Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାର ରେଳ ବିକାଶର ବିସ୍ତୁତ ସମୀକ୍ଷା କରି ନୂଆଦିଲ୍ଲୀ ଫେରିଗଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଜାତୀୟ ଖବର

ଓଡିଶାର ରେଳ ବିକାଶର ବିସ୍ତୁତ ସମୀକ୍ଷା କରି ନୂଆଦିଲ୍ଲୀ ଫେରିଗଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

August 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ରେଳ ବିକାଶର ବିସ୍ତୁତ ସମୀକ୍ଷା କରି ନୂଆଦିଲ୍ଲୀ ଫେରିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର, ଓଡିଶା ପରିଦର୍ଶନ ସମାପ୍ତ କରି ନୂଆଦିଲ୍ଲୀ ଯିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସହିତ ଭୁବନେଶ୍ୱର ଠାରେ ସମୀକ୍ଷା କରି ବନ୍ଦର ଏବଂ ଶିଳ୍ପସଂସ୍ଥା ଗୁଡିକୁ ରେଳ ସଂଯୋଗ ସମ୍ବନ୍ଧରେ ସମୀକ୍ଷା କରିଥିଲେ।

ପୂର୍ବରୁ ବଲାଙ୍ଗୀର ଏବଂ ଭବାନୀପାଟଣା ଗସ୍ତ ସମୟରେ ରେଳମନ୍ତ୍ରୀ ରେଳ ଅଧିକାରୀଙ୍କ ସହ ପ୍ରକଳ୍ପ ଗୁଡିକର ସମୀକ୍ଷା କରି କହିଛନ୍ତି ଯେ ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାଥମିକତା ଦିଆଯାଉଛି।

ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପାଇଁ କାର୍ଯ୍ୟ ଉଭୟ ପାର୍ଶ୍ୱରୁ ନିର୍ମାଣ କାର୍ଯ୍ୟ କରାଯାଉଅଛି ଯାହାକି ଦ୍ରୁତଗତିରେ ନିର୍ମାଣ ହୋଇ ଶୀଘ୍ର ସମାପ୍ତ ହୋଇପାରିବ। ବିଛୁପାଲ୍ଲୀରୁ ସୋନପୁର ଏବଂ ମହିପୁରରୁ ନୂଆଗାଁ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଆମକୁ ସମସ୍ତ ସଂସ୍ଥା ମାନଙ୍କର ସହଯୋଗ ଆବଶ୍ୟକ।

ବଲାଙ୍ଗୀର-ନୁଆପଡା ରେଳ ଲାଇନ ଉପରେ ଏକ ଦାବି ଉପରେ ବୈଷ୍ଣବ କହିଛନ୍ତି ଯେ ଏହାର ଉପଯୁକ୍ତ ସ୍ତରରେ ସମୀକ୍ଷା କରାଯିବ ଏବଂ ଏହା ଉପରେ ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ନର୍ଲାରେ ଲୋକୋ ମରାମତିକୁ ପ୍ରାଥମିକତା ଦିଆଯିବ।

ରେଳମନ୍ତ୍ରୀ ମଧ୍ୟ ବଲାଙ୍ଗୀର ରେଳ ଷ୍ଟେସନରେ ଟ୍ରାକମ୍ୟାନଙ୍କ ସହ କଥାବାର୍ତ୍ତା କରି ବିଭିନ୍ନ ପ୍ରତିକୂଳ ପରିବେଶରେ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରେଳ ମନ୍ତ୍ରୀ ମଧ୍ୟ ବଲାଙ୍ଗୀର ଷ୍ଟେସନ ଠାରେ ମହିଳା ଅପେକ୍ଷା କକ୍ଷକୁ ଯାଞ୍ଚ କରି ଯାତ୍ରୀ ପରିଷେବା ଯାଞ୍ଚ କରିବା ସହିତ ଷ୍ଟେସନ ମାଷ୍ଟରଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ, ପ୍ଲଟ ଫର୍ମ ୩ ର ଅପର ପାର୍ଶ୍ୱରେ ଥିବା ଜମି ବିଷୟରେ ପଚାରିଥିଲେ ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିଥିଲେ।

୨ୟ ଶ୍ରେଣୀ ଅପେକ୍ଷା ଗୃହରେ ଶୌଚାଳୟ ଯାଞ୍ଚ କରିବା ଏବଂ ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମନ୍ତ୍ରୀ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ପାଇଁ ପ୍ରଶଂସା କରିଥିଲେ। ଏହା ବ୍ୟତୀତ ସେ ଷ୍ଟେସନରେ ଚା ’ଷ୍ଟଲ ଏବଂ ଅନ୍ୟାନ୍ୟ ଷ୍ଟଲଗୁଡ଼ିକୁ ମଧ୍ୟ ଯାଇ ନିରୀକ୍ଷଣ କରିବା ସହିତ ଷ୍ଟେସନରେ ସେମାନଙ୍କ ଷ୍ଟଲ ସନ୍ନିକଟ ଅଞ୍ଚଳକୁ ସଫା ରଖିବା ସେମାନଙ୍କର ଦାୟିତ୍ ବୋଧ ରହିବା ଉଚିତ ବୋଲି ସେମାନଙ୍କୁ ବୁଝାଇଥିଲେ। ରେଳମନ୍ତ୍ରୀ ମଧ୍ୟ ବେଞ୍ଚରେ ବସିଥିବା ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରି ସେମାନଙ୍କଠାରୁ ଟ୍ରେନ ଓ ଯାତ୍ରୀ ପରିଷେବା ସମ୍ବନ୍ଧରେ ମତାମତ ନେଇଥିଲେ।

ଓଡ଼ିଶାର ପଛୁଆ ଅଞ୍ଚଳ ଯଥା ରାୟଗଡା, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ସହିତ ଅନୁନ୍ନତ ଓ ପଛୁଆ ଅଞ୍ଚଳ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ବୈଷ୍ଣବ କହିଛନ୍ତି ଯେ ସେ କେବିକେ ଅଞ୍ଚଳ ବୁଲି ଦେଖି ବିଭିନ୍ନ ସମସ୍ୟା ପ୍ରତି ଅବଗତ ହେବା ଏବଂ ଏହି ଅଞ୍ଚଳର ବିକାଶ ଦିଗରେ କିଭଳି ଭାବେ ସମାଧାନ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ରଖି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିଲେ।

Railway Minister ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.