Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟର ଆୟୁର୍ବେଦ ଓ ହୋମିଓପ୍ୟାଥି କ୍ୟାଡରର ଦରମାରେ ସଂଶୋଧନ, ଜାଣନ୍ତୁ କେତେ ?

ଭୁବନେଶ୍ବର: ରାଜ୍ୟ ସରକାର ଓ଼ିଶା ଆୟୁର୍ବେଦ ଏବଂ ହୋମିଓପ୍ୟାଥି ମେଡିକାଲ ସେବା କ୍ୟାଡର ଦରମାରେ ସଂଶୋଧନ ଆଣିଛନ୍ତି। ଏ ନେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଅନୁସାରେ ହୋମିଓପ୍ୟାଥି ସେବାରେ ଥିବା 630 କ୍ୟାଡର ଦରମାରେ ଏହି ସଂଶୋଧନ କରାଯାଇ ନୂଆ ଦରମା ହାର ପ୍ରକାଶ ପାଇଛି।

ସେହିପରି ଆୟୁର୍ବେଦ ମେଡିକାଲ ଅଫିସର କ୍ୟାଡର ସେବାରେ ଥିବା 728ଟି ପଦବୀରେ ଏହି ଦରମାରେ ସଂଶୋଧନ କରାଯାଇଛି।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିଥିବା ଆୟୁର୍ବେଦିକ ରସମନ୍ଥନ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ବର: ରାଜ୍ୟର ଆସ୍ଥା ଫାଉଣ୍ଡେସନ ଆନୁକୂଲ୍ୟରେ ଆନ୍ତଃ ଜାତୀୟ ଆୟୁର୍ବେଦିକ ରସ ମନ୍ଥନ କାର୍ଯ୍ୟକ୍ରମ ୯ ଓ ୧୦ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କେନ୍ଦ୍ର ସରକାରଙ୍କ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ଅନୁସନ୍ଧାନ ପରିଷଦର ମହାନିର୍ଦେଶକ ପ୍ରଫେସର ଡା ରବିନାରାୟଣ ଆଚାର୍ଯ୍ୟ, ଆନ୍ତଃ ଜାତୀୟ ଖ୍ୟାତି ସମ୍ପନ୍ନ ଆୟୁର୍ବେଦିକ ଚିକିତ୍ସାକ ତଥା ବାଙ୍ଗାଲୋର ସ୍ଥିତ ବୈଦ୍ୟ ଚନ୍ଦ୍ର ପ୍ରକାଶ କ୍ୟାନସର ରିସର୍ଚ୍ଚ ଫାଉଣ୍ଡେସନ ନିର୍ଦ୍ଦେଶକ ପଦ୍ମଶ୍ରୀ ଡା ବାଲେନ୍ଦୁ ପ୍ରକାଶ,କର୍ଣ୍ଣାଟକର ସୁନାମଧନ୍ୟ ପ୍ରଫେସର ଡା ଏମ. ଗୋପୀ କୃଷ୍ଣନ,ପ୍ରଫେସର ଡା କାମଦେବ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସେମାନେ ଆୟୁର୍ବେଦିକ ର ମୁଖ୍ୟ ଲକ୍ଷ ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ରୋଗ ଚିକିତ୍ସା ସୂତ୍ର, ଆୟୁର୍ବେଦିକ ରସ ଉଷଧିର ଗୁଣବତ୍ତା ଦ୍ବାରା କିଭଳି ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏବଂ ଦୁରାରୋଗ୍ୟ ରୁ ପ୍ରାଣୀସମାଜ ମୁକ୍ତି ପାଇବେ ତାର ଚମତକାରୀତା ବର୍ଣ୍ଣନା କରିଥିଲେ।

ଓଡ଼ିଶା ରେ ଆୟୁର୍ବେଦିକ ପାଇଁ ପ୍ରାଚୁର୍ଯ୍ୟ ଥିଲେ ମଧ୍ୟ ଏହାର ସଦୁପଯୋଗ ହୋଇପାରୁନାହିଁ ବୋଲି ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେନବୀନ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ସଂଯୋଜକ ଶ୍ରୀମୟୀ ମିଶ୍ର, ଦୁର୍ଗ ସ୍ଥିତ ଭାରତୀ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଡା ମାନସ ରଞ୍ଜନ ହୋତା, କେ ଟି ଏସ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ପ୍ରଫେସର ଡା ବିପିନ ବିହାରୀ ଖୁଣ୍ଟିଆ,କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ଉପକୂଳ ପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ମୁଖ୍ୟ ବିଭାଗୀୟ ପ୍ରଫେସର ଶିବ ବ୍ରତ ବେହେରା, ଆସିଷ୍ଟାଣ୍ଟ ପ୍ରଫେସର ଡା ସୁଶାନ୍ତ କୁମାର ମେହେର,ପ୍ରଫେସର ଡା ବିଶ୍ୱଜିତ ଦାସ, ପ୍ରଫେସର ଡା ଭବାନୀ ଶଙ୍କର ପାଲ ଯୋଗ ଦେଇ ନିଜର ମତ ରଖିଥିଲେ।

ସେହିପରି ଡା ଭୀମସେନ ବେହେରା, ପ୍ରଫେସର ଡା ମଦନ ମୋହନ ପାଢ଼ୀ, ଭୁବନେଶ୍ୱର ସ୍ଥିତ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ଅନୁସନ୍ଧାନ କେନ୍ଦ୍ର ନିର୍ଦେଶକ ଡା ଏମ ଏମ ରାଓ ,ଆସ୍ଥା କାର୍ଯ୍ୟ ନିର୍ବାହୀ ସଦସ୍ୟ ଡା ମନୋରଞ୍ଜନ ସାହୁ ପ୍ରମୁଖ ବହୁ ପ୍ରତିଷ୍ଠିତ ଆୟୁର୍ବେଦିକ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।ଏହି ଉପଲକ୍ଷେ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା।ରାଜ୍ୟ ର ସମସ୍ତ ଆୟୁର୍ବେଦିକ କଲେଜ ରୁ ବହୁସଂଖ୍ୟକ ପ୍ରଫେସର, ଡାକ୍ତର, ଆୟୁଷ ସ୍କଲାର ପ୍ରମୁଖ ଉପସ୍ଥିତ ରହି ଏହି ଆନ୍ତଃ ଜାତୀୟ ସେମିନାର ରେ ଅଂଶ ଗ୍ରହଣ କରିଥିଲେ।

ଆସ୍ଥା ଫାଉଣ୍ଡେସନ ର ସାଙ୍ଗଠନିକ ସମ୍ପାଦକ ଡା ଅମ୍ବିକା ପ୍ରସାଦ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ରେ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିର, ଆୟୁର୍ବେଦିକଔଷଧୀୟ ଓ ପୁସ୍ତକମେଳା ସହିତ ସନ୍ଧ୍ୟାରେବିଭିନ୍ନ ସଂସ୍କୃତକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଆୟୁର୍ବେଦକୁ ସମର୍ଥନ କରିବା ଭୋକାଲ ଫର୍ ଲୋକାଲର ଏକ ପ୍ରକୃଷ୍ଟ ଉଦାହରଣ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆୟୁର୍ବେଦକୁ ସମର୍ଥନ କରିବା ଭୋକାଲ ଫର୍ ଲୋକାଲର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହି ପ୍ରାଚୀନ ଜ୍ଞାନକୁ ଆଧୁନିକତା ସହ ମିଶ୍ରଣ କରୁଥିବା ଏବଂ ଆୟୁର୍ବେଦକୁ ସର୍ବଭାରତୀୟ ସ୍ତରରେ ନୂତନ ଉଚ୍ଚତାରେ ପହଞ୍ଚାଉଥିବା ଉଦ୍ଭାବକ ଓ ଚିକିତ୍ସକଙ୍କୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଧନତେରସ ଅବସରରେ ଆମେ ଆୟୁର୍ବେଦ ଦିବସ ମଧ୍ୟ ପାଳନ କରୁଛୁ। ଏହି ପ୍ରାଚୀନ ଜ୍ଞାନକୁ ଆଧୁନିକତା ସହ ମିଶ୍ରଣ କରୁଥିବା ଏବଂ ଆୟୁର୍ବେଦକୁ ସର୍ବଭାରତୀୟ ସ୍ତରରେ ନୂତନ ଉଚ୍ଚତାରେ ପହଞ୍ଚାଉଥିବା ଉଦ୍ଭାବକ ଓ ଚିକିତ୍ସକଙ୍କୁ ଧନ୍ୟବାଦ ଦେବାର ଏହା ଏକ ଅବସର । ଅଦ୍ଭୁତପୂର୍ବ ଅନୁସନ୍ଧାନଠାରୁ ଆରମ୍ଭ କରି ଗତିଶୀଳ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ କଲ୍ୟାଣର ନୂଆ ରାସ୍ତାକୁ ଆୟୁର୍ବେଦ ଆଗକୁ ବଢ଼ାଉଛି। ଆୟୁର୍ବେଦର ସମର୍ଥନ କରିବା ମଧ୍ୟ ଭୋକାଲ ଫର୍ ଲୋକାଲ ହେବାର ଏକ ଜ୍ୱଳନ୍ତ ଉଦାହରଣ।’

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆୟୁଷ ପାଇଁ ସ୍ଥାଣୁ ପାଲଟିଛି ଆୟୁଷ ନିର୍ଦ୍ଦେଶାଳୟ ଓ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ବିଜେଡ଼ି ସରକାରରେ ୨୧ ବର୍ଷ ଧରି ଆୟୁର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସା କ୍ଷେତ୍ରରେ ନୂତନ ଦିସ୍ପେନସାରି ପ୍ରତିଷ୍ଠା ନ କରିବା, ଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ନ୍ୟାଯ ଦାବୀ ପୂରଣ, ସାତୋଟି ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଚେଷ୍ଟା ନ କରିବା, ଏବଂ ପ୍ରତେକ ଆୟୁଷ ଦିସ୍ପେନସାରି ଗୁଡ଼ିକର ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଭୁଲ ରିପୋର୍ଟ ପ୍ରଦାନ କରିବାରେ କାହାର ସ୍ୱାର୍ଥ ନିହିତ ଅଛି ସେ ସମ୍ପର୍କରେ ଆଜି ପ୍ରଶ୍ନ ଉଠିଛି।

ରାଜ୍ୟ ସରକାର ୨୦୦୨ ମସିହା ପରଠାରୁ ଆଉ ରାଜ୍ୟରେ ନୂତନ ଆୟୁଷ ଦିସ୍ପେନସାରି ଖୋଲିବା କଥା ଚିନ୍ତା ବି କରିନାହାନ୍ତି। ରାଜ୍ୟରେ ଏଲୋପାଠୀକ ଡାକ୍ତର ମାନକ ଅଭାବ ଓ ସ୍ୱାଭାବିକ ଭାବରେ କାର୍ଯ୍ୟ ସମ୍ପାଦନ ନ କରିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ସମୟରେ ରାଜ୍ୟ ସରକାର ୨୦୦୭-୦୮ ମସିହାରେ ପ୍ରତେକ ପି ଏଚ ସି ଓ ସି ଏଚ ସି ଗୁଡିକରେ ଆୟୁଷ ଡାକ୍ତର ଙ୍କୁ ନିଯୁକ୍ତି ଦେଇଥିଲେ।ଯାହାଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବା ସହିତ ସରକାରଙ୍କ ସ୍ୱାସ୍ଥ୍ୟସେବାର ଲୋକାଭିମୁଖୀ ହୋଇଥିଲା।

୨୦୧୪ ମସିହାରେ କେନ୍ଦ୍ର ଆୟୁଷ ମିଶନ ଗଠିତ ହୋଇଥିଲା। ରାଜ୍ୟରେ ୧୭ ଅଗଷ୍ଟ ୨୦୧୫ ମସିହାରେ ରାଜ୍ୟ ଆୟୁଷ ମିଶନ କାର୍ଯ୍ୟକାରୀ ହୋଇଥିଲା। ଏହି ଉଦଘାଟନ ଉତ୍ସବରେରେ ତତ କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ପ୍ରଶାସକ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା, ସ୍ଵାସ୍ଥ୍ୟ ସଚିବ ଆରତୀ ଆହୁଜା, ସ୍ୱାସ୍ଥ୍ୟ ମିଶନ ନିର୍ଦେଶୀକା ରୁପା ମିଶ୍ରଙ୍କ ସହିତ ରାଜ୍ୟ ଆୟୁଷ ମିଶନ ନିର୍ଦ୍ଦେଶକ ବାସୁଦେବ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉତ୍ସବରେ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ , ଆୟୁଷ ଦିସ୍ପେନସାରି ପ୍ରତିଷ୍ଠା, ଶିକ୍ଷାର ମାନ ବୃଦ୍ଧି, ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଔଷଧ ପ୍ରସ୍ତୁତି ଗୁଣବତ୍ତା ନିୟନ୍ତ୍ରଣ, ରାଜ୍ୟର ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର ଆଦି ୯ ଟି ସ୍ଥାନରେ ଆରୋଗ୍ୟ କେନ୍ଦ୍ର ଖୋଲିବା ନେଇ ମୁଖ୍ୟ ଭାବେ ଫୋକସ କରାଯାଇଥିଲା।

ଏହି ଉଦଘାଟନ ସମାରୋହରେ ରାଜ୍ୟର ସମସ୍ତ ଜିଲ୍ଲାର ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ, ବିଭିନ୍ନ ଆୟୁଷ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ଦୀର୍ଘ ଆଠ ବର୍ଷ ହେଲା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦ୍ଦେଶାଳୟ ତରଫରୁ ଏ ଯାବତ କୌଣସି ପ୍ରକାର କାର୍ଯ୍ୟ ଆରମ୍ଭ କରାଯାଇ ନାହିଁଏବଂ ଚୁପ ରହିବାର କାରଣ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି।

ଗତ ତା୨୯.୦୬.୨୦୧୫ ରେ ପତ୍ର ସଂଖ୍ୟା୧୪୪୪୬/ରେ ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନକୁ ଏକ ନିର୍ଦେଶପ୍ରଦାନ କରିଥିଲେ ଯେ ପ୍ରତେକ ପି ଏଚ ସି ଓ ସି ଏଚ ସି ରେ ନିଯୁକ୍ତ ଥିବା ଆୟୁଷ ଡାକ୍ତର ମାନେ ନିଜ ସିଷ୍ଟମ ଅନୁସାରେ ରୋଗୀ ଚିକିତ୍ସା କରିବେ ଏତତ୍ ସହିତ ଜରୁରୀ କାଳୀନ ସମୟରେ ରୋଗୀଙ୍କୁ ଅତ୍ୟାବଶ୍ୟକ ଏଲୋପାଠୀକ ଚିକିତ୍ସା ସେବା ଯୋଗାଇ ଦେବେ। ଏଥିପାଇଁ ସମସ୍ତ ପ୍ରକାର ସହାୟତା, ଟ୍ରେନିଂ ଆଦି ଯୋଗାଇ ଦିଆଯାଇଛି। ଏଥି ସହିତ ଅନନ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟକାର୍ଯ୍ୟକ୍ରମ,ଟୀକାକରଣ, ଆର ସି ଏସ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ପୁଷ୍ଟିକର ଦିବସ, ସବ ସେଣ୍ଟର ପରିଦର୍ଶନ, ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା କିମ୍ବା ମେଳା ରେ ସମସ୍ତଙ୍କୁଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହାଦ୍ୱାରା ଆୟୁଷ ଡାକ୍ତର ମାନେ ଟ୍ରେନି ପରେ ରାଜ୍ୟର ମାଲେରିଆ, ଏମ ଡ଼ି ଏ, ଯକ୍ଷ୍ମା, ଲେପ୍ରୋସି, ଡାଏରିଆ, ବିଭିନ୍ନ ଚର୍ମ ରୋଗ, ସାଵ ଟ୍ରେନିଂ ପରେ ପ୍ରସୂତି ଚିକିତ୍ସା, ରାତ୍ରିରେ ଜରୁରୀକାଳୀନ ସେବା, ବନ୍ୟା ପ୍ରଭାବିତ ଅଞ୍ଚଳରେ ରୋଗୀ ସେବା, କରନା ସମୟରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସବେକ୍ଷଣ ଓ ରୋଗୀର ଚିକିତ୍ସା ଆଦି କରିଥିଲେ। ଆୟୁଷ ଡାକ୍ତର ଙ୍କ ପାଇଁ ଆୟୁଷ ଔଷଧ ପ୍ରତେକ ପି ଏସ ସି ଓ ସି ଏସ ସି କୁ ସ୍ୱାସ୍ଥ୍ୟ ବିଭାଗ ପ୍ରଦାନ ନ କରିବା ଦ୍ୱାରା ସେମାନେ ବାଧ୍ୟହୋଇ ଏଲୋପାଠୀକ ଓ ପି ଡ଼ି ସମ୍ଭାଳିଲେ। ଏବଂ ବହୁତ ପି ଏଚ ସି ରେ ଏମ ଓ ଇଂଚାର୍ଜ ହେଲେ।ସେମାନଙ୍କୁ ନା ଅଧିକ ଦରମା କିମ୍ବା ତାଙ୍କର ଚାକିରୀ ର ସ୍ଥାୟିତ୍ୱ ସମ୍ପର୍କରେ ସରକାର ଚିନ୍ତା କଲେ।

ଆଜି ଦୀର୍ଘ ୧୬ ବର୍ଷ ଧରି ସ୍ୱଳ୍ପ ବେତନରେ କୌଣସି ସରକାରୀ ସୁବିଧା ନ ଥାଇ ଏହି ଆୟୁଷ ଡାକ୍ତର ମାନେ ରାଜ୍ୟ ସରକାରଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ5ଯୋଗାଇ ଆସୁଛନ୍ତି। ଯାହାଦ୍ଵାରା ଆୟୁଷ ଚିକିତ୍ସା ପ୍ରଣାଳୀ ଆଜିସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। କରୋନା ସମୟରେ ଆୟୁଷ ଡାକ୍ତର ମାନଙ୍କୁ ଅତ୍ୟାବଶ୍ୟକ ସେବା ପାଇଁ ନିଯୁକ୍ତି କରିବା ଦ୍ୱାରା ସେମାନଙ୍କ ଓ ପି ଡ଼ି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଯାହା ଫଳରେ ରାଜ୍ୟ ବାସୀ ଆୟୁଷ ପ୍ରତି ରୁଚି ରଖୁନାହାନ୍ତି ବୋଲିସ୍ୱାସ୍ଥ୍ୟ ସଚିବ ଆଜି ସଫେଇ ଦେଉଛନ୍ତି।ଏହା ସମ୍ପୂର୍ଣ୍ଣ ଭୁଲ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଦୀର୍ଘ ୨୧ବର୍ଷ ଧରି ଆୟୁଷ ପ୍ରତି ଯେଉଁ ହତାଦର ଓ ସ୍ଥାଣୁ ଦେଖାଇ ଛନ୍ତି। ଏଥିପାଇଁ ଆଜି ଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ପାଠପଢା ଛାଡି ରାଜ ରାସ୍ତା ଉପରେ ବସି ଆନ୍ଦୋଳନ ଚଳାଇଛନ୍ତି। ତୁରନ୍ତ ରାଜ୍ୟ ସରକାର ଏମାନଙ୍କ ଦାବୀ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରି ତୁରନ୍ତଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦାବୀ ପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆୟୁଷ ପ୍ରତି ସକାର ତ୍ମକ ଭାବପାଇଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଥଣ୍ଡା ପାଗରେ ବ୍ୟବହାର କରନ୍ତୁ ଏହି ଟିପ୍ସ, ରୂପୀ ଏବଂ କେଶ ଝଡ଼ିବା ସମସ୍ୟାରୁ ପାଇବେ ମୁକ୍ତି

ନୂଆଦିଲ୍ଲୀ: ଥଣ୍ଡା ପାଗ କେବଳ ଚର୍ମ ପାଇଁ ନୁହେଁ, ବରଂ କେଶ ପାଇଁ ମଧ୍ୟ ଭଲ ବିବେଚନା କରାଯାଏ ନାହିଁ। ଏହି ଋତୁରେ, କେଶ ଉଜ୍ଜ୍ୱଳତା ହରାଇବା ଆରମ୍ଭ କରେ ଏବଂ କେଶ ଝଡିବା ସମସ୍ୟା ବଢିଯାଏ। ଶୀତଳ ବାହ୍ୟ ବାୟୁ କେଶର ଆର୍ଦ୍ରତା ଚୋରି କରେ ଏବଂ କେଶ ଶୁଷ୍କ ହୋଇଯାଏ। ଏହାକୁ ଏଡାଇବା ପାଇଁ, ଅନେକ ଲୋକ କେଶରେ ବିଭିନ୍ନ ମୂଲ୍ୟବାନ ଦ୍ରବ୍ୟ ବ୍ୟବହାର କରନ୍ତି, ଯେଉଁ କାରଣରୁ କେଶ ଖରାପ ହୋଇଯାଏ। ଆୟୁର୍ବେଦରେ (କେଶ ପାଇଁ ଆୟୁର୍ବେଦ ଟିପ୍ସ) ଏଥିପାଇଁ କିଛି ବିଶେଷ ଟିପ୍ସ ଦିଆଯାଇଛି, ଯାହା ଆପଣଙ୍କ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ।

ପ୍ରତିଦିନ ଅଁଳା ଖାଆନ୍ତୁ: ଅଁଳା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ, ବରଂ କେଶ ପାଇଁ ଏକ ରାମବାଣ ଭାବରେ ମଧ୍ୟ ବିବେଚନା କରାଯାଏ। ପ୍ରତିଦିନ ସକାଳେ ଗୋଟିଏ ଅଁଳା ଖାଆନ୍ତୁ। ଯଦି ଆପଣ ପୁରା ଅଁଳା ଖାଇ ପାରିବ ନାହିଁ, ତେବେ ଏହାକୁ ଅଧା କରି ଖାଅନ୍ତୁ। ଆପଣ ଏହାକୁ ଶୁଖାଇ ପାଉଡର ଆକାରରେ ନେଇପାରିବେ। ସକାଳେ ଆମଲା ରସ ପିଇବା ମଧ୍ୟ କେଶ ପାଇଁ ଭଲ ଅଟେ। ଏହା କେଶକୁ ଭିତରୁ ଶକ୍ତିଶାଳୀ କରିଥାଏ।

କେଶରେ ତେଲ ଲଗାଇବା: କେଶରେ ତେଲ ଲଗାଇବା ଅତ୍ୟନ୍ତ ଜରୁରୀ। ଫ୍ୟାଶନ୍ ଏବଂ ବିଭିନ୍ନ ପ୍ରକାରର ହେୟାର ଷ୍ଟାଇଲ୍ ହେତୁ ଲୋକମାନେ କେଶରେ ତେଲ ଲଗାଇବା ଠାରୁ ଦୂରେଇ ରୁହନ୍ତି। ଶରୀର ପରି, କେଶରେ ମଧ୍ୟ ପୁଷ୍ଟିକର ଏକ ବିଶେଷ ଆବଶ୍ୟକତା ଥାଏ। ଆୟୁର୍ବେଦ ଅନୁଯାୟୀ, ସପ୍ତାହରେ ଥରେ କିମ୍ବା ଦୁଇଥର କେଶରେ ତେଲ ଲଗାଇବା ଉଚିତ୍।

ଗୁଡ କେଶ ପାଇଁ ଉପକାରୀ: ଶୀତଦିନେ ଗୁଡ ଖାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ହଜମ ହଜମ କରିବାରେ ଅତ୍ୟଧିକ ଲାଭଦାୟକ, ହେମୋଗ୍ଲୋବିନ ବଢିବା ଏବଂ ଶରୀରକୁ ଗରମ ରଖିବା ପାଇଁ ଅତ୍ୟନ୍ତ ଲାଭଦାୟକ। ଗୁଡରେ ଆଇରନ୍, କ୍ୟାଲସିୟମ୍, ଜିଙ୍କ୍, କପର, ଗ୍ଲାଇକୋଲିକ୍ ଏସିଡ୍ ମିଳିଥାଏ। ଯାହା କେଶ ପାଇଁ ମଧ୍ୟ ବହୁତ ଭଲ। ଖାଇବା ପରେ ଯଦି ଆପଣଙ୍କର କିଛି ମିଠା ଖାଇବା ଅଭ୍ୟାସ ଅଛି, ତେବେ ଗୁଡଖାଇବା ଆରମ୍ଭ କରନ୍ତୁ।

ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ- ଅଧିକାଂଶ ଲୋକଙ୍କର ଶୀତ ଋତୁରେ ଛଣା ହୋଇଥିବା କିଛି ଖାଇବାର ଅଭ୍ୟାସ ଥାଏ। ଜଙ୍କ୍ କିମ୍ବା ଛଣା ଖାଦ୍ୟ ସ୍ୱାସ୍ଥ୍ୟ ସହିତ କେଶକୁ ନଷ୍ଟ କରିଥାଏ। ଏହି ଋତୁରେ କେବଳ ସତେଜ ଏବଂ ଘରେ ରନ୍ଧା ଖାଦ୍ୟ ଖାଆନ୍ତୁ। ଏହା ଆପଣଙ୍କ କେଶକୁ ଏକ ପ୍ରାକୃତିକ ଉଜ୍ଜ୍ୱଳତା ଦେବ। ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ।

ଶୀତଦିନେ ଘିଅ ଖାଇବା ଜରୁରୀ: ଶୀତଦିନେ ଘିଅ ପେଟ ଏବଂ ଚର୍ମକୁ ଆର୍ଦ୍ରତା ଦେଇଥାଏ। କେଶରେ ଘିଅ ମାଲିସ୍ କରିବା ଦ୍ୱାରା କେଶ ଝଡା ରୋକିବା ପାଇଁ ଲାଭଦାୟକ। ଘିଅରେ ଉପସ୍ଥିତ ଥିବା ପୋଷକ ତତ୍ତ୍ୱ କେଶ ମୂଳକୁ ଦୃଢ କରିଥାଏ। ଘିଅ ସହିତ ଏକ ଘଣ୍ଟା ମାଲିସ୍ କରିବା ପରେ, ସାମ୍ପୁରେ କେଶ ଧୋଇ ଦିଅନ୍ତୁ, ଆପଣଙ୍କ କେଶ ଉଜ୍ଜ୍ୱଳ ହେବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଦିନରେ ଶୋଇବା ଦ୍ଵାରା ହୋଇଥାଏ ଅନେକ କ୍ଷତି, ଜାଣନ୍ତୁ କ’ଣ କହୁଛି ଆୟୁର୍ବେଦ

ଜୀବନଶୈଳୀ: ଯଦି ଆପଣ ଆୟୁର୍ବେଦିକ ପଦ୍ଧତି ଅନୁଯାୟୀ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣ ଏହା ସହିତ ଜଡିତ ନିୟମ ଜାଣିବା ଉଚିତ୍। ଆୟୁର୍ବେଦରେ ଖାଦ୍ୟଠାରୁ ଆରମ୍ଭ କରି ଶୋଇବା, ଉଠିବା, ସଠିକ୍ ଉପାୟରେ ବସିବା ପର୍ଯ୍ୟନ୍ତ ଉପଯୁକ୍ତ ପଦ୍ଧତି ଦିଆଯାଇଛି। ଦିନରେ ଶୋଇବା କାହିଁକି ନିଷେଧ ଏବଂ ଏହା ଦ୍ଵାରା କ’ଣ କ୍ଷତି ହୁଏ, ଆୟୁର୍ବେଦରେ ସ୍ପଷ୍ଟ ଭାବେ କୁହାଯାଇଛି। ଦିନରେ କେଉଁ ଲୋକ ଶୋଇବା ଉଚିତ୍ ଏବଂ କେଉଁ ଲୋକଙ୍କୁ ଦିନରେ ଆଦୌ ଶୋଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା..

ଆୟୁର୍ବେଦ ଅନୁଯାୟୀ, ଦିନରେ ଶୋଇବା ଶରୀରରେ କଫକୁ ବଢାଇଥାଏ ଏବଂ ବାତକୁ ହ୍ରାସ କରିଥାଏ। ଏପରି ପରିସ୍ଥିତିରେ, କଫ ଦ୍ଵାରା ହେଉଥିବା ରୋଗର ସମସ୍ୟା ବଢିଥାଏ। ତଥାପି, ଯେଉଁମାନେ ବାତ ପ୍ରକୃତିର, ସେମାନେ ଦିନରେ ଶୋଇବା ଦ୍ୱାରା ଉପକୃତ ହୋଇପାରିବେ। ଥକିଗଲେ, ଆପଣ ଦିନକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଆରାମ କରିପାରିବେ। କିନ୍ତୁ ଶୋଇବା ଉଚିତ ନୁହେଁ।

ଏହି ଲୋକମାନେ ଦିନରେ ଶୋଇବା ଉଚିତ୍ ନୁହେଁ:

– ଯଦି ଆପଣଙ୍କର ଶରୀର ଅଧିକ ଓଜନ ଏବଂ ପତଳା ହେବାକୁ ଚାହୁଁଛନ୍ତି।

– ଯେଉଁମାନେ ତେଲିଆ ଏବଂ ମଇଦାରେ ତିଆରି ଅନେକ ଜିନିଷ ଖାଆନ୍ତି, ସେମାନେ ଦିନରେ ଶୋଇବା ଠାରୁ ଦୂରେଇ ରହିବା ଉଚିତ।

– ଯେଉଁମାନଙ୍କର କଫ ଜମିଥାଏ, ସେମାନେ ଦିନରେ ଶୋଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

– ଯଦି ଆପଣଙ୍କର ସୁଗାର ସମସ୍ୟା, ପିସିଓଏସ ସମସ୍ୟା କିମ୍ବା ହାଇପୋଥାଇରଏଡ୍ ସମସ୍ୟା ଅଛି, ତେବେ ଆପଣ ଦିନରେ ଶୋଇବା ଉଚିତ୍ ନୁହେଁ।

ଏହି ଲୋକମାନେ ଦିନରେ ଶୋଇପାରିବେ:

– ଆପଣ କିଛି କାମ ସମୟରେ କିମ୍ବା ଭ୍ରମଣ ସମୟରେ ଶାରୀରିକ ଏବଂ ମାନସିକ ସ୍ତରରେ ଥକି ଯାଇଛନ୍ତି।

– ବହୁତ ପତଳା ଏବଂ ଦୁର୍ବଳ ଲୋକ।

– ଅସ୍ତ୍ରୋପଚାର ପରେ କିମ୍ବା ଯଦି କୌଣସି ରୋଗ ଥାଏ।

– ଯେଉଁ ମହିଳାମାନେ ନିକଟରେ ଏକ ସନ୍ତାନ ପ୍ରସବ କରିଛନ୍ତି।

– ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଅନୁଯାୟୀ, ଯେଉଁମାନଙ୍କର ୧୦ ବର୍ଷରୁ କମ୍ ଏବଂ ୭୦ ବର୍ଷରୁ ଅଧିକ ଲୋକ, ସେମାନେ ଦିନରେ ଶୋଇପାରନ୍ତି।