Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିରେ ପାଣ୍ଡିଆନ ଯୁଗ ଆରମ୍ଭ: ବରିଷ୍ଠଙ୍କ ସ୍ଥାନରେ ପୁଅମାନେ ରାଜନୀତିକୁ ଆସିବେ
ବିଶେଷ ଖବର

ବିଜେଡିରେ ପାଣ୍ଡିଆନ ଯୁଗ ଆରମ୍ଭ: ବରିଷ୍ଠଙ୍କ ସ୍ଥାନରେ ପୁଅମାନେ ରାଜନୀତିକୁ ଆସିବେ

November 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳରେ ଧାର୍ମିକ ମାସ କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକେୟ ପାଣ୍ଡିଆନଙ୍କ ଯୁଗ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି। ଦଳରେ ପାଣ୍ଡିଆନଙ୍କ ଯୁଗ ଆରମ୍ଭ ହେବା ସହିତ ବରିଷ୍ଠ ନେତାମାନଙ୍କର ଯୁଗ ଶେଷ ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ନେତାମାନେ ଏବେ ନିଜର ପୁଅ ଓ ନିଜର ସମ୍ପର୍କୀୟମାନଙ୍କୁ ରାଜନୀତିରେ ସେଟ କରିବାକୁ ତତ୍ପର ହୋଇଉଠିଛନ୍ତି।

୨୦୨୪ ନିର୍ବାଚନ ପାଇଁ ଚାଲିଥିବା ଟିକଟ ରାଜନୀତିରେ ଏହାହିଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଶାସକ ବିଜୁ ଜନତା ଦଳରେ ସର୍ବାଧିକ ନେତା ଦଳର ନେତୃତ୍ୱ ନେଉଥିବା ଯୁବନେତାମାନଙ୍କ ସହିତ ଖାପ ଖୁଆଇ ପାରୁ ନ ଥିବାରୁ ନିଜର ରାଜନୀତିକ ପତିଆରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପର ପିଢ଼ିକୁ ରାଜନୀତିରେ ସେଟ କରିବା ପାଇଁ ଲବି କରିବା ଆରମ୍ଭ କରିଛନ୍ତି।

ଏହି ଯୋଜନାରେ ପୂର୍ବରୁ ଚୌଦ୍ୱାରରୁ ପ୍ରଭାତ ବିଶ୍ୱାଳ, ବାଙ୍କୀରୁ ପ୍ରଭାତ କୁମାର ତ୍ରିପାଠୀ, ସୁକିନ୍ଦାରୁ ପ୍ରଫୁଲ ଘଡ଼େଇ, ଧର୍ମଶାଳାରୁ କଳ୍ପତରୁ ଦାଶ ଓ ଡା. ପାରାଦୀପରୁ ଦାମୋଦର ରାଉତ ନିଜ ପୁଅଙ୍କୁ ରାଜନୀତିରେ ସେଟ କରିସାରିଛନ୍ତି। ତେଣୁ କଟକ ଜିଲ୍ଲା ଆଠଗଡ଼ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ପୁଅକୁ ରାଜନୀତିରେ ପ୍ରବେଶ କରାଇବା ପାଇଁ ମନସ୍ଥ କରିଛନ୍ତି। ତେଣୁ ସେ ଏଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି। ତାଙ୍କ ପୁଅ ଟିକଟ ଲବିରେ ସବୁଠାରୁ ଆଗରେ ଅଛନ୍ତି। ଏମିତିରେ ବି ସେ ବିଜେଡିର ସାଙ୍ଗଠନିକ କାର୍ଯ୍ୟରେ ବେଶ୍ ସକ୍ରିୟ ଅଛନ୍ତି। ଯାଜପୁର ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥି ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯାଇ ପୁଅକୁ ବିଧାୟକ କରିବା ଚିନ୍ତାରେ ଅଛନ୍ତି। ତେଣୁ ଅମରଙ୍କ ପୁଅ ରାଜନୀତିରେ ପାଦ ଦେଇ ସଙ୍ଗଠନ କାମ ବୁଝିଲେଣି। ତାଙ୍କୁ ଟିକଟ ଦେବା ପାଇଁ ବି ଲବି ଆରମ୍ଭ ହୋଇଛି।

ଜଗତସିଂହପୁର ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ଅସୁସ୍ଥ ଅଛନ୍ତି । ସେ ପୁଅକୁ ଆସନଟି ଛାଡ଼ି ଦେବାକୁ ଆଗ୍ରହୀ। ଏଭଳି ସ୍ଥିତିରେ ବାଲିକୁଦାର ପୂର୍ବତନ ବିଧାୟକ ତଥା ଜଗତସିଂହପୁରର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲି ପୁଣି ବାଲିକୁଦା ପେରିବାକୁ ଆଗ୍ରହୀ ବୋଲି ଆଲୋଚନା ହେଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଶାରିରୀକ ଅସୁସ୍ଥତା ପାଇଁ ନିର୍ବାଚନ ମଣ୍ଡଳୀରେ ସମୟ ଦେଇପାରୁନାହାନ୍ତି। ତେଣୁ ସେ ତାଙ୍କ ପୁଅକୁ କିପରି ଆଗାମୀ ନିର୍ବାଚନରେ ବିଜେଡି ଟିକଟ ମିଳିବ ସେଥିପାଇଁ ଲବି ଜୋରଦାର ଚଳାଇଛନ୍ତି। କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ବି ପଛରେ ନାହାନ୍ତି। ଆଗାମୀ ନିର୍ବାଚନରେ ପୁଅ ପାଇଁ ଟିକଟ ଳବିରେ ସେ ଲାଗିପଡ଼ିଛନ୍ତି।

କେନ୍ଦୁଝର ଜିଲ୍ଲା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି। ସେ ମଧ୍ୟ ପୁଅ ପାଇଁ ଚିନ୍ତିତ ଅଛନ୍ତି। ଭଦ୍ରକ ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ ସାମଲ ଗତଥର ପୁଅ ପାଇଁ ଟିକଟ ଲବି କରି ବିଫଳ ହୋଇଥିଲେ। ଏଥର ସେ ଏ ଦିଗରେ ସଫଳ ହେବେ ବୋଲି ଆଶାବାନ୍ଧି ବସିଛନ୍ତି। ଗତଥର ଭଦ୍ରକ ଆସନରୁ ଦଳୀୟ ଟିକଟ ହରାଇଥିବା ଯୁଗଳ କିଶୋର ପଟ୍ଟନାୟକ ଆଗାମୀ ନିର୍ବାଚନରେ ପୁଅ କିପରି ଟିକଟ ପାଇବ ସେହି ଚିନ୍ତାରେ ଲବି କରୁଛନ୍ତି।

ବାଲେଶ୍ୱରରେ ଭୋଗରାଇ ବିଧାୟକ ଅନନ୍ତ ଦାସ ସମାନ ରାସ୍ତାରେ ଅଛନ୍ତି। ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ସନ୍ନ୍ୟାସ ନେଇ ପୁଅର ଥଇଥାନ ପାଇଁ ଗୋଟି ଚଳାଉଛନ୍ତି। ସେଠାରେ ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ଦଳୀୟ ଟିକଟ ପାଇଁ ଆଖେଇଛନ୍ତି। ଢେଙ୍କାନାଳ ଜିଲ୍ଲାରେ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ସାହୁ ପୁଅ ପାଇଁ ଟିକଟ୍ ଚାହୁଁଛନ୍ତି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବୋହୂଙ୍କୁ କାମାକ୍ଷାନଗର ଆସନ ଛାଡ଼ିବାକୁ ପ୍ରସ୍ତୁତ ଥିବା ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।

ପୁରୀ ସଦର ଆସନରେ ଦିବଂଗତ ନେତା ମହେଶ୍ୱର ମହାନ୍ତିଙ୍କ ପୁଅ ବି ଟିକଟ ଲବିରେ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପୁଅ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ଦିଗପହଣ୍ଡିର ପୂର୍ବତନ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହୋଇନାହିଁ। ଆସନ୍ତା ନିର୍ବାଚନରେ ଏହି ଆସନ ପାଇଁ ସ୍ୱର୍ଗତ ପାତ୍ରଙ୍କ ପୁଅ ହିଁ ବଡ଼ ଦାବିଦାର ରହିଛନ୍ତି।

ଏବେ ରାଜ୍ୟର ସବୁ ଜିଲ୍ଲାରେ ପର ପିଢ଼ିର ନେତାମାନେ ରାଜନୀତିକୁ ଆସିବାକୁ ବେଶ୍ ତତ୍ପର। ବହୁ ବରିଷ୍ଠ ବିଧାୟକ ଓ ପୂର୍ବତନ ବିଧାୟକ ନିଜେ ପ୍ରାର୍ଥୀ ନ ହୋଇ ପୁଅମାନଙ୍କୁ ଥଇଥାନ କରିବାକୁ ଲାଗି ପଡ଼ିଲେଣି। ହାତଗୋଡ଼ ଚାଲୁଥିଲାବେଳେ ପୁଅ ପାଇଁ ରାଜନୀତିରେ ସୁରକ୍ଷିତ ଜାଗାଟିଏ ରଖିବାକୁ ସେମାନେ ଯେ କୌଣସି ସ୍ତରକୁ ଯିବାକୁ ଚାହୁଛନ୍ତି। ପୂର୍ବ ନିର୍ବାଚନମାନଙ୍କରେ ମଧ୍ୟ ଅନେକ ଆସନରେ ଏହି ସୂତ୍ରରେ ଉତ୍ତରାଧିକାରୀ ନିର୍ଣ୍ଣୟ ହୋଇସାରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.