Categories
ଆଜିର ଖବର ଖେଳ ରାଜ୍ୟ ଖବର

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ-୨୦୨୩’ ଉଦଯାପିତ

ଭୁବନେଶ୍ବର: ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି କ୍ରୀଡା ପ୍ରତିଭା ଲୁଚି ରହିଛି। ଏହି କ୍ରୀଡା ପ୍ରତିଭାର ବିକାଶ ନିମନ୍ତେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆୟୋଜନ କରିଥିଲେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ, ‘ଉତ୍ସାହ’।

କଳିଙ୍ଗ ଷ୍ଟାଡିୟମରେ ତ୍ରିଦିବସୀୟ ଏହି ଶିଶୁ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ’ରେ ଭାଗ ନେଇଥିବା ଶିଶୁମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଭବିଷ୍ୟତରେ ରାଜ୍ୟ ପାଇଁ ଅଧିକ ସୁନାମ ଓ ଗୌରବ ଆଣିଦେବେ ବୋଲି ଆଶା ପୋଷଣ କରିଛନ୍ତି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସୁପ୍ରତିଷ୍ଠିତ ଅଲମ୍ପିୟାନ ଭାରୋତ୍ତୋଳୟନକାରୀ ଶ୍ରୀ କେ. ରବିକୁମାର କ୍ରୀଡା କ୍ଷେତ୍ରରେ ସାଫଲ୍ୟ ଆଣିବାକୁ ହେଲେ ଶିଶୁମାନେ ଛୋଟବେଳୁ ନିରନ୍ତର ପ୍ରୟାସ ଓ କଠିନ ପରିଶ୍ରମ କରିବା ଜରୁରୀ ବୋଲି ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଜାତିସଂଘ ଜନସଂଖ୍ୟା ପାଣ୍ଠିର ରାଜ୍ୟ ମୁଖ୍ୟ ମିଷ୍ଟର ମହମ୍ମଦ ନଦିମ ନୂର ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।

ସମଗ୍ର ରାଜ୍ୟର ପ୍ରାୟ ୨୨୮ ଶିଶୁ ଯନି ଅନୁଷ୍ଠାନର ୫୭୯ ଶିଶୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୨୪ଜଣ ପିଲାଙ୍କୁ ବିଜେତା ଘୋଷିତ କରାଯାଇଥିଲା। ୩୦ ଟି ଜିଲ୍ଲା ମଧ୍ୟରୁ କନ୍ଧମାଳ ଜିଲ୍ଲା ଚମ୍ପିୟାନ ଟ୍ରଫି ପାଇଥିବାବେଳେ କେନ୍ଦୁଝର ଜିଲ୍ଲା ରନର୍ସ ଅପ୍‌ ହୋଇଥିଲା।

‘ଉତ୍ସାହ’ ଉତ୍ସବର ଉଦଯାପନୀ ଦିବସରେ ମହିଳା ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

 

Categories
ଖେଳ ଜାତୀୟ ଖବର ବିଶେଷ ଖବର

ବୃଦ୍ଧି ହେଲା କ୍ରୀଡାବିତ୍ ଓ କର୍ମକର୍ତ୍ତାଙ୍କ ରହଣି ଏବଂ ଖାଦ୍ୟ ପେୟ ଦେୟ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (ଏମ୍‌ୱାଇଏଏସ୍‌) ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର‌୍ୟ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି।

ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା ଫେଡେରେସନ୍ (ଏନ୍‌ଏସ୍‌ଏଫ୍‌) ସମୂହଙ୍କ ସହାୟତା ଯୋଜନା ଅଧୀନରେ କେବଳ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ଏବଂ କର୍ମକର୍ତ୍ତା ମାନଙ୍କ ପାଇଁ ଉଦ୍ଦିଷ୍ଟ।

ନୂତନ ସଂଶୋଧିତ ମାନଦଣ୍ଡ ଅନୁଯାୟୀ, ବିଦେଶରେ ଅନୁମୋଦିତ ପ୍ରତିଯୋଗିତା ଗୁଡିକ ପାଇଁ ଯାତ୍ରା କରୁଥିବା କ୍ରୀଡାବିତ୍ ଏବଂ ସହାୟକ କର୍ମଚାରୀମାନେ ବର୍ତ୍ତମାନ ଦୈନିକ ୨୫୦ ଡଲାର ପାଇବାକୁ ଯୋଗ୍ୟ ହେବେ, ଯେଉଁଥିରେ ପୂର୍ବ ନିୟମ ଅନୁସାରେ ଦୈନିକ ୧୫୦ ଡଲାର ତୁଳନାରେ ୬୬% ବୃଦ୍ଧି ଘଟିଛି।

ଏନ୍‌ଏସ୍‌ଏଫ୍ ମାନଙ୍କର ଅନୁରୋଧକୁ ଧ୍ୟାନରେ ରଖି ଏହି ସଂଶୋଧନ କରାଯାଇଛି, ଯେଉଁଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ପ୍ରତିଯୋଗିତା ଗୁଡିକର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି)ଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ରହଣି ଏବଂ ଖାଦ୍ୟ ପେୟର ଦର ବର୍ତ୍ତମାନର ଦୈନିକ ୧୫୦ ଡଲାରର ସୀମା ଠାରୁ ଅଧିକ ଅଟେ। ରହଣି ଏବଂ ଖାଦ୍ୟ ପେୟ ପାଇଁ ଏହି ନିୟମଗୁଡିକ ନଭେମ୍ବର ୨୦୧୫ ରେ ସ୍ଥିର କରା ଯାଇଥିଲା ଏବଂ ଆଠ ବର୍ଷ ଏହାକୁ ପୁନଃ ସଂଶୋଧନ କରାଯାଇଛି।

ଖାଦ୍ୟ ପେୟ ଏବଂ ରହଣି ପାଇଁ ଧାର୍ଯ୍ୟ ସୀମାରେ ବୃଦ୍ଧି ସହିତ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତା ଗୁଡିକରେ ଦେଶ ପ୍ରତିଯୋଗୀତା ତଥା ପ୍ରତିନିଧିତ୍ୱ କରିବା ସମୟରେ ଏନ୍‌ଏସ୍‌ଏଫ୍ ମାନେ କ୍ରୀଡାବିତ୍ ମାନଙ୍କ ପାଇଁ ଯଥେଷ୍ଟ ଭଲ ଆବାସ ଗୁଡିକର ବ୍ୟବସ୍ଥା କରି ପାରିବେ।

ଆହୁରି ମଧ୍ୟ, ସାମ୍ପ୍ରତିକ ଧାରା ଅନୁଯାୟୀ, ଆନ୍ତର୍ଜାତିକ ପ୍ରତିଯୋଗିତା ଗୁଡିକର ସ୍ଥାନୀୟ ଆୟୋଜନ କମିଟି (ଏଲ୍‌ଓସି)ମାନେ କେବଳ ଖାଦ୍ୟ ପେୟଏବଂ ରହଣି ଅପେକ୍ଷା ଅଂଶଗ୍ରହଣକାରୀ ଦଳ ମାନଙ୍କୁ ଏକ ସମ୍ପୂର୍ଣ୍ଣ ଆତିଥ୍ୟ ପ୍ୟାକେଜ୍ ପ୍ରଦାନ କରୁଛନ୍ତି, ଯେମିତି ପୂର୍ବରୁ ରହି ଆସିଥିଲା।

ପ୍ୟାକେଜରେ ଖାଦ୍ୟ ପେୟ, ରହଣି, ସ୍ଥାନୀୟ ପରିବହନ ଏବଂ କେତେକ ସମୟରେ ପ୍ରବେଶ ଶୁଳ୍କ ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ। ପ୍ୟାକେଜ୍‌ର ମୋଟ ମୂଲ୍ୟ ପ୍ରତି ବ୍ୟକ୍ତିଙ୍କ ପାଇଁ ଦୈନିକ ୧୫୦ ଡଲାରରୁ ଢେର୍ ଅଧିକ। ଏହି ବିଚାର ଗୁଡିକ ୨୦୧୫ ରେ ସ୍ଥିର ହୋଇଥିବା ଖାଦ୍ୟ ପେୟ ଏବଂ ରହଣି ନିୟମ ଗୁଡିକର ସମୀକ୍ଷା ଆବଶ୍ୟକ କରିଛି।

Categories
ଆଜିର ଖବର ଖେଳ

ଚାରି ମାସ ପରେ କାଲିଠୁ ଫେରିବ ଟେଷ୍ଟ କ୍ରିକେଟ, ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍

ସାଉଥ୍ଆମ୍ପଟନ, ମହାମାରୀ କରୋନା ପାଇଁ ଚାରି ମାସର ବିରତି ପରେ ପୁଣି ଥରେ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ। ଆସନ୍ତାକାଲି ଠାରୁ ସାଉଥ୍ଆମ୍ପଟନ ଠାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ତିନି ଟିକିଆ ଟେଷ୍ଟ ସିରିଜ। କୋଭିଡ-19 ପରବର୍ତୀ ଅବସ୍ଥାରେ ଅନ୍ତର୍ଜାତୀୟ ସ୍ତରରେ ଏହା ହେବ ପ୍ରଥମ ଟେଷ୍ଟ ମ୍ୟାଚ୍। ହେଲେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲର ନୂଆ ନିୟମରେ ଖେଳାଯିବ।

ନୂଆ ନିୟମ ଅନୁଯାୟୀ ଖେଳାଳି ମାନେ ବଲରେ ଲାଳ ଲଗାଇ ପାରିବେ ନାହିଁ। ପଡିଆ ଭିତରେ କୌଣସି ପ୍ରକାର ସେଲିବ୍ରେସନ କରିବେ ନାହିଁ। ମ୍ୟାଚ୍ ଖେଳାଯିବା ବେଳେ ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ। କରୋନା ଭୂତାଣୁକୁ ରୋକିବା ସକାଶେ ଆଇସିସିର ପରିବର୍ତ୍ତିତ ନିୟମାବଳୀ ଅନୁଯାୟୀ ମ୍ୟାଚ୍ ଖେଳାଯିବ।

ଏହି ଐତିହାସିକ ସିରିଜରେ ସମସ୍ତଙ୍କ ନଜର ଅଲ ରାଉଣ୍ଡର ବେନ ଷ୍ଟୋକସ ଏବଂ ଜାସନ ହୋଲଡରଙ୍କ ଉପରେ ରହିବ। ଦୁଇ ଦଳର ଶକ୍ତି ଦେଖିଲେ ସିରିଜ ଜିତିବା ନେଇ ଉଭୟ ଦଳ ଦାବିଦାର ରହିଛନ୍ତି। ଗତ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ 2-1ରେ ଇଂଲଣ୍ଡକୁ ପରାସ୍ତ କରିଥିଲା, ଯାହା କି କାରିବିୟାନ୍ ଦଳ ନିଜ ମାଟିରେ ଖେଳିଥିଲେ। ଯଦି ଏହି ସିରିଜ ୱେଷ୍ଚଇଣ୍ଡିଜ ଡ୍ର ରଖେ ତେବେ ଦଳ ନିଜ ପାଖରେ ୱିଜଡେନ ଟ୍ରଫି ବଜାୟ ରଖିବାରେ ସମର୍ଥ ହେବ। କିନ୍ତୁ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇବା ୱେଷ୍ଚଇଣ୍ଡିଜ ପାଇଁ ସେତେଟା ସହଜ ହେବନାହିଁ। (ଏଜେନସି)