Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ, ସବୁ ଆଲମାରିରେ ଟଙ୍କା, ମିଳିଲାଣି ୩୬୦ କୋଟି
ବିଶେଷ ଖବର

ଓଡିଶା ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ, ସବୁ ଆଲମାରିରେ ଟଙ୍କା, ମିଳିଲାଣି ୩୬୦ କୋଟି

December 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ମଦ ବ୍ୟବସାୟୀ

ଭୁବନେଶ୍ବର: ଓଡିଶାର ମଦ ବ୍ୟବସାୟୀଙ୍କ ଘରର ସମସ୍ତ ଆଲମିରାରରେ ପୁରା ଲୋଡ ହୋଇ ରହିଛି ଟଙ୍କା। ଆଇଟି ଠକେଇ ଯାଞ୍ଚ ବେଳେ ଏତେ ଟଙ୍କା ଦେଖି ତାଜୁବ ହୋଇଛନ୍ତି ଅଧିକାରୀ। ଆଳୁଖୋଳୁ ଖୋଳୁ ମହାଦେବ ବାହାରିବା ପରି ପରିସ୍ଥିତି ହୋଇଛି। ତେବେ ସେମାନେ ଭାବିଥିଲେ ଚାରି ପାଞ୍ଚ କୋଟି ଟଙ୍କା ହେବ। ହେଲେ ଏବେ ବାହାରିଲାଣି ୩୬୦ କୋଟି ଟଙ୍କା।

ଓଡିଶାର ବୌଦ୍ଧ ଡିଷ୍ଟ୍ରିଲାରୀ ପ୍ରାଇଭେଟ ଲିମିଟେଡ କଂପାନୀ ଆଇଟି ଠକେଇ ଅଭିଯୋଗରେ ଚଢାଉ କରାଯାଇଥିଲା। ତାଙ୍କର ଭୁବନେଶ୍ବର ଅଫିସରେ ଏହି ଚଢାଉ ହୋଇଥିଲା। ସେଠାରେୁ ଏକ ଟ୍ରଙ୍କରୁ ଟଙ୍କା ବାହାରିବା ପରେ ଆଇଟି ବିଭାଗ ତାଙ୍କର ସମସ୍ତ ଅଫିସରେ ଚଢାଉ କରିଥିଲା। ଭୁବନେଶ୍ବର ସହିତ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ ପ୍ରଭୃତି ସ୍ଥାନରେ ଚଢାଉ କରାଯିବା ପରେ ସବୁସ୍ଥାନରେ ପୁଳାପୁଳା ଟଙ୍କା ଥିବାର ଦେଖି ଆଇଟି ଅଧିକାରୀଙ୍କ ମୁଣ୍ଡ ଖରାପ ହୋଇଯାଇଛି।

ଗତକାଲି ଏହି ଚଢାଉ କରାଯାଇଥିଲା। ହେଲେ ସବୁସ୍ଥାନରୁ ଟଙ୍କା ବାହାରିବା ପରେ ଏହି ଚଢାଉ ଆଜି ପର‌୍ୟ୍ୟନ୍ତ ମଧ୍ୟ ଚାଲିଛି। ପ୍ରଥମେ ଭୁବନେଶ୍ବରରୁ ଟଙ୍କା ମିଳିବା ପରେ ସମ୍ବଲପୁରର ମୁଖ୍ୟ ଅଫିସରୁ ୧୫୦ କୋଟି ମିଳିଥିବାର ଜଣାପଡିଛି। ସେହିପର ବଲାଙ୍ଗୀର ଅଫିସରୁ ମଧ୍ୟ ପୁଳାପୁଳ ଟଙ୍କା ଆଲମାରି ଭିତରେ ଖୁନ୍ଧାଖୁନ୍ଧି କରି ରଖାଯାଇଛି।

ତେବେ ଏହି ଟଙ୍କା ଭିତରେ କେବଳ ୫୦୦ ଟଙ୍କିଆ ନୋଟ ନାହିଁ। ଏଥିରେ ୧୦୦ ଟଙ୍କିଆ ଏବଂ ୨୦୦ ଟଙ୍କିଆ ନୋଟ ବିଡା ମଧ୍ୟ ରହିଛି। ଏଗୁଡିକ ୯ଟି ଆଲମିରାରେ ଭର୍ତ୍ତିକରି ରଖାଯାଇଥିବାର ଜଣାପଡିଛି।  ଆଇଟି ବିଭାଗ ମେସିନ ଲଗାଇ ଦୁଇଦିନ ଧରି ଗଣତି କରିବାରେ ଲାଗିଛନ୍ତି। ଏଥିରେ ପ୍ରାୟ ୨୦ଟି ଟଙ୍କା ଗଣତି ମେସିନ ନିୟୋଜିତ କରାଯାଇ ଥିବାର ଜଣାପଡିଛି।

ସୂଚନାରୁ ଜଣାପଡିଛି ଯେ, ଓଡିଶାର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ କଂପାନୀ ରହିଛି। ଏଥିସହିତ ତାଙ୍କର ମଦ ଦୋକାନ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛି। ଏହି ବ୍ୟବସାୟ ବ୍ୟତିତ ତାଙ୍କର ବସ ସେବା, ଗ୍ୟାସ ଏଜେନସୀ, ରିଅଲ ଇଷ୍ଟେଟ ପ୍ରଭୃତି ବ୍ୟବସାୟ ରହିଛି। ରାଉରକେଲାରେ ତାଙ୍କର ଏକ ଟାଉନସିପ ମଧ୍ୟ ରହିଛି। ପ୍ରଥମେ ମଦ କଂପାନୀରୁ ଟଙ୍କା ମିଳିବା ପରେ ବର୍ତ୍ତମାନ ତାଙ୍କର ସବୁ ବ୍ୟବସାୟ ଉପରେ ଚଢାଉ ହୋଇଛି।

ତେବେ ସମ୍ବଲପୁରରେ ରିଜର୍ଭ ବ୍ୟାଙ୍କ ନ ଥିବାରୁ ସେଠାରେ ସମ୍ବଲପୁର ଏସବିଆଇ ଶାଖାରେ ଆଇଟି ଅଧିକାରୀମାନେ ୨୦୦ କୋଟି ଟଙ୍କା ଜମା କରାଯାଇଥିବାର ଜଣାଯାଇଛି। ଦୁଇଟି ଭ୍ୟାନରେ ଏହି ଟଙ୍କା ବ୍ୟାଗକୁ ବୋଝେଇ କରି ନିଆଯାଇଥିବାର ଜଣାପଡିଛି। ଏହି ଖବର ମିଳିବା ପରେ ଆଇଟି ବିଭାଗର ଡିଜି ସଞ୍ଜୟ ବାହାଦୂର ସମ୍ବଲପୁରରେ ପହଞ୍ଚିଥିବାର ଜଣାପଡିଛି।

ଆୟକର ଚଢାଉ ଓଡିଶା ମଦ ବ୍ୟବସାୟୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026
Latest News

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026

ଆସାମ, କେରଳମ୍ ଓ ପୁଡୁଚେରୀରେ ଭୋଟିଂ ଜାରି

April 9, 2026

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.