Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ
ଆଜିର ଖବର

ରାଜ୍ୟର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ

December 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ବିପୁଳ ଜନଭାଗିଦାରୀ ସହ ଜାରି ରହିଛି। ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳ ପଞ୍ଚାୟତରେ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ ମିଳୁଛି।

ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଡୁମେରପାଣି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି। ଯାତ୍ରା ଅବସରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହିତ ଚାଷୀମାନଙ୍କୁ ଡ୍ରୋନ ବ୍ୟବହାର ଜ୍ଞାନକୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା।

ନବରଙ୍ଗପୁର ଜିଲ୍ଲାରେ ନାଗରିକ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଯୋଗାଯୋଗର ମାଧ୍ୟମ ପାଲଟିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଯାତ୍ରା ଅବସରରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ହିତାଧିକାରୀମାନେ ସେମାନଙ୍କର ପଞ୍ଜୀକରଣ କରିବା ସହ ନିଜ ଅନୁଭୂତି ପ୍ରକାଶ କରିଛନ୍ତି। ଏହି ଅବସରରେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ଶପଥ ପାଠ କରାଯାଇଛି।

ସୁବର୍ଣ୍ଣପୁର ଜିଲ୍ଲା ସିନ୍ଦୁପୁର ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି। ଏହି ଅବସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଜନସମୁଦାୟ ବହୁସଂଖ୍ୟାରେ ଯାତ୍ରାରେ ସାମିଲ ହୋଇଛନ୍ତି। ଯାତ୍ରାର ଅଂଶବିଶେଷ ଭାବେ ସଚେତନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁସଂଖ୍ୟାରେ ଆଶା, ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇ ବିକଶିତ ରାଷ୍ଟ୍ର ଗଠନ ପାଇଁ ଶପଥ ପାଠ କରିଛନ୍ତି। ଏହି ଅବସରରେ ସଂକଳ୍ପ ଯାତ୍ରାର ସଚେତନତା ରଥରେ ଏଲଇଡି ପରଦା ମାଧ୍ୟମରେ ହିତାଧିକାରୀଙ୍କୁ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା।

ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍‌ ବେନପାଟ ଗାଁରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବହୁସଂଖ୍ୟାରେ ମହିଳାଙ୍କ ଭାଗିଦାରୀ ଦେଖିବାକୁ ମିଳିଛି। ସେମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ ହେବା ସହିତ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ର କାଲିପଲ୍ଲି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହୋଇଥିଲେ। ସ୍ଥାନୀୟ ସମୁଦାୟର ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା।

ଅପରପକ୍ଷରେ ମାଲକାନଗିରି ଜିଲ୍ଲା ରାସବେଡ଼ା ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ସ୍ଥାନୀୟ ଜନପ୍ରତିନିଧିମାନେ ହିତାଧିକାରୀଙ୍କ ସହ ମିଶି ବିକଶିତ ଗଠନ ପାଇଁ ଶପଥ ପାଠ କରିଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବେଙ୍ଗାଲୁରୁରେ 2 ଲକ୍ଷ ଦରମା ସତ୍ତ୍ୱେ ଗରିବ ମନେ କରନ୍ତି ଯୁବକ: ଜାଣନ୍ତୁ କାରଣ

July 28, 2026

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026
Latest News

ବେଙ୍ଗାଲୁରୁରେ 2 ଲକ୍ଷ ଦରମା ସତ୍ତ୍ୱେ ଗରିବ ମନେ କରନ୍ତି ଯୁବକ: ଜାଣନ୍ତୁ କାରଣ

July 28, 2026

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.