Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆୟୁଷ ପାଇଁ ସ୍ଥାଣୁ ପାଲଟିଛି ଆୟୁଷ ନିର୍ଦ୍ଦେଶାଳୟ ଓ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ବିଜେଡ଼ି ସରକାରରେ ୨୧ ବର୍ଷ ଧରି ଆୟୁର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସା କ୍ଷେତ୍ରରେ ନୂତନ ଦିସ୍ପେନସାରି ପ୍ରତିଷ୍ଠା ନ କରିବା, ଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ନ୍ୟାଯ ଦାବୀ ପୂରଣ, ସାତୋଟି ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଚେଷ୍ଟା ନ କରିବା, ଏବଂ ପ୍ରତେକ ଆୟୁଷ ଦିସ୍ପେନସାରି ଗୁଡ଼ିକର ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଭୁଲ ରିପୋର୍ଟ ପ୍ରଦାନ କରିବାରେ କାହାର ସ୍ୱାର୍ଥ ନିହିତ ଅଛି ସେ ସମ୍ପର୍କରେ ଆଜି ପ୍ରଶ୍ନ ଉଠିଛି।

ରାଜ୍ୟ ସରକାର ୨୦୦୨ ମସିହା ପରଠାରୁ ଆଉ ରାଜ୍ୟରେ ନୂତନ ଆୟୁଷ ଦିସ୍ପେନସାରି ଖୋଲିବା କଥା ଚିନ୍ତା ବି କରିନାହାନ୍ତି। ରାଜ୍ୟରେ ଏଲୋପାଠୀକ ଡାକ୍ତର ମାନକ ଅଭାବ ଓ ସ୍ୱାଭାବିକ ଭାବରେ କାର୍ଯ୍ୟ ସମ୍ପାଦନ ନ କରିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ସମୟରେ ରାଜ୍ୟ ସରକାର ୨୦୦୭-୦୮ ମସିହାରେ ପ୍ରତେକ ପି ଏଚ ସି ଓ ସି ଏଚ ସି ଗୁଡିକରେ ଆୟୁଷ ଡାକ୍ତର ଙ୍କୁ ନିଯୁକ୍ତି ଦେଇଥିଲେ।ଯାହାଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବା ସହିତ ସରକାରଙ୍କ ସ୍ୱାସ୍ଥ୍ୟସେବାର ଲୋକାଭିମୁଖୀ ହୋଇଥିଲା।

୨୦୧୪ ମସିହାରେ କେନ୍ଦ୍ର ଆୟୁଷ ମିଶନ ଗଠିତ ହୋଇଥିଲା। ରାଜ୍ୟରେ ୧୭ ଅଗଷ୍ଟ ୨୦୧୫ ମସିହାରେ ରାଜ୍ୟ ଆୟୁଷ ମିଶନ କାର୍ଯ୍ୟକାରୀ ହୋଇଥିଲା। ଏହି ଉଦଘାଟନ ଉତ୍ସବରେରେ ତତ କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ପ୍ରଶାସକ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା, ସ୍ଵାସ୍ଥ୍ୟ ସଚିବ ଆରତୀ ଆହୁଜା, ସ୍ୱାସ୍ଥ୍ୟ ମିଶନ ନିର୍ଦେଶୀକା ରୁପା ମିଶ୍ରଙ୍କ ସହିତ ରାଜ୍ୟ ଆୟୁଷ ମିଶନ ନିର୍ଦ୍ଦେଶକ ବାସୁଦେବ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉତ୍ସବରେ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ , ଆୟୁଷ ଦିସ୍ପେନସାରି ପ୍ରତିଷ୍ଠା, ଶିକ୍ଷାର ମାନ ବୃଦ୍ଧି, ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଔଷଧ ପ୍ରସ୍ତୁତି ଗୁଣବତ୍ତା ନିୟନ୍ତ୍ରଣ, ରାଜ୍ୟର ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର ଆଦି ୯ ଟି ସ୍ଥାନରେ ଆରୋଗ୍ୟ କେନ୍ଦ୍ର ଖୋଲିବା ନେଇ ମୁଖ୍ୟ ଭାବେ ଫୋକସ କରାଯାଇଥିଲା।

ଏହି ଉଦଘାଟନ ସମାରୋହରେ ରାଜ୍ୟର ସମସ୍ତ ଜିଲ୍ଲାର ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ, ବିଭିନ୍ନ ଆୟୁଷ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ଦୀର୍ଘ ଆଠ ବର୍ଷ ହେଲା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦ୍ଦେଶାଳୟ ତରଫରୁ ଏ ଯାବତ କୌଣସି ପ୍ରକାର କାର୍ଯ୍ୟ ଆରମ୍ଭ କରାଯାଇ ନାହିଁଏବଂ ଚୁପ ରହିବାର କାରଣ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି।

ଗତ ତା୨୯.୦୬.୨୦୧୫ ରେ ପତ୍ର ସଂଖ୍ୟା୧୪୪୪୬/ରେ ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନକୁ ଏକ ନିର୍ଦେଶପ୍ରଦାନ କରିଥିଲେ ଯେ ପ୍ରତେକ ପି ଏଚ ସି ଓ ସି ଏଚ ସି ରେ ନିଯୁକ୍ତ ଥିବା ଆୟୁଷ ଡାକ୍ତର ମାନେ ନିଜ ସିଷ୍ଟମ ଅନୁସାରେ ରୋଗୀ ଚିକିତ୍ସା କରିବେ ଏତତ୍ ସହିତ ଜରୁରୀ କାଳୀନ ସମୟରେ ରୋଗୀଙ୍କୁ ଅତ୍ୟାବଶ୍ୟକ ଏଲୋପାଠୀକ ଚିକିତ୍ସା ସେବା ଯୋଗାଇ ଦେବେ। ଏଥିପାଇଁ ସମସ୍ତ ପ୍ରକାର ସହାୟତା, ଟ୍ରେନିଂ ଆଦି ଯୋଗାଇ ଦିଆଯାଇଛି। ଏଥି ସହିତ ଅନନ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟକାର୍ଯ୍ୟକ୍ରମ,ଟୀକାକରଣ, ଆର ସି ଏସ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ପୁଷ୍ଟିକର ଦିବସ, ସବ ସେଣ୍ଟର ପରିଦର୍ଶନ, ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା କିମ୍ବା ମେଳା ରେ ସମସ୍ତଙ୍କୁଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହାଦ୍ୱାରା ଆୟୁଷ ଡାକ୍ତର ମାନେ ଟ୍ରେନି ପରେ ରାଜ୍ୟର ମାଲେରିଆ, ଏମ ଡ଼ି ଏ, ଯକ୍ଷ୍ମା, ଲେପ୍ରୋସି, ଡାଏରିଆ, ବିଭିନ୍ନ ଚର୍ମ ରୋଗ, ସାଵ ଟ୍ରେନିଂ ପରେ ପ୍ରସୂତି ଚିକିତ୍ସା, ରାତ୍ରିରେ ଜରୁରୀକାଳୀନ ସେବା, ବନ୍ୟା ପ୍ରଭାବିତ ଅଞ୍ଚଳରେ ରୋଗୀ ସେବା, କରନା ସମୟରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସବେକ୍ଷଣ ଓ ରୋଗୀର ଚିକିତ୍ସା ଆଦି କରିଥିଲେ। ଆୟୁଷ ଡାକ୍ତର ଙ୍କ ପାଇଁ ଆୟୁଷ ଔଷଧ ପ୍ରତେକ ପି ଏସ ସି ଓ ସି ଏସ ସି କୁ ସ୍ୱାସ୍ଥ୍ୟ ବିଭାଗ ପ୍ରଦାନ ନ କରିବା ଦ୍ୱାରା ସେମାନେ ବାଧ୍ୟହୋଇ ଏଲୋପାଠୀକ ଓ ପି ଡ଼ି ସମ୍ଭାଳିଲେ। ଏବଂ ବହୁତ ପି ଏଚ ସି ରେ ଏମ ଓ ଇଂଚାର୍ଜ ହେଲେ।ସେମାନଙ୍କୁ ନା ଅଧିକ ଦରମା କିମ୍ବା ତାଙ୍କର ଚାକିରୀ ର ସ୍ଥାୟିତ୍ୱ ସମ୍ପର୍କରେ ସରକାର ଚିନ୍ତା କଲେ।

ଆଜି ଦୀର୍ଘ ୧୬ ବର୍ଷ ଧରି ସ୍ୱଳ୍ପ ବେତନରେ କୌଣସି ସରକାରୀ ସୁବିଧା ନ ଥାଇ ଏହି ଆୟୁଷ ଡାକ୍ତର ମାନେ ରାଜ୍ୟ ସରକାରଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ5ଯୋଗାଇ ଆସୁଛନ୍ତି। ଯାହାଦ୍ଵାରା ଆୟୁଷ ଚିକିତ୍ସା ପ୍ରଣାଳୀ ଆଜିସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। କରୋନା ସମୟରେ ଆୟୁଷ ଡାକ୍ତର ମାନଙ୍କୁ ଅତ୍ୟାବଶ୍ୟକ ସେବା ପାଇଁ ନିଯୁକ୍ତି କରିବା ଦ୍ୱାରା ସେମାନଙ୍କ ଓ ପି ଡ଼ି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଯାହା ଫଳରେ ରାଜ୍ୟ ବାସୀ ଆୟୁଷ ପ୍ରତି ରୁଚି ରଖୁନାହାନ୍ତି ବୋଲିସ୍ୱାସ୍ଥ୍ୟ ସଚିବ ଆଜି ସଫେଇ ଦେଉଛନ୍ତି।ଏହା ସମ୍ପୂର୍ଣ୍ଣ ଭୁଲ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଦୀର୍ଘ ୨୧ବର୍ଷ ଧରି ଆୟୁଷ ପ୍ରତି ଯେଉଁ ହତାଦର ଓ ସ୍ଥାଣୁ ଦେଖାଇ ଛନ୍ତି। ଏଥିପାଇଁ ଆଜି ଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ପାଠପଢା ଛାଡି ରାଜ ରାସ୍ତା ଉପରେ ବସି ଆନ୍ଦୋଳନ ଚଳାଇଛନ୍ତି। ତୁରନ୍ତ ରାଜ୍ୟ ସରକାର ଏମାନଙ୍କ ଦାବୀ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରି ତୁରନ୍ତଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦାବୀ ପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆୟୁଷ ପ୍ରତି ସକାର ତ୍ମକ ଭାବପାଇଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁଇ ଦିନରେ ଦ୍ୱିଗୁଣିତ ହେଲା କରୋନା ମାମଲା!, ୧୦ ହଜାର ଅତିକ୍ରମ କଲା ନୂତନ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ରୁତ ଗତି ବର୍ତ୍ତମାନ ଅଧିକ ଭୟଭୀତ କରିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦ ହଜାର ୧୫୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪୪ ହଜାର ୯୯୮ କୁ ବୃଦ୍ଧି ପାଇଛି। ପୂର୍ବ ଦିନ ତୁଳନାରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ଘଟିଛି। ଏହାର ଗୋଟିଏ ଦିନ ପୂର୍ବରୁ ଦେଶରେ ମୋଟ ୭ ହଜାର ୮୩୦ ମାମଲା ରିପୋର୍ଟ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୁଣି ବଢୁଛି କରୋନା: ସ୍ୱାସ୍ଥ୍ୟ ବିଭାଗ କରାଇଲା ସତର୍କ

ନୂଆଦିଲ୍ଲୀ: ପୁଣି ଥରେ ସାରା ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ରାଜ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ମଙ୍ଗଳବାର ଦିନ ୧୫୫ ନୂତନ କୋଭିଡ ମାମଲା ଚିହ୍ନଟ ହୋଇଛି, ଯାହା ପୂର୍ବ ଦିନ ରିପୋର୍ଟ ହୋଇଥିବା ସଂକ୍ରମଣର ଦୁଇଗୁଣରୁ ଅଧିକ। ଏଥିସହିତ ରାଜ୍ୟରେ କରୋନାର ଦୁଇ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦିଲ୍ଲୀରେ କରୋନା ସହିତ ଏଚ୩ଏନ୨ ର ପ୍ରଭାବ ଦେଖାଯାଉଛି।

ଦେଶରେ କରୋନା ପରିସ୍ଥିତି;

ସମଗ୍ର ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦୨ ଟି କରୋନା ରୋଗ ହୋଇଥିବା ଜଣାଯାଇଛି। ଏହା ସହିତ ସକ୍ରିୟ ମାମଲା ୩୯୦୩ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରୁଛି ମାଗଣା ଟିକା ଅବଧି, ବୁଷ୍ଟର ଡୋଜ୍ ନେବା ପାଇଁ ଅପିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର: ବୁଷ୍ଟର ଡୋଜ୍ ଟୀକା ନେବା ପାଇଁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି। ଚଳିତ ମାସ ୩୦ ତାରିଖରେ ମାଗଣା ଟିକା ଅବଧି ଶେଷ ହେଉଛି। ତେଣୁ ଏହି ଅବଧି ମଧ୍ୟରେ ବୁଷ୍ଟର ଡୋଜ୍ ନେଇନଥିବା ଲୋକଙ୍କୁ ଟୀକା ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଆହ୍ୱାନ ଦେଇଛି।

ରାଜ୍ୟରେ ମୋଟ  ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ଲୋକ ବୁଷ୍ଟର ଡୋଜ୍ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ ଭାଗ ଲୋକ ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇ ନାହାନ୍ତି।

ସେହିପରି ଦ୍ୱିତୀୟ ଡୋଜ ନେବାକୁ ମଧ୍ୟ ୨୩ ଲକ୍ଷ ୩୨ ହଜାର ଲୋକ ବାକି ରହିଛନ୍ତି। ଏନେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଏହି ଭଲ ଅଭ୍ୟାସ ଆପଣଙ୍କୁ ସୁସ୍ଥ ରଖିବ, ସବୁବେଳେ ଦୂରେଇ ରହିବ ରୋଗ

ନୂଆଦିଲ୍ଲୀ: ସାରା ବିଶ୍ୱରେ ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସବୁ ବୟସର ଲୋକଙ୍କ ମଧ୍ୟରେ ଏଡସ୍ ବିଷୟରେ ସଚେତନତା ସୃଷ୍ଟି କରିବା। ଏଚଆଇଭି ଏଡସ୍ ରୋଗକୁ ରୋକିବା ପାଇଁ ସଚେତନତା ଆବଶ୍ୟକ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମଧ୍ୟ ଏହି ଦିଗରେ ଏକ ଅଭିଯାନ ଚାଲିଛି। ଏଚ.ଆଇ.ଭି ସଂକ୍ରମିତ ହେବାର ଅନେକ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ଏହି ସମୟରେ ନିଶାର ଅତ୍ୟଧିକ ବ୍ୟବହାର। ଏହି କାରଣରୁ ସାମାଜିକ କୁକର୍ମ ମଧ୍ୟ ବ୍ୟାପିବାରେ ଲାଗିଛି।

ଏହା ସହିତ ଏହା ରୋଗକୁ ମଧ୍ୟ ନିମନ୍ତ୍ରଣ କରୁଛି। ଆଜି ଆମେ ଆପଣଙ୍କୁ କହିବୁ କି ଆପଣ କିପରି କିଛି ସତର୍କତା ଅବଲମ୍ବନ କରି ଏକ ଭଲ ଜୀବନଶୈଳୀ ପ୍ରସ୍ତୁତ କରି ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ। ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରି ଆପଣ ଅନେକ ଶାରୀରିକ ସମସ୍ୟାରୁ ରକ୍ଷା ପାଇପାରିବେ। ଏହା ବ୍ୟତୀତ ଆପଣ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବେ। ସୁସ୍ଥ ରହିବା ପାଇଁ ଆପଣ କେଉଁ ଅଭ୍ୟାସ ଗ୍ରହଣ କରିପାରିବେ ଆସନ୍ତୁ ଜାଣିବା…

ଏହି ଉତ୍ତମ ଅଭ୍ୟାସଗୁଡିକ ଅନୁସରଣ କରନ୍ତୁ:

ସକାଳୁ ଉଠିବାର ଅନେକ ଲାଭ ଅଛି। ଶୀଘ୍ର ଉଠିବା ଆପଣଙ୍କୁ ଧ୍ୟାନ କିମ୍ବା ବ୍ୟାୟାମ ଅଭ୍ୟାସ କରିବାକୁ ସମୟ ଦେଇଥାଏ। ଏହା ଆପଣଙ୍କୁ ଦିନସାରା ଫୁର୍ତ୍ତି ଦିଏ।

ଏକ ସୁସ୍ଥ ଶରୀର ପାଇଁ, ଆପଣ ଗ୍ରୀନ୍ ଟି ପରି ଏକ ସୁସ୍ଥ ବିକଳ୍ପ ଚୟନ କରିପାରିବେ। ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଟେ। ଚାପରୁ ମୁକ୍ତି ପାଇଁ ଏହା ଲାଭଦାୟକ ଅଟେ।

ଚାପର ସ୍ତରକୁ ହ୍ରାସ କରିବା ଏବଂ ମସ୍ତିଷ୍କର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ରାତିରେ ଏକ ଭଲ ନିଦ ଗୁରୁତ୍ୱପୂର୍ଣ୍ଣ। ତେଣୁ ସୁସ୍ଥ ଜୀବନଶୈଳୀ, ଶରୀର ଏବଂ ମନକୁ ଫିଟ୍ କରିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବାର ଅଭ୍ୟାସକୁ ଛାଡନ୍ତୁ।

ସୁସ୍ଥ ଖାଇବା ଏବଂ ପିଇବା ମଧ୍ୟ ସୁସ୍ଥ ଜୀବନର ଏକ ମୂଳମନ୍ତ୍ର ଅଟେ। ଫିଟ୍ ରହିବା ପାଇଁ ପ୍ରଥମେ ଆପଣଙ୍କୁ ଜଙ୍କ୍ ଏବଂ ଫାଷ୍ଟଫୁଡ୍ ଠାରୁ ଦୂରରେ ରହିବାକୁ ପଡିବ। କାରଣ ସେମାନେ ଆପଣଙ୍କ ଶରୀରରେ ଗ୍ୟାଷ୍ଟ୍ରିକ୍, କୋଷ୍ଠକାଠିନ୍ୟ ଏବଂ ଚର୍ବି ଭଳି ସମସ୍ୟା ସୃଷ୍ଟି କରନ୍ତି। ତେଣୁ ଖାଦ୍ୟରେ ତାଜା ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଶରୀର ପୁଷ୍ଟିକର ଖାଦ୍ୟ ପାଇବା ସହିତ ଆପଣଙ୍କ ରୋଗ ପ୍ରତିରୋଗ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ।

ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ହାଇଡ୍ରେଟେଡ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଶର୍କରା ପାନୀୟଗୁଡ଼ିକ ମେଦବହୁଳତା ଏବଂ ଟାଇପ୍-୨ ମଧୁମେହ ବୃଦ୍ଧି କରିପାରନ୍ତି, ଏଥିରୁ ଦୂରେଇ ରୁହନ୍ତୁ। ଯଦି ଆପଣ ଲଗାତାର ସାଧା ପାଣି ପିଇ ପାରିବେ ନାହିଁ, ତେବେ କମଳା, ଲେମ୍ବୁ, ତରଭୁଜ ଏବଂ କାକୁଡି ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ।

ବାହାରେ ଖାଦ୍ୟ ନିଶ୍ଚିତ ଭାବରେ ସ୍ୱାଦିଷ୍ଟ ଦେଖାଯାଏ, କିନ୍ତୁ ଏହାକୁ ଯଥାସମ୍ଭବ କମ ଖାଆନ୍ତୁ। ଅଧିକରୁ ଅଧିକ ଘରେ ତିଆରି ସରଳ ରନ୍ଧା ଖାଦ୍ୟ ଖାଆନ୍ତୁ। ଯାହା ଦ୍ଵାରା ଆପଣଙ୍କର ହଜମ ଭଲ ହେବ। ରୋଗଠାରୁ ଦୂରରେ ରୁହେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଭଲ ରହିଥାଏ।

ଅନ୍ୟ କୌଣସି ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ଅନ୍ୟ ତରଳ ପଦାର୍ଥରୁ ଦୂରରେ ରୁହନ୍ତୁ। ଯଦି ଆପଣ ଏହା ସହିତ ସଂସ୍ପର୍ଶରେ ଆସନ୍ତି, ତୁରନ୍ତ ଚର୍ମ ଧୋଇ ଦିଅନ୍ତୁ। ଏହା ସଂକ୍ରମଣର ସମ୍ଭାବନାକୁ ହ୍ରାସ କରିଥାଏ।

ସ୍ୱେଚ୍ଛାସେବୀ ଦାତାମାନଙ୍କଠାରୁ ରକ୍ତ ସଂଗ୍ରହ ପୂର୍ବରୁ ପରୀକ୍ଷା କରିବା ଦ୍ଵାରା ଅନ୍ୟ ବ୍ୟକ୍ତି କିମ୍ବା ରୋଗୀଙ୍କୁ ଏଚ୍.ଆଇ.ଭି. ସଂକ୍ରମଣର ସୁରକ୍ଷା ମିଳିପାରିବ।

ରାତି ୮ ଟା ପରେ ରାତ୍ରି ଭୋଜନ ନକରିବାକୁ ଚେଷ୍ଟା କରନ୍ତୁ। ଆହୁରି ମଧ୍ୟ, ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା ଉଚିତ୍ ନୁହେଁ। ଖାଦ୍ୟ ଖାଇବା ଏବଂ ଶୋଇବା ମଧ୍ୟରେ ଅତି କମରେ ୨-୩ ଘଣ୍ଟା ସମୟ ରହିବା ଉଚିତ। ଯାହା ଦ୍ଵାରା ଖାଦ୍ୟ ହଜମ ହେବା ପାଇଁ ଏକ ଭଲ ସମୟ ମିଳିଥାଏ।

ବିଦ୍ର: ପରାମର୍ଶ ସହିତ ଏହା କେବଳ ସାଧାରଣ ସୂଚନା ପ୍ରଦାନ କରେ। ଯୋଗ୍ୟ ଚିକିତ୍ସା ପାଇଁ ଏହା କୌଣସି ପ୍ରକାରେ ବିକଳ୍ପ ନୁହେଁ। ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ହେଲା ଅଦଳ ବଦଳ: ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ଏହି ଦାୟିତ୍ଵ

ଭୁବନେଶ୍ଵର: ରାଜ୍ୟରେ ଆଜି ଆଇଏଏସ ସ୍ତରରେ ଅଦଳ ବଦଳ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଇଏଏସ ଅଧକାରୀ ପରାଗ ଗୁପ୍ତାଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ମିଳିଛି। ସେହିଭଳି ବିଜୟ ଆରୋରାଙ୍କୁ ଜିଏ ଏବଂ ପିଜି ବିଭାଗର ଓଏସଡି ଦାୟିତ୍ଵ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁଙ୍କ ସୁରକ୍ଷା ଏବଂ ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଟୀକା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା କମିଟି

ଭୁବନେଶ୍ବର: କୋଭିଡ଼ର ଦ୍ଵିତୀୟ ଲହରୀରେ ଶିଶୁମାନେ ଆକ୍ରାନ୍ତ ହେଉଥିବାରୁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶିଶୁଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଏକ କମିଟି ଗଠନ କରିଛନ୍ତି। ଡିଏମଇଟିଙ୍କ ଅଧ୍ୟକ୍ଷତାରେ ୮ ଜଣିଆ କମିଟି ଗଠନ ହୋଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ କମିଟିର ସଦସ୍ୟ ଆବାହକ ରହିବେ। ଏହି କମିଟି ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ତର୍ଜମା କରିବ।

ସେହିଭଳି ୧୮ ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ଼ ସୁରକ୍ଷା ପାଇଁ ମଧ୍ୟ କମିଟି ଗଠନ ହୋଇଛି। ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୧୨ ଜଣିଆ କମିଟି ଗଠନ କରିଛି। ଏହି କମିଟି  ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଟୀକାକରଣ ପ୍ରକ୍ରିୟାକୁ ତଦାରଖ କରିବ। ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗ୍ରାମାଞ୍ଚଳରେ ବ୍ୟାପୁଛି କରୋନା ସଂକ୍ରମଣ: ନୂଆ ଏସଓପି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: କରୋନା ଏବେ ଗାଁ ମୁହାଁ ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟପୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏକ ନୂଆ ଏସଓପି ଜାରି କରିଛି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଏହି ଅଞ୍ଚଳଗୁଡିକରେ ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି।

ଆଶାକର୍ମୀମାନେ ସର୍ଭେଲାନ୍ସ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ। ଲକ୍ଷଣ ଥିଲେ ଫୋନ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପରାମର୍ଶ ନେବେ। ଯଦି କୌଣସି ବ୍ୟକ୍ତିଙ୍କ ଅମ୍ଳଜାନ ଅଭାବ କିମ୍ବା ସ୍ୱାସ୍ଥ୍ୟବସ୍ଥାରେ ଅଧିକ ସମସ୍ୟା ଅନୁଭବ କରନ୍ତି, ତେବେ ହସ୍ପିଟାଲକୁ ଯିବା ପାଇଁ ନିର୍ଦ୍ଦେଶ ରହିଛି। ସବୁ ସ୍ୱାସ୍ଥ୍ୟକେନ୍ଦ୍ରର ଓପିଡ଼ି ନିର୍ଦ୍ଦିଷ୍ଟ ସମୟରେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଏଏନଏମଙ୍କୁ ରାପିଡ଼ ଆଣ୍ଟିଜେନ ପରୀକ୍ଷା ପାଇ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି।

ତେବେ କୋଭିଡ଼ ପରିଚାଳନା ଉପରେ ତ୍ରୀସ୍ତରୀୟ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ସାମାନ୍ୟ ଲକ୍ଷଣ ଥିଲେ ସିସିସି ଯିବା ପାଇଁ ଲୋକଙ୍କୁ କୁହାଯାଇଥିବା ବେଳେ ମଧ୍ୟମ ଲକ୍ଷଣ ଥିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ କୁହାଯାଇଛି। ସେହିଭଳି ଗୁରୁତର ଲୋକଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ହସ୍ପିଟାଲ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା ସ୍ଵତନ୍ତ୍ର ଟିମ୍

ଭୁବନେଶ୍ବର: ଦୈତ ନଗରୀର କୋଭିଡ ହସ୍ପିଟାଲ ଯାଞ୍ଚ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି। ମୋଟ ୪ ଟି ଟିମ୍ ଗଠନ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୩ ଟି ଟିମ୍ କାର୍ଯ୍ୟ କରିବ। ପ୍ରତ୍ୟେକ ଟିମରେ ୨ ଜଣ ଲେଖାଏଁ ଡାକ୍ତର ନିଯୁକ୍ତ ହେବେ। କୋଭିଡ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବେ ଏହି ସ୍ଵତନ୍ତ୍ର ଟିମ୍। ଆଇସିୟୁରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ହେଉଛି କି ନାହିଁ, ତାହା ଯାଞ୍ଚ କରିବେ।

ଗୁରୁତର ନଥିବା ରୋଗୀ ଆଇସିୟୁରେ ଭର୍ତ୍ତି ହେଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ନେଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଏହି ଟିମ କୋଭିଡ ହସ୍ପିଟାଲ ତଦାରଖ କରିବା ନେଇ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିସିଲ୍ଡ ଟୀକା ପାଇଁ ଜାରି ହେଲା ସାନି ଗାଇଡଲାଇନ: ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜକୁ ମନା

ଭୁବନେଶ୍ବର: କୋଭିସିଲ୍ଡ ଟୀକା ପାଇଁ ସାନି ଗାଇଡଲାଇନ ଜାରି ହୋଇଛି। ବ୍ୟବଧାନ ଅବଧି ବୃଦ୍ଧି ପରେ ସାନି ଗାଇଡଲାଇନ ଜାରି କରାଯାଇଛି। ପ୍ରଥମ ଡୋଜ ନେବାର ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜ ନେବାକୁ ବାରଣ କରାଯାଇଛି। ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜ ପାଇଁ ବୁକିଂ କରିବା ପାଇଁ ମନା କରାଯାଇଛି।

ତେବେ ଯେଉଁମାନେ ଅନଲାଇନ ବୁକିଂ କରିସାରିଛନ୍ତି, ସେମାନଙ୍କର ବୁକିଂ ବାତିଲ ହେବ ନାହିଁ। ଯେଉଁମାନେ ନୂଆ ବୁକିଂ କରିବାକୁ ଚାହାନ୍ତି, ସେମାନେ ୮୪ ଦିନ ପରେ ବୁକିଂ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ: ଆବଶ୍ୟକ ନଥିବା ରୋଗୀଙ୍କୁ ମିଳିବନି ଆଡ୍ମିଶନ

ଭୁବନେଶ୍ବର: ହସ୍ପିଟାଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ ଜାରି କରିଛି। ଆବଶ୍ୟକ ନଥିବା ରୋଗୀଙ୍କୁ ଆଡ୍ମିଶନ ମିଳିବ ନାହିଁ। ଗୁରୁତର ରୋଗୀଙ୍କ ପାଖରେ ମାତ୍ର ଜଣେ ଆଟେଣ୍ଡାଣ୍ଟକୁ ମିଳିବ ଅନୁମତି। ହସ୍ପିଟାଲରେ ଜରୁରୀ ଅସ୍ତ୍ରୋପଚାର ବ୍ୟତୀତ ସାଧାରଣ ଅସ୍ତ୍ରୋପଚାର ପାଇଁ ରୋକ ଲଗାଯାଇଛି। ଓପିଡି ପାଇଁ ସେଣ୍ଟ୍ରାଲ ରେଜିଷ୍ଟ୍ରେସନକୁ ବନ୍ଦ କରାଯାଇଥିବା ବେଳେ ଭିଡ ରୋକିବା ପାଇଁ ମାନୁଆଲ ରେଜିଷ୍ଟ୍ରେସନକୁ ଅନୁମତି ମିଳିଛି।  ଓପିଡି ଏବଂ ଆଇପିଡିକୁ ପ୍ରବେଶ ପାଇଁ ମିଡ଼ିଆ ଉପରେ କଟକଣା ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ନୂଆ ଷ୍ଟ୍ରେନରେ ନୂଆ ଲକ୍ଷଣ: ନିୟମ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ଦେଲା ପରାମର୍ଶ

ଭୁବନେଶ୍ବର: ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ନୂଆ ଷ୍ଟ୍ରେନ ଯୋଗୁଁ ଶରୀରରେ ନୂଆ ନୂଆ ଲକ୍ଷଣ ଦେଖାଯାଉଛି। ତେଣୁ ଏହି ନୂଆ ଲକ୍ଷଣକୁ ଅଣଦେଖା ନକରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଥିପାଇଁ ଲୋକମାନକୁ କରୋନା କଟକଣାକୁ ମାନିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା କହିଛନ୍ତି ଯେ, କରୋନାର ନୂତନ ଷ୍ଟ୍ରେନ୍ ନୂଆ ନୂଆ ଲକ୍ଷଣ ଦେଖାଦେଉଛି। ନୂତନ ଷ୍ଟ୍ରେନରେ ସଂକ୍ରମଣ ହେଉଥିବା ଲୋକଙ୍କ ମଧ୍ୟରେ ଜ୍ଵର, ଝାଡ଼ା, ବାନ୍ତି, ଶରୀରରେ ପୀଡା, ନାକ ଜନିତ ସମସ୍ୟା ଏବଂ ଗଳାରେ ଯନ୍ତ୍ରଣା ହେଉଥିବା ଦେଖାଯାଉଛି।

ତେବେ ଏହି ଷ୍ଟ୍ରେନ ଦ୍ଵାରା ସଂକ୍ରମଣ ହାର ଅଧିକ ଥିବାରୁ ଲୋକମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସେଥିପାଇଁ ଲୋକଙ୍କୁ ଟିକା ନେବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଜନସମାବେଶରୁ ଦୂରେଇ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୧୨ ଟି ରାଜ୍ୟ ନୁହଁ ବର୍ତ୍ତମାନ ୪ ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଓଡିଶା ସରକାର କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଫେରୁଥିବା ଲୋକଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି।

ନୂତନ କଟକଣା ଅନୁଯାୟୀ ଫେରୁଥିବା ଲୋକଙ୍କୁ ୭ ଦିନ ସଙ୍ଘରୋଦ୍ଧ କେନ୍ଦ୍ରରେ ରହିବାକୁ ବାଧ୍ୟତା ମୂଳକ କରାଯାଇଛି। କିନ୍ତୁ ଫେରୁଥିବା ଲୋକଙ୍କ ପାଖରେ ୭୨ ଘଣ୍ଟାର କରୋନା ନେଗେଟିଭ ରିପୋର୍ଟ ଥିଲେ ସଙ୍ଘରୋଦ୍ଧରେ ରହିବା ପାଇଁ ବାଧ୍ୟତାମୂଳକ ନୁହେଁ। କୌଣସି ଲୋକ ପାଖରେ ଲକ୍ଷଣ ଥିଲେ ଆରଟିପିସିଆର ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ବିଏମସି କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଥିଲା। ସ୍ଥିତି ଦେଖି ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ନିୟମ ଲାଗୁ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟିକାକରଣ କେନ୍ଦ୍ର ନିରୂପଣ ଲାଗି ନିର୍ଦ୍ଦେଶ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଦେଶରେ ଦୁଇଟି କରୋନା ଟିକାକୁ ମାନବ ଶରୀରରେ ଜରୁରୀକାଳିନ ବ୍ୟବାହାର ପାଇଁ ଅନୁମତି ପରେ ରାଜ୍ୟ ସରକାର ଏନେଇ ତତ୍ପରତା ଦେଖାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ସ୍ଥାନ ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗରନିଗମ ଗୁଡ଼ିକୁ ଚିଠି କରାଯାଇଛି। ଆସନ୍ତା ୮ ତାରିଖ ସୁଦ୍ଧା ଟିକାକରଣ କେନ୍ଦ୍ର ନିରୂପଣ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

ସ୍ବାସ୍ଥ୍ୟ ସଚିବ ପି.କେ.ମହାପାତ୍ରଙ୍କ କହିଛନ୍ତି ଯେ, ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ଯ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ। ଏଗୁଡ଼ିକ ସାଧାରଣତଃ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେ ଚିହ୍ନଟ ହେବ। ବ୍ଲକରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ ହେବ।

ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ଘରୋଇ ହସ୍ପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ। ବ୍ଲକ ସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ରଗୁଡ଼ିକର ପର୍ଯ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ। ଅନ୍ୟପକ୍ଷରେ ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଦଳ ଚିହ୍ନଟ କରାଯିବ। ପ୍ରତି ୩ ଟି ଟିକାକାରଣ କେନ୍ଦ୍ର ଲାଗି ଜଣେ ସୁପର ଭାଇଜର ରହିବେ।

ଟିକାଦାନ ପରେ କୌଣସି ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ, ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତ ରହିବେ। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଟିକାଦାନ କରାଯିବ।