Categories
ଆଜିର ଖବର ରାଜ୍ୟ ଖବର

ଆଜି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ: ଜାଣନ୍ତୁ କଣ ରହିଛି କାର୍ଯ୍ୟସୂଚୀ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଆଭାସୀ (ଭିଡିଓ କନଫରେନସିଂ) ମାଧ୍ୟମରେ ଡାକ ବିଭାଗର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ଅପରାହ୍ନ 02 ଘ. 30 ମି. ସମୟରେ ଓଡ଼ିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟ ଉପରେ ସ୍ମରଣୀୟ ଡାକ ଷ୍ଟାମ୍ପ ଉନ୍ମୋଚନ କରିବେ। ସେହିଭଳି ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଡିଭିଜନର 42 ଟି ଶାଖା ପୋଷ୍ଟ ଅଫିସ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯିବ।

ଶ୍ରୀ ବୈଷ୍ଣବ ଅପରାହ୍ନ 03 ଘ. 30 ମି. ସମୟରେ ପୂର୍ବତଟ ରେଳପଥର ମୁଖ୍ୟାଳୟ ଠାରେ ରେଳପଥର କାର୍ଯ୍ୟଦକ୍ଷତା ବିଶେଷ ଭାବେ ପ୍ରକଳ୍ପ, ଟ୍ରାଫିକ୍ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିବେ। ଏହା ପରେ ଶ୍ରୀ ବୈଷ୍ଣବ ଭୁବନେଶ୍ୱରରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସନ୍ଧ୍ୟାରେ ଦିଲ୍ଲୀ ଫେରି ଯିବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଆଭାସୀ (ଭିଡିଓ କନଫରେନସିଂ) ମାଧ୍ୟମରେ ଡାକ ବିଭାଗର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ଅପରାହ୍ନ 02 ଘ. 30 ମି. ସମୟରେ ଓଡ଼ିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟ ଉପରେ ସ୍ମରଣୀୟ ଡାକ ଷ୍ଟାମ୍ପ ଉନ୍ମୋଚନ କରିବେ। ସେହିଭଳି ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଡିଭିଜନର 42 ଟି ଶାଖା ପୋଷ୍ଟ ଅଫିସ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯିବ।

ଶ୍ରୀ ବୈଷ୍ଣବ ଅପରାହ୍ନ 03 ଘ. 30 ମି. ସମୟରେ ପୂର୍ବତଟ ରେଳପଥର ମୁଖ୍ୟାଳୟ ଠାରେ ରେଳପଥର କାର୍ଯ୍ୟଦକ୍ଷତା ବିଶେଷ ଭାବେ ପ୍ରକଳ୍ପ, ଟ୍ରାଫିକ୍ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିବେ। ଏହା ପରେ ଶ୍ରୀ ବୈଷ୍ଣବ ଭୁବନେଶ୍ୱରରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସନ୍ଧ୍ୟାରେ ଦିଲ୍ଲୀ ଫେରି ଯିବେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ରେଳ ଷ୍ଟେସନ ପୁନଃବିକାଶର ଅଗ୍ରଗତି ସମୀକ୍ଷା କଲେ ରେଳ ମନ୍ତ୍ରୀ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ଷ୍ଟେସନ ଭାବରେ ପୁନଃବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ପୁରୀ ନୂତନ ରେଳ ଷ୍ଟେସନର ଡିଜାଇନ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରେରଣା ପାଇ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ବିଲ୍ଡିଂର ଡିଜିଟାଲ ଟ୍ୱିନ୍ ବିକଶିତ କରାଯାଇଛି, ଯେଉଁଥିରେ କୋଠାର ସମସ୍ତ ଫିଜିକାଲ ପାର୍ଟରେ ଡିଜିଟାଲ ଟ୍ୱିନ୍ ରହିବ, ଯାହା ଷ୍ଟେସନ ବିଲ୍ଡିଂର ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ସହାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଖୁବଶୀଘ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ନୂଆ ଷ୍ଟେସନ ପ୍ରସ୍ତୁତ ହେବ।

ପୁରୀ ରେଳ ଷ୍ଟେସନର ଯାଞ୍ଚ ସମୟରେ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ମନୋଜ ଶର୍ମା ଓ ଖୋର୍ଦ୍ଧା ରୋଡ ଡିଭିଜନାଲ ରେଲୱେ ମ୍ୟାନେଜର ଏଚ୍ ଏସ୍ ବାଜୱାଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଉ ଏକ ପ୍ରତିଶ୍ରୁତି ପୂରଣ କଲେ ରେଳମନ୍ତ୍ରୀ: କାଲିଠାରୁ ହେବ ସାନପଦର ପାସେଞ୍ଜର ହଲ୍ଟ ର କାର୍ଯ୍ୟ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ 2024 ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ସାନପଦର ଅଞ୍ଚଳର ଲୋକମାନେ ସେଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ। ଶ୍ରୀ ବୈଷ୍ଣବ ସେମାନଙ୍କୁ ସେହି ସମୟରେ ପ୍ରତିଶୃତି ଦେଇ 20 ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ରେଳବାଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ଶୁଣିବାକୁ ବହୁତ ଭଲ ଲାଗୁଛି ଯେ ରେଳ ମନ୍ତ୍ରୀ ତାଙ୍କ ପ୍ରତିଶୃତି ପାଳନ କରିଛନ୍ତି ଏବଂ ସାନପଦର ପାସେଞ୍ଜର ହଲ୍ଟ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରାରମ୍ଭ କରାଯାଉଅଛି ଯାହାକି ରେଳ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଏହି ପଦକ୍ଷେପ ନିଶ୍ଚିତ ଭାବରେ ଏହି ଅଞ୍ଚଳର ଲୋକମାନଙ୍କ ସହିତ ଆଖପାଖ ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବ।

20 ଦିନ ମଧ୍ୟରେ କାର୍ଯ୍ୟ ପ୍ରାରମ୍ଭ କରିବା କ୍ଷେତ୍ରରେ ରେଳ ପ୍ରଶାସନର ତୀବ୍ର କାର୍ଯ୍ୟକାରିତା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧା ପ୍ରଦାନ କରାଇବା କ୍ଷେତ୍ରରେ ଏକ ପ୍ରତିବଦ୍ଧତା ଦର୍ଶାଏ। ଏହି ପାସେଞ୍ଜର ହଲ୍ଟ ପ୍ରତିଷ୍ଠା ଉକ୍ତ ଅଞ୍ଚଳର ଲୋକଙ୍କୁ ଟ୍ରେନ ଯାତ୍ରା ସୁବିଧା ଯୋଗାଇବା ସହିତ ଦୂର ସହରକୁ ଯାତ୍ରା ପାଇଁ ସହଜ କରାଇବ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତିଶୃତି ରଖିଲେ ରେଳମନ୍ତ୍ରୀ: ଦଶପଲ୍ଲା ରେଳ ଷ୍ଟେସନରେ ଖୋଲିଲା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କାଉଣ୍ଟର

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ ୨୦୨୪ ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ଏହି ଅଞ୍ଚଳର ଲୋକମାନେ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ଖୋଲିବାକୁ ଦାବି କରିଥିଲେ। ଶ୍ରୀ ବୈଷ୍ଣବ ସେମାନଙ୍କୁ ସେହି ସମୟରେ ପ୍ରତିଶୃତି ଦେଇ ଦଶପଲ୍ଲା ରେଳ ଷ୍ଟେସନରେ PRS କାଉଣ୍ଟରର ସୁବିଧା ଯୋଗାଇଦେବାକୁ ତାଙ୍କ ଅଭିଭାଷଣରେ ଘୋଷଣା କରିଥିଲେ।

ଏହା ଶୁଣିବାକୁ ବହୁତ ଭଲ ଲାଗୁଛି ଯେ ରେଳ ମନ୍ତ୍ରୀ ତାଙ୍କ ପ୍ରତିଶୃତି ପାଳନ କରିଛନ୍ତି ଏବଂ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ଖୋଲିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଏହି ପଦକ୍ଷେପ ନିଶ୍ଚିତ ଭାବରେ ନୟାଗଡ଼, ବୌଦ୍ଧ ଏବଂ କଟକ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବ।

୧୦ ଦିନ ମଧ୍ୟରେ PRS କାଉଣ୍ଟର ଯୋଗାଇବାରେ ରେଳ ପ୍ରଶାସନର ତୀବ୍ର କାର୍ଯ୍ୟକାରିତା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧା ପ୍ରଦାନ କରାଇବା କ୍ଷେତ୍ରରେ ଏକ ପ୍ରତିବଦ୍ଧତା ଦର୍ଶାଏ। ଏହି କାଉଣ୍ଟର ପ୍ରତିଷ୍ଠା ଉକ୍ତ ଅଞ୍ଚଳର ଲୋକଙ୍କୁ ଦୂର ସହରକୁ ଯାତ୍ରା ନକରି ସଂରକ୍ଷିତ ରେଳ ଟିକେଟ ବୁକ୍ କରିବା ସହଜ କରିବ।

ଦଶପଲ୍ଲା ରେଳ ଷ୍ଟେସନକୁ ରେଳ ସଂଯୋଗ ସହିତ ଟ୍ରେନ ଗୁଡିକର ଚଳାଚଳ ସଂପ୍ରସାରଣ ଏବଂ ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂର ଉଦଘାଟନ ଏହି ଅଞ୍ଚଳ ପାଇଁ ରେଳ ସେବା ବୃଦ୍ଧିରେ ଏକ ସକରାତ୍ମକ ପଦକ୍ଷେପ ବୋଲି ଚିହ୍ନିତ ହୋଇଛି। ପରିବହନ ବିକାଶ ଭିତ୍ତିଭୂମି ଏବଂ ସଂଯୋଗୀକରଣର ସାମଗ୍ରିକ ଉନ୍ନତିରେ ଏହିପରି ବିକାଶ ଉଭୟ ଅଧିବାସୀ ଏବଂ ପରିଦର୍ଶକଙ୍କୁ ଉପକୃତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ବୈଷ୍ଣବ ଜଣେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀ ବିଜୟ ଗିରିଙ୍କ ସହ କଥା ହୋଇଥିଲେ । ଶ୍ରୀ ଗିରି ଜଣେ ଉଠାଦୋକାନୀ ଭାବେ ପରିବା ବିକ୍ରି କରୁଛନ୍ତି। ପିଏମ୍‌ ସ୍ୱନିଧି ଯୋଜନାରେ ମିଳିଥିବା ଋଣ ସହାୟତା ତାଙ୍କୁ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଶ୍ରୀ ଗିରିଙ୍କ ଭଳି ସ୍ୱାଭିମାନୀ ଭାଇମାନଙ୍କ ବିଷୟରେ କେହି କେବେ ଚିନ୍ତା କରିନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ସହଜରେ ବନ୍ଧକମୁକ୍ତ ଋଣ ସୁବିଧା ଯୋଗାଇ ଦେଇଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେସବୁ ଯୋଜନା ଦ୍ୱାରା ଦେଶର କୋଟି କୋଟି ଗରିବ ଲୋକ ଲାଭ ପାଉଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗରିବ ଲୋକଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି। ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଗରିବଙ୍କ ଦୁଃଖ ବୁଝିଥିବା ଜଣେ ବ୍ୟକ୍ତି କେବଳ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ମହିଳାଙ୍କୁ ଉଜ୍ଜ୍ୱଳା ଗ୍ୟାସ, ସବୁ ଘରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରତି ଗାଁରେ ସଡ଼କ, ସବୁ ଗାଁରେ ବିଦ୍ୟୁତ ସେବା, ୪-ଜି, ୫-ଜି ଦୂରସଞ୍ଚାର ସେବା, ଏସବୁ ସୁବିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଇ ଦେଉଛନ୍ତି। ସବୁ ପରିବାରର ଦୁଃଖ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ସେ କହିଥିଲେ। ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ରେଳ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇପାରୁନଥିଲା। ଏବେ ଦେଶର ରେଳ ସେବାରେ ଯଥେଷ୍ଟ ସୁଧାର ଆସିଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ କୋଚ, ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆଜି ସନ୍ଧ୍ୟାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ସହିତ ରାଜଧାନୀ କୋଚ ଚଳାଚଳକୁ ଭିଡିଓ କାନଫରେନସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।

ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ 18452/18451 ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଚଳ କରାଇ ଅଛି | ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ ବୋଲି ରେଳ ମନ୍ତ୍ରୀ କହିଥିଲେ ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ରେଳ ଷ୍ଟେସନରେ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଏବଂ ହାତୀଆ ଠାରେ ଜନପ୍ରତିନିଧି ମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଏହି ଅବସରରେ ସୂଚନା ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଓଡ଼ିଶାରେ ରେଳ ପ୍ରକଳ୍ପ ସମ୍ପାଦନ ପାଇଁ ପାଣ୍ଠିର ଅଭାବ ନାହିଁ ଏବଂ କୌଣସି ପ୍ରକଳ୍ପ ପାଣ୍ଠିର ପ୍ରତିବନ୍ଧକ ପାଇଁ ବିଳମ୍ବ ହେବ ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେବ। ସେ ମଧ୍ୟ ଖୋର୍ଦ୍ଧା ରୋଡ଼ -ବାଲାଙ୍ଗୀର ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ପ୍ରାରମ୍ଭିକ ଭାଷଣ ଓ ଧନ୍ଯବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ରେଳ ବିକାଶର ବିସ୍ତୁତ ସମୀକ୍ଷା କରି ନୂଆଦିଲ୍ଲୀ ଫେରିଗଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର, ଓଡିଶା ପରିଦର୍ଶନ ସମାପ୍ତ କରି ନୂଆଦିଲ୍ଲୀ ଯିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସହିତ ଭୁବନେଶ୍ୱର ଠାରେ ସମୀକ୍ଷା କରି ବନ୍ଦର ଏବଂ ଶିଳ୍ପସଂସ୍ଥା ଗୁଡିକୁ ରେଳ ସଂଯୋଗ ସମ୍ବନ୍ଧରେ ସମୀକ୍ଷା କରିଥିଲେ।

ପୂର୍ବରୁ ବଲାଙ୍ଗୀର ଏବଂ ଭବାନୀପାଟଣା ଗସ୍ତ ସମୟରେ ରେଳମନ୍ତ୍ରୀ ରେଳ ଅଧିକାରୀଙ୍କ ସହ ପ୍ରକଳ୍ପ ଗୁଡିକର ସମୀକ୍ଷା କରି କହିଛନ୍ତି ଯେ ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାଥମିକତା ଦିଆଯାଉଛି।

ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପାଇଁ କାର୍ଯ୍ୟ ଉଭୟ ପାର୍ଶ୍ୱରୁ ନିର୍ମାଣ କାର୍ଯ୍ୟ କରାଯାଉଅଛି ଯାହାକି ଦ୍ରୁତଗତିରେ ନିର୍ମାଣ ହୋଇ ଶୀଘ୍ର ସମାପ୍ତ ହୋଇପାରିବ। ବିଛୁପାଲ୍ଲୀରୁ ସୋନପୁର ଏବଂ ମହିପୁରରୁ ନୂଆଗାଁ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଆମକୁ ସମସ୍ତ ସଂସ୍ଥା ମାନଙ୍କର ସହଯୋଗ ଆବଶ୍ୟକ।

ବଲାଙ୍ଗୀର-ନୁଆପଡା ରେଳ ଲାଇନ ଉପରେ ଏକ ଦାବି ଉପରେ ବୈଷ୍ଣବ କହିଛନ୍ତି ଯେ ଏହାର ଉପଯୁକ୍ତ ସ୍ତରରେ ସମୀକ୍ଷା କରାଯିବ ଏବଂ ଏହା ଉପରେ ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ନର୍ଲାରେ ଲୋକୋ ମରାମତିକୁ ପ୍ରାଥମିକତା ଦିଆଯିବ।

ରେଳମନ୍ତ୍ରୀ ମଧ୍ୟ ବଲାଙ୍ଗୀର ରେଳ ଷ୍ଟେସନରେ ଟ୍ରାକମ୍ୟାନଙ୍କ ସହ କଥାବାର୍ତ୍ତା କରି ବିଭିନ୍ନ ପ୍ରତିକୂଳ ପରିବେଶରେ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରେଳ ମନ୍ତ୍ରୀ ମଧ୍ୟ ବଲାଙ୍ଗୀର ଷ୍ଟେସନ ଠାରେ ମହିଳା ଅପେକ୍ଷା କକ୍ଷକୁ ଯାଞ୍ଚ କରି ଯାତ୍ରୀ ପରିଷେବା ଯାଞ୍ଚ କରିବା ସହିତ ଷ୍ଟେସନ ମାଷ୍ଟରଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ, ପ୍ଲଟ ଫର୍ମ ୩ ର ଅପର ପାର୍ଶ୍ୱରେ ଥିବା ଜମି ବିଷୟରେ ପଚାରିଥିଲେ ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିଥିଲେ।

୨ୟ ଶ୍ରେଣୀ ଅପେକ୍ଷା ଗୃହରେ ଶୌଚାଳୟ ଯାଞ୍ଚ କରିବା ଏବଂ ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମନ୍ତ୍ରୀ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ପାଇଁ ପ୍ରଶଂସା କରିଥିଲେ। ଏହା ବ୍ୟତୀତ ସେ ଷ୍ଟେସନରେ ଚା ’ଷ୍ଟଲ ଏବଂ ଅନ୍ୟାନ୍ୟ ଷ୍ଟଲଗୁଡ଼ିକୁ ମଧ୍ୟ ଯାଇ ନିରୀକ୍ଷଣ କରିବା ସହିତ ଷ୍ଟେସନରେ ସେମାନଙ୍କ ଷ୍ଟଲ ସନ୍ନିକଟ ଅଞ୍ଚଳକୁ ସଫା ରଖିବା ସେମାନଙ୍କର ଦାୟିତ୍ ବୋଧ ରହିବା ଉଚିତ ବୋଲି ସେମାନଙ୍କୁ ବୁଝାଇଥିଲେ। ରେଳମନ୍ତ୍ରୀ ମଧ୍ୟ ବେଞ୍ଚରେ ବସିଥିବା ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରି ସେମାନଙ୍କଠାରୁ ଟ୍ରେନ ଓ ଯାତ୍ରୀ ପରିଷେବା ସମ୍ବନ୍ଧରେ ମତାମତ ନେଇଥିଲେ।

ଓଡ଼ିଶାର ପଛୁଆ ଅଞ୍ଚଳ ଯଥା ରାୟଗଡା, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ସହିତ ଅନୁନ୍ନତ ଓ ପଛୁଆ ଅଞ୍ଚଳ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ବୈଷ୍ଣବ କହିଛନ୍ତି ଯେ ସେ କେବିକେ ଅଞ୍ଚଳ ବୁଲି ଦେଖି ବିଭିନ୍ନ ସମସ୍ୟା ପ୍ରତି ଅବଗତ ହେବା ଏବଂ ଏହି ଅଞ୍ଚଳର ବିକାଶ ଦିଗରେ କିଭଳି ଭାବେ ସମାଧାନ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ରଖି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିଲେ।