Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିଥିବା ଆୟୁର୍ବେଦିକ ରସମନ୍ଥନ କାର୍ଯ୍ୟକ୍ରମ ଉଦଯାପିତ
ଜାତୀୟ ଖବର

ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିଥିବା ଆୟୁର୍ବେଦିକ ରସମନ୍ଥନ କାର୍ଯ୍ୟକ୍ରମ ଉଦଯାପିତ

December 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Ayurved
ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିଥିବା ଆୟୁର୍ବେଦିକ ରସମନ୍ଥନ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ବର: ରାଜ୍ୟର ଆସ୍ଥା ଫାଉଣ୍ଡେସନ ଆନୁକୂଲ୍ୟରେ ଆନ୍ତଃ ଜାତୀୟ ଆୟୁର୍ବେଦିକ ରସ ମନ୍ଥନ କାର୍ଯ୍ୟକ୍ରମ ୯ ଓ ୧୦ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କେନ୍ଦ୍ର ସରକାରଙ୍କ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ଅନୁସନ୍ଧାନ ପରିଷଦର ମହାନିର୍ଦେଶକ ପ୍ରଫେସର ଡା ରବିନାରାୟଣ ଆଚାର୍ଯ୍ୟ, ଆନ୍ତଃ ଜାତୀୟ ଖ୍ୟାତି ସମ୍ପନ୍ନ ଆୟୁର୍ବେଦିକ ଚିକିତ୍ସାକ ତଥା ବାଙ୍ଗାଲୋର ସ୍ଥିତ ବୈଦ୍ୟ ଚନ୍ଦ୍ର ପ୍ରକାଶ କ୍ୟାନସର ରିସର୍ଚ୍ଚ ଫାଉଣ୍ଡେସନ ନିର୍ଦ୍ଦେଶକ ପଦ୍ମଶ୍ରୀ ଡା ବାଲେନ୍ଦୁ ପ୍ରକାଶ,କର୍ଣ୍ଣାଟକର ସୁନାମଧନ୍ୟ ପ୍ରଫେସର ଡା ଏମ. ଗୋପୀ କୃଷ୍ଣନ,ପ୍ରଫେସର ଡା କାମଦେବ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସେମାନେ ଆୟୁର୍ବେଦିକ ର ମୁଖ୍ୟ ଲକ୍ଷ ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ରୋଗ ଚିକିତ୍ସା ସୂତ୍ର, ଆୟୁର୍ବେଦିକ ରସ ଉଷଧିର ଗୁଣବତ୍ତା ଦ୍ବାରା କିଭଳି ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏବଂ ଦୁରାରୋଗ୍ୟ ରୁ ପ୍ରାଣୀସମାଜ ମୁକ୍ତି ପାଇବେ ତାର ଚମତକାରୀତା ବର୍ଣ୍ଣନା କରିଥିଲେ।

ଓଡ଼ିଶା ରେ ଆୟୁର୍ବେଦିକ ପାଇଁ ପ୍ରାଚୁର୍ଯ୍ୟ ଥିଲେ ମଧ୍ୟ ଏହାର ସଦୁପଯୋଗ ହୋଇପାରୁନାହିଁ ବୋଲି ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେନବୀନ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ସଂଯୋଜକ ଶ୍ରୀମୟୀ ମିଶ୍ର, ଦୁର୍ଗ ସ୍ଥିତ ଭାରତୀ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଡା ମାନସ ରଞ୍ଜନ ହୋତା, କେ ଟି ଏସ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ପ୍ରଫେସର ଡା ବିପିନ ବିହାରୀ ଖୁଣ୍ଟିଆ,କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ଉପକୂଳ ପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ମୁଖ୍ୟ ବିଭାଗୀୟ ପ୍ରଫେସର ଶିବ ବ୍ରତ ବେହେରା, ଆସିଷ୍ଟାଣ୍ଟ ପ୍ରଫେସର ଡା ସୁଶାନ୍ତ କୁମାର ମେହେର,ପ୍ରଫେସର ଡା ବିଶ୍ୱଜିତ ଦାସ, ପ୍ରଫେସର ଡା ଭବାନୀ ଶଙ୍କର ପାଲ ଯୋଗ ଦେଇ ନିଜର ମତ ରଖିଥିଲେ।

ସେହିପରି ଡା ଭୀମସେନ ବେହେରା, ପ୍ରଫେସର ଡା ମଦନ ମୋହନ ପାଢ଼ୀ, ଭୁବନେଶ୍ୱର ସ୍ଥିତ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ଅନୁସନ୍ଧାନ କେନ୍ଦ୍ର ନିର୍ଦେଶକ ଡା ଏମ ଏମ ରାଓ ,ଆସ୍ଥା କାର୍ଯ୍ୟ ନିର୍ବାହୀ ସଦସ୍ୟ ଡା ମନୋରଞ୍ଜନ ସାହୁ ପ୍ରମୁଖ ବହୁ ପ୍ରତିଷ୍ଠିତ ଆୟୁର୍ବେଦିକ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।ଏହି ଉପଲକ୍ଷେ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା।ରାଜ୍ୟ ର ସମସ୍ତ ଆୟୁର୍ବେଦିକ କଲେଜ ରୁ ବହୁସଂଖ୍ୟକ ପ୍ରଫେସର, ଡାକ୍ତର, ଆୟୁଷ ସ୍କଲାର ପ୍ରମୁଖ ଉପସ୍ଥିତ ରହି ଏହି ଆନ୍ତଃ ଜାତୀୟ ସେମିନାର ରେ ଅଂଶ ଗ୍ରହଣ କରିଥିଲେ।

ଆସ୍ଥା ଫାଉଣ୍ଡେସନ ର ସାଙ୍ଗଠନିକ ସମ୍ପାଦକ ଡା ଅମ୍ବିକା ପ୍ରସାଦ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ରେ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିର, ଆୟୁର୍ବେଦିକଔଷଧୀୟ ଓ ପୁସ୍ତକମେଳା ସହିତ ସନ୍ଧ୍ୟାରେବିଭିନ୍ନ ସଂସ୍କୃତକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆୟୁର୍ବେଦ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଚର୍ଚ୍ଚାରେ କଂଗ୍ରେସ: ଗୋଆ ବୈଠକରେ ଗାନ କଲେ ଅସମ୍ପୂର୍ଣ୍ଣ ବନ୍ଦେ ମାତରମ୍

August 18, 2026

ମହିଳାଙ୍କ ମାଗଣା ବସ୍‌ ଯାତ୍ରା: ଅଗଷ୍ଟ ୩୧ ପରେ ବଦଳିବ ସମ୍ପୂର୍ଣ୍ଣ ବ୍ୟବସ୍ଥା

August 18, 2026

ଟ୍ରମ୍ପଙ୍କ ଲୋକପ୍ରିୟତା ରେକର୍ଡ ନିମ୍ନରେ, ଇରାନ ଯୁଦ୍ଧକୁ ନେଇ ବଢ଼ିଲା ଅସନ୍ତୋଷ

August 18, 2026

ବର୍ଷା ନେଇ ରେଡ୍ ଆଲର୍ଟ, ସୁନ୍ଦରଗଡ଼ରେ ସବୁ ସ୍କୁଲ୍‌ ଛୁଟି

August 18, 2026
Latest News

ପୁଣି ଚର୍ଚ୍ଚାରେ କଂଗ୍ରେସ: ଗୋଆ ବୈଠକରେ ଗାନ କଲେ ଅସମ୍ପୂର୍ଣ୍ଣ ବନ୍ଦେ ମାତରମ୍

August 18, 2026

ମହିଳାଙ୍କ ମାଗଣା ବସ୍‌ ଯାତ୍ରା: ଅଗଷ୍ଟ ୩୧ ପରେ ବଦଳିବ ସମ୍ପୂର୍ଣ୍ଣ ବ୍ୟବସ୍ଥା

August 18, 2026

ଟ୍ରମ୍ପଙ୍କ ଲୋକପ୍ରିୟତା ରେକର୍ଡ ନିମ୍ନରେ, ଇରାନ ଯୁଦ୍ଧକୁ ନେଇ ବଢ଼ିଲା ଅସନ୍ତୋଷ

August 18, 2026

ବର୍ଷା ନେଇ ରେଡ୍ ଆଲର୍ଟ, ସୁନ୍ଦରଗଡ଼ରେ ସବୁ ସ୍କୁଲ୍‌ ଛୁଟି

August 18, 2026

ନୟାଗଡ଼ ବାଇପାସରେ ବସ୍‌ ଓଲଟିଲା, ୩ ଗୁରୁତର

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.