Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଲାଙ୍ଗିର ଓ ସୁବର୍ଣ୍ଣପୁରରେ କାର୍ତ୍ତିକ ପାଣ୍ଡିଆନ, ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ସଫଳତାର ମନ୍ତ୍ର
ବିଶେଷ ଖବର

ବଲାଙ୍ଗିର ଓ ସୁବର୍ଣ୍ଣପୁରରେ କାର୍ତ୍ତିକ ପାଣ୍ଡିଆନ, ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ସଫଳତାର ମନ୍ତ୍ର

January 11, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବଲାଙ୍ଗିର ଓ ସୁବର୍ଣ୍ଣପୁରରେ କାର୍ତ୍ତିକ ପାଣ୍ଡିଆନ, ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ସଫଳତାର ମନ୍ତ୍ର

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠପଢି ମଧ୍ୟ ଭଲ କ୍ୟାରିଅର କରିହେବ ଏବଂ ଶୀର୍ଷକୁ ଯାଇ ହେବ। ଏହି ବାର୍ତ୍ତା ଦେଇଛନ୍ତି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି। କଠିନ ପରିଶ୍ରମ ହିଁ ସଫଳତାର ସୂତ୍ର।

କଠିନ ପରିଶ୍ରମର ବିକଳ୍ପ ନାହିଁ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ପଢି ଆଜି ସଫଳତାର ଶୀର୍ଷରେ ଥିବା କିଛି ବ୍ୟକ୍ତଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ।
ଏ ଅବସରରେ ସଫଳ ଉଦ୍ୟୋଗୀ ସୁବ୍ରତ ବାଗଚିଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ପାଟଣାଗଡ଼ରେ ୧୯୫୭ ମସିହାରେ ଜନ୍ମ ହୋଇଥିଲେ ସୁବ୍ରତ ବାଗଚି।

ପାଟଣାଗଡ଼ରେ ସରକାରୀ ସ୍କୁଲରେ ପାଠ ପଢି ଓଡ଼ିଶା ସେକ୍ରେଟାରିଆଟରେ ଜଣେ କିରାଣୀ ଭାବେ କାର‌୍ୟ୍ୟ ଆରମ୍ଭ କରିଥିଲେ। ଏହାପରେ ଚାକିରି ଛାଡି ଆଇଟି କ୍ଷେତ୍ରରେ ଯୋଗ ଦେଇଥିଲେ। ଆଇଟି ଇଣ୍ଡଷ୍ଟ୍ରିରେ ଯୋଗ ଦେଇ ସେ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ମାଇଣ୍ଡ ଟ୍ରି ଭଳି ଆଇଟି କମ୍ପାନୀ କରି ୨୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।

ସେହିପରି ଆଉ ଜଣେ ସଫଳ ବ୍ୟକ୍ତିତ୍ବ ହେଉଛନ୍ତି ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ସୁବର୍ଣ୍ଣପୁର ଜିଲ୍ଲାର ଏହି ବ୍ୟକ୍ତିତ୍ବ ଗାଁ କଲେଜରେ ପାଠ ପଢୁଥିଲେ। ଯୁକ୍ତ ଦୁଇ ଫେଲ ହୋଇଯିବା ପରେ ସେ ଦିଲ୍ଲୀ ଚାଲିଯାଇଥିଲେ। ସେଠାରେ ସିନେମାଟୋଗ୍ରାଫି ଶିକ୍ଷା ନେଇଥିଲେ। କଠିନ ପରିଶ୍ରମ ବଳରେ ସେ ଆଜି ଭାରତୀୟ ସିନେମା ଜଗତର ଜଣେ ଆଗ ଧାଡ଼ିର ନିର୍ଦ୍ଦେଶକ। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି ନୀଳମାଧବ। ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଉ ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଜଷ୍ଟିସ ସଂଜୟ ମିଶ୍ର। ବଲାଙ୍ଗିର ପୃଥ୍ବୀରାଜ ସରକାରୀ ହାଇସ୍କୁଲରୁ ପାଠ ପଢି ସେ ଝାରଖଣ୍ଡର ହାଇକୋର୍ଟରେ ମୁଖ୍ୟ ବିଚାରପତି ହୋଇପାରି ଥିଲେ। ବଲାଙ୍ଗିରର ସେଇ ପୃଥ୍ବୀରାଜ ହାଇସ୍କୁଲରୁ ପାଠ ପଢିଥିବା ଅରୁଣ ଷଡ଼ଙ୍ଗୀ ଆଜି ଓଡିଶାର ପୋଲିସ ଡିଜି ପାହ୍ୟାକୁ ଯାଇପାରିଛନ୍ତି।

ଆଉ ଜଣେ ଆତ୍ମବିଶ୍ବାସର ଭରପୁର ଥିବା ବ୍ୟକ୍ତିତ୍ବ ପାୟଲଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ଦୁର୍ଘଟଣାରେ ତାଙ୍କର ଦୁଇ ହାତ ଓ ଗୋଡ଼ ସେ ହରାଇଛନ୍ତି। ତେବେ ପାୟଲଙ୍କ ଭିତରେ ଥିବା ଗଭୀର ଆତ୍ମବିଶ୍ବାସ ତାଙ୍କୁ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଦେଇଛି ଶକ୍ତି। ପାରା ଆଥଲେଟିକ୍ ପାଇଁ ଅଭ୍ୟାସ କରୁଛନ୍ତି ବଲାଙ୍ଗିର ଝିଅ ପାୟଲ। ନିକଟରେ ସେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଛନ୍ତି।

ନିଜେ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ହୋଇପାରିଥିଲେ ବୋଲି ପାଣ୍ଡିଆନ ପିଲାମାନଙ୍କୁ କହିଥିଲେ। ପ୍ରତିଦିନ ୨୦ କିଲୋମିଟର ସାଇକଲ ଚଳାଇ ସ୍କୁଲକୁ ଯା ଆସ କରୁଥିଲେ। ସରକାରୀ ସ୍କୁଲରେ ପାଠପଢି କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ବଳରେ ଏ ସମସ୍ତେ ଆଜି ସଫଳତା ହାସଲ କରି ସଫଳ ବ୍ୟକ୍ତିତ୍ବର ପରିଚୟ ପାଇଛନ୍ତି।

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶର ଉନ୍ନତି ଲାଗି ଏହି ନୂଆ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କରିଛନ୍ତି। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କ ଜୀବନର ଗୋଲଡେନ ପିରିୟଡରେ ଅଛନ୍ତି। ୫ବର୍ଷରେ ଯାହା କରିବେ ତା ଉପରେ ନିର୍ଭର କରିବ ଆଗାମୀ ୫୦ ବର୍ଷ କେମିତି କଟିବ। ସଫଳତା ଲାଗି ପାଠ ପଢିବା ଜରୁରୀ। ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାକୁ ପଡିବ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। କୋ-କରିକୁଲାର କାର‌୍ୟ୍ୟକ୍ରମରେ ଭାଗ ନେଲେ ସେମାନଙ୍କର ବ୍ୟକ୍ତିତ୍ବର ସାମଗ୍ରିକ ଉନ୍ନତି ହେବ। ସଫଳ ହେବାକୁ ହେଲେ ବ୍ୟକ୍ତିତ୍ବ ବିକାଶ କରିବାକୁ ପଡିବ। ସେଥିଲାଗି ବିଭିନ୍ନ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ ଛାତ୍ରଛାତ୍ରୀଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ। ଏହି ଚିନ୍ତାଧାରାକୁ ନେଇ ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ ପ୍ଲାଟଫର୍ମ ଦେଇଛନ୍ତି।

କଠିନ ପରିଶ୍ରମ କରିବାକୁ ହେଲେ ଆପଣମାନଙ୍କୁ ସୁସ୍ଥ ରହିବାକୁ ପଡିବ। ସୁସ୍ଥ ରହିବାକୁ କମରେ ୩୦ମିନିଟ ଶାରୀରିକ ବ୍ୟାୟାମ ସହ ମସ୍ତିସ୍କର ବିକାଶ ଲାଗି ୧୫ ମିନିଟଧ୍ୟାନ କରନ୍ତୁ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏ ଫିଟ ବଡି ଗିଭ୍ ଫିଟ୍ ମାଇଣ୍ଡ୍। ସୁସ୍ଥ ରହିଲେ ମନ ସୁସ୍ଥ ରହିବ ଏବଂ ପରିଶ୍ରମ କରିପାରିବେ। ଭବିଷ୍ୟତ ଉଜ୍ଜଳ କରିବାକୁ ହେଲେ ଦିନରାତି ଏକ କରି ପଢିବାକୁ ପଡିବ। କଠିନ ପରିଶ୍ରମ କରିବା ସହ ବାପା ମା ଓ ଗୁରୁଜନଙ୍କ କଥା ମାନିବାକୁ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

vkpandian ପାଣ୍ଡିଆନ ବଲାଙ୍ଗିର ସୋନପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026

ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ଵାମୀ ଗିରଫ

May 14, 2026

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

May 14, 2026
Latest News

ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି

May 15, 2026

ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)

May 15, 2026

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.