Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡ୍ରୋନ୍‌ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଆସୁଛି ଯୁଗାନ୍ତକାରୀ ପରିବର୍ତ୍ତନ
ଆଜିର ଖବର

ଡ୍ରୋନ୍‌ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଆସୁଛି ଯୁଗାନ୍ତକାରୀ ପରିବର୍ତ୍ତନ

November 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରର ବିକାଶ ଏବଂ କୃଷକଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ୍ରୋନ୍‌ ପ୍ରଯୁକ୍ତିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ଡ୍ରୋନ୍‌ ମିଶନର ଶୁଭାରମ୍ଭ କରାଯିବା ସହିତ କୃଷି କ୍ଷେତ୍ରରେ ଡ୍ରୋନର ବହୁଳ ବ୍ୟବହାର ପାଇଁ ସରକାର ସବସିଡି ମଧ୍ୟ ଯୋଗାଇ ଦେଉଛନ୍ତି। ଡ୍ରୋନ୍‌ ଜରିଆରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରିବା ଏବେ ସହଜ ହୋଇଥିବାରୁ ଚାଷୀଙ୍କ ପରିଶ୍ରମ କମିଛି ଏବଂ ସେମାନଙ୍କୁ ଅଧିକ ଲାଭ ମିଳିପାରୁଛି। ଏହି ଆଧୁନିକ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି।

ଏହି କ୍ରମରେ ସମ୍ପ୍ରତି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କିଭଳି କରାଯାଇପାରିବ ସେ ସମ୍ପର୍କରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଚେତନତା ପ୍ରଦର୍ଶନୀମାନ ଆୟୋଜନ କରାଯାଇଛି। ରାଜ୍ୟର ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ମୋଟ୍‌ ୬୦ ରୁ ଊର୍ଦ୍ଧ୍ବ ଡ୍ରୋନ୍‌ ବ୍ୟବହାର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏଥିରେ ହଜାର ହଜାର ଚାଷୀ ଭାଗ ନେଇ ଡ୍ରୋନ୍‌ ବ୍ୟବହାର କୌଶଳ ଶିଖିଛନ୍ତି।  ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଚାଷ ଜମିରେ ଡ୍ରୋନ୍‌ ପ୍ରୟୋଗ କରି କୀଟନାଶକ ସିଞ୍ଚନ ପ୍ରଦର୍ଶନ କରାଯାଇଥିଲା।

ଫର୍ଟିଲାଇଜର୍ସ ଏଣ୍ଡ କେମିକାଲ୍ସ ଟ୍ରାଭାଙ୍କୋର୍‌ ଲିମିଟେଡ୍‌ (ଏଫଏସିଟି) ପକ୍ଷରୁ ଡ୍ରୋନ୍‌ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ବିଶେଷଜ୍ଞମାନେ ଡ୍ରୋନରେ କୀଟନାଶକ ସିଞ୍ଚନ ଉପକରଣ ଲଗାଇ ଚାଷୀଙ୍କୁ ଫସଲରେ କୀଟନାଶକ ପ୍ରୟୋଗ ଶିଖାଇ ଦେଇଥିଲେ। ଚାଷୀମାନେ ଏସବୁ ଡ୍ରୋନ୍‌ କିଣିବାକୁ ଚାହିଁଲେ କେନ୍ଦ୍ର ସରକାର ସବସିଡି ବ୍ୟବସ୍ଥା ମଧ୍ୟ କରିଛନ୍ତି। ଡ୍ରୋନ୍‌ ବ୍ୟବହାର ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ହାତରେ କୀଟନାଶକ ସିଞ୍ଚନ କରିବା ଦ୍ୱାରା ଚାଷୀଙ୍କ ଶରୀର ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କିନ୍ତୁ ଡ୍ରୋନ୍‌ ବ୍ୟବହାର ଦ୍ୱାରା ଚାଷୀମାନେ ଚାଷ ଜମି ଭିତରକୁ ପ୍ରବେଶ ନକରି ସାର ଓ କୀଟନାଶକ ପ୍ରୟୋଗ କରିପାରିବେ ଓ ଏହାଦ୍ୱାରା ସେମାନଙ୍କ ଶରୀର ଉପରେ କୌଣସି ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିବ ନାହିଁ।

ଆଦିବାସୀ କୃଷି କ୍ଷେତ୍ର ବିକଶିତ ଭାରତ ସଂକଳ୍ପ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026
Latest News

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.