Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆୟୁଷ ପାଇଁ ସ୍ଥାଣୁ ପାଲଟିଛି ଆୟୁଷ ନିର୍ଦ୍ଦେଶାଳୟ ଓ ସ୍ୱାସ୍ଥ୍ୟ ବିଭାଗ
ଆଜିର ଖବର

ରାଜ୍ୟରେ ଆୟୁଷ ପାଇଁ ସ୍ଥାଣୁ ପାଲଟିଛି ଆୟୁଷ ନିର୍ଦ୍ଦେଶାଳୟ ଓ ସ୍ୱାସ୍ଥ୍ୟ ବିଭାଗ

September 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ବିଜେଡ଼ି ସରକାରରେ ୨୧ ବର୍ଷ ଧରି ଆୟୁର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସା କ୍ଷେତ୍ରରେ ନୂତନ ଦିସ୍ପେନସାରି ପ୍ରତିଷ୍ଠା ନ କରିବା, ଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ନ୍ୟାଯ ଦାବୀ ପୂରଣ, ସାତୋଟି ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଚେଷ୍ଟା ନ କରିବା, ଏବଂ ପ୍ରତେକ ଆୟୁଷ ଦିସ୍ପେନସାରି ଗୁଡ଼ିକର ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଭୁଲ ରିପୋର୍ଟ ପ୍ରଦାନ କରିବାରେ କାହାର ସ୍ୱାର୍ଥ ନିହିତ ଅଛି ସେ ସମ୍ପର୍କରେ ଆଜି ପ୍ରଶ୍ନ ଉଠିଛି।

ରାଜ୍ୟ ସରକାର ୨୦୦୨ ମସିହା ପରଠାରୁ ଆଉ ରାଜ୍ୟରେ ନୂତନ ଆୟୁଷ ଦିସ୍ପେନସାରି ଖୋଲିବା କଥା ଚିନ୍ତା ବି କରିନାହାନ୍ତି। ରାଜ୍ୟରେ ଏଲୋପାଠୀକ ଡାକ୍ତର ମାନକ ଅଭାବ ଓ ସ୍ୱାଭାବିକ ଭାବରେ କାର୍ଯ୍ୟ ସମ୍ପାଦନ ନ କରିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ସମୟରେ ରାଜ୍ୟ ସରକାର ୨୦୦୭-୦୮ ମସିହାରେ ପ୍ରତେକ ପି ଏଚ ସି ଓ ସି ଏଚ ସି ଗୁଡିକରେ ଆୟୁଷ ଡାକ୍ତର ଙ୍କୁ ନିଯୁକ୍ତି ଦେଇଥିଲେ।ଯାହାଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବା ସହିତ ସରକାରଙ୍କ ସ୍ୱାସ୍ଥ୍ୟସେବାର ଲୋକାଭିମୁଖୀ ହୋଇଥିଲା।

୨୦୧୪ ମସିହାରେ କେନ୍ଦ୍ର ଆୟୁଷ ମିଶନ ଗଠିତ ହୋଇଥିଲା। ରାଜ୍ୟରେ ୧୭ ଅଗଷ୍ଟ ୨୦୧୫ ମସିହାରେ ରାଜ୍ୟ ଆୟୁଷ ମିଶନ କାର୍ଯ୍ୟକାରୀ ହୋଇଥିଲା। ଏହି ଉଦଘାଟନ ଉତ୍ସବରେରେ ତତ କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ପ୍ରଶାସକ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା, ସ୍ଵାସ୍ଥ୍ୟ ସଚିବ ଆରତୀ ଆହୁଜା, ସ୍ୱାସ୍ଥ୍ୟ ମିଶନ ନିର୍ଦେଶୀକା ରୁପା ମିଶ୍ରଙ୍କ ସହିତ ରାଜ୍ୟ ଆୟୁଷ ମିଶନ ନିର୍ଦ୍ଦେଶକ ବାସୁଦେବ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉତ୍ସବରେ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ , ଆୟୁଷ ଦିସ୍ପେନସାରି ପ୍ରତିଷ୍ଠା, ଶିକ୍ଷାର ମାନ ବୃଦ୍ଧି, ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଔଷଧ ପ୍ରସ୍ତୁତି ଗୁଣବତ୍ତା ନିୟନ୍ତ୍ରଣ, ରାଜ୍ୟର ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର ଆଦି ୯ ଟି ସ୍ଥାନରେ ଆରୋଗ୍ୟ କେନ୍ଦ୍ର ଖୋଲିବା ନେଇ ମୁଖ୍ୟ ଭାବେ ଫୋକସ କରାଯାଇଥିଲା।

ଏହି ଉଦଘାଟନ ସମାରୋହରେ ରାଜ୍ୟର ସମସ୍ତ ଜିଲ୍ଲାର ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ, ବିଭିନ୍ନ ଆୟୁଷ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ଦୀର୍ଘ ଆଠ ବର୍ଷ ହେଲା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦ୍ଦେଶାଳୟ ତରଫରୁ ଏ ଯାବତ କୌଣସି ପ୍ରକାର କାର୍ଯ୍ୟ ଆରମ୍ଭ କରାଯାଇ ନାହିଁଏବଂ ଚୁପ ରହିବାର କାରଣ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି।

ଗତ ତା୨୯.୦୬.୨୦୧୫ ରେ ପତ୍ର ସଂଖ୍ୟା୧୪୪୪୬/ରେ ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନକୁ ଏକ ନିର୍ଦେଶପ୍ରଦାନ କରିଥିଲେ ଯେ ପ୍ରତେକ ପି ଏଚ ସି ଓ ସି ଏଚ ସି ରେ ନିଯୁକ୍ତ ଥିବା ଆୟୁଷ ଡାକ୍ତର ମାନେ ନିଜ ସିଷ୍ଟମ ଅନୁସାରେ ରୋଗୀ ଚିକିତ୍ସା କରିବେ ଏତତ୍ ସହିତ ଜରୁରୀ କାଳୀନ ସମୟରେ ରୋଗୀଙ୍କୁ ଅତ୍ୟାବଶ୍ୟକ ଏଲୋପାଠୀକ ଚିକିତ୍ସା ସେବା ଯୋଗାଇ ଦେବେ। ଏଥିପାଇଁ ସମସ୍ତ ପ୍ରକାର ସହାୟତା, ଟ୍ରେନିଂ ଆଦି ଯୋଗାଇ ଦିଆଯାଇଛି। ଏଥି ସହିତ ଅନନ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟକାର୍ଯ୍ୟକ୍ରମ,ଟୀକାକରଣ, ଆର ସି ଏସ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ପୁଷ୍ଟିକର ଦିବସ, ସବ ସେଣ୍ଟର ପରିଦର୍ଶନ, ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା କିମ୍ବା ମେଳା ରେ ସମସ୍ତଙ୍କୁଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହାଦ୍ୱାରା ଆୟୁଷ ଡାକ୍ତର ମାନେ ଟ୍ରେନି ପରେ ରାଜ୍ୟର ମାଲେରିଆ, ଏମ ଡ଼ି ଏ, ଯକ୍ଷ୍ମା, ଲେପ୍ରୋସି, ଡାଏରିଆ, ବିଭିନ୍ନ ଚର୍ମ ରୋଗ, ସାଵ ଟ୍ରେନିଂ ପରେ ପ୍ରସୂତି ଚିକିତ୍ସା, ରାତ୍ରିରେ ଜରୁରୀକାଳୀନ ସେବା, ବନ୍ୟା ପ୍ରଭାବିତ ଅଞ୍ଚଳରେ ରୋଗୀ ସେବା, କରନା ସମୟରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସବେକ୍ଷଣ ଓ ରୋଗୀର ଚିକିତ୍ସା ଆଦି କରିଥିଲେ। ଆୟୁଷ ଡାକ୍ତର ଙ୍କ ପାଇଁ ଆୟୁଷ ଔଷଧ ପ୍ରତେକ ପି ଏସ ସି ଓ ସି ଏସ ସି କୁ ସ୍ୱାସ୍ଥ୍ୟ ବିଭାଗ ପ୍ରଦାନ ନ କରିବା ଦ୍ୱାରା ସେମାନେ ବାଧ୍ୟହୋଇ ଏଲୋପାଠୀକ ଓ ପି ଡ଼ି ସମ୍ଭାଳିଲେ। ଏବଂ ବହୁତ ପି ଏଚ ସି ରେ ଏମ ଓ ଇଂଚାର୍ଜ ହେଲେ।ସେମାନଙ୍କୁ ନା ଅଧିକ ଦରମା କିମ୍ବା ତାଙ୍କର ଚାକିରୀ ର ସ୍ଥାୟିତ୍ୱ ସମ୍ପର୍କରେ ସରକାର ଚିନ୍ତା କଲେ।

ଆଜି ଦୀର୍ଘ ୧୬ ବର୍ଷ ଧରି ସ୍ୱଳ୍ପ ବେତନରେ କୌଣସି ସରକାରୀ ସୁବିଧା ନ ଥାଇ ଏହି ଆୟୁଷ ଡାକ୍ତର ମାନେ ରାଜ୍ୟ ସରକାରଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ5ଯୋଗାଇ ଆସୁଛନ୍ତି। ଯାହାଦ୍ଵାରା ଆୟୁଷ ଚିକିତ୍ସା ପ୍ରଣାଳୀ ଆଜିସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। କରୋନା ସମୟରେ ଆୟୁଷ ଡାକ୍ତର ମାନଙ୍କୁ ଅତ୍ୟାବଶ୍ୟକ ସେବା ପାଇଁ ନିଯୁକ୍ତି କରିବା ଦ୍ୱାରା ସେମାନଙ୍କ ଓ ପି ଡ଼ି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଯାହା ଫଳରେ ରାଜ୍ୟ ବାସୀ ଆୟୁଷ ପ୍ରତି ରୁଚି ରଖୁନାହାନ୍ତି ବୋଲିସ୍ୱାସ୍ଥ୍ୟ ସଚିବ ଆଜି ସଫେଇ ଦେଉଛନ୍ତି।ଏହା ସମ୍ପୂର୍ଣ୍ଣ ଭୁଲ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଦୀର୍ଘ ୨୧ବର୍ଷ ଧରି ଆୟୁଷ ପ୍ରତି ଯେଉଁ ହତାଦର ଓ ସ୍ଥାଣୁ ଦେଖାଇ ଛନ୍ତି। ଏଥିପାଇଁ ଆଜି ଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ପାଠପଢା ଛାଡି ରାଜ ରାସ୍ତା ଉପରେ ବସି ଆନ୍ଦୋଳନ ଚଳାଇଛନ୍ତି। ତୁରନ୍ତ ରାଜ୍ୟ ସରକାର ଏମାନଙ୍କ ଦାବୀ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରି ତୁରନ୍ତଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦାବୀ ପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆୟୁଷ ପ୍ରତି ସକାର ତ୍ମକ ଭାବପାଇଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆୟୁର୍ବେଦ ସ୍ୱାସ୍ଥ୍ୟ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Latest News

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.