ଟାଙ୍ଗୀ ପୋଲିସ ଓ ଖୋର୍ଦ୍ଧା ମାଇନିଂସ ଡିପାର୍ଟମେଣ୍ଟ ପକ୍ଷରୁ ବଡ ଧରଣର ଚଢାଉ: ୧୧ ଟି ପଥର ବୋଝଇ ଗାଡି ଜବତ

Published: Nov 25, 2023, 5:29 pm IST

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଆଜି ପଥର ମାଫିଆ ମାନଙ୍କୁ ସାବାଡ଼ କରିବା ପାଇଁ ଟାଙ୍ଗୀ ପୋଲିସ ଓ ଖୋର୍ଦ୍ଧା ମାଇନିଂସ ଡିପାର୍ଟମେଣ୍ଟ ପକ୍ଷରୁ ଏକ ବଡ ଧରଣର ଚଢାଉ କରାଯାଇଛି। ଚଢାଉ ବେଳେ ୧୧ ଟି ପଥର ବୋଝଇ ଗାଡିକୁ ଜବତ କରାଯାଇଛି। ଏହି ଚଢ଼ାଉ ସମୟରେ ମାଫିଆ ମାନେ ଗାଡି ଛାଡି ଛତ୍ରଭଙ୍ଗ ଦେଇଛନ୍ତି।

ସୂଚନା ଅନୁଯାୟୀ। ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡେଶ୍ୱର ଓ ଟାଙ୍ଗୀ ନିକଟରେ ଚଢ଼ାଉ ଉକ୍ତ ଚଢାଉ କରାଯାଇଥିଲା। ଏହି ସମୟରେ ୯ ଟି ମାଙ୍କଡା ପଥର ବୋଝଇ ଗାଡି ସହ ଦୁଇଟି ମୂଲ୍ୟବାନ ମୂର୍ତ୍ତି ତିଆରି ପଥର ଜବତ କରାଯାଇଥିଲା। ନୟାଗଡ଼ ଜିଲାରୁ ମାଙ୍କଡା ପଥର ଚାଲାଣ ହେଉଥିବା ବେଳେ ମୂର୍ତ୍ତି ତିଆରି ପଥର ଖୋର୍ଦ୍ଧାରୁ ଚୋରା ଚାଲାଣ ହେଉଥିଲା। ସମସ୍ତ ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲେ।

ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁଶପଲାରୁ ମାଫିଆ ମାନେ ଚୋରା ପଥର ଚାଲାଣ କରି ମାଲାମାଲ ହେଉଥିଲେ। ଏ ନେଇ ଖବର ପହଞ୍ଚିବା ପରେ ଆଜି ଏଭଳି ଚଢ଼ାଉ କରାଯାଇଥିଲା। ଆଗକୁ ଚଢ଼ାଉ ଜୋରଦାର କରିବାକୁ ପ୍ରଶାସନ ଯୋଜନା କରୁଛି।

Related posts