଟି ଟଙ୍କା ବ୍ୟୟରେ ଧର୍ମଶାଳା ବାଇପାସ ରୋଡର ଉନ୍ନତି କରଣ ସହ ସଂପ୍ରସାରଣ କାମ।

୭-୧୭ କୋଟି ଟଙ୍କା ବ୍ୟୟରେ ଧର୍ମଶାଳାରୁ ନାକପୋଲ ଧର୍ମଶାଳା କବାଟବନ୍ଧ ରୋଡର ସଂପ୍ରସାରଣ ଏବଂ ଉନ୍ନତିକରଣ।

୮-୨୧ କୋଟି ଟଙ୍କା ବ୍ୟୟରେ ଶ୍ରୀବନ୍ତପୁରରୁ ଏନଏଚ-୧୬ ଭାୟା କାନ୍ଧିତାରା, ସାନ୍ତ୍ରିଲୋଚଣାପୁର ରାସ୍ତା ନିର୍ମାଣ।

୯- ୧୧ କୋଟି ଟଙ୍କା ବ୍ୟୟରେ କବାଟବନ୍ଧ ମାଣଝୁରିପଡା ରାସ୍ତା ନିର୍ମାଣ କାର‌୍ୟ୍ୟ।

୧୦- ୨୭ କୋଟି ଟଙ୍କା ବ୍ୟୟରେ କୁଆଖାଇ ଜେନାପୁର ରୋଡର ଉନ୍ନତି କରଣ।

୧୧- ୧୨ କୋଟି ଟଙ୍କା ବ୍ୟୟରେ ଗଡମାଧପୁର ଡନକାରୀ ତୁରୁଙ୍ଗା ରୋଡର ଉନ୍ନତିକରଣ କାର୍ଯ୍ୟ।

୧୨- ୧୫ କୋଟି ଟଙ୍କା ବ୍ୟୟରେ ଅଚ୍ୟୁତପୁର ବଡବାରିସି ରୋଡର ଉନ୍ନତି କରଣ

୧୩- ୩୭ କୋଟି ଟଙ୍କା ବ୍ୟୟରେ ଅଙ୍କୁଲା-ପାନିକୋଇଲି ରାସ୍ତାର ନୁଆପଡା-ତ୍ରିଲୋଚନପୁର ଏବଂ ଅଡଙ୍ଗ ବୁଦ୍ଧଘାଟ (ଞଜଋ) ବୁଦ୍ଧ ଡାହାଣ ବନ୍ଧ ଏବଂ ଅଡାଙ୍ଗ ମୋକିପୁର ରାସ୍ତାର ନବୀକରଣ

୧୪- ୨୯ କୋଟି ଟଙ୍କା ବ୍ୟୟରେ ଦଶରଥପୁର ଆଇବି ରୁ ଶୁଶୁଆ ଶିବ ତାଣ୍ଡବ ରୋଡ ଭାୟା ଛାଚିନା ନାଗପାଟଣା ଆଖୁ ସାହି ରୋଡର ଉନ୍ନତି କରଣ କାର‌୍ୟ୍ୟ।

ଏଗୁଡିକ ଠିକ ସମୟରେ ଶେଷ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା, ଯାଜପୁର ଜିଲ୍ଲପାଳ ଚକ୍ରବର୍ତ୍ତି ସିଂ ରାଠୋର, ଯାଜପୁର ଏସପି ବିନିତ ଅଗ୍ରୱାଲ ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ପୁଣି ଗଂଜାମ ଗସ୍ତ କଲେ ଭି କେ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ଆଜି ପୁଣି ଥରେ ଗଞ୍ଜାମ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହିତ ଜନସମାବେଶରେ ଯୋଗଦେଇଛନ୍ତି।

ସେ ପ୍ରଥମେ ମହାନଦୀ ଏବଂ ସାଲିଆ ଡ୍ୟାମରୁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପରେ ୧୬୭୦ କୋଟି ଟଙ୍କାର ବ୍ୟୟ କରାଯିବ ବୋଲି ଅଟକଳ କରାଯାଇଛ।  ଏହା ଦ୍ବାରା ସୋରଡା, ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ପୋଲସରା, ବୁଗୁଡା ଏବଂ ଖଲିକୋଟ ବ୍ଲକ୍ ର ସମସ୍ତ ପରିବାରକୁ ପାନୀୟ ଜଳ ଯୋଗାଇବ।

ଏଥିସହ ସେ ପୋଲାସରାର ଧାନେଇ ନଦୀ କୂଳରେ ଥିବା ସାନାବରାଗାଁରେ ଚାଲିଥିବା ଇନଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିରେ ୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ସେହିପରି ସେ ଭଞ୍ଜନଗରର ଢୋଲପିତା ରେ ୨୬ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ଏବଂ ଏହି ଅଞ୍ଚଳରେ ଜଳସେଚନ ସୁବିଧା ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ। ଏହି ଦୁଇଟି ପ୍ରକଳ୍ପ ଯଥାକ୍ରମେ ଡିସେମ୍ବର ୨୦୨୩ ଏବଂ ଜାନୁଆରୀ ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସଡ଼କ ସଂଯୋଗକୁ ମଜବୁତ କରିବା ଉପରେ ଧ୍ୟାନ ଦେଇ ସେ ବିଭିନ୍ନ ସଡକ ପ୍ରକଳ୍ପ ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ୨୬ କୋଟି ଟଙ୍କା ବ୍ୟୟରେ କାଣ୍ଟେପାଲ୍ଲୀ-ସୋରଡା ରୋଡର ମଜବୁତ ଏବଂ ପ୍ରଶସ୍ତିକରଣର ଅନୁଧ୍ୟାନ କରିଥିଲେ। ଏହା ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବା ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ସେହିପରି ୨୫ କୋଟି ଟଙ୍କା ମୂଲ୍ୟରେ ଆସ୍କା ଠାରୁ ପୋଲସାରା ପର୍ଯ୍ୟନ୍ତ ପିଡ୍ଲୁଡି ରୋଡ୍ ଅନୁଧ୍ୟାନ କରିଥିଲେ। ଏହା ଡିସେମ୍ବର ୨୦୨୪ ସୁଦ୍ଧା ଶେଷ ହେବ। ୪୮ କୋଟି ଟଙ୍କା ବ୍ୟୟରେ ବୁଢାଆମ୍ବା-ବୁଗୁଡା ରାସ୍ତା ନିର୍ମାଣ ହେବ। ଏହାର କାର୍ଯ୍ୟ ଫେବୃଆରୀ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ପାଣ୍ଡିଆନ୍ ମଧ୍ୟ ଭଞ୍ଜନଗର ଏନଏସି, ସୋରଡା ଏନଏସି, ବେଲାଗୁଣ୍ଠା ଏନଏସି, ଆସ୍କା ଏନଏସି, ପୋଲସରା ଏନଏସି, ବୁଗୁଡା ଏନଏସି, ପୁରଷୋତମପୁର ଏନଏସି ଏବଂ ଖଲିକୋଟ ଏନଏସିରେ ୫୧ କୋଟି ଟଙ୍କା ମୂଲ୍ୟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡିକ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି କୁହାଯାଇଛି।

ଏଥିସହିତ ସେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସେଗୁଡିକ ହେଲା- ବାବାନାପୁରରେ ୪୦ କୋଟି ଟଙ୍କା ବ୍ୟୟରେ ନୂତନ ଏସଡିଏଚ ବିଲ୍ଡିଂର ନିର୍ମାଣ କାର୍ଯ୍ୟ। ୨୩ କୋଟି ଟଙ୍କା ମୂଲ୍ୟରେ ଆସ୍କାରେ ଟିପିସରା ନାଳର ଭିତ୍ତିଭୂମି ବିକାଶ। ଏହି ପ୍ରକଳ୍ପଗୁଡିକର କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ ହେବ।

ସେ ବିଭିନ୍ନ ସ୍ଥାନରେ ମିଶନ୍ ଶକ୍ତି ଗୋଷ୍ଠୀ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ବୋଲି କହିଥିଲେ। ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସୁଧମୁକ୍ତ ଋଣ ବିଷୟରେ ସଚେତନତା ତଥା ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ଦିନ ବେଳା ସେ ଭଞ୍ଜାନଗର, ସୋରଡା, ଆସ୍କା, ପୋଲସରା ଏବଂ ଖଲ୍ଲିକୋଟରେ ଜନ ଅଭିଯୋଗ ସଭାରେ ଭାଗ ନେଇଥିଲେ। ସେମାନଙ୍କ ଅଭିଯୋଗ ସମ୍ପର୍କରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ସେ କହିଛନ୍ତି ଯେ ନାଗରିକମାନଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇଛନ୍ତି। ଦାଖଲ ହୋଇଥିବା ସମସ୍ତ ଆବେଦନଗୁଡିକର ଶୀଘ୍ର ସମାଧାନ କରିବାକୁ ଚେଷ୍ଠା କରାଯିବ ବୋଲି ପାଣ୍ଡିଆନ ଜନସାଧାରଣଙ୍କୁ କହିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ଭି କେ ପାଣ୍ଡିଆନଙ୍କ ଗର୍ଜ୍ଜନ, ସାଂସଦଙ୍କ ମୁଣ୍ଡ ଖରାପ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦିନେ 5T ସଚିବଙ୍କ ବିରୋଧରେ ଗର୍ଜ୍ଜନ କରୁଥିଲେ। ସେ କାହିଁକି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେତିକି ନୁହେଁ ତାଙ୍କୁ ଜଣେ ନିମ୍ନ ଅଧିକାରୀ ବୋଲି କହି ତାଙ୍କ ବିରୋଧରେ କେନ୍ଦ୍ରରେ ଅଭିଯୋଗ ଆଣିଥିଲେ। ସେହି ଆଧାରରେ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗରୁ ନାମ ନ ଥିବା ଏକ ଚିଠି କାର୍ଯ୍ୟାନୁଷ୍ଠାନ ନେବାକୁ ଆସିଲା। ହେଲେ ଏହାପରେ ସବୁ ବନ୍ଦ।

ବିରୋଧୀ ଭାବି ଥିଲେ ଯେ ସାଂସଦ ଅପରାଜିତା 5T ସଚିବ ପାଣ୍ଡିଆନଙ୍କ ବିରୋଧରେ ଏପରି କଲେ ତାଙ୍କ ଜିଲ୍ଲା ଗସ୍ତ ବନ୍ଦ ହୋଇଯିବ। ହେଲେ ବନ୍ଦ ନୁହେଁ ବରଂ ଅପରାଜିତାଙ୍କ ଅଭିଯୋଗ ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ବଢିବାକୁ ଲାଗିଲା। ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେ ବଡ ସଭା କରୁଥିଲେ। ଏହାପରେ ସେ ତିନି ଚାରିଟି ସ୍ଥାନରେ ଜନସଭା କରିବାକୁ ଲାଗିଲେ। ପୂର୍ବରୁ ଜିଲ୍ଲା ସ୍ତରୀୟ ଗସ୍ତ କରୁଥିଲେ ଏବେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗସ୍ତ କଲେଣି।

ତେବେ ସେ ଯେଉଁଠାକୁ ଗସ୍ତ କରନ୍ତୁ କି ନାହିଁ, ହେଲେ ଗତ ତିନିଦିନର ଗସ୍ତ ଥିଲା ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଏହି ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ସେ ଖୋଦ ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ପ୍ରବେଶ କରିଥିଲେ। ଭୁବନେଶ୍ବରରେ ଖୋର୍ଦ୍ଧା ଜିଲ୍ଲା ଛାତ୍ର ସମ୍ମିଳନୀ, ଏହାପରେ ଖୋର୍ଦ୍ଧା, ଜଟଣୀ, ବାଲିପାଟଣା, ବାଲିଅନ୍ତା, ବେଗୁନିଆ ପ୍ରଭୃତି ସ୍ଥାନ ଗସ୍ତ କରି ସେ ଜନସମାଗମକୁ ଉଦବୋଧନ ଦେଇଥିଲେ।

ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କଲେ ପରିଲକ୍ଷିତ ହେବ ଯେ, ସେ ଅନ୍ୟ ସ୍ଥାନରେ ଯେପରି କହୁଥିଲେ ଅପରାଜିତାଙ୍କ ରାଇଜରେ ତାହାଠାରୁ ଜୋରରେ କହିଛନ୍ତି। ସେ ଅପରାଜିତାଙ୍କ ସଂସଦୀୟ ଲୋକଙ୍କ ସହିତ ମଞ୍ଚ ଉପରୁ ସିଧା ଆଲୋଚନା କରିଛନ୍ତି। ମଞ୍ଚ ଉପରୁ ଲୋକଙ୍କୁ ବିଭିନ୍ନ କଥା ପଚାରି ତାହା ଉତ୍ତର ସେ ନେଇଛନ୍ତି। ସେହି ଭିତରେ ଟିକିଏ ଜୋରରେ କୁହନ୍ତୁ ବୋଲି ସେ ମଝିରେ ମଝିରେ ଲୋକଙ୍କୁ ଆହ୍ବାନ କରୁଥିଲେ। ଏ କଥା ଶୁଣି ଲୋକେ ମଞ୍ଚ ଉପରେ ଜୋରରେ ପାଟି କରି ‘ହଁ’ କିମ୍ବା ‘ନାହିଁ’ କରୁଥିଲେ।

ଅବଶ୍ୟ ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ପାଣ୍ଡିଆନ ଜାଣି ଶୁଣି କି ଅଜଣାତରେ ଏପରି କରୁଥିଲେ ତାହା ଭିନ୍ନ କଥା। ହେଲେ ଏହା ଦ୍ବାରା ଅପରାଜିତାଙ୍କ ମୁଣ୍ଡ ଖରାପ ହେବା ନିଶ୍ଚିତ। ସେ ଯେତେବେଳେ ପାଣ୍ଡିଆନ ଏବଂ ଲୋକଙ୍କ ଗର୍ଜ୍ଜନର ଭିଡିଓ ଦେଖୁଥିବେ ସେତେବେଳେ ଅପରାଜିତା ପାଗଳ ପ୍ରାୟ ହୋଇଯାଉଥିବେ। ଯେଉଁ ପାଣ୍ଡିଆନ ବିରୋଧରେ ସେ ଏତେ କଥା କଲେ, ଶେଷରେ ସେହି ପାଣ୍ଡିଆନ ଆସି ମୋ ଘରେ ଗର୍ଜ୍ଜନ କରୁଛି ବୋଲି ସେ ମନେ ମନେ ଭାବୁ ଥିବେ।

ଖାଲି ଅପରାଜିତା ନୁହଁନ୍ତି ବିଜେପିର ସବୁ ନେତା ପ୍ରାୟ ନିଶ୍ଚିତ ହୋଇସାରିଲେଣି ଯେ, ପାଣ୍ଡିଆନ ଗସ୍ତକୁ ବର୍ତ୍ତମାନ କୌଣସି ଶକ୍ତି ରୋକିପାରିବ ନାହିଁ। ଯେତେ କାଳି ତଥା କଳା ପତାକା ଦେଖାଇଲେ ମଧ୍ୟ ସେଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ। କାରଣ 5T ସଚିବ ଭି କେ ପାଣ୍ଡିଆନ ତାଙ୍କ ଚାରିପଟେ ଏକ ଶକ୍ତିଶାଳି ବଳୟ ତିଆରି କରିଛନ୍ତି।ତାହାକୁ ବିରୋଧୀ ଭେଦ କରିବା ଦୂରେ ଥାଉ ଏହା କଣ ବୋଲି ବୁଝିବା ମଧ୍ୟ କଷ୍ଟକର ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ଅଞ୍ଚଳର ବିକାଶ ଚିତ୍ର ରଖିଲେ 5ଟି ସଚିବ ଭି କେ ପାଣ୍ଡିଆନ- କହିଲେ, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର

ସୀତାରାମ ଅଗ୍ରୱାଲ

ନାଚୁଣୀ: ବହୁ ପ୍ରତିକ୍ଷୀତ ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଆଜି ଚିଲିକା ନାଚୁଣୀ ଗୋଦାବରୀଶ ବିଦ୍ୟାଳୟ ଖେଳ ପଡିଆରେ ଭିକେ ପାଣ୍ଡିଆନ ଜନ ସମୁଦ୍ରକୁ ଉଦବୋଧନ ଦେଇଛନ୍ତି। ଚିଲିକା ଅଞ୍ଚଳର ଲୋକଙ୍କ ସହ ମିଶିବା ସହିତ ମହିଳାମାନଙ୍କ ସହିତ ଆଲୋଚନା କରିଛନ୍ତି। ସେ ତାଙ୍କ ଭାଷଣ ମାଧ୍ୟମରେ ଚିଲିକା ନିର୍ବାଚନ ମଣ୍ଡଳିର ବିକାଶ ଚିତ୍ର ଉପସ୍ଥାପନା କରିଛନ୍ତି।

ସେ ମଞ୍ଚ ଉପରକୁ ଯାଇ ପ୍ରଥମେ ହାତ ହଲାଇ ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର ବୋଲି କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ଆପଣ ମାନେ ବହୁତ ଆଗରୁ ଆସିଯାଇଛନ୍ତି ବୋଲି ଜାଣିବାକୁ ପାଇଲି। ସେଥିପାଇଁ ଧନ୍ୟବାଦ। ଆପଣମାନଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି। ଆପଣମାନେ ମୋତେ  ୩୭୦ଟି  ଦରଖାସ୍ତ ଦେଇଛନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବି। ପ୍ରଥମେ ଚାଷୀମାନଙ୍କ ସମସ୍ୟା ଗୁରୁତ୍ୱ ଦିଆଯିବ। କାରଣ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଭଲ ପାଆନ୍ତି। ସେମାନଙ୍କୁ ସବୁବେଳେ ସଶକ୍ତ କରିବାକୁ ଚାହାଁନ୍ତି ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟ ସେଣ୍ଟର ଉନ୍ନତି ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି, ଆଜିଠାରୁ ୭ ଦିନ ଅର୍ଥାତ ଆସନ୍ତା ୨୯ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଖୁସି ଖବର ଦେବେ। ଟଙ୍କା ଅନୁମୋଦନ କରିବେ। ଏହା ଆପଣମାନଙ୍କ ଟଙ୍କା, ଏହାକୁ ସ୍ୱଛତା ସହ କାମରେ ଲଗାନ୍ତୁ, ତାହାହେଲେ ଆହୁରି ଟଙ୍କା ମିଳିବ, ଭଲ କାମ ନ କଲେ ଆଉ ଟଙ୍କା ମିଳିବନି ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ଯେଉଁମାନେ ପିଇବା ପାଣି ଅସୁବିଧା ପାଇଁ ଦରଖାସ୍ତ  ଦେଇଛନ୍ତି, କାଲି ସକାଳେ ସୁଦ୍ଧା ସେମାନଙ୍କ ଗାଁକୁ ଯନ୍ତ୍ରୀ ଯିବେ। ଦୁଇ ଦିନ ଭିତରେ ସେ ସମସ୍ୟାର ସମାଧାନ ହେବ। ମୁଖ୍ୟମନ୍ତ୍ରୀ ଆପଣ ଅଞ୍ଚଳ ପାଇଁ, ବାଣପୁର ବ୍ଲକ ଓ ଚିଲିକା ବ୍ଲକର ସବୁ ଗାଁ ଓ ଘରେ ପାଇପ ଯୋଗେ ପାଣି ପାଇଁ ୨୨୦ କୋଟି ଅନୁମୋଦନ କରିଛନ୍ତି ବୋଲି ପାଣ୍ଡିଆନ ଅବଗତ କରାଇଥିଲେ।

ସେ କହିଥିଲେ ଯେ, ବାଣପୁର ନୂଆ ସିଏଚସି ପାଇଁ ୨ କୋଟି ଟଙ୍କା ଦିଆଯାଇଛି। କାମ ଦୁଇ ମାସ ମଧ୍ୟରେ ସରିବ। ସେହିପରି ବାଣପୁର ଏନଏସି ପାଇଁ  ୯ କୋଟି ଓ ବାଲୁଗାଁ ଏନଏସି ପାଇଁ ୭ କୋଟି ବ୍ୟୟରେ ପିଇବା ପାଣି ବ୍ୟବସ୍ଥା ହୋଇଛି। ସେତିକି ନୁହେଁ ବାଲୁଗାଁ ଓ ବାଣପୁର ଏନଏସିରେ ବିଜୁ ପଟ୍ଟନାୟକ ଇନଣ୍ଡୋର ଷ୍ଟାଡିୟମ ଏହି ମାସରେ ସରିବ ବୋଲି ପାଣ୍ଡିଆନ କହିଥିଲେ।

ସେ ଆହୁରି କହିଥିଲେ ଯେ, ମତ୍ସ୍ୟଜୀବୀମାନଙ୍କ ପାଇଁ ସୋରଣରେ ୧୮ କୋଟି ଟଙ୍କା ବ୍ୟୟରେ ଫିସ ଲ୍ୟାଣ୍ଡିଂ ସେଣ୍ଟର କାମ ହେଉଛି। ତାହା ଖୁବ ଶିଘ୍ର ସରିବ। ମାଆ ଭଗବତୀ ମନ୍ଦିର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ୧୯ କୋଟି ଅନୁଦାନ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ଆସନ୍ତା ଆଠ ମାସରେ ମଧ୍ୟରେ କାମ ଶେଷ ହେବ ବୋଲି ସେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି।

ସେ ସରକାରଙ୍କ ମିଶନ ଶକ୍ତି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ଲୋକଙ୍କୁ ଅବଗତ କରାଇଥିଲେ। ଚିଲିକାରେ ମିଶନ ଶକ୍ତି ମାଆ ମାନଙ୍କୁ କେତେ ଘର ଦିଆଯାଇଛି, କଣ କାମ ହେଉଛି ତାହାର ସମୀକ୍ଷା କରାଯିବ ବୋଲି ସେ କହିଥିଲେ। ଖୁବ ଶିଘ୍ର BSKY କାର୍ଡର ଦ୍ଵିତୀୟ ପର୍ଯ୍ୟାୟ ବଣ୍ଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିବେ। ଏହା ଏକ ଯୁଗାନ୍ତକାରୀ ଯୋଜନା ବୋଲି ସେ କହିଥିଲେ। ଆପଣମାନେ ଏତେ ଖରାରେ ବସିଥିବାରୁ ବହୁତ ଧନ୍ୟବାଦ କହି ପାଣ୍ଡିଆନ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ।