Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

January 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ବୈଷ୍ଣବ ଜଣେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀ ବିଜୟ ଗିରିଙ୍କ ସହ କଥା ହୋଇଥିଲେ । ଶ୍ରୀ ଗିରି ଜଣେ ଉଠାଦୋକାନୀ ଭାବେ ପରିବା ବିକ୍ରି କରୁଛନ୍ତି। ପିଏମ୍‌ ସ୍ୱନିଧି ଯୋଜନାରେ ମିଳିଥିବା ଋଣ ସହାୟତା ତାଙ୍କୁ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଶ୍ରୀ ଗିରିଙ୍କ ଭଳି ସ୍ୱାଭିମାନୀ ଭାଇମାନଙ୍କ ବିଷୟରେ କେହି କେବେ ଚିନ୍ତା କରିନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ସହଜରେ ବନ୍ଧକମୁକ୍ତ ଋଣ ସୁବିଧା ଯୋଗାଇ ଦେଇଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେସବୁ ଯୋଜନା ଦ୍ୱାରା ଦେଶର କୋଟି କୋଟି ଗରିବ ଲୋକ ଲାଭ ପାଉଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗରିବ ଲୋକଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି। ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଗରିବଙ୍କ ଦୁଃଖ ବୁଝିଥିବା ଜଣେ ବ୍ୟକ୍ତି କେବଳ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ମହିଳାଙ୍କୁ ଉଜ୍ଜ୍ୱଳା ଗ୍ୟାସ, ସବୁ ଘରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରତି ଗାଁରେ ସଡ଼କ, ସବୁ ଗାଁରେ ବିଦ୍ୟୁତ ସେବା, ୪-ଜି, ୫-ଜି ଦୂରସଞ୍ଚାର ସେବା, ଏସବୁ ସୁବିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଇ ଦେଉଛନ୍ତି। ସବୁ ପରିବାରର ଦୁଃଖ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ସେ କହିଥିଲେ। ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ରେଳ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇପାରୁନଥିଲା। ଏବେ ଦେଶର ରେଳ ସେବାରେ ଯଥେଷ୍ଟ ସୁଧାର ଆସିଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

aswini baishnav balasore Railway Minister ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲେଶ୍ୱର ବିକଶିତ ଭାରତ ସଂକଳ୍ପ ଯାତ୍ରା ରେମୁଣା
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

RBI MPC 2026: ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନାହିଁ, ହୋମ୍ ଲୋନ୍ ଓ କାର୍ ଲୋନ୍ EMI ରହିବ ପୂର୍ବଭଳି

August 5, 2026
Latest News

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.