୧୨ ଟି ରାଜ୍ୟ ନୁହଁ ବର୍ତ୍ତମାନ ୪ ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ଲାଗିଲା କଟକଣା

Published: Feb 27, 2021, 11:39 am IST

ଭୁବନେଶ୍ୱର: ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଓଡିଶା ସରକାର କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଫେରୁଥିବା ଲୋକଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି।

ନୂତନ କଟକଣା ଅନୁଯାୟୀ ଫେରୁଥିବା ଲୋକଙ୍କୁ ୭ ଦିନ ସଙ୍ଘରୋଦ୍ଧ କେନ୍ଦ୍ରରେ ରହିବାକୁ ବାଧ୍ୟତା ମୂଳକ କରାଯାଇଛି। କିନ୍ତୁ ଫେରୁଥିବା ଲୋକଙ୍କ ପାଖରେ ୭୨ ଘଣ୍ଟାର କରୋନା ନେଗେଟିଭ ରିପୋର୍ଟ ଥିଲେ ସଙ୍ଘରୋଦ୍ଧରେ ରହିବା ପାଇଁ ବାଧ୍ୟତାମୂଳକ ନୁହେଁ। କୌଣସି ଲୋକ ପାଖରେ ଲକ୍ଷଣ ଥିଲେ ଆରଟିପିସିଆର ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ବିଏମସି କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଥିଲା। ସ୍ଥିତି ଦେଖି ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ନିୟମ ଲାଗୁ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Related posts