Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ-୨୦୨୩’ ଉଦଯାପିତ
ରାଜ୍ୟ ଖବର

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ-୨୦୨୩’ ଉଦଯାପିତ

November 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ-୨୦୨୩’ ଉଦଯାପିତ

ଭୁବନେଶ୍ବର: ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି କ୍ରୀଡା ପ୍ରତିଭା ଲୁଚି ରହିଛି। ଏହି କ୍ରୀଡା ପ୍ରତିଭାର ବିକାଶ ନିମନ୍ତେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆୟୋଜନ କରିଥିଲେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ, ‘ଉତ୍ସାହ’।

କଳିଙ୍ଗ ଷ୍ଟାଡିୟମରେ ତ୍ରିଦିବସୀୟ ଏହି ଶିଶୁ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ’ରେ ଭାଗ ନେଇଥିବା ଶିଶୁମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଭବିଷ୍ୟତରେ ରାଜ୍ୟ ପାଇଁ ଅଧିକ ସୁନାମ ଓ ଗୌରବ ଆଣିଦେବେ ବୋଲି ଆଶା ପୋଷଣ କରିଛନ୍ତି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସୁପ୍ରତିଷ୍ଠିତ ଅଲମ୍ପିୟାନ ଭାରୋତ୍ତୋଳୟନକାରୀ ଶ୍ରୀ କେ. ରବିକୁମାର କ୍ରୀଡା କ୍ଷେତ୍ରରେ ସାଫଲ୍ୟ ଆଣିବାକୁ ହେଲେ ଶିଶୁମାନେ ଛୋଟବେଳୁ ନିରନ୍ତର ପ୍ରୟାସ ଓ କଠିନ ପରିଶ୍ରମ କରିବା ଜରୁରୀ ବୋଲି ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଜାତିସଂଘ ଜନସଂଖ୍ୟା ପାଣ୍ଠିର ରାଜ୍ୟ ମୁଖ୍ୟ ମିଷ୍ଟର ମହମ୍ମଦ ନଦିମ ନୂର ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।

ସମଗ୍ର ରାଜ୍ୟର ପ୍ରାୟ ୨୨୮ ଶିଶୁ ଯନି ଅନୁଷ୍ଠାନର ୫୭୯ ଶିଶୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୨୪ଜଣ ପିଲାଙ୍କୁ ବିଜେତା ଘୋଷିତ କରାଯାଇଥିଲା। ୩୦ ଟି ଜିଲ୍ଲା ମଧ୍ୟରୁ କନ୍ଧମାଳ ଜିଲ୍ଲା ଚମ୍ପିୟାନ ଟ୍ରଫି ପାଇଥିବାବେଳେ କେନ୍ଦୁଝର ଜିଲ୍ଲା ରନର୍ସ ଅପ୍‌ ହୋଇଥିଲା।

‘ଉତ୍ସାହ’ ଉତ୍ସବର ଉଦଯାପନୀ ଦିବସରେ ମହିଳା ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

 

sports ଶିଶୁ କ୍ରୀଡ଼ା ପ୍ରତିଯୋଗିତା
Share. Facebook Twitter LinkedIn Email WhatsApp Copy Link

Related Posts

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.