Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବୃଦ୍ଧି ହେଲା କ୍ରୀଡାବିତ୍ ଓ କର୍ମକର୍ତ୍ତାଙ୍କ ରହଣି ଏବଂ ଖାଦ୍ୟ ପେୟ ଦେୟ
ଜାତୀୟ ଖବର

ବୃଦ୍ଧି ହେଲା କ୍ରୀଡାବିତ୍ ଓ କର୍ମକର୍ତ୍ତାଙ୍କ ରହଣି ଏବଂ ଖାଦ୍ୟ ପେୟ ଦେୟ

June 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବୃଦ୍ଧି ହେଲା କ୍ରୀଡାବିତ୍ ଓ କର୍ମକର୍ତ୍ତାଙ୍କ ରହଣି ଏବଂ ଖାଦ୍ୟ ପେୟ ଦେୟ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (ଏମ୍‌ୱାଇଏଏସ୍‌) ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର‌୍ୟ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି।

ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା ଫେଡେରେସନ୍ (ଏନ୍‌ଏସ୍‌ଏଫ୍‌) ସମୂହଙ୍କ ସହାୟତା ଯୋଜନା ଅଧୀନରେ କେବଳ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ଏବଂ କର୍ମକର୍ତ୍ତା ମାନଙ୍କ ପାଇଁ ଉଦ୍ଦିଷ୍ଟ।

ନୂତନ ସଂଶୋଧିତ ମାନଦଣ୍ଡ ଅନୁଯାୟୀ, ବିଦେଶରେ ଅନୁମୋଦିତ ପ୍ରତିଯୋଗିତା ଗୁଡିକ ପାଇଁ ଯାତ୍ରା କରୁଥିବା କ୍ରୀଡାବିତ୍ ଏବଂ ସହାୟକ କର୍ମଚାରୀମାନେ ବର୍ତ୍ତମାନ ଦୈନିକ ୨୫୦ ଡଲାର ପାଇବାକୁ ଯୋଗ୍ୟ ହେବେ, ଯେଉଁଥିରେ ପୂର୍ବ ନିୟମ ଅନୁସାରେ ଦୈନିକ ୧୫୦ ଡଲାର ତୁଳନାରେ ୬୬% ବୃଦ୍ଧି ଘଟିଛି।

ଏନ୍‌ଏସ୍‌ଏଫ୍ ମାନଙ୍କର ଅନୁରୋଧକୁ ଧ୍ୟାନରେ ରଖି ଏହି ସଂଶୋଧନ କରାଯାଇଛି, ଯେଉଁଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ପ୍ରତିଯୋଗିତା ଗୁଡିକର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି)ଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ରହଣି ଏବଂ ଖାଦ୍ୟ ପେୟର ଦର ବର୍ତ୍ତମାନର ଦୈନିକ ୧୫୦ ଡଲାରର ସୀମା ଠାରୁ ଅଧିକ ଅଟେ। ରହଣି ଏବଂ ଖାଦ୍ୟ ପେୟ ପାଇଁ ଏହି ନିୟମଗୁଡିକ ନଭେମ୍ବର ୨୦୧୫ ରେ ସ୍ଥିର କରା ଯାଇଥିଲା ଏବଂ ଆଠ ବର୍ଷ ଏହାକୁ ପୁନଃ ସଂଶୋଧନ କରାଯାଇଛି।

ଖାଦ୍ୟ ପେୟ ଏବଂ ରହଣି ପାଇଁ ଧାର୍ଯ୍ୟ ସୀମାରେ ବୃଦ୍ଧି ସହିତ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତା ଗୁଡିକରେ ଦେଶ ପ୍ରତିଯୋଗୀତା ତଥା ପ୍ରତିନିଧିତ୍ୱ କରିବା ସମୟରେ ଏନ୍‌ଏସ୍‌ଏଫ୍ ମାନେ କ୍ରୀଡାବିତ୍ ମାନଙ୍କ ପାଇଁ ଯଥେଷ୍ଟ ଭଲ ଆବାସ ଗୁଡିକର ବ୍ୟବସ୍ଥା କରି ପାରିବେ।

ଆହୁରି ମଧ୍ୟ, ସାମ୍ପ୍ରତିକ ଧାରା ଅନୁଯାୟୀ, ଆନ୍ତର୍ଜାତିକ ପ୍ରତିଯୋଗିତା ଗୁଡିକର ସ୍ଥାନୀୟ ଆୟୋଜନ କମିଟି (ଏଲ୍‌ଓସି)ମାନେ କେବଳ ଖାଦ୍ୟ ପେୟଏବଂ ରହଣି ଅପେକ୍ଷା ଅଂଶଗ୍ରହଣକାରୀ ଦଳ ମାନଙ୍କୁ ଏକ ସମ୍ପୂର୍ଣ୍ଣ ଆତିଥ୍ୟ ପ୍ୟାକେଜ୍ ପ୍ରଦାନ କରୁଛନ୍ତି, ଯେମିତି ପୂର୍ବରୁ ରହି ଆସିଥିଲା।

ପ୍ୟାକେଜରେ ଖାଦ୍ୟ ପେୟ, ରହଣି, ସ୍ଥାନୀୟ ପରିବହନ ଏବଂ କେତେକ ସମୟରେ ପ୍ରବେଶ ଶୁଳ୍କ ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ। ପ୍ୟାକେଜ୍‌ର ମୋଟ ମୂଲ୍ୟ ପ୍ରତି ବ୍ୟକ୍ତିଙ୍କ ପାଇଁ ଦୈନିକ ୧୫୦ ଡଲାରରୁ ଢେର୍ ଅଧିକ। ଏହି ବିଚାର ଗୁଡିକ ୨୦୧୫ ରେ ସ୍ଥିର ହୋଇଥିବା ଖାଦ୍ୟ ପେୟ ଏବଂ ରହଣି ନିୟମ ଗୁଡିକର ସମୀକ୍ଷା ଆବଶ୍ୟକ କରିଛି।

sports
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି

September 20, 2026

ପିଏସ୍‌ୟୁ କର୍ମଚାରୀଙ୍କୁ ଦଶହରା ଭେଟି, ୨% ବଢିଲା ମହଙ୍ଗା ଭତ୍ତା

September 20, 2026

ନୂଆଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଓଡ଼ିଶା ଅଗ୍ରସର

September 20, 2026

ଡିଜିଟାଲ୍ ପେମେଣ୍ଟ ବନାମ MDR: ବ୍ୟବସାୟୀଙ୍କ ଅସନ୍ତୋଷ, ରାଜନୀତି ସରଗରମ

September 20, 2026
Latest News

ଟ୍ରେନ୍‌ରେ କାହିଁକି ଏବଂ କେଉଁ ସ୍ଥାନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ

September 20, 2026

ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

September 20, 2026

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026

ମହଙ୍ଗା ପଡ଼ିଲା ଜେଲ ଭିତରେ ମୋବାଇଲ ଦେବା ଘଟଣା: ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ

September 20, 2026

ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.