Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚର୍ଚ୍ଚାରେ ବବି ଦାସ, ତାଙ୍କ ପରିଶ୍ରମକୁ ପ୍ରଶଂସା କରିବା ସହିତ ପ୍ରଣାମ ଜଣାଇଲେ ପାଣ୍ଡିଆନ
ବିଶେଷ ଖବର

ଚର୍ଚ୍ଚାରେ ବବି ଦାସ, ତାଙ୍କ ପରିଶ୍ରମକୁ ପ୍ରଶଂସା କରିବା ସହିତ ପ୍ରଣାମ ଜଣାଇଲେ ପାଣ୍ଡିଆନ

November 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
bobydas
ଚର୍ଚ୍ଚାରେ ବବି ଦାସ, ତାଙ୍କ ପରିଶ୍ରମକୁ ପ୍ରଶଂସା କରିବା ସହିତ ପ୍ରଣାମ ଜଣାଇଲେ ପାଣ୍ଡିଆନ

ଭୁବନେଶ୍ବର: ବବି ଦାସ ବା ପ୍ରଣବ ପ୍ରକାଶ ଦାସ। ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ। ସେ ବର୍ତ୍ତମାନ ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା। ତାହାର କାରଣ ହେଲା ସେ ଯେପରି ଦଳର ସଂଗଠନକୁ ମଜବୁତ କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି ତାହା ସମସ୍ତେ ଅନୁଭବ କରିବାରେ ଲାଗିଛନ୍ତି। ସେହିପରି ସରକାରର ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ 5ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସମସ୍ତ ସହଯୋଗ ଦେଇ ଆସୁଛନ୍ତି।

ସେଥିପାଇଁ ପାଣ୍ଡିଆନ ବବି ଦାସଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। ଗତ ଗୁରୁବାର ଦିନ ଯାଜପୁରର ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କରାଯାଇଥିଲା। ସେଥିରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ ଭି କେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଉଦଘାଟନ ସମାରୋହରେ ଯାଜପୁର ଜିଲ୍ଲାର ବହୁ କର୍ମି ଯୋଗଦେଇ ଥିଲେ।

ଉଦଘାଟନୀ ଭାଷଣରେ ପାଣ୍ଡିଆନ କହିଥିଲେ ଯେ, ଓଡିଶାରେ ଯେଉଁ ସବୁ ବିକାଶ ହେଉଛି ସେଥିରେ ବବିବାବୁଙ୍କର ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ। ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି, ମା ସମଲେଇର କାମ ହେଉଛି, ହରିଶଙ୍କରର କାମ ହେଉଛି, ନୃସିଂହନାଥଙ୍କର କାମ ହେଉଛି, ଗୁପ୍ତେଶ୍ବରର କାମ ହେଉଛି, ତାଳଦଣ୍ଡା କେନାଲର ରୂପାନ୍ତରିକରଣ ହେଉଛି, ମା ଚଣ୍ଡିଙ୍କ କାମ ହେଉଛି। ଏସବୁ କାମରେ ଯାଜପୁର ବିଧାୟକଙ୍କର ସଂପୂର୍ଣ୍ଣ ହାତ ରହିଛି। ଏ ସବୁ କାମ ପାଇଁ ସେ ଆତ୍ମସର୍ମପଣ କରିଛନ୍ତି।

ଦିନରାତି ପରିଶ୍ରମ କରି ସେ ଓଡିଶାର ବିକାଶ ପାଇଁ କାମ କରୁଛନ୍ତି। ଓଡିଶାବାସୀ ନିଶ୍ଚିତ ଭାବେ ଆପଣଙ୍କର ଏହି କାମକୁ ମନ ରଖିବେ ବୋଲି ମୋର ବିଶ୍ବାସ। ସେଥିପାଇଁ ମୁଁ ଆପଣଙ୍କ ନିକଟରେ ବିନମ୍ର ପ୍ରଣାମ କରୁଛି। ଭି କେ ପାଣ୍ଡିଆନ ଏହା କହିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଜୟ ଜଗନ୍ନାଥ କହି ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ଓଡିଶା ରଜନୀତିରେ ବେଶ ହଟଚମଟ ସୃଷ୍ଟି ହୋଇଛି।

ସେହିପରି ଏହି ବୈଠରେ ବବି ଦାସ ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ଉଚିତ୍ ପଟ୍ଟଶିଷ୍ୟ ବୋଲି ଅବିହିତ କରିଥିଲେ। ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ପାଣ୍ଡିଆନଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣ ବୋଲି ସେ କହିଥିଲେ। ଆଜି ଓଡିଶାର ବିକାଶର ଯେଉଁ ଧାରା ସୃଷ୍ଟି ହୋଇଛି ତାହା କେବଳ ପାଣ୍ଡିଆନଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ବବି ଦାସ ଏହି ଉଦଘାଟନ ସମାରୋହରେ ବକ୍ତବ୍ୟ ଦେଇଥିଲେ।

ନିକଟରେ ବବି ଦାସଙ୍କ କ୍ଷମତା କୁଆଡେ ହ୍ରାସ ପାଇଲା ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏହାର କିଛି ଦିନ ପରେ ପାଣ୍ଡିଆନ ବବି ଦାସଙ୍କୁ ସାଥୀରେ ପୁରୀ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ କରିଥିଲେ। ଏହାପରେ ବବିଙ୍କ ଉପରେ ଯେଉଁ ସନ୍ଦେହ ଥିଲା ତାହା ଦୂର ହୋଇଥିଲା। ପୁଣି ଯାଜପୁରର ନବୀନ ଓଡିଶା ଉଜଘାଟନ ବୈଠକରେ ବବିଙ୍କୁ ନେଇ ପାଣ୍ଡିଆନଙ୍କ ମନ୍ତବ୍ୟ ଏହି ଖବର ସଂପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଛି।

vkpandian ଆମ ଓଡିଶା ନବୀନ ଓଡ଼ିଶା ପ୍ରଣବ ପ୍ରକାଶ ଦାସ ବବି ଦାସ ବିଜେଡି ଭିକେପାଣ୍ଡିଆନ ଯାଜପୁର ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026

ଶଙ୍ଖ ଭବନରେ ବିଜେଡି ବୈଠକ, କିଛି ସମୟ ପରେ ସୁଜାତା ମିଶିବା ନେଇ ହେବ ଘୋଷଣା

June 25, 2026
Latest News

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.