Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାର ଚେଙ୍ଗିଝରଣ ଓ ବିରିଙ୍ଗଝର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ଗାଁରେ ସଚେତନତା ବାହନ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ। ସଂକଳ୍ପ ଯାତ୍ରା ବାହନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ।

ଅନୁରୂପ ଭାବେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍‌ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

ସେହିପରି ମୟୂରଭଞ୍ଜ ଜିଲ୍ଲା କୁଲେଇଶିଳା ଓ ବଡ଼ମଉଦାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସବୁ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ପୂଜାର୍ଚ୍ଚନା କରି ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିବା ଦେଖାଯାଇଛି। ଯାତ୍ରା କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଛି। ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଛନ୍ତି। ବିଶେଷ କରି ମାଗଣା ଗ୍ୟାସ ସଂଯୋଗ ପାଇଥିବା ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଯାତ୍ରା ରହଣୀ ସ୍ଥଳରେ ସ୍ବାସ୍ଥ୍ୟ ଶିବିର ଏବଂ କେନ୍ଦ୍ରୀୟ ଯୋଜନାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼, ମାଲକାନଗିରି ଓ କନ୍ଧମାଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲା ଓ ଗ୍ରାମାଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ବୁଧବାର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିବା ସହିତ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲା। ସଚେତନତା ବାହାନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ ମୋଦୀ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ହିତାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍‌ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଅନୁରୂପ ଭାବେ କନ୍ଧମାଳ ଜିଲ୍ଲାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ମହିଳା ହିତାଧିକାରୀ ସାମିଲ ହେବା ବେଶ୍‌ ଉତ୍ସାହପ୍ରଦ ଥିଲା।

ପ୍ରଗତି ଧାରାକୁ ଆଗେଇ ନେଇ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଛି। ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରା ଶିବିରରେ ୨.୭୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ପ୍ରଦାନ

ନୂଆଦିଲ୍ଲୀ: ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଆଜି ସୁଦ୍ଧା ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଆୟୋଜିତ ୨,୩୪,୨୫୯ ଟି ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ୭,୨୨,୬୯,୦୧୪ ରୁ ଅଧିକ ଲୋକ ଯୋଗ ଦେଇଛନ୍ତି।

ସ୍ୱାସ୍ଥ୍ୟ ଶିବିରରେ ନିମ୍ନଲିଖିତ କାର୍ଯ୍ୟ କରାଯାଉଛି:

ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା: ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ଫିଜିକାଲ୍‌ କାର୍ଡ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫୧,୦୩,୯୪୨ ଫିଜିକାଲ କାର୍ଡ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨,୭୮,୮୬,୪୬୦ ଟି କାର୍ଡ ତିଆରି କରାଯାଇଛି ।

ଯକ୍ଷ୍ମା (ଟିବି): ଯକ୍ଷ୍ମା ରୋଗୀଙ୍କ ସ୍କ୍ରିନିଂ, ସ୍ପୁଟମ୍ ପରୀକ୍ଷା ଏବଂ ଉପଲବ୍ଧ ସ୍ଥାନରେ ଏନଏଏଟି ମେସିନ୍ ବ୍ୟବହାର କରି କରାଯାଏ । ଯକ୍ଷ୍ମା ଥିବା ସନ୍ଦେହ ହେଲେ ଉଚ୍ଚ କେନ୍ଦ୍ରକୁ ପଠାଯାଏ। ୮୨ ଦିନ ଶେଷ ସୁଦ୍ଧା ୩,୮୫,୭୩,୨୭୭ ଜଣଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୮୦,୪୪୫ ଜଣଙ୍କୁ ଉଚ୍ଚ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ (ପିଏମଟିବିଏମଏ) ଅଧୀନରେ ଯକ୍ଷ୍ମା ରେ ପୀଡ଼ିତ ରୋଗୀଙ୍କୁ ନିକ୍ଷୟ ମିତ୍ରଙ୍କ ଠାରୁ ସହାୟତା ପାଇବା ପାଇଁ ସମ୍ମତି ନିଆଯାଉଛି । ନିକ୍ଷୟ ମିତ୍ର ହେବାକୁ ଇଚ୍ଛୁକ ଥିବା ପ୍ରତିଯୋଗୀଙ୍କୁ ମଧ୍ୟ ଅନ-ସ୍ପଟ୍ ରେଜିଷ୍ଟ୍ରେସନ୍ ଯୋଗାଇ ଦିଆଯାଉଛି। ପିଏମଟିବିଏମବିଏ ଅଧୀନରେ ସମୁଦାୟ ୪,୧୭,୮୯୪ ଜଣ ରୋଗୀ ସହମତି ପ୍ରଦାନ କରିଥିବା ବେଳେ ୧,୧୮,୫୪୬ ନୂଆ ନିକ୍ଷୟ ମିତ୍ର ପଞ୍ଜୀକୃତ ହୋଇଛନ୍ତି।

ନିକ୍ଷୟ ପୋଷଣ ଯୋଜନା (ଏନପିୱାଇ) ଅଧୀନରେ ଯକ୍ଷ୍ମା ରୋଗୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ଏଥିପାଇଁ ବାକି ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ସଂଗ୍ରହ କରାଯିବା ସହ ଆକାଉଣ୍ଟକୁ ଆଧାର ସିଡ୍ କରାଯାଉଛି। ଏଭଳି ୮୭,୧୨୯ ହିତାଧିକାରୀଙ୍କ ବିବରଣୀ ସଂଗ୍ରହ କରାଯାଇଛି।

ସିକଲ୍ ସେଲ୍ ରୋଗ: ଅଧିକ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳରେ, ଏସସିଡି ପାଇଁ ପଏଣ୍ଟ ଅଫ୍ କେୟାର (ପିଓସି) ପରୀକ୍ଷା ମାଧ୍ୟମରେ କିମ୍ବା ସଲ୍ୟୁବିଲିଟି ପରୀକ୍ଷା ମାଧ୍ୟମରେ ସିକଲ୍ ସେଲ୍ ରୋଗ (ଏସସିଡି) ଚିହ୍ନଟ ପାଇଁ ଯୋଗ୍ୟ ଜନସଂଖ୍ୟା (୪୦ ବର୍ଷ ପର୍ଯ୍ୟନ୍ତ) ସ୍କ୍ରିନିଂ କରାଯାଉଛି। ପଜିଟିଭ୍ ଚିହ୍ନଟ ହୋଇଥିବା ମାମଲାଗୁଡ଼ିକୁ ପରିଚାଳନା ପାଇଁ ଉଚ୍ଚ କେନ୍ଦ୍ରକୁ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨,୩୦,୭୭୦ ଜଣଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୦,୯୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇ ଉଚ୍ଚ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ଅଣସଂକ୍ରାମକ ରୋଗ (ଏନସିଡି): ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପାଇଁ ଯୋଗ୍ୟ ଜନସଂଖ୍ୟା (୩୦ ବର୍ଷ କିମ୍ବା ତା’ଠାରୁ ଅଧିକ) ସ୍କ୍ରିନିଂ କରାଯାଉଛି ଏବଂ ପଜିଟିଭ୍ ସନ୍ଦିଗ୍ଧ ରୋଗୀଙ୍କୁ ଉଚ୍ଚ କେନ୍ଦ୍ରକୁ ପଠାଯାଉଛି। ପ୍ରାୟ ୫,୪୦,୯୦,୦୦୦ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରୀକ୍ଷା କରାଯାଇଛି। ୨୦,୨୦,୯୦୦ରୁ ଅଧିକ ଲୋକ ଉଚ୍ଚ ରକ୍ତଚାପରେ ପଜିଟିଭ୍ ଥିବା ସନ୍ଦେହ କରାଯାଉଥିବା ବେଳେ ୧୪,୩୧,୧୦୦ରୁ ଅଧିକ ଲୋକ ମଧୁମେହ ରେ ପୀଡ଼ିତ ଥିବା ସନ୍ଦେହ କରାଯାଉଛି ଏବଂ ଏହା ସହିତ ୩୦,୫୦,୧୦୦ରୁ ଅଧିକ ଲୋକଙ୍କୁ ଉଚ୍ଚ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ପୃଷ୍ଠଭୂମି:

ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ପାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନଭେମ୍ବର ୧୫ ରେ ଝାଡ଼ଖଣ୍ଡର ଖୁଣ୍ଟିରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଗ୍ରାମ ପଞ୍ଚାୟତରେ ଆଇଇସି ଭ୍ୟାନ୍ ର ଅଟକିଥିବା ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡ଼ାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ଭୁବନେଶ୍ଵର: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ବାଟିପଡ଼ା ଓ ସିଙ୍ଗିରି ପଞ୍ଚାୟତ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି।

ବାଟିପଡ଼ା ଠାରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଛନ୍ତି, ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଗାଡ଼ି ଆଜି ଦେଶର ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚୁଛି । ଏହି ଯାତ୍ରାର ଉଦ୍ଦେଶ୍ୟ କ’ଣ ତାହା ସମସ୍ତ ଜନସାଧାରଣ ବୁଝିବା ଉଚିତ୍‌ । ବିଗତ ସାଢ଼େ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ସରକାରୀ ଯୋଜନାର ଶତପ୍ରତିଶତ ଲାଭ କିଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଗାଡ଼ି ସବୁ ପଞ୍ଚାୟତ ଓ ସହରାଞ୍ଚଳରେ ବୁଲୁଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି କିଭଳି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଛି ତାହା ଜାଣିବା ଲାଗି ସେ ଏଠାକୁ ଆସିଥିବା ଶ୍ରୀ ସୋନୱାଲ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅରୁଣାଚଳ ପ୍ରଦେଶ ଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିକାଶ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୱାଲ କହିଥିଲେ । ସେ ଆହୁରି କହିଥିଲେ, କେନ୍ଦ୍ର ସରକାରଙ୍କ ଯୋଜନା ସବୁ ବର୍ଗଙ୍କ ସଶକ୍ତିକରଣରେ ସହାୟକ ହେଉଛି। ସରକାର ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ ଓ ସବକା ପ୍ରୟାସ ନୀତି ନେଇ କାର୍ଯ୍ୟ କରୁଛନ୍ତି । ଏହି କାରଣରୁ ଗତ ସାଢ଼େ ୯ ବର୍ଷ ମଧ୍ୟରେ ଦେଶର ୨୫ କୋଟି ଗରିବ ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି । ମହିଳା, ପୁରୁଷ, ଯୁବବର୍ଗ, ବୟସ୍କ, ଦିବ୍ୟାଙ୍ଗ, ଏସସି,ଏସଟି, ଓବିସି ଆଦି ସମାଜର ସବୁବର୍ଗର ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ଦେଶର ଦ୍ରୁତ ବିକାଶ ସମ୍ଭବ ହୋଇଛି । ଏହି ବିକାଶଧାରା ୨୦୪୭ ଅର୍ଥାତ୍‌ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଜାରି ରହିବ ଏବଂ ଭାରତ ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ବିକଶିତ ଦେଶରେ ପରିଣତ ହେବ ବୋଲି ସେ କହିଥିଲେ ।

ମହିଳା ସଶକ୍ତିକରଣ ଓ ଦେଶର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୁନରୁଦ୍ଧାର ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ମଧ୍ୟ ଶ୍ରୀ ସୋନୱାଲ ଆଲୋକପାତ କରିଥିଲେ । ସେ କହିଥିଲେ, ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଏହାଦ୍ୱାରା ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପୁନଃଜାଗରଣ ହେଉଛି। ଓଡ଼ିଶାକୁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦେଶ ଭାବେ ଅଭିହିତ କରି ଶ୍ରୀ ସୋନୱାଲ କହିଥିଲେ, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଭାରତକୁ ସବୁବେଳେ ସମୃଦ୍ଧ କରି ଆସିଛି । ଭଗବାନ ଓଡ଼ିଶାକୁ ଅପାର ଶକ୍ତି, ସମ୍ଭାବନା ଓ ସମ୍ପଦ ଦେଇଛନ୍ତି । ଏହି ରାଜ୍ୟ ଆଗାମୀ ଦିନରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ଓ ବହୁସଂଖ୍ୟାରେ ସାଧାରଣ ହିତାଧିକାରୀ ସାମିଲ ହୋଇଥିଲେ। ଏହି ଅବସରରେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ଶପଥ ପାଠ କରାଯାଇଥିଲା।

ଅନ୍ୟପକ୍ଷରେ ଶିଙ୍ଗିରି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଥିଲେ, ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ପ୍ରଧାନମନ୍ତ୍ରୀ ନିଜକୁ ପ୍ରଧାନ ସେବକ ବୋଲି କହିଥିଲେ। ଦେଶବାସୀଙ୍କ ସେବା ପାଇଁ ସେ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଯେପରି ସମାଜର ଅନ୍ତିମ ସୋପାନରେ ପହଞ୍ଚି ପାରିବ ସେଥିପାଇଁ ଆଜି ଗାଁ ଗାଁରେ ମୋଦୀଙ୍କ ଗ୍ୟାରେଣ୍ଟିର ଗାଡ଼ି ପହଞ୍ଚୁଛି । ଜଣେ ହେଲେ ନାଗରିକ ଯେପରି ସରକାରୀ ଯୋଜନାର ସୁଫଳ ପାଇପାରିବେ ତାହା ସୁନିଶ୍ଚିତ କରିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ। ଯାତ୍ରା ଅବସରରେ ବିଭିନ୍ନ ଯୋଜନାର ଶିବିର ଖୋଲାଯାଇ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଉଛି । ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ମୋଦୀଙ୍କ ଗ୍ୟାରେଣ୍ଟିର ଗାଡ଼ି ପାଖକୁ ଆସି ସରକାରୀ ଯୋଜନାର ଲାଭ ନେବାକୁ ସେ ଆହ୍ୱାନ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ପୂର୍ବ ସରକାରଙ୍କ ଅମଳରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନଥିଲା। ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ଦଶମ ସ୍ଥାନରେ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । ଦେଶର ସବୁ ବର୍ଗ ଓ ପ୍ରାନ୍ତର ବିକାଶ ହେଉଛି ବୋଲି ସେ କହିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ‘ସ୍ୱଚ୍ଛତୀର୍ଥ ଅଭିଯାନ’ ରେ ସାମିଲ ହେଲେ ବିଜେପି ସହ ପ୍ରଭାରୀ ବିଜୟପାଲ୍ 

ଭୁବନେଶ୍ୱର/ଖୋର୍ଦ୍ଧା: ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଆଜି ଖୋର୍ଦ୍ଧା ସହରର ୱାର୍ଡ ନଂ ୧୧ ରେ ସଂକଳ୍ପ ରଥକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ସ୍ୱାଗତ କରାଯାଇଥିଲା । ଖୋର୍ଦ୍ଧା ପୌରପାଳିକା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ତଥା ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର୍ ଉଦ୍‌ଘାଟନ କରିଥିଲେ ।

୨୦୪୭ ମସିହା ସୁଦ୍ଧା ଭାରତବର୍ଷକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଶ୍ରୀ ତୋମାର ସଂକଳ୍ପପାଠ କରାଇଥିଲେ। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁସବୁ ଜନହିତକର ଏବଂ ଗରିବ କଲ୍ୟାଣ ଯୋଜନାମାନ ସାଧାରଣ ଜନତାଙ୍କ ଏବଂ ଦେଶବାସୀଙ୍କ ପାଇଁ ପ୍ରଚଳନ କରିଛନ୍ତି ସେଗୁଡିକ ତଳସ୍ତରରେ କିପରି ପହଂଚିବ ସମସ୍ତ ସରକାରୀ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ହିଁ ଦେଶବାସୀଙ୍କ ପାଇଁ ଏକମାତ୍ର ଗ୍ୟାରେଂଟି ବୋଲି ଶ୍ରୀ ତୋମାର ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ସାରା ବିଶ୍ୱରେ ଭାରତକୁ ବିଶ୍ୱଗୁରୁ ଓ ପରମବୈଭବ ରାଷ୍ଟ୍ର ଗଢ଼ି ତୋଳିବେ । ଏଥିଲାଗି ସବୁ ସ୍ତରରେ ବିକାଶ ହେବା ନିତ୍ୟାନ୍ତ ଆବଶ୍ୟକ। ମୋଦିଙ୍କ ଲକ୍ଷ୍ୟ ସବୁ ଯୋଜନାର ଲାଭ ସଠିକ୍ ଓ ଯୋଗ୍ୟ ହିତାଧିକାରୀ ପାଆନ୍ତୁ, ଯଦ୍ୱାରା ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଉଦାହରଣ ସ୍ୱରୂପ ଉଜ୍ଜ୍ୱଳା ସଂଯୋଗ, ପିଏମ୍ କିଷାନ ସମ୍ମାନ ନିଧି, ବ୍ୟାଙ୍କ ଖାତା ଖୋଲିବା, ମୁଦ୍ରା ଯୋଜନା ଭଳି ସମସ୍ତ ଯୋଜନା ସମ୍ପର୍କରେ ଜନସଚେତନତା ଏବଂ ପଞ୍ଜୀକରଣ କାର୍ଯ୍ୟକ୍ରମ ଏକ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ତୋମାର କହିଛନ୍ତି ।

ସେହିପରି ସ୍ୱଚ୍ଛତୀର୍ଥ ଅଭିଯାନରେ ଖୋର୍ଦ୍ଧା ବ୍ଲକ ପଲ୍ଲାତୋଟାପଡା ପଂଚାୟତର ବେରୁଁହାଠାରେ ପ୍ରତିଷ୍ଠିତ ମା” ଜାଗୁଳେଇ ଠାକୁରାଣୀଙ୍କ ପୀଠରେ ରାଜ୍ୟ ସଭା ସାଂସଦ ଶ୍ରୀ ବିଜୟପାଲ ସିଂ ତୋମାର୍ ସ୍ଥାନୀୟ ବାସିନ୍ଦା ଓ କାର୍ଯ୍ୟକର୍ତାଙ୍କୁ ନେଇ ସଫେଇ କରିଛନ୍ତି । ଏହାଛଡା ଜାନୁୟାରୀ ୨୨ତାରିଖ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ଏହି ସଫେଇ ଅଭିଯାନ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନ (ସମ୍ପାଦକ) ମାନସ ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ, ଖୋର୍ଦ୍ଧ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ଶ୍ରୀରଞ୍ଜନ ମଙ୍ଗରାଜ, ନିକୁଞ୍ଜ ପଟ୍ଟନାୟକ, ରାମ ନାରାୟଣ ଦାସ, ଦେବବ୍ରତ ଆଚାର୍ଯ୍ୟ, ଅଭିମନ୍ୟୁ ଘଟୁଆଳ, ଶୋଭନ ଘୋଷ, ସ୍ଥାନୀୟ କାଉନସିଲର ଶ୍ରିଷ୍ଟି ମାଝୀ, ବଦ୍ରି ନାରାୟଣ ଦାଶ, ବଦ୍ରିନାରାୟଣ ସାହୁ, ପ୍ରଦୀପ୍ତ ପାଣି, ରାଜୀବ ଷଡଙ୍ଗୀ, ତ୍ରିଲୋଚନ ଦାସ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ବୈଷ୍ଣବ ଜଣେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀ ବିଜୟ ଗିରିଙ୍କ ସହ କଥା ହୋଇଥିଲେ । ଶ୍ରୀ ଗିରି ଜଣେ ଉଠାଦୋକାନୀ ଭାବେ ପରିବା ବିକ୍ରି କରୁଛନ୍ତି। ପିଏମ୍‌ ସ୍ୱନିଧି ଯୋଜନାରେ ମିଳିଥିବା ଋଣ ସହାୟତା ତାଙ୍କୁ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଶ୍ରୀ ଗିରିଙ୍କ ଭଳି ସ୍ୱାଭିମାନୀ ଭାଇମାନଙ୍କ ବିଷୟରେ କେହି କେବେ ଚିନ୍ତା କରିନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ସହଜରେ ବନ୍ଧକମୁକ୍ତ ଋଣ ସୁବିଧା ଯୋଗାଇ ଦେଇଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେସବୁ ଯୋଜନା ଦ୍ୱାରା ଦେଶର କୋଟି କୋଟି ଗରିବ ଲୋକ ଲାଭ ପାଉଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗରିବ ଲୋକଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି। ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଗରିବଙ୍କ ଦୁଃଖ ବୁଝିଥିବା ଜଣେ ବ୍ୟକ୍ତି କେବଳ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ମହିଳାଙ୍କୁ ଉଜ୍ଜ୍ୱଳା ଗ୍ୟାସ, ସବୁ ଘରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରତି ଗାଁରେ ସଡ଼କ, ସବୁ ଗାଁରେ ବିଦ୍ୟୁତ ସେବା, ୪-ଜି, ୫-ଜି ଦୂରସଞ୍ଚାର ସେବା, ଏସବୁ ସୁବିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଇ ଦେଉଛନ୍ତି। ସବୁ ପରିବାରର ଦୁଃଖ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ସେ କହିଥିଲେ। ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ରେଳ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇପାରୁନଥିଲା। ଏବେ ଦେଶର ରେଳ ସେବାରେ ଯଥେଷ୍ଟ ସୁଧାର ଆସିଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିମାପଡ଼ାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି ପୁରୀ ଜିଲ୍ଲାର ନିମାପଡ଼ା ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର ଏକ ୭ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ। ସେମାନେ ଯାତ୍ରାରେ ଭାଗ ନେଇଥିବା ହିତାଧିକାରୀଙ୍କ ସହ ମତବିନିମୟ କରିଛନ୍ତି।

ପୂର୍ବରୁ ଏହି ସାମ୍ବାଦିକ ପ୍ରତିନିଧି ଦଳ କଟକ ଜିଲ୍ଲାର ଟାଙ୍ଗୀ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ମହାରାଷ୍ଟ୍ର ସାମ୍ବାଦିକଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ମହାରାଷ୍ଟ୍ରର ସାମ୍ବାଦିକମାନଙ୍କ ୪ ଦିନିଆ ଗସ୍ତ ଆଜି ଶେଷ ହୋଇଛି।

ମହାରାଷ୍ଟ୍ରର ଏହି ସାମ୍ବାଦିକମାନେ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ଗବେଷଣା କେନ୍ଦ୍ର (ସିଫା) ପରିଦର୍ଶନ କରି ସେଠାରେ ବିଭିନ୍ନ ମତ୍ସ୍ୟ ଚାଷ ପାଇଁ ହେଉଥିବା ଗବେଷଣା ଓ ଅନୁଷ୍ଠାନର କାର୍ଯ୍ୟପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ।
ଗତକାଲି ସାମ୍ବାଦିକ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ଐତିହ୍ୟଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ ଏବଂ ସେଠାରେ ଓଡ଼ିଶାର ସ୍ୱତନ୍ତ୍ର ହସ୍ତଶିଳ୍ପ ପଟ୍ଟଚିତ୍ର ନିର୍ମାଣ ଶୈଳୀ ଓ ପ୍ରକ୍ରିୟା ଦେଖି ଅଭିଭୂତ ହୋଇଥିଲେ। ସେମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର ବୁଲି ଦେଖିବା ସହିତ ପିପିଲିର ଚାନ୍ଦୁଆ କାମ ଦେଖି ପ୍ରଭାବିତ ହୋଇଥିଲେ। ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିର ସ୍ୱଚ୍ଛତା ସେମାନଙ୍କୁ ପ୍ରଭାବିତ କରିଥିଲା।

ଗତ ମଙ୍ଗଳବାର ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଥିଲେ। ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିବା ସହ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାରେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା। ସେମାନେ ମଧ୍ୟ କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍ ଗସ୍ତ କରି ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ। ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ସମସ୍ତ ବିଭାଗ ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ।

ଏଥିପୂର୍ବରୁ ସୋମବାର ଅର୍ଥାତ୍ ଗସ୍ତର ପ୍ରଥମ ଦିନରେ ମହାରାଷ୍ଟ୍ର ସାମ୍ବାଦିକମାନେ ଭୁବନେଶ୍ୱର ଏମ୍ସ ଏବଂ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଏଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିଥିଲେ। ଚନ୍ଦ୍ରଯାନ ଓ ଗଗନଯାନ ଭଳି ମହାକାଶ ଅଭିଯାନର ବିଭିନ୍ନ ସରଞ୍ଜାମ ନିର୍ମାଣରେ ସିଟିଟିସିର ଯୋଗଦାନ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

କଟକ ଟାଙ୍ଗୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି କଟକ ଜିଲ୍ଲାର ଟାଙ୍ଗି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆୟୋଜିତ ଏକ ଅଭିନବ ପ୍ରୟାସ ସ୍ୱରୂପ ମହାରାଷ୍ଟ୍ରର ବରିଷ୍ଠ ସାମ୍ବାଦିକମାନଙ୍କର ଏକ ୭ ଜଣିଆ ପ୍ରତିନିଧି ଦଳ ଆଜି ଟାଙ୍ଗୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

ଏହାବ୍ୟତୀତ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଆଜି ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଛନ୍ତି। ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାକୁ ଦେଖି ମହାରାଷ୍ଟ୍ର ସାମ୍ବାଦିକମାନେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା।

କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍ ଠାରେ ସାମ୍ବାଦିକଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସାମ୍ବାଦିକମାନେ ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ।
ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅମରେଶ କୁମାର ନାୟକ, ଅନୁଷ୍ଠାନର ଲକ୍ଷ୍ୟ, ସଫଳତା, କାର୍ଯ୍ୟକଳାପ ଏବଂ ଆକାଂକ୍ଷା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସେ କହିଥିଲେ, ଅନୁଷ୍ଠାନ ସବୁଜ ବିପ୍ଳବରେ ଏକ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା ଏବଂ ଭାରତକୁ ଖାଦ୍ୟ ଶସ୍ୟର ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଥିଲା। ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାର ବ୍ୟାପକ ଲକ୍ଷ୍ୟ ସହିତ ଜଳବାୟୁ ସହନଶୀଳ କିସମର ଫସଲ ବିକଶିତ କରାଯାଉଛି ବୋଲି ସେ କହିଥିଲେ। ସାମ୍ବାଦିକମାନେ ଅନୁଷ୍ଠାନର ସମସ୍ତ ବିଭାଗର ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ, ସେମାନେ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗଶାଳା, ସୁବିଧା ଏବଂ ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନର ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧି ମାନଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ।

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିବିଏସୱାଇ ନିକଟରେ ୫୦ ଦିନ ପୂରଣ କରିଛି ଏବଂ ପ୍ରାୟ ୧୧ କୋଟି ଲୋକଙ୍କ ସହ ଯୋଡ଼ି ହୋଇଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା କେବଳ ସରକାରଙ୍କ ଯାତ୍ରା ହୋଇ ରହିନାହିଁ , ବରଂ ଦେଶର ଯାତ୍ରାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମତ ଦେଇଥିଲେ, ମୋଦି କି ଗାଡି ଦେଶର କୋଣ ଅନୁକୋଣରେ ପହଞ୍ଚୁଛି । ସରକାରୀ ଯୋଜନାର ଲାଭ ପାଇବା ପାଇଁ ଅପେକ୍ଷା କରି ଜୀବନ କାଟୁଥିବା ଗରିବ ଲୋକମାନେ ଆଜି ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଦେଖୁଛନ୍ତି । ସରକାର ହିତାଧିକାରୀ ମାନଙ୍କ ଦ୍ୱାରରେ ପହଂଚି ସକ୍ରିୟ ଭାବେ ସୁବିଧା ଯୋଗାଇ ଦେଉଛନ୍ତି । ମୋଦି କି ଗ୍ୟାରେଣ୍ଟି କି ଗାଡି ସହିତ ସରକାରୀ କାର୍ଯ୍ୟାଳୟ ଓ ଜନପ୍ରତିନିଧି ଲୋକ ମାନଙ୍କ ପାଖରେ ପହଞ୍ଚୁଛନ୍ତି ବୋଲି ସେ କହିଥିଲେ ।

‘ମୋଦୀ କି ଗ୍ୟାରେଣ୍ଟି’ ବିଷୟରେ ବିଶ୍ୱବ୍ୟାପୀ ଚାଲିଥିବା ଚର୍ଚ୍ଚା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟିର ରୂପରେଖ ଏବଂ ମିଶନ ମୋଡରେ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚିବାର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ ଏବଂ ବିକଶିତ ଭାରତର ସଂକଳ୍ପ ଏବଂ ଯୋଜନାର ବ୍ୟାପକତା ମଧ୍ୟରେ ରହିଥିବା ସମ୍ପର୍କ ଉପରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପିଢ଼ି ଧରି ଗରିବ, ଯୁବକ, ମହିଳା ଏବଂ କୃଷକମାନେ କରୁଥିବା ସଂଘର୍ଷ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସରକାର  ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିଙ୍କୁ ଯେପରି ପୂର୍ବ ପିଢ଼ି ଭଳି ଜୀବନ ଯାପନ କରିବାକୁ ପଡ଼ିବ ନାହିଁ ତାହା ଚାହୁଁଛନ୍ତି ।  ଆମେ ଦେଶର ଏକ ବିଶାଳ ଜନସଂଖ୍ୟାକୁ ଛୋଟ ଦୈନନ୍ଦିନ ଆବଶ୍ୟକତା ପାଇଁ ସଂଘର୍ଷରୁ ବାହାର କରିବାକୁ ଚାହୁଁଛୁ । ତେଣୁ ଗରିବ, କୃଷକ, ମହିଳା ଓ ଯୁବକଙ୍କ ଭବିଷ୍ୟତ ଉପରେ ଆମେ ଧ୍ୟାନ ଦେଉଛୁ । ଆମ ପାଇଁ ଏମାନେ ହେଉଛନ୍ତି ଦେଶର ୪ଟି ବୃହତ୍ତମ ଜାତି । ଯେତେବେଳେ ଗରିବ, କୃଷକ, ମହିଳା ଓ ଯୁବଗୋଷ୍ଠୀ ସଶକ୍ତ ହେବେ, ସେତେବେଳେ ଦେଶ ଶକ୍ତିଶାଳୀ ହେବ ।

ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଯେ, ଭିବିଏସୱାଇର ମୁଖ୍ୟ ଲକ୍ଷ୍ୟ ହେଉଛି ଯେପରି କୌଣସି ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାର ଲାଭ ପାଇବାରୁ ବାଦ୍ ନପଡନ୍ତି ।  ଭିବିଏସ୍‌ୱାଇ ଯାତ୍ରା ଆରମ୍ଭ ହେବା ପର ଠାରୁ ଉଜ୍ଜ୍ୱଳା ସଂଯୋଗ ପାଇଁ ୧୨ ଲକ୍ଷ ନୂଆ ଆବେଦନ ସହ ସୁରକ୍ଷା ବୀମା ଯୋଜନା, ଜୀବନ ଜ୍ୟୋତି ଯୋଜନା, ପିଏମ ସ୍ୱନିଧି ପାଇଁ ଲକ୍ଷଲକ୍ଷ ଆବେଦନ ଆସିଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।

ଭିବିଏସୱାଇର ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି , ଯେଉଁଥିରେ ୧ କୋଟି  ଲୋକଙ୍କର ଯକ୍ଷ୍ମା ରୋଗ ପାଇଁ ଯାଂଚ ଏବଂ ୨୨ ଲକ୍ଷ ଲୋକଙ୍କର ସିକଲ୍ ସେଲ୍ ରୋଗ ପାଇଁ ଯାଞ୍ଚ ଅନ୍ତର୍ଭୁକ୍ତ । ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡାକ୍ତରମାନେ ଗରିବ, ଦଳିତ, ବଞ୍ଚିତ ଏବଂ ଆଦିବାସୀଙ୍କ ଦ୍ୱାରରେ ପହଞ୍ଚୁଛନ୍ତି ଯାହାକୁ ପୂର୍ବ ସରକାରମାନେ ଆହ୍ୱାନ  ବୋଲି ବିବେଚନା କରୁଥିଲେ । ସେ ଆୟୁଷ୍ମାନ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ , ଯେଉଁଥିରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ଗରିବଙ୍କ ପାଇଁ ମାଗଣା ଡାଏଲିସିସ୍ ଏବଂ ଜନ ଔଷଧି କେନ୍ଦ୍ରରେ ଶସ୍ତା ଔଷଧ ଯୋଗାଇ ଦିଆଯାଏ । ସାରା ଦେଶରେ ନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗ୍ରାମ  ଓ ଗରିବ ଲୋକମାନଙ୍କ ପାଇଁ ଏକ ବିରାଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ମହିଳା ସଶକ୍ତିକରଣ ଉପରେ ସରକାରଙ୍କ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଏବଂ ମୁଦ୍ରା ଯୋଜନା ମାଧ୍ୟମରେ ଋଣ ଉପଲବ୍ଧତା, ବ୍ୟାଙ୍କ ମିତ୍ର, ପଶୁ ସଖୀ ଏବଂ ଆଶା କର୍ମୀ ଭୂମିକାରେ ଦାୟିତ୍ୱ ନିର୍ବାହ କରୁଥିବା ମହିଳା ମାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ ୧୦ କୋଟି ମହିଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି, ଯେଉଁଠାରେ ସେମାନଙ୍କୁ ୭.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି । ଏହି କାରଣରୁ ଅନେକ ଭଉଣୀ ବର୍ଷ ବର୍ଷ ଧରି ଲକ୍ଷପତି ଦିଦି ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି ମାନଙ୍କ ସଂଖ୍ୟାକୁ ଆହୁରି ୨ କୋଟି ବୃଦ୍ଧି କରିବା ପାଇଁ ସରକାରଙ୍କ ଅଭିଯାନ ନମୋ ଡ୍ରୋନ ଦିଦି ଯୋଜନା ବିଷୟରେ ସୂଚନା ଦେଇଥିଲେ , ଯେଉଁଥିରେ ଭିବିଏସ୍‌ୱାଇ ସମୟରେ ପ୍ରାୟ ୧ ଲକ୍ଷ ଡ୍ରୋନ ପ୍ରଦର୍ଶନ କରାଯାଇଛି । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜନସାଧାରଣଙ୍କୁ ମିଶନ ମୋଡରେ ନୂଆ ଟେକ୍ନୋଲୋଜି ସହ ଯୋଡାଯାଉଛି ବୋଲି ସେ କହିଛନ୍ତି । ବର୍ତ୍ତମାନ କେବଳ କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାର ପାଇଁ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ଆଗାମୀ ଦିନରେ ଏହାର ପରିସର ଅନ୍ୟ କ୍ଷେତ୍ରରେ ବିସ୍ତାର ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ପୂର୍ବ ସରକାର ମାନଙ୍କରେ ଦେଶରେ କୃଷି ନୀତି ସମ୍ପର୍କରେ ଯେଉଁ ଆଲୋଚନା ହେଉଥିଲା ତାହା କେବଳ ଉତ୍ପାଦନ ଓ ବିକ୍ରୟ ମଧ୍ୟରେ ସୀମିତ ଥିଲା ଏବଂ ପ୍ରତିଦିନ କୃଷକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକୁ ଅଣଦେଖା କରୁଥିଲେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ ପ୍ରତ୍ୟେକ କୃଷକଙ୍କୁ ଅତି କମ୍‌ରେ ୩୦,୦୦୦  ଟଙ୍କା ହସ୍ତାନ୍ତର, ପ୍ୟାକ୍ସ, ଏଫ୍‌ପିଓ ଭଳି ସଂସ୍ଥା ସହିତ କୃଷିକ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା, ସଂରକ୍ଷଣ ସୁବିଧା ବୃଦ୍ଧି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହନ ଦେବା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ହରଡ ଡାଲି ଚାଷ କରୁଥିବା କୃଷକମାନେ ବର୍ତ୍ତମାନ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ସିଧାସଳଖ ଅନଲାଇନରେ ବିକ୍ରି କରିପାରିବେ ଏବଂ ବଜାରରେ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଉତ୍ତମ ମୂଲ୍ୟରେ କ୍ରୟ ସୁନିଶ୍ଚିତ କରି ପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନାର ପରିସର ମଧ୍ୟରେ ଅନ୍ୟ ଡାଲିକୁ ମଧ୍ୟ ଅଣାଯିବ । “ଆମର ପ୍ରୟାସ ହେଉଛି ଯେପରି ଡାଲି କିଣିବା ପାଇଁ ଆମେ ବିଦେଶକୁ ପଠାଉଥିବା ଟଙ୍କା ଦେଶର କୃଷକ ମାନଙ୍କ ପାଖକୁ ଯିବ” ।

ବକ୍ତବ୍ୟ  ଶେଷ କରି ପ୍ରଧାନମନ୍ତ୍ରୀ ଭିବିଏସୱାଇ ଶୋ’ ଚଳାଉଥିବା ଟିମ୍‌ର ପ୍ରୟାସକୁ ପ୍ରଶଂସା କରିଥିଲେ, ଯେଉଁଥିରେ ସ୍ଥାନୀୟ ପ୍ରଶାସନ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହ ସେମାନଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଭାବନାରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଆମକୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଶେଷରେ କହିଛନ୍ତି ।

ପୃଷ୍ଠଭୂମି

୧୫ ନଭେମ୍ବର ୨୦୨୩ରେ ଏହାର ଶୁଭାରମ୍ଭ ହେବା ପର ଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ (୩୦ ନଭେମ୍ବର, ୯ ଡିସେମ୍ବର , ୧୬ ଡିସେମ୍ବର  ଏବଂ ଡିସେମ୍ବର ୨୭) ଏହି ଆଲୋଚନା ଚାରି ଥର ହୋଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଗତ ମାସରେ ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭ – ୧୮) ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ମାନଙ୍କ ସହ ଶାରୀରିକ ଭାବରେ ଆଲୋଚନା କରିଥିଲେ ।

ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ , ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡିକର ସମନ୍ୱୟ ହାସଲ କରିବା ନିମନ୍ତେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

୨୦୨୪ ଜାନୁଆରି ୫ ତାରିଖରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣକାରୀ  ମାନଙ୍କ ସଂଖ୍ୟା ୧୦ କୋଟି ଅତିକ୍ରମ କରିବା ସହ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଥିଲା । ଭିବିଏସ୍‌ୱାଇ ଆରମ୍ଭ ହେବାର ୫୦ ଦିନ ମଧ୍ୟରେ ପହଂଚିଥିବା ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ସଂଖ୍ୟା ବିକଶିତ ଭାରତର ମିଳିତ ଦର୍ଶନ ଦିଗରେ ସମଗ୍ର ଦେଶବାସୀଙ୍କୁ ଏକଜୁଟ କରିବା କ୍ଷେତ୍ରରେ ଯାତ୍ରାର ଗଭୀର ପ୍ରଭାବ ଏବଂ ଅତୁଳନୀୟ କ୍ଷମତାକୁ ସୂଚାଇଥାଏ ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

ବାମରା: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଲୋକଙ୍କ ପାଇଁ ସବୁ ପ୍ରକାର ସୁବିଧା କରିଥିବା ବେଳେ ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରି ଚଞ୍ଚକତା କରିବାରେ ଧୂରନ୍ଧର ବୋଲି ସୋମବାର ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ପାଇଁ ନିଷ୍ପତି ନେବା ପରେ ବି ରାଜ୍ୟ ସରକାର ନିଜସ୍ୱ ଯୋଜନା ନାଁରେ ମିଛ ପ୍ରଚାର କରୁଛନ୍ତି। ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ। ଓଡ଼ିଶା ସରକାର ପ୍ରଚାର ସର୍ବସ୍ୱ ସରକାର। ସମ୍ବଲପୁରର କୁଚିଣ୍ଡା, ବାମରା, ମହୁଲପାଲି, କେଶାଇ ବାହାଲ, କୁନ୍ତରା, ଜମନକିରା, ଗଡପୋଷ, ଫାଶିମାଲ, କୁଲୁଣ୍ଡି ଓ ନିକ୍ତିମାଲ ଭଳି ଗ୍ରାମାଞ୍ଚଳରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପଦବୀ ଅନୁସାରେ ଡାକ୍ତର ନାହାନ୍ତି। ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣାରେ ସ୍ବାସ୍ଥ୍ୟସେବା ମିଳୁଥିବା ବେଳେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି। ଲୋକଙ୍କ ଟିକସ ପଇସାରେ ରାଜ୍ୟ ରାଜକୋଷକୁ ଆସୁଥିବା ଅର୍ଥର ଖର୍ଚ୍ଚ କରି କେବଳ ମିଛ ବିଜ୍ଞାପନ ଓ ବଡ ବଡ ହୋର୍ଡିଂରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ସୀମିତ ରହିଛି।

ଜଳ ଜୀବନ ମିଶନରେ ସମ୍ବଲପୁର ଜିଲ୍ଲାରେ ମୋଟ ୧,୬୪,୫୭୪ ପରିବାର ମଧ୍ୟରୁ ୭୦,୬୧୦ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଛି। ପ୍ରତି ଘରକୁ ପାଇପ ଯୋଗେ ପାଣି ଦେବା ପାଇଁ ଅର୍ଥର ବ୍ୟବସ୍ଥା କରିବା ପରେ ବି ଗାଁରେ ପାଣି ଆସୁନି। ପଇସା ଠିକାଦାର ପକେଟକୁ ଯାଉଛି, ଏହା କଣ ଲମ୍ବା ଶାସନର ରୂପାନ୍ତରଣ କି? ମୋଦି ସରକାର ପିଏମ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର ପଠାଉଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ୨୪ ବର୍ଷ ଶାସନରେ ରହିବା ପରେ ବି ଓବିସି ମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ଅଧିକାର ଦେଉନାହାନ୍ତି । ଲାଗୁ କଲେ କାଳେ, ମୋଦିଙ୍କ ଡବଲ ଇଞ୍ଜିନ କାଳେ ଲାଗିଯିବ, ଏଥିପାଇଁ ରାଜ୍ୟ ସରକାର ଭୟଭୀତ । ଲମ୍ବା ସମୟର ଶାସନରେ ମୌଳିକ ସୁବିଧା ଆଜି ବି ଲୋକଙ୍କ ପାଖରେ ଅପହଞ୍ଚ । ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବାକୁ ହିଁ ପଡ଼ିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିଜକୁ ଏକ ଆସ୍ଥାର କେନ୍ଦ୍ର ଭାବରେ ସ୍ଥାପିତ କରିପାରିଛନ୍ତି। ଆଜି ମୋଦିଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢୁଥିବା ବେଳେ ଗରିବ, ମହିଳା, ଚାଷୀ, ବଞ୍ଚିତ, ଓ ଯୁବକମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି। ସମସ୍ତଙ୍କୁ ପକ୍କା ଘର, ପାଇପ ଯୋଗେ ପାନୀୟ ଜଳ, ରୋଷେଇ ଗ୍ୟାସ, ମାଗଣା ଚାଉଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହ ମହିଳାମାନଙ୍କୁ ଲକ୍ଷପତି ବନାଇବାର ସ୍ୱପ୍ନ ପୂରଣ କରାଯାଉଛି। ଗାଁ ଗାଁରେ ରକ୍ତ ପରୀକ୍ଷା, ସିକିଲ ସେଲ୍ ପରୀକ୍ଷା ଏବଂ ଡାଇବେଟିସ ପରୀକ୍ଷା କରାଯିବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଭଳି ସୁବିଧା ମୋଦି ସରକାର କରିଛନ୍ତି। ମୋଦିଙ୍କ ବିକାଶ ଗ୍ୟାରେଣ୍ଟିକୁ ଲୋକମାନେ ଭରସା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଥିବା ବେଳେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ମାନଙ୍କର ଯୋଗଦାନ ଜରୁରୀ।

ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମହୁଲପାଲିର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଆଶାକର୍ମୀ କୁନ୍ତଳା ସାହୁ, ଏସଏଚଜି ମହିଳା ଭାବେ କମ ସୁଧରେ ଋଣ ନେଇଥିବା ରଜନୀ ସାହୁ ଓ ବାମରାର ପିଏମ କିଷାନ ଯୋଜନାର ଲାଭାର୍ଥୀ ମୋତିରଞ୍ଜନ ପୃଷେଠଙ୍କ ସମେତ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର କିଭଳି ଭାବେ ଉପକୃତ ହେବା ସହ ଲାଭ ପାଇଛନ୍ତି, ତାହା ଉପରେ ବର୍ଣ୍ଣନା କରିଥିଲେ, ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୨:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗଦେବେ।

୧୫ ନଭେମ୍ବର, ୨୦୨୩ ରେ ଏହାର ଶୁଭାରମ୍ଭ ପରଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି ।  ଭିଡିଓ କନଫରେନ୍ସିଂ ମାଧ୍ୟମରେ (୩୦ ନଭେମ୍ବର, ୯  ଡିସେମ୍ବର ୧୬ ଏବଂ ଡିସେମ୍ବର ୨୭) ଏହି ଆଲୋଚନା ଚାରି ଥର ହୋଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଗତ ମାସରେ ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭-୧୮) ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି ।

ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ସମନ୍ୱୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

ଜାନୁଆରୀ ୫, ୨୦୨୪ରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୧୦ କୋଟି ଅତିକ୍ରମ କରିବା ସହ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି ଯାତ୍ରା ଆରମ୍ଭ ହେବାର ୫୦ ଦିନରେ ପହଂଚିଥିବା ଏହି ଆଶ୍ଚର୍ଯ୍ୟଜନକ ସଂଖ୍ୟା ସମଗ୍ର ଦେଶବାସୀଙ୍କୁ ବିକଶିତ ଭାରତର ମିଳିତ ଦର୍ଶନ ଦିଗରେ ଏକଜୁଟ କରିବାରେ ଯାତ୍ରାର ଗଭୀର ପ୍ରଭାବ ଏବଂ ଅତୁଳନୀୟ କ୍ଷମତାକୁ ସୂଚାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅନୁଭୂତି ବଖାଣିଲେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ

ଭୁବନେଶ୍ୱର: ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି ହେଉଛି ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରୁଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତାରେ ସଫଳତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ପିଏମ୍‌ କିଷାନ୍‌ ଆଦି କେନ୍ଦ୍ରୀୟ ଯୋଜନା ସାଧାରଣ ନାଗରିକ, ବିଶେଷ କରି ଗ୍ରାମାଞ୍ଚଳର ଗରିବ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିକଟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଜାମୁଯୋଡ଼ି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିବା ହିତାଧିକାରୀମାନେ ‘ମେରୀ କାହାନୀ ମେରୀ ଜୁବାନୀ’ ଅନ୍ତର୍ଗତ ନିଜର ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଫୁଲମଣି ମହାନ୍ତ କୁହନ୍ତି, ବାସଗୃହ ନିର୍ମାଣ ପାଇଁ ସହାୟତା ମିଳିବା ପରେ ତାଙ୍କର ୫ ଜଣିଆ ପରିବାର ଜୀବନରେ ସୁଧାର ଆସିଛି। ପକ୍କା ଘରେ ରହୁଥିବାରୁ ଖରାବର୍ଷର ଭୟ ରହୁନାହିଁ। ସେମାନେ ଖୁବ୍‌ ଖୁସିରେ ଚଳୁଛନ୍ତି। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ବାସନ୍ତୀ ବେହେରା କୁହିଛନ୍ତି, ତାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ମିଳିଛି। ରିହାତି ଦରରେ ସିଲିଣ୍ଡର ଭରିବା ସହିତ ସେ ଧୂଆଁମୁକ୍ତ ପରିବେଶରେ ରୋଷେଇ କରିପାରୁଛନ୍ତି। ପାରମ୍ପରିକ ଚୁଲିରେ ରୋଷେଇ କରିବା ପାଇଁ କାଠ ଜାଳେଣି ସଂଗ୍ରହ କରିବାର ସମସ୍ୟାରୁ ମୁକ୍ତି ମିଳିଛି। ଏହାଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ରକ୍ଷା ହେବା ସହ ପରିବେଶ ସଂରକ୍ଷଣ ମଧ୍ୟ ହୋଇପାରୁଛି। ତାଙ୍କର ଜୀବନ ଅଧିକ ସହଜ ହୋଇଛି।

ଆଉ ଜଣେ ଗ୍ରାମାଞ୍ଚଳ ହିତାଧିକାରୀ ପ୍ରମୋଦ କୁମାର ନାୟକଙ୍କୁ ପିଏମ୍‌ କିଷାନ ଯୋଜନାରେ ମାସିକ ୬ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି। ଏହା ତାଙ୍କର ଚାଷ କାମରେ ବିଶେଷ ସହାୟକ ହେଉଛି ବୋଲି ସେ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତାଙ୍କ ଭଳି ଚାଷୀଙ୍କ ପାଇଁ ପିଏମ୍‌ କିଷାନ ଯୋଜନା ବେଶ ଲାଭଜନକ ବୋଲି କହିବା ସହ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବର୍ତ୍ତମାନ ଦେଶର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳରେ ଜାରି ରହିଛି।

Categories
ଆଜିର ଖବର

ମୁମ୍ବାଇରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି କେ ମିଶ୍ର ଆଜି ମୁମ୍ବାଇର ପୂର୍ବ ଗୋରେଗାଓଁରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ୧୫୦୦ରୁ ଅଧିକ ଲୋକ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରମୁଖ ସଚିବଙ୍କ ସହ ସମସ୍ତ ଅଂଶଗ୍ରହଣକାରୀ ବିକଶିତ ଭାରତ ଗଠନ ପାଇଁ ଶପଥ ନେଇଥିଲେ। ମେରି କାହାନି ମେରି ଜୁବାନି କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ଏବଂ ସଫଳତାର କାହାଣୀ ବଖାଣିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ଉପରେ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ମୁଦ୍ରା, ପିଏମ୍ ସ୍ୱନିଧି ଭଳି ଯୋଜନାର ହିତାଧିକାରୀଙ୍କୁ ପ୍ରମୁଖ ସଚିବ ସାର୍ଟିଫିକେଟ୍ ଓ ସୁବିଧା ପ୍ରଦାନ କରିଥିଲେ।

ପ୍ରମୁଖ ସଚିବ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାପନ ହୋଇଥିବା ମଣ୍ଡପ ପରିଦର୍ଶନ କରି ଏପର୍ଯ୍ୟନ୍ତ ଏହି ଯୋଜନାଗୁଡ଼ିକର ସୁଫଳ ପାଇ ପାରୁନଥିବା ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ମଧ୍ୟ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ବିଷୟରେ କହିଥିଲେ ଏବଂ ନାଗରିକମାନଙ୍କୁ ପୂର୍ଣ୍ଣ ଉତ୍ସାହର ସହ ଯାତ୍ରାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ସେ ସରକାରୀ ଯୋଜନାଗୁଡିକର କାର୍ଯ୍ୟକାରିତା ଏବଂ ଶେଷ ମାଇଲରେ ସଫଳତାର ସହ ପହଞ୍ଚିବାର ଆଭିମୁଖ୍ୟ ଉପରେ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ମୁମ୍ବାଇ ସହରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଫଳ ଆୟୋଜନ କରିଥିବାରୁ ପ୍ରମୁଖ ସଚିବ ବିଏମସି ପ୍ରଶାସନକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅନୁଭୂତି ବଖାଣିଲେ ହିତାଧିକାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ମିଶନ ଗ୍ରାମାଞ୍ଚଳ ମହିଳାଙ୍କ ସ୍ବାସ୍ଥ୍ୟ ରକ୍ଷା କରିବା ସହ ସେମାନଙ୍କ ସମ୍ମାନ ସୁନିଶ୍ଚିତ କରିଛି। କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ପାଇ ଗ୍ରାମୀଣ ମହିଳାମାନେ ସେମାନଙ୍କ ଘର ପାଖରେ ପାଇଖାନା ନିର୍ମାଣ କରିଛନ୍ତି। ସେମାନଙ୍କୁ ଆଉ ବାହାରକୁ ଖୋଲାରେ ଶୌଚ ହେବାକୁ ଯିବାକୁ ପଡ଼ୁନାହିଁ। ଏହା ସେମାନଙ୍କ ପାଇଁ ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିଛି ବୋଲି ସ୍ୱଚ୍ଛ ଭାରତ ଅଭିଯାନର ମହିଳା ହିତାଧିକାରୀମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ନିକଟରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ଲୁବେନଗଡ଼ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇ ସ୍ବଚ୍ଛ ଭାରତ ଅଭିଯାନର ମହିଳା ହିତାଧିକାରୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱଚ୍ଛ ଭାରତ ମିଶନ ସେମାନଙ୍କ ଗାଁ ପରିମଳରେ ସୁଧାର ଆଣିଥିବା ହିତାଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୪ ଅକ୍ଟୋବର ୨ ତାରିଖ, ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ମିଶନ ଅଧୀନରେ ଦେଶର ୮୫ ପ୍ରତିଶତ ଗ୍ରାମ ଖୋଲା ଶୌଚ ମୁକ୍ତ – ଓଡିଏଫ୍‌ ପ୍ଲସ୍‌ ହୋଇସାରିଛି । ସ୍ୱାସ୍ଥ୍ୟ ଓ ଜୀବନ ରକ୍ଷା କ୍ଷେତ୍ରରେ ସ୍ୱଚ୍ଛ ଭାରତ ମିଶନର ସଫଳତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି।

Categories
ଆଜିର ଖବର ଜାତୀୟ ଖବର

ଶ୍ରମିକଙ୍କ ପାଇଁ ବରଦାନ ପାଲଟିଛି ମନରେଗା ଓ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଜରିଆରେ ସାଧାରଣ ଶ୍ରମିକଙ୍କୁ ରୋଜଗାର ଗ୍ୟାରେଣ୍ଟି ଦେଉଛନ୍ତି ମୋଦୀ ସରକାର। ଅନ୍ୟପଟେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଜରିଆରେ ପ୍ରବାସୀ ଶ୍ରମିକ ଦେଶର ଯେକୌଣସି ସ୍ଥାନରେ ରାସନ ପାଇପାରୁଛନ୍ତି। ମୋଦୀ ସରକାରଙ୍କ ଏ ଦୁଇଟି ଯୋଜନା ଶ୍ରମିକଙ୍କ ପାଇଁ ବରଦାନ ପାଲଟିବା ସହିତ ସେମାନଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରୁଛି।

ବର୍ତ୍ତମାନ ଓଡ଼ିଶାରେ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ନିଜର ଅନୁଭୂତି ପ୍ରକାଶ କରି ଶ୍ରମିକ ବର୍ଗର ଲୋକମାନେ ମନରେଗା ଓ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନାକୁ ପ୍ରଶଂସା କରିବା ସହିତ ଏହି ଦୁଇଟି ଯୋଜନାର ସୁଫଳ ପାଇଥିବାରୁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି। ନିକଟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଧୁଲିପୁଟ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ପହଞ୍ଚିବା ଅବସରରେ ସ୍ଥାନୀୟ ଶ୍ରମିକମାନେ ଏଥିରେ ସାମିଲ ହୋଇ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଥିଲା।

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ ବର୍ଷକୁ ଅତିକମ୍‌ରେ ୧୦୦ ଦିନର ନିଶ୍ଚିତ ରୋଜଗାର ମିଳିପାରୁଛି । ଗତ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମନରେଗା ଶ୍ରମିକମାନଙ୍କର ଦୈନିକ ମଜୁରି ବୃଦ୍ଧି କରିଥିଲେ ।  ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏକ ଚାହିଦା ଆଧାରିତ ରୋଜଗାର କାର୍ଯ୍ୟକ୍ରମ ଭାବେ ମନରେଗା ଯୋଜନାକୁ କାର୍ଯ୍ୟକାରୀ କରୁଛି । ଏହି ଯୋଜନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ସରକାର କ୍ରମାଗତ ଭାବେ ପାଣ୍ଠି ଯୋଗାଇ ଦେଉଛନ୍ତି ଏବଂ କାମର ଚାହିଦା ଅନୁସାରେ ପାଣ୍ଠି ଯୋଗାଇ ଦିଆଯାଉଛି । କେବଳ ସେତିକି ନୁହେଁ ଠିକ୍‌ ସମୟରେ ଶ୍ରମିକଙ୍କୁ ମଜୁରି ପ୍ରଦାନ ସୁନିଶ୍ଚିତ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୯୯.୧୨ ପ୍ରତିଶତ ମଜୁରି ପଇଠ ଆଦେଶ ୧୫ ଦିନ ମଧ୍ୟରେ ଜାରି କରାଯାଇଛି। ଜବକାର୍ଡଧାରୀ ମନରେଗା ଶ୍ରମିକଙ୍କୁ ଆଧାର ଆଧାରିତ ଅର୍ଥ ପଇଠ ବ୍ୟବସ୍ଥା ଜରିଆରେ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରାଯାଉଛି। ଏହାଦ୍ୱାରା ଶ୍ରମିକ ବର୍ଗଙ୍କ ଆର୍ଥିକ ସଶକ୍ତିକରଣ, ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ ହେଉଛି ।

ଅନ୍ୟପକ୍ଷରେ ଅଗଷ୍ଟ ୨୦୧୯ରେ ୪ଟି ରାଜ୍ୟରେ ଆରମ୍ଭ ହୋଇଥିବା ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଏବେ ସାରା ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହୋଇଛି । ଏହା ଜରିଆରେ ପ୍ରାୟ ୧୦୦ ପ୍ରତିଶତ ବା ପ୍ରାୟ ୮୦ କୋଟି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ରାସନ କାର୍ଡ ପୋର୍ଟେବଲିଟୀ ହୋଇପାରିଛି । ଫଳରେ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ ନିଜର ରାସନ କାର୍ଡ ଦେଖାଇ ମାଗଣା ଖାଦ୍ୟଶସ୍ୟ ପାଇପାରୁଛନ୍ତି। ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନାରେ ୧୨୫ କୋଟି ପୋର୍ଟେବଲିଟୀ କାରବାର ମାଧ୍ୟମରେ ୨୪୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ ବିତରଣ କରାଯାଇଛି, ଯେଉଁଥିରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ହୋଇଥିବା କାରବାର ସାମିଲ ରହିଛି।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ଧାଇପୁର ପଞ୍ଚାୟତ ଏବଂ କଟକ ମହାନଗର ନିଗମ ଅଧୀନ ମାଛୁଆ ବଜାର ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୱାଲ ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହିତ କଥା ହୋଇଥିଲେ।

ଧାଇପୁର ଠାରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଥିଲେ, ବିଗତ ପ୍ରାୟ ୧ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସବ୍‌କା ସାଥ୍‌, ସବ୍‌କା ବିଶ୍ୱାସ, ସବ୍‌କା ବିକାଶ ଏବଂ ସବ୍‌କା ପ୍ରୟାସ ଲକ୍ଷ୍ୟ ନେଇ ସବୁ ବର୍ଗର ଲୋକମାନଙ୍କ କଲ୍ୟାଣ ପ୍ରତି କାର୍ଯ୍ୟ କରି ଆସୁଛନ୍ତି। ଅରୁଣାଚଳ ପ୍ରଦେଶ ଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ, କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର ଜନତାଙ୍କ କଲ୍ୟାଣ ପାଇଁ ମୋଦୀ ସରକାର କାମ କରିଛନ୍ତି।

ଓଡ଼ିଶା ସମ୍ପର୍କରେ ମତବ୍ୟକ୍ତ କରି ଶ୍ରୀ ସୋନୱାଲ କହିଥିଲେ, ଓଡ଼ିଶା ବାସୀ ଖୁବ୍‌ ପରିଶ୍ରମୀ ଏବଂ ସଚ୍ଚୋଟ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ଦ୍ୱାରା ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ଶ୍ରୀ ସୋନୱାଲ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ଗରିବମାନଙ୍କୁ ମାଗଣା ରାସନ ଯୋଗାଇବାର ସୁବିଧାକୁ ଆଉ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସବୁ ବର୍ଗର ଲୋକଙ୍କୁ ସମାନ ସୁଯୋଗ, ସମ୍ମାନ, ସହାୟତା ଦିଆଯାଇଛି ଫଳରେ ସାଧାରଣ ଓ ଗରିବ ଲୋକଙ୍କ ଆତ୍ମସମ୍ମାନ ବଢ଼ିଛି। ଆଜି ସାରା ବିଶ୍ୱରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି ବୋଲି ଶ୍ରୀ ସୋନୱାଲ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ଉପରେ ମଧ୍ୟ ସେ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ ।

କଟକ ସହରର ମାଛୁଆ ବଜାର ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାରୋହକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଥିଲେ, ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି ଆଜି ଦେଶର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ପହଞ୍ଚୁଛି । ସରକାରୀ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ପାଖରେ ସବୁ ମୌଳିକ ସୁବିଧା ଯୋଗାଇ ଦେବା ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ। ମୋଦୀ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବେଟୀ ବଚାଓ ବେଟୀ ପଢ଼ାଓ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ଆବାସ ଯୋଜନା ଭଳି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଦ୍ୱାରା ସମାଜର ପ୍ରତ୍ୟେକ ବର୍ଗ ଉପକୃତ ହେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା, ଯୁବବର୍ଗଙ୍କ କଲ୍ୟାଣ ପାଇଁ ମାଇ ଯୁବା ଭାରତ ଯୋଜନା ଆଦିର ଉଦାହରଣ ମଧ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସବୁବର୍ଗର ନାଗରିକ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଆଗେଇ ଆସିବା ପାଇଁ ଶ୍ରୀ ସୋନୱାଲ ଆହ୍ୱାନ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଇନସାହ ସାବିରଙ୍କ ସ୍ୱପ୍ନ ହେଲା ସାର୍ଥକ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସୁନ୍ଦର ଉପତ୍ୟକାର ପୁଲୱାମା ଜିଲ୍ଲାରେ ରହନ୍ତି ଜଣେ ଯୁବତୀ। ଯିଏ ସ୍ୱାଧୀନତା, ନମନୀୟତା ଓ ଅବସ୍ଥାନ୍ତରର ଏକ ପ୍ରତୀକ ବନି ଯାଇଛନ୍ତି। ପୁଲୱାମାରେ ଅରିଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମିତ ଇନଶାହ ସାବିର ଏକ ବ୍ୟବସାୟର ମାଲିକାଣୀ ହେବା ସହ ଗୋଟିଏ  ବୁଟିକ୍ ଚଳାଇଛନ୍ତି। ସେ କେନ୍ଦ୍ର ସରକାରଙ୍କ ଦିନ ଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମ୍ୟ ଜୀବିକା ମିଶନ ଇତ୍ୟାଦିର ହିତାଧିକାରୀ ହୋଇଥିବା ଯୋଗୁଁ ଏହି ସୁବିଧା ହାସଲ କରିବା ସହ ତାଙ୍କ ଭଳି ଅନେକ ଝିଅ ଓ ମହିଳାମାନେ ମଧ୍ୟ ଏହି ସୁଯୋଗର ଅଧିକାରୀ ହୋଇପାରିଛନ୍ତି।

ସେଠାରେ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାଳରେ ଏକ ସାକ୍ଷାତକାର ବେଳେ ଇନ୍‌ଶାହ କହିଥିଲେ ଯେ ୨୦୧୭ରେ ପ୍ରଥମେ ଦିନଦୟାଲ ଅନ୍ତ୍ୟୋଦୟ ଯୋଜନା ଓ ଏନଆରଏଲ୍‌ଏମ୍ ସଂଶ୍ପର୍ଷରେ ଆସିବା ପରେ ସଙ୍ଗେ ସଙ୍ଗେ ସେ ନିଜକୁ ପଞ୍ଜୀକୃତ କରିଥିଲେ।

ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୨୦୧୧ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଗ୍ରାମୀଣ ଗରିବମାନଙ୍କ ନିମନ୍ତେ ଦକ୍ଷ ଓ କ୍ରୀୟାଶୀଳ ଆନୁଷ୍ଠାନିକ ମଞ୍ଚ ସୃଷ୍ଟି ଥିଲା ଏହାର ଲକ୍ଷ୍ୟ। ସ୍ଥାୟୀ ଓ ନିରନ୍ତର ଜୀବନ ଜୀବିକା  ଦ୍ୱାରା ଘରୋଇ ଆୟ ଓ ଆର୍ଥିକ ସେବା ବୃଦ୍ଧି ଏହି ମଞ୍ଚ ଜରିଆରେ ହୋଇପାରିବ।

ନିଜର କାହାଣୀ ସମ୍ପର୍କରେ  ସୂଚନା ଦେଇଥିବା ବେଳେ ଇନସାହ କହିଥିଲେ ଯେ ପିଲାଟି ବେଳୁ ଲୁଗାପଟାରେ ଡିଜାଇନ କରିବା ତାଙ୍କର ଏକ ସଉକ ଥିଲା। ହେଲେ ସେ ଯେତେବେଳେ ଡେ-ଏନଆର୍‌ଏଲଏମ୍ ଅଧୀନ ଏକ ସ୍ଥାନୀୟ ସିଲେଇ ବିଦ୍ୟାଳୟରେ ନାମ ଲେଖାଇଲେ, ସେତେବେଳେ ତାଙ୍କ ଜୀବନରେ ଏକ ନୂତନ ମୋଡ ଆସିଲା। ତାଙ୍କ ଧୀଶକ୍ତି ଓ କୌତୂହଳ ଯୋଗୁଁ ଏକ ବ୍ୟାବସାୟିକ ସୁଯୋଗ ଜୀବନ ଜୀବିକା ପାଇଁ ସୃଷ୍ଟି ହେଲା।

ପ୍ରତିଷ୍ଠାନରୁ ଡିଜାଇନ ପାଠ୍ୟକ୍ରମ ଶେଷ କରି ଇନ୍‌ସାହା ତାଙ୍କର ବୁଟିକ୍ ଆରମ୍ଭ କରିବାକୁ ସ୍ଥିର କଲେ। ସେ ଗୋଟିଏ ପିଏମ୍‌ଇଜିପି ଉମିଦ ଋଣ ପାଇଲେ ଓ ଏହି କାର୍ଯ୍ୟରେ ଡେ-ଏନଆରଏଲଏମ୍ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା। ଶେଷେରେ ସେ ତାଙ୍କ ବୁଟିକ୍ ସ୍ଥାପନ କଲେ।

ବେଳେ ବେଳେ ସୀମିତ ସମ୍ବଳ ଓ ଅଳ୍ପ ସୁଯୋଗ ଦୃଷ୍ଟିରୁ ସ୍ୱପ୍ନଗୁଡିକ ରାତ୍ରୀ ଆକାଶର ଦୁରେଇ ଥିବା ତାରା ଭଳି ଲାଗେ। ମାତ୍ର ଇନଶାହଙ୍କ ନିମନ୍ତେର ଡେ-ଏନଆରଏଲଏମ୍  ତାଙ୍କ ସ୍ୱପ୍ନ ସାର୍ଥକ କରିପାରିଲା। ଯୋଜନା ଅଧୀନରେ ରିହାତିଯୁକ୍ତ ଋଣ  ପାଇ ନଥିଲେ। ଏହି ବ୍ୟବସ୍ଥା ଆରମ୍ଭ କରିବା ସମ୍ଭବ  ହୋଇ ନ ଥାନ୍ତା ବୋଲି ଇନଶାହ ପ୍ରକାଶ କରିଥିଲେ।

ନୂତନ ଓ ବିକଶିତ ଭାରତ ଗଠନରେ ଯୁବଗୋଷ୍ଠୀ ସାହାଯ୍ୟ  କରୁଥିବା ସରକାରଙ୍କ ବ୍ୟାବସାୟିକ ଯୋଜନା ଗୁଡିକରେ ଇନ୍‌ଶାହ ପ୍ରଶଂସା କରିଥିଲେ। ଆଜି କେବଳ ଧନୀଲୋକମାନେ ଯେ ବ୍ୟାବସାୟିକ ସଫଳତା ହାସଲ କରୁଛନ୍ତି, ତାହା ନୁହେଁ ଗ୍ରାମାଞ୍ଚଳ ଗରିବ ପୃଷ୍ଠଭୂମିରୁ ଆସିଥିବା ଲୋକମାନେ ମଧ୍ୟ ସଫଳ ବ୍ୟବସାୟୀ  ହୋଇପାରୁଛନ୍ତି। ସରକାର ଏପରି ଯୋଜନା ଦ୍ୱାରା ତାକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରି ପାରିଥିବାରୁ ସେ ସରକାରଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ। ଆଜି ଇନଶାହ କେବଳ ନିଜର ପଇସା କମାଉ ନାହାଁନ୍ତି, ତାଙ୍କ ବୁଟିକରେ ଅନ୍ୟାନ୍ୟ ମହିଳାମାନଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଛୋଟ ହେଲେ ମଧ୍ୟ ବୁଟିକଟି ବିକାଶ ଓ ଆତ୍ମନିର୍ଭରତାର ଏକ ପ୍ରତି ଶବ୍ଦ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜର କୋଷ୍ଠା ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଆଜି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ହିତାଧିକାରୀଙ୍କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିବା ସହ ସେମାନଙ୍କ ସହ ମତ ବିନିମୟ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶୂଳିଆପଦା ବ୍ଲକ କୋଷ୍ଠା ଗ୍ରାମ ପଞ୍ଚାୟତରେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ୱର ଟୁଡୁ।

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଥିଲେ ଯେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁଯାୟୀ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହେବ। ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟିରୁ ଶୁଭାରମ୍ଭ କରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ହେଉଛି ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଓ ମୌଳିକ ସୁବିଧା ଗୁଡିକୁ ଉଦ୍ଦିଷ୍ଟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏବଂ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇଥିବା ହିତାଧିକାରୀଙ୍କ ଅନୁଭୂତି ଜାଣିବା । ଏହି ଅବସରରେ ଶ୍ରୀ ଟୁଡୁ ପ୍ରତିଯୋଗୀମାନଙ୍କୁ ‘ବିକଶିତ ଭାରତ’ର ଶପଥ ପାଠ ମଧ୍ୟ କରାଇଥିଲେ।

କେନ୍ଦ୍ରୀୟ ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ସମନ୍ୱୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ଯେ ପ୍ରତ୍ୟେକ ଯୋଜନା ଲୋକଙ୍କ ପାଖରେ ଶତ ପ୍ରତିଶତ ପହଞ୍ଚିବ, ଯାହାଦ୍ୱାରା ଦେଶରେ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ ।

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଶୂଳିଆପଦା ବ୍ଲକ କୋଷ୍ଠା ଗ୍ରାମ ପଞ୍ଚାୟତରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। କୋଷ୍ଠା ଗ୍ରାମ ପଞ୍ଚାୟତରେ ସ୍ଥାପିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ୩୦ରୁ ଅଧିକ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ୩୦୦ରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଶୂଳିଆପଦା ବ୍ଲକ ଉନ୍ନୟନ ଅଧିକାରୀ ଅନୁପମା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗାଁ ଠୁ ସହର ପର୍ଯ୍ୟନ୍ତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବଢ଼ୁଛି ଜନଭାଗିଦାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ସହ ସାରା ଦେଶରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହିତ ଆଗେଇ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ନେଇ ଓଡ଼ିଶାରେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାର ସହରାଞ୍ଚଳରେ ବିଭିନ୍ନ ୱାର୍ଡ ଏବଂ ଗ୍ରାମାଞ୍ଚଳର ପଞ୍ଚାୟତରେ ସଂକଳ୍ପଯାତ୍ରାର ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଉଛି। ଖୁବଶୀଘ୍ର ଯାତ୍ରାରେ ଓଡ଼ିଶାର ୧ କୋଟିରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯାତ୍ରା ରହଣୀ ସ୍ଥଳରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।

ଏଥିସହିତ ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କର ପଞ୍ଜୀକରଣ ମଧ୍ୟ କରାଯାଉଛି। ଘର ପାଖରେ ସରକାରୀ ଯୋଜନାର ଲାଭ ପାଇବାର ସୁବିଧା ପହଞ୍ଚି ଥିବାରୁ ଓଡ଼ିଶାର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳ ୱାର୍ଡରେ ସ୍ଥାନୀୟ ମହିଳା ଓ ପୁରୁଷମାନେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାରମ୍ପରିକ ଢଙ୍ଗରେ, ଘଣ୍ଟଘଣ୍ଟା, ହୁଳହୁଳି ଓ ବାଦ୍ୟ ବଜାଇ ସ୍ୱାଗତ କରୁଥିବା ଦେଖାଯାଇଛି। କିଛି ସ୍ଥାନରେ ଲୋକମାନେ ଗାଁ ବାହାରକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାଛୋଟି ଆଣୁଛନ୍ତି। ନିକଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତରେ। ପଞ୍ଚାୟତକୁ ଯିବା ପାଇଁ ଝୁଲା ପୋଲ ପାର ହେବାକୁ ପଡ଼ୁଥିବା କାରଣରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ସେଠାକୁ ଯାଇପାରିନଥିଲା। ଏଥିପାଇଁ ସ୍ଥାନୀୟ ଲୋକ ଓ ମହିଳାମାନେ ୨ କିଲୋମିଟର ରାସ୍ତା ଅତିକ୍ରମ କରି ଆସି ସଂକଳ୍ପ ଯାତ୍ରା ଗାଡ଼ି ପାଖରେ ପହଞ୍ଚି ଥିଲେ।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଂକଳ୍ପ ଯାତ୍ରା ରଥ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସଚେତନତା ବାହନରେ ଲାଗିଥିବା ଏଲଇଡି ସ୍କ୍ରିନ୍‌ରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ଯୋଜନାର ନୋଡାଲ ଅଧିକାରୀ, ବ୍ୟାଙ୍କ ଓ ଡାକ ବିଭାଗର କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କୃଷି ବିଭାଗ କର୍ମଚାରୀମାନେ ଯାତ୍ରା ରହଣୀ ସ୍ଥଳରେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରୁଛନ୍ତି । ଘର ପାଖରେ ମୌଳିକ ସୁବିଧାସୁଯୋଗ ପାଇବାର ଅବସର ଜୁଟିଥିବାରୁ ଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କ ଭାଗିଦାରୀ ଦେଖିବାକୁ ମିଳୁଛି । ସଂକଳ୍ପ ଯାତ୍ରାର ସଚେତନତା ରଥ ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ଯିବା ସହିତ କେନ୍ଦ୍ର ସରକାରଙ୍କ ପିଏମ ଆବାସ, ଉଜ୍ଜ୍ୱଳା, ବୀମା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି । ଯାତ୍ରା ରହଣୀ ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଶିବିରରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଯକ୍ଷ୍ମା, ମଧୁମେହ, ଉଚ୍ଚରକ୍ତଚାପ, ସିକଲ୍‌ ସେଲ୍‌ ଏନିମିଆ ଭଳି ରୋଗ ପାଇଁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯାଉଛି । ଆବଶ୍ୟକ ସ୍ଥଳେ ଲକ୍ଷଣଯୁକ୍ତ ରୋଗୀଙ୍କୁ ଉଚ୍ଚତର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରର ଯୋଜନାର ସୁବିଧା ପାଇବା ଲାଗି ନିଜର ପଞ୍ଜୀକରଣ କରାଉଛନ୍ତି । ଡାକ ବିଭାଗ ଓ ବ୍ୟାଙ୍କ ପକ୍ଷରୁ ମିଳୁଥିବା ସଞ୍ଚୟ ଓ ବୀମା ଯୋଜନା ସମ୍ପର୍କରେ ଲୋକମାନେ ଅବଗତ ହେଉଥିବା ମଧ୍ୟ ଦେଖାଯାଇଛି । ମାତୃ ଓ ଶିଶୁ ବିକାଶ ଯୋଜନା, ପୋଷଣ ଯୋଜନା ଆଦି ସହ ଜଡ଼ିତ ଖାଦ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଉଛି । ସାଧାରଣ ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରୁଛନ୍ତି । କିଛି ସ୍ଥାନରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ମଧ୍ୟ କରାଯାଉଛି । ଏଥିସହିତ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ଶପଥ ପାଠ ମଧ୍ୟ କରାଯାଉଛି । ଏଥିରେ ବିପୁଳ ଜନଭାଗିଦାରୀ ଦେଖିବାକୁ ମିଳୁଛି ।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବିକଶିତ ଭାରତର ସଂକଳ୍ପ ସହ ଏହି ଅଭିଯାନ ଆଗେଇ ଚାଲିଛି। ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହେବାର ୫୦ ଦିନ ଅତିକ୍ରମ କରିନଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଯାତ୍ରା ୨.୨୫ ଲକ୍ଷ ଗାଁରେ ପହଞ୍ଚିଛି। ଏହା ଏକ ରେକର୍ଡ ବୋଲି କହିବା ସହିତ, ସେ ସମସ୍ତଙ୍କୁ, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ହେଉଛି ସେହି ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା, ଯିଏ କୌଣସି କାରଣରୁ ଭାରତ ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କ ପାଖରେ ଏହି ସକ୍ରିୟ ପହଞ୍ଚର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଆଶ୍ୱାସନା ଦେବା ଯେ ସରକାରୀ ଯୋଜନା ଗୁଡିକ ସମସ୍ତଙ୍କ ପାଇଁ ଉପଲବ୍ଧ ଏବଂ ଏଥରେ କୌଣସି ଅନୁଗ୍ରହ କିମ୍ବା ଭେଦଭାବ ନାହିଁ । ଏଥିରୁ ବାଦ୍ ପଡ଼ିଥିବା ଲୋକ ମାନଙ୍କୁ ମୁଁ ଖୋଜୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ହିତାଧିକାରୀ ମାନଙ୍କ ମଧ୍ୟରେ ଅଭୂତପୂର୍ବ ଆତ୍ମବିଶ୍ୱାସକୁ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ “ଗତ ୧୦ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରତ୍ୟେକ ହିତାଧିକାରୀଙ୍କର ସେମାନଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ ବିଷୟରେ ଏକ କାହାଣୀ ଅଛି । ଏହା ଏକ ସାହସଭରା କାହାଣୀ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁବିଧାଗୁଡ଼ିକ ହିତାଧିକାରୀ ମାନଙ୍କୁ ସେମାନଙ୍କ ଜୀବନକୁ ଆହୁରି ଉନ୍ନତ କରିବାକୁ ପ୍ରେରଣା ଦେଉଛି । ଆଜି ଦେଶର ଲକ୍ଷ ଲକ୍ଷ ହିତାଧିକାରୀ ସରକାରୀ ଯୋଜନାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ଆଗକୁ ବଢ଼ୁଛନ୍ତି ।

ସେ କହିଛନ୍ତି ଯେ ମୋଦି କି ଗ୍ୟାରେଣ୍ଟି କି ଗାଡି ଯେଉଁ ସ୍ଥାନକୁ ଯାଉଛି , ତାହା ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛି ଏବଂ ଲୋକଙ୍କ ଆଶା ପୂରଣ କରୁଛି । ଭିବିଏସୱାଇ ସମୟରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପାଇଁ ୪.୫ ଲକ୍ଷ ନୂଆ ଆବେଦନ ଦାଖଲ କରାଯାଇଛି, ୧ କୋଟି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି, ୧.୨୫ କୋଟି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି, ୭୦ ଲକ୍ଷ ଲୋକଙ୍କର ଯକ୍ଷ୍ମା ପରୀକ୍ଷା କରାଯାଇଛି ଏବଂ ୧୫ ଲକ୍ଷ ସିକେଲ ସେଲ ରକ୍ତହୀନତା ପରୀକ୍ଷା କରାଯାଇଛି । ଏକା ସହିତ ଏବିଏଚ୍‌ଏ କାର୍ଡ ପ୍ରଦାନ କଲେ ହିତାଧିକାରୀ ମାନଙ୍କ ମେଡିକାଲ ରେକର୍ଡ ତିଆରି ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସମ୍ପର୍କରେ ନୂତନ ସଚେତନତା ସୃଷ୍ଟି କରିବ ବୋଲି ସେ ମତ ଦେଇଛନ୍ତି ।

ଅନେକ ନୂତନ ଲୋକ ଏହି ସୁବିଧା ପାଉଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସ୍ଥାନୀୟ ସଂସ୍ଥାର ପ୍ରତିନିଧି ମାନଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ଗ୍ରାମ, ୱାର୍ଡ, ସହର ଏବଂ  ଅଞ୍ଚଳରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ କହିଥିଲେ ।

ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ , ଭାରତ ସରକାର ଗ୍ରାମ ଗ୍ରାମରେ ମହିଳା ମାନଙ୍କୁ ଆତ୍ମନିଯୁକ୍ତି ଦେବା ପାଇଁ ଏକ ବିରାଟ ଅଭିଯାନ ଚଳାଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଦେଶର ପ୍ରାୟ ୧୦ କୋଟି ଭଉଣୀ, ଝିଅ ଓ ଦିଦି ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଏହି ଭଉଣୀ ଓ ଝିଅ ମାନଙ୍କୁ ବ୍ୟାଙ୍କ ପକ୍ଷରୁ ସାଢ଼େ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ “ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ମୁଁ ଆଗାମୀ ତିନି ବର୍ଷ ମଧ୍ୟରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ସେ ନମୋ ଡ୍ରୋନ ଦିଦି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଗ୍ରାମୀଣ ମହିଳା ମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ ।

କ୍ଷୁଦ୍ର କୃଷକ ମାନଙ୍କୁ ସଂଗଠିତ କରିବା ଅଭିଯାନ ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଏଫପିଓ ଏବଂ ପିଏସି ଭଳି ସମବାୟ ଉଦ୍ୟୋଗ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଆମର ପ୍ରୟାସ ହେଉଛି ଭାରତରେ ଗ୍ରାମୀଣ ଜୀବନର ଏକ ମଜଭୁତ ଦିଗ ଭାବରେ ସମବାୟ ସମିତି ଯେପରି ଉଭା ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କ୍ଷୀର ଏବଂ ଆଖୁ କ୍ଷେତ୍ରରେ ସମବାୟର ଲାଭ ଦେଖିଛୁ । ବର୍ତ୍ତମାନ ଏହାକୁ ଚାଷର ଅନ୍ୟାନ୍ୟ କ୍ଷେତ୍ର ଏବଂ ମାଛ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବିସ୍ତାର କରାଯାଉଛି । ଆଗାମୀ ଦିନରେ ୨ ଲକ୍ଷ ଗ୍ରାମରେ ନୂଆ ପ୍ୟାକ୍ସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଆମେ ଆଗକୁ ବଢ଼ୁଛୁ । ଦୁଗ୍ଧ ଓ ସଂରକ୍ଷଣ କ୍ଷେତ୍ରରେ ସମବାୟ ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୨ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ‘ଭୋକାଲ୍ ଫର୍ ଲୋକାଲ’ କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।  ସେ କହିଛନ୍ତି ଯେ ମୋଦୀ କି ଗ୍ୟାରେଣ୍ଟି କି ଗାଡି ଲୋକଙ୍କୁ ସ୍ଥାନୀୟ ଉତ୍ପାଦ ବିଷୟରେ ସୂଚନା ଦେଉଛି ଏବଂ ଏହି ଉତ୍ପାଦ ଗୁଡିକ ଜିଇଏମ୍ ପୋର୍ଟାଲରେ ମଧ୍ୟ ପଞ୍ଜୀକୃତ ହୋଇ ପାରିବ । ମୋଦି କି ଗ୍ୟାରେଣ୍ଟି କି ଗାଡିର ନିରନ୍ତର ସଫଳତା ଆଶା କରି ସେ ବକ୍ତବ୍ୟ ଶେଷ କରିଥିଲେ ।

ପୃଷ୍ଠଭୂମି

୧୫ ନଭେମ୍ବର, ୨୦୨୩ ରେ ଏହାର ଶୁଭାରମ୍ଭ ପର ଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ (୩୦ ନଭେମ୍ବର, ୯  ଡିସେମ୍ବର ଏବଂ  ୧୬ ଡିସେମ୍ବର) ଏହି ଆଲୋଚନା ହୋଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ତାଙ୍କ ନିକଟରେ ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭ – ୧୮) ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ମାନଙ୍କ ସହ ଶାରୀରିକ ଭାବରେ ଉପସ୍ଥିତ ରହି ଆଲୋଚନା କରିଛନ୍ତି ।

ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକରେ ସଂତୃପ୍ତି ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱକର୍ମା ଯୋଜନା ଓ ମୋଟା ଶସ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କଲେ ‘କୁମ୍ଭାର’ ସମ୍ପ୍ରଦାୟର ମହିଳା ଉଦ୍ୟୋଗୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସ୍ବନିଧି ଯୋଜନାର ହିତାଧିକାରୀ କୋଟା ରାଜସ୍ଥାନର ସପ୍ନା ପ୍ରଜାପତି ମଧ୍ୟ ମହାମାରୀ ସମୟରେ ମାସ୍କ ତିଆରି କରି ଯୋଗଦାନ କରିଥିଲେ। କାରବାର ମାଧ୍ୟମରେ ତାଙ୍କର ଅଧିକାଂଶ ବ୍ୟବସାୟ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ସ୍ଥାନୀୟ ସାଂସଦ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ସଚେତନତା ପ୍ରସାର ପାଇଁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଯେ ସପ୍ନାଙ୍କ ଗୋଷ୍ଠୀର ମହିଳାମାନେ ମୋଟା ଶସ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ କାମ କରୁଛନ୍ତି।

ପ୍ରଧାନମନ୍ତ୍ରୀ ‘କୁମ୍ଭାର’ ସମ୍ପ୍ରଦାୟର ଉଦ୍ୟୋଗୀମାନଙ୍କୁ ବିଶ୍ୱକର୍ମା ଯୋଜନା ବିଷୟରେ ଅବଗତ କରାଇଥିଲେ। ଆପଣଙ୍କ ସାମୂହିକ ମାତୃ ଶକ୍ତି ଆପଣଙ୍କୁ ନୂଆ ଉଚ୍ଚତାରେ ପହଞ୍ଚାଇବ ଏବଂ ମୁଁ ଆପଣମାନଙ୍କ ସମସ୍ତ ଦିଦିଙ୍କୁ ଅନୁରୋଧ କରୁଛି ଯେ ଲୋକମାନଙ୍କୁ ସେମାନଙ୍କ ପାଇ ଥିବା ଲାଭ ବିଷୟରେ ଅବଗତ କରାଇ ମୋଦୀ କି ଗ୍ୟାରେଣ୍ଟି କି ଗାଡ଼ିକୁ ଏକ ମହାନ ସଫଳତା ଦିଅନ୍ତୁ।