Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଉପଖଣ୍ଡରେ ଲାଗିଲା ଧାରା ୧୪୪, ଜାଣନ୍ତୁ କେଉଁଠି

ଖୋର୍ଦ୍ଧା: ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ ରାଜ୍ୟରେ କରୋନା କଟକଣାକୁ କଡାକଡି କରାଯିବା ନେଇ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ଜାନୁୟାରୀ ୧ ତାରିଖ ଠାରୁ ଫେବୃୟାରି ୧ ତାରିଖ ପର୍ଯ୍ୟନ୍ତ କଟକଣାକୁ କଡାକଡି କରିବା ପାଇଁ ନୂଆ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ତେବେ ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏତଦବ୍ୟତୀତ ଆସନ୍ତାକାଲି ଠାରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସରକାର ଏକ ସାନି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏବଂ ଏହାକୁ ତଦାରଖ କରିବା ପାଇଁ  ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏସଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇସାଲୱାର ଆସନ୍ତାକାଲି ଅର୍ଥାତ ୩୧ ଡିସେମ୍ବରରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଖଣ୍ଡ ଅଧୀନରେ ଥିବା ସମସ୍ତ ମନ୍ଦିର ଏବଂ ପିକନିକ ସ୍ଥଳ ଗୁଡିକରେ ଧାରା ୧୪୪ ଜାରି କରିଛନ୍ତି। ଉକ୍ତ ସ୍ଥାନ ଗୁଡିକରେ ଜିରୋ ନାଇଟ ଏବଂ ନୂଆବର୍ଷ ପାଳନ ଉପରେ ରୋକ ଲଗାଯାଇଛି। କେବଳ ୫ ଜଣ ସେବାୟତଙ୍କ ଉପସ୍ଥିତିରେ ମନ୍ଦିର ପୂଜା ହେବ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଆଇଆଇସି, ତହସିଲଦାର, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜାଣନ୍ତୁ ଜାନୁୟାରୀ ମାସ ପାଇଁ ନୂଆ ଗାଇଡଲାଇନ:

ରାଜ୍ୟର ସବୁ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବ। ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

ସେହିଭଳି  ଭିଡ ଜନଗହଳି ଅଞ୍ଚଳକୁ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ଜନଗହଳି ଅଞ୍ଚଳରେ କରୋନା କଟକଣାକୁ ବାଧ୍ୟତାମୂଳକ କରାଯାଇଛି। ପାର୍କ, ବେଳାଭୂମି ଉପରେ ବଣଭୋଜିକୁ ବାରଣ କରାଯାଇଛି। ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି। ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦିକୁ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ ଏବଂ ନୃତ୍ୟ ଆଦି ଉପରେ କଟକଣା ଲାଗିଛି।

ଜାନୁୟାରୀ ମାସରେ ଶିକ୍ଷାନୁଷ୍ଠାନକୁ ବଣଭୋଜିକୁ ବାରଣ କରାଯାଇଛି। କୋଭିଡ ନିୟମ ଅନୁଯାୟୀ ଯାତ୍ରା, ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ। ଯାତ୍ରାରେ ସର୍ବାଧିକ ୧ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି। ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଥିବା ବେଳେ ଉଭୟ ଡୋଜ କିମ୍ବା ଟେଷ୍ଟ ରିପୋର୍ଟ ଦେଖାଇ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ।

ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟରେ ୨୫୦ ଲୋକଙ୍କୁ ଅନୁମତି ରହିଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବରଯାତ୍ରୀ ଶୋଭାଯାତ୍ରା କରାଯାଇପାରିବ। ନିୟମ ଉଲ୍ଲଂଘନ କଲେ ବଡ କାର୍ଯ୍ୟାନୁଷ୍ଠାନ ହେବ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅମାନିଆଙ୍କ ଠାରୁ ମୋଟା ଅଙ୍କରେ ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରସ୍ଥିତ ୟୁନିଟ-୧ ହାଟକୁ ସିଲ୍ କଲା ବିଏମସି: ଜୁଲାଇ ୧ ତାରିଖ ଯାଏଁ ଲାଗିଲା କଟକଣା

ଭୁବନେଶ୍ବର: କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ଵର ସ୍ଥିତ ୟୁନିଟ-୧ ହାଟକୁ ସିଲ୍ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଗାଇଡଲାଇନ ସତ୍ତ୍ୱେ ହାଟରେ ଜନଗହଳି ଥିବାରୁ ବିଏମସି ସିଲ୍ କରିବାକୁ ବାଧ୍ୟ ହୋଇଛି। ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ଖୋଲା ଥିବାର ଆଜି ଦେଖିବାକୁ ମିଳିଥିଲା।

ସେପଟେ ଆସନ୍ତା ଦୁଇ ଦିନ ସପ୍ତାହାନ୍ତ ସଟଡାଉନ ଥିବାରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏସବୁ କାରଣରୁ ୟୁନିଟ-୧ ହାଟକୁ ଜୁଲାଇ ୧ ତାରିଖ ଯାଏଁ ଭୁବନେଶ୍ବର ମହାନଗର ନିଗମ ସିଲ୍ କରିଦେଇଛି।

ତେବେ କେବଳ ପରିବା ହାଟ ଖୋଲିବାକୁ ନିର୍ଦ୍ଦେଶ ଥିବା ବେଳେ ଭିତର ହାଟକୁ ବନ୍ଦ କରିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। ସମସ୍ତ ହୋଲସେଲ ଏବଂ ରିଟେଲ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ବଢିଲା ଲକଡାଉନ ଅବଧି: ଜୁନ ୧୭ ଯାଏଁ ବଳବତ୍ତର ରହିବ କଟକଣା

ଭୁବନେଶ୍ବର: ରାଜ୍ୟରେ ଲକଡାଉନ କଟକଣା ଅବଧିକୁ ଆଉ ୧୬ ଦିନ ପାଇଁ ବୃଦ୍ଧି କରାଯାଇଛି। ଜୁନ ୧୭ ତାରିଖ ଯାଏଁ ଲକଡାଉନ କଟକଣା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଜୁନ ୧୭ ତାରିଖ ସକାଳ ୫ ଟା ଯାଏଁ କଟକଣା ଜାରି ରହିବ। ପୂର୍ବ ଭଳି ସପ୍ତାହନ୍ତ ସଟଡାଉନ ଜାରି ରହିବ। କେବଳ ୩ ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନକୁ କୋହଳ କରାଯାଇଛି।

ଗଜପତି, ନୂଆପଡା ଏବଂ ସୁନ୍ଦରପଡା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ଏହି ଜିଲ୍ଲାରେ ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ହେଲେ ରାଜ୍ୟର ବାକି ସବୁ ଜିଲ୍ଲାରେ ପୂର୍ବ ଭଳି ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସପ୍ତାହନ୍ତ ସଟଡ଼ାଉନ ସମୟରେ ଘଣ୍ଟାଏ କୋହଳ: ସକାଳ ୫ ଟାରୁ ୬ ଟା ଯାଏଁ କଟକଣା ମୁକ୍ତ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ସପ୍ତାହନ୍ତ ସଟଡ଼ାଉନ ଆରମ୍ଭ ହେଉଛି। ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ଏହି ସଟଡ଼ାଉନ ଲାଗୁ ରହିବ। ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ କଟକଣାକୁ ସାରା ରାଜ୍ୟରେ କଡାକଡି କରାଯିବ। ହେଲେ ଏହି ଦୁଇ ଦିନ ସକାଳେ ଘଣ୍ଟାଏ ଲେଖାଏଁ ଲୋକଙ୍କୁ କୋହଳ ମିଳିବ। ମର୍ଣ୍ଣିଂ ୱାକ୍ ଏବଂ ସାଇକ୍ଲିଙ୍ଗ ପାଇଁ ଘଣ୍ଟାଏ କୋହଳ ହେବ। ସକାଳ ୫ ଟାରୁ ୬ ଟା ଯାଏଁ ଘଣ୍ଟାଏ କୋହଳ କରାଯିବ। ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା: ବନ୍ଦ ରହିବ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠାରୁ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ। ଅଞ୍ଚଳର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ୱାର ଆଦି ଧର୍ମାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଧର୍ମାନୁଷ୍ଠାନ ଭିତରେ କେବଳ ରୀତିନୀତି ଅନୁଯାୟୀ ସୀମିତ ପୂଜକ ମାନେ ପୂଜା କରିପାରିବେ। ସମସ୍ତ ପୂଜକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରକ୍ଷାକରିବେ ଏବଂ ବାରମ୍ବାର ହାତ ସାନିଟାଇଜ କରିବେ। ସମସ୍ତ ଧର୍ମାନୁଷ୍ଠାନର କମିଟିମାନଙ୍କ ଦ୍ୱାରା ଧର୍ମାନୁଷ୍ଠାନ ଗୁଡିକରେ ପୂଜକମାନେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ ଏବଂ ପ୍ରବେଶ ପଥରେ ହାତ ସାନିଟାଇଜ କରିବା ବ୍ୟବସ୍ଥା ଉପଲବ୍ଧ କରେଇବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ଯଦି କୌଣସି ବ୍ୟକ୍ତି ଉକ୍ତ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଦଫା ୫୧ ଏବଂ ୬୦ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଅଛି।

ସୂଚନାଥାଉକି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଭୁବନେଶ୍ୱର ମହାନଗର ନିଗମ ସହରର ସମସ୍ତ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏହି ରାଜ୍ୟକୁ ଫେରିଲା ଲକଡାଉନ: ୮ ଦିନ ଯାଏଁ ସମଗ୍ର ରାଜ୍ୟରେ ଲାଗିବ କଟକଣା

ରାଞ୍ଚି: ଦେଶରେ କରୋନା ସଂକ୍ରମଣ ଯେତେ ବଢୁଛି ସେତେ କଟକଣାକୁ କଡାକଡି କରାଯାଉଛି। କରୋନାର ଦ୍ଵିତୀୟ ଲହର ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜି ଝାଡଖଣ୍ଡ ସରକାର ସମଗ୍ର ରାଜ୍ୟ ପାଇଁ ଲକଡାଉନ ଲାଗୁକରିଛନ୍ତି। ୮ ଦିନ ପାଇଁ ଝାଡଖଣ୍ଡ ସରକାର ଲକଡାଉନ ଲାଗୁ କରିଛନ୍ତି। ଏପ୍ରିଲ ୨୨ ତାରିଖରୁ ୨୯ ତାରିଖ ଯାଏଁ ଏହି ରାଜ୍ୟରେ କଟକଣା ବଳବତ୍ତର ରହିବ। ତେବେ ଅତ୍ୟାବଶ୍ୟକ ସେବାକୁ ଛାଡି ଏହି ସମୟରେ ସବୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଢିଲା କଟକଣା

ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ନୂଆ କଟକଣା ଲାଗୁ କରାଯାଇଛି। ଏବେ ଶନିବାର ଏବଂ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର କେବଳ ରବିବାର ଦିନ ବନ୍ଦ ରହୁଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ କରାଯିବ।

ଏହାସହିତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରର ବାହାର କାଠ ନିକଟରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି। ଛତିଶା ନିଯୋଗ କମିଟି ଦ୍ଵାରା ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଉପରେ ଆଗାମୀ ୭ ଦିନ ଯାଏଁ ଲାଗିଲା କଟକଣା

ବ୍ରହ୍ମପୁର: ରାଜ୍ୟରେ ସଂକ୍ରମଣ ଦୃତଗତିରେ ବଢିଚାଲିଛି। ସେହିପରି ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସାମାନ୍ୟ ରହିଥିଲେ ମଧ୍ୟ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାରେ ଗତକାଲି ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣକୁ ବୃଦ୍ଧିକୁ ଦେଖି ଆଜି ଜିଲ୍ଲା ପ୍ରଶାସନ କଟକଣା କଡାକଡି କରିଛି। ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଉପରେ ଆଗାମୀ ୭ ଦିନ ଯାଏଁ କଟକଣା ଲାଗିଛି। ଆସନ୍ତା ୨୧ ତାରିଖ ଯାଏଁ ସବୁ ଧର୍ମାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସେହିଭଳି ଜିଲ୍ଲାର ପାର୍କ, ଖେଳପଡ଼ିଆ ଏବଂ ସମୁଦ୍ର ବେଳାଭୂମିଗୁଡିକ ଉପରେ ସଂପୂର୍ଣ୍ଣ କଟକଣା ଲାଗିଛି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ଲାଗିଲା ରାତ୍ରୀକାଳୀନ କର୍ଫ୍ୟୁ: ରାତ୍ରି ୧୦ ଟାରୁ ସକାଳ ୫ ଟା ଯାଏଁ ରହିବ କଟକଣା

ନୂଆଦିଲ୍ଲୀ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଆଜି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛି। ଏହି କର୍ଫ୍ୟୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାତ୍ରି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ।

ଏହି ସମୟରେ ରାସନ, ପାରିବା, କ୍ଷୀର ଏବଂ ଔଷଧ ଭଳି ଜରୁରୀକାଳୀନ ସାମଗ୍ରୀ ପାଇଁ ଇ-ପାସ ଜରିଆରେ ଯାତାୟାତ କରିପାରିବେ। ଇ-ପାସ ମାଧ୍ୟମରେ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ପରିଚୟ ପାତ୍ର ଦେଖାଇ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଯାତାୟାତ କରିପାରିବେ।

ଟିକେଟ ଦେଖାଇବା ପରେ ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ବସ ଷ୍ଟାଣ୍ଡକୁ ଯିବା ପାଇଁ ଯାତ୍ରମାନଙ୍କୁ ଅନୁମତି ମିଳିବ। ଯାତ୍ରୀବାହି ଗାଡି ଯଥା ବସ, ମେଟ୍ରୋ, ଅଟୋ, ଟ୍ୟାକ୍ସି ଆଦିକୁ ନିର୍ଦ୍ଧାରିତ ସମୟରେ ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଅନୁମତି ମିଳିବ।

Categories
ଆଜିର ଖବର ଜାତୀୟ ଖବର

ମାର୍ଚ୍ଚ ୨୮ ରୁ ଏହି ରାଜ୍ୟରେ ଲାଗିଲା କର୍ଫ୍ୟୁ: ରାତି ୮ ଟା ରୁ ସକାଳ ୭ ଟା ଯାଏଁ କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢିବା ସାଙ୍ଗକୁ ଧୀରେ ଧୀରେ କଟକଣା ମଧ୍ୟ ଆରମ୍ଭ ହୋଇଛି। ଦେଶରେ ସର୍ବାଧିକ ସଂକ୍ରମଣ ସଂଖ୍ୟା ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି। ସେଥିପାଇଁ ମହାରାଷ୍ଟ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁ ସମଗ୍ର ରାଜ୍ୟରେ ଲାଗୁ କରିଛନ୍ତି। ଆସନ୍ତା ୨୮ ତାରିଖରୁ ସମଗ୍ର ରାଜ୍ୟରେ ଏହି କଟକଣା ଜାରି ରହିବ। ରାତି ୮ ଟା ରୁ ସକାଳ ୭ ଟା ଯାଏଁ କଟକଣା ଲାଗିବ। ଏହି ସମୟ ଭିତରେ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ରାଜ୍ୟର ଏହି ଜିଲ୍ଲାରେ ଲାଗିଲା ରାତ୍ରିକାଳୀନ କର୍ଫ୍ୟୁ: ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ଯାଏଁ କଟକଣା

ଭୁବନେଶ୍ଵର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ସଂକ୍ରମଣ ବଢିବା ଯୋଗୁଁ ପ୍ରଶାସନ ଧୀରେ ଧୀରେ ତତ୍ପରତା ଦେଖାଉଛି। କଟକଣା ଲଗାଇ ସଂକ୍ରମଣକୁ ରୋକିବା ପାଇଁ ପୁଣିଥରେ ପ୍ରଶାସନ ପ୍ରୟାସ ଆରମ୍ଭ କରିଦେଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଏହା ଉପରେ କଡା ନଜର ରଖୁଛି।

ପୂର୍ବରୁ ମାଲକାନାଗିରି ଜିଲ୍ଲାରେ ସଂକ୍ରମଣ ବଢିବା ଆଶଙ୍କାରେ ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କଟକଣା ଲାଗିବ। ଏହି ସମୟରେ କୌଣସି ଜରୁରୀ କାମ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।

ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ସହ ଆଉ କିଛି କଟକଣା ଲଗାଇଛନ୍ତି। ଘରୋଇ କିମ୍ବା ସର୍ବସାଧାରଣ ସ୍ଥାନରେ ୫ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହେବା ପାଇଁ ମନା କରାଯାଇଛି। ଜରୁରୀ ନଥିବା ସେମିନାର, ୱାର୍କସପ, କନଫରେନ୍ସ, ଧାର୍ମିକ କାର୍ଯ୍ଯକ୍ରମ, ବାହାଘର ବରଯାତ୍ରୀ, ରିସେପ୍ସନ, ଅପେରା ଆଦିକୁ ବାତିଲ କରିବାକୁ ନିର୍ଦ୍ଦେଶ ହୋଇଛି।

ସେହିପରି ରାଜନୈତିକ ଶୋଭାଯାତ୍ରା, ଆନ୍ଦୋଳନ ଉପରେ ରୋକ ଲଗାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୋଳ ମେଳଣ ପାଇଁ କଟକଣା ହେଲା କଡାକଡ଼ି

ଭୁବନେଶ୍ବର: ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଛି। ଦୋଳ ବିମାନ ଯାତ୍ରା ସମୟରେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ଉପରେ ବାରଣ କରାଯାଇଛି। ବିମାନ କାନ୍ଧେଇଥିବା ଲୋକ ଠିକ ଭାବେ ମାସ୍କ ପିନ୍ଧିବା ଜରୁରୀ। ଦୋଳ ମେଳଣରେ ସର୍ବାଧିକ ୫୦/୬୦ ଲୋକ ରହିପାରିବ। ସେଥିପାଇଁ ଆୟୋଜକ ନିଶ୍ଚିତ କରିବ। ସମସ୍ତେ ସାମାଜିକ ଦୂରତ୍ଵ ବଜାୟ ରଖିବା ସହ ମାସ୍କ ପିନ୍ଧିବ ଜରୁରୀ ଅଟେ।

ମେଳଣରେ ଯାତ୍ରା, ମେଲୋଡି, ମୀନାବଜାର ସଂପୂର୍ଣ୍ଣ ବାରଣ କରାଯାଇଛି। ମେଳଣ ପାଇଁ ଆୟୋଜକଙ୍କୁ ବିଏମସି ଠାରୁ ଅନୁମତି ନେବାକୁ ପଡ଼ିବ। ଦୋଳ ନୀତି ମନ୍ଦିର ଭିତରେ ହେବ। କୌଣସି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ହୋଲି ଓ ଦୋଳ ପୂର୍ଣ୍ଣିମା ପାଇଁ କଟକଣା ଜାରି କଲେ ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର:

କରୋନା ସଂକ୍ରମଣକୁ ଦେଖି ଚଳିତ ବର୍ଷ ହୋଲି ଓ ଦୋଳ ପୂର୍ଣ୍ଣିମା ପାଇଁ କଟକଣା ଲାଗିଛି। ସାରା ରାଜ୍ୟରେ କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନର କଟକଣା ଜାରି କରିଛନ୍ତି। କୈଣସି ସାଧାରଣ ସ୍ଥାନରେ ହୋଲି ଓ ଦୋଳ ମିଳନ ପାଇଁ ବାରାଁ କରାଯାଇଛି। କେବଳ ପରମ୍ପରା ରକ୍ଷା ପାଇଁ ଯାତ୍ରା ହେବ। ଏକାଠି ରଙ୍ଗ ଖେଳିବାକୁ ମନା କରାଯାଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ତେବେ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଅଧିକ କଟକଣା କରିପାରିବେ ବୋଲି ଏସଆରସି ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୧୨ ଟି ରାଜ୍ୟ ନୁହଁ ବର୍ତ୍ତମାନ ୪ ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଓଡିଶା ସରକାର କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଫେରୁଥିବା ଲୋକଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି।

ନୂତନ କଟକଣା ଅନୁଯାୟୀ ଫେରୁଥିବା ଲୋକଙ୍କୁ ୭ ଦିନ ସଙ୍ଘରୋଦ୍ଧ କେନ୍ଦ୍ରରେ ରହିବାକୁ ବାଧ୍ୟତା ମୂଳକ କରାଯାଇଛି। କିନ୍ତୁ ଫେରୁଥିବା ଲୋକଙ୍କ ପାଖରେ ୭୨ ଘଣ୍ଟାର କରୋନା ନେଗେଟିଭ ରିପୋର୍ଟ ଥିଲେ ସଙ୍ଘରୋଦ୍ଧରେ ରହିବା ପାଇଁ ବାଧ୍ୟତାମୂଳକ ନୁହେଁ। କୌଣସି ଲୋକ ପାଖରେ ଲକ୍ଷଣ ଥିଲେ ଆରଟିପିସିଆର ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ବିଏମସି କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଥିଲା। ସ୍ଥିତି ଦେଖି ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ନିୟମ ଲାଗୁ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଧୂମ୍ରପାନ ଏବଂ ତମାଖୁ ଉତ୍ପାଦ କିଣିବା ଉପରେ ଆସୁଛି ନୂଆ ଆଇନ: ଜାଣନ୍ତୁ କ’ଣ ରହିବ କଟକଣା

ନୂଆଦିଲ୍ଲୀ: ଧୂମ୍ରପାନ ଏବଂ ତମାଖୁ ଉତ୍ପାଦ କିଣିବା ଏବଂ ବିଜ୍ଞାପନ ଉପରେ କେନ୍ଦ୍ର ସରକାର ନୂଆ କଟକଣା ଲଗାଇବାକୁ ଯାଉଛନ୍ତି। ସେଥିପାଇଁ ଏକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ସଂଶୋଧନ ଅଧିନିୟମ, ୨୦୨୦ ପ୍ରସ୍ତୁତ କରିଛନ୍ତି।

ନୂଆ ନିୟମ ଅନୁଯାୟୀ, ୨୧ ବର୍ଷ ବୟସ୍କ ହିଁ  ତମାଖୁ କିଣିପାରିବ। ପୂର୍ବରୁ ତମାଖୁ କିଣିବା ପାଇଁ ବୟସ ସୀମା ୧୮ ବର୍ଷ ଥିଲା। ଏବେ ଏହାକୁ ୨୧ ବର୍ଷକୁ ବୃଦ୍ଧି କରାବା ପାଇଁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ଦେଇଛି। ସରକାର ଏ ସଂକ୍ରାନ୍ତରେ ୨୦୦୩ର ନିୟମକୁ ସଂଶୋଧନ କରିବାକୁ ଯାଉଛନ୍ତି।

ବିଲରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଜଣେ ଦୋକାନୀ ୨୧ ବର୍ଷ କିମ୍ବା ତାଠାରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ସିଗାରେଟ୍ କିମ୍ବା ଅନ୍ୟ ତମାଖୁ ଦ୍ରବ୍ୟ ବିକ୍ର କରିପାରିବ ନାହିଁ। ଏହା ସହିତ ଯେ କୌଣସି ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିସର ମଧ୍ୟରେ ତମାଖୁ ବିକ୍ରି ହୋଇପାରିବ ନାହିଁ।

ସେହିପରି ଧାରା ୭ରେ ସଂଶୋଧନ କରାଯାଇ ସିଗାରେଟ୍, କୌଣସି ତମାଖୁ ଖୋଲା ବିକ୍ରି ହୋଇପାରବ ନାହିଁ। ଏହି ଧାରା ୭ ଉଲ୍ଲଂଘନ କଲେ ଦୁଇରୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ କିମ୍ବା ଏକ ଲକ୍ଷ ଟଙ୍କାରୁ ୫ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।

ସେହିଭଳି ବିଜ୍ଞାପନ ଉପରେ ମଧ୍ୟ ରୋକ୍ ଲଗାଯାଇଛି। କୌଣସି ବ୍ୟକ୍ତି କିମ୍ୱା ସଂସ୍ଥା ସିଗାରେଟ୍ ଏବଂ ତମାଖୁ ବିକ୍ରି କରିବା ନେଇ ବିଜ୍ଞାପନ କରି ପାରିବେ ନାହିଁ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜିଠୁ ଖୋଲିଲା ମା’ ଭଗବତୀ ମନ୍ଦିର: ଜାଣନ୍ତୁ ଦର୍ଶନ ପାଇଁ କ’ଣ ରହିଛି କଟକଣା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିଠାରୁ ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ତଥା ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। କରୋନା କଟକଣା ତଥା ଗାଇଡଲାଇନ ଅନୁଯାୟୀ ମାଆ ଙ୍କୁ ଦର୍ଶନ କରିବେ ଭକ୍ତ। ଏ ନେଇ ଆଜି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଣପୁର ତହସିଲଦାର ମନ୍ମଥ ବେହେରା ମନ୍ଦିର ଦର୍ଶନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।

ଭକ୍ତଙ୍କ ପାଇଁ ଗାଇଡଲାଇନ ଗୁଡ଼ିକ ହେଲା:-

୧. ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ନିଜ ଶରୀରର ତାପମାତ୍ରା ମାପ କରିବେ
୨. ଭକ୍ତମାନେ ମାକ୍ସ ପରିଧାନ କରିବା ଅନିବାର୍ଯ୍ୟ ଅଟେ
୩. ଭକ୍ତମାନେ ସାନିଟାଇଜର ବ୍ୟବହାର କରିବେ
. ଭକ୍ତମାନେ ପରସ୍ପରଠାରୁ ୬ ଫୁଟ ଦୂରତା ରକ୍ଷା କରିବେ
୫. ୧୦ ବର୍ଷରୁ କମ ପିଲା, ୬୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ
୬. ଦର୍ଶନବେଳେ ଭକ୍ତମାନେ ଅର୍ଗଳୀ ଡ଼େଇଁପାରିବେ ନାହିଁ ତଥା ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେ ନାହିଁ
୭. ମନ୍ଦିର ଭିତରେ ଭକ୍ତମାନେ କୌଣସି ଜାଗାରେ ଏକାଠି(ଠୁଳ) ହୋଇପାରିବେ ନାହିଁ

ଆଜିଠାରୁ ମନ୍ଦିର ମଧ୍ୟରେ ଏହି ସବୁ ବ୍ୟବସ୍ଥା ପରିଚାଳନା କରିବା ପାଇଁ ଦେବୋଦତ୍ତର କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିବେ ବୋଲି ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଟକଣା ହଟିବା ପରେ ସାନିଟାଇଜ୍ ହେଲା ସ୍ୱର୍ଗଦ୍ୱାର

ପୁରୀ : ପୁରୀ ସ୍ବର୍ଗଦ୍ବାରର ଶବ ଦାହ କଟକଣା ହଟିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାର ସାନିଟାଇଜ୍ ହୋଇଛି । ଏବେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ । ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ ଉପରୁ କଟକଣା ହଟାଯାଇଥିଲା । କିନ୍ତୁ ବଳବତ୍ତର ରହିବ କୋଭିଡ୍ କଟକଣା । ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯିବ । କିନ୍ତୁ କୋଭିଡ୍ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି ।

ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ । ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ବିଶୋଧନୀକରଣ କରାଯାଇଛି ।କରୋନାକୁ ଦୃଷ୍ଟିରେ ରଖି ସ୍ୱର୍ଗଦ୍ୱାରରେ ପରେ ଜୁଲାଇ ମାସରୁ ଶବଦାହ ଉପରେ କଟକଣା ଲାଗିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଅନଲକ୍‌ -3 କଟକଣାକୁ ନେଇ ପୋଲିସ୍‌ କମିଶନରଙ୍କ ଚେତାବନୀ: ସର୍ବସାଧାରଣଙ୍କ ପାଇଁ ହ୍ବାଟସ୍‌ଆପ୍‌ ନମ୍ବର ଜାରି କଲେ ଡିସିପି

ଭୁବନେଶ୍ବର: ଅନଲକ୍‌ -3 କଟକଣା ନେଇ ପୋଲିସ୍‌ କମିଶନର ଚେତାବନୀ ଦେଇଛନ୍ତି। କମିଶନରେଟ ଅଞ୍ଚଳ ଭିତରେ କଟକଣା କଡାକଡି ପାଳନ ହେବ। ରାତି 9ରୁ ସକାଳ 5ଟା ଭିତରେ ଅଣଅତ୍ୟାବଶ୍ୟକ କାର୍ଯ୍ୟକୁ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ ବିନା କାରଣରେ ଯା‘ଆାସ କରିବାକୁ ବାରଣ କରାଯାଇଛି। କଟକଣା ମାନିବାକୁ ପରାମର୍ଶ, ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସର୍ବସାଧାରଣଙ୍କ ପାଇଁ ହ୍ବାଟସ୍‌ଆପ୍‌ ନମ୍ବର ଜାରି କଲେ ଡିସିପି। କେହି କଟକଣା ଉଲ୍ଲଂଘନ କରୁଥିଲେ ହ୍ବାଟସ୍‌ଆପ୍‌ରେ ଜଣାଇପାରିବେ। ହ୍ବାଟସ୍‌ଆପ୍‌ ନମ୍ବର 7440006709 ଜରିଆରେ ଜଣାଇହେବ। ଉଲ୍ଲଂଘନକାରୀଙ୍କ ଭିଡିସ, ଟେକ୍ସଟ୍‌, ଫଟୋ ପଠାଇ ହେବ ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମରେ ତିନିଦିନ କଟକଣା କୋହଳ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସଟ୍‌ଡାଉନ୍‌ କଟକଣା ତିନି ପାଇଁ  କୋହଳ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସମସ୍ତ ସହରାଞ୍ଚଳରେ ତିନି ଦିନ ପାଇଁ କଟକଣା କୋହଳ କରାଯାଇଛି । ଆଜିଠାରୁ 16 ତାରିଖ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିବାର ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଲୋକମାନେ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ କୋହଳ କଲେ । ସକାଳ 6ରୁ ଅପରାହ୍ନ 4ଟା ଯାଏ କିଣାକିଣି କରିପାରିବେ ଲୋକେ । ଏହି ତିନି ଦିନ ଲୋକମାନଙ୍କୁ ଆମେ ନିରୀକ୍ଷଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ଆଦି ସମସ୍ତ ବିଷୟକୁ ନିରୀକ୍ଷଣ କରାଯିବ। ଯଦିଏହି ସମୟରେ କେହି କଟକଣା ନିୟମକୁ ଖିଲାପ କରେ, ତେବେ ସଟ୍‌ଡାଉନକୁ ଆହୁରି କଡାକଡି କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

Categories
ଆଜିର ଖବର ରାଜ୍ୟ ଖବର

13 ଜିଲ୍ଲାବାସୀଙ୍କ ପାଇଁ ରାଉରକେଲାରେ କଟକଣା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା ରହିଛନ୍ତି ଏଥିରେ ସାମିଲ୍‌

ରାଉରେକଲା : କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଉରକେଲାରେ କଟକଣା ଜାରି କରାଯାଇଛି ।13 ଜିଲ୍ଲାରୁ ଆସିଥିବା ବ୍ୟକ୍ତିଙ୍କୁ ସରକାରୀ କ୍ବାରେଣ୍ଟିନ୍‌ ବାଧ୍ୟତାମୂଳକ କରାଯାଇଛି ।

ଏହି 13ଟିଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ବଲାଙ୍ଗିର, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ । ରାଉରକେଲା ପୌରାଞ୍ଚଳ ପକ୍ଷରୁ କଟକଣା ନେଇ ଏଡିଏମ୍‌ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିଏମ୍‌ସି କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

ଭୁବନେଶ୍ବର : ବିଏମ୍‌ସି  କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା। ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ବିଏମ୍‌ସିର ପଦକ୍ଷେପ । ଆଜିଠୁ ରାଜଧାନୀରେ କଡା ହେବ ଏନ୍‌ଫୋର୍ସମେଣ୍ଟ ।ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯିବ। ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । ସହରରେ ଲୋକାଲ୍‌ କେସ୍‌ ବଢୁଥିବାରୁ ବିଏମ୍‌ସି ଏନେଇ ପଦକ୍ଷେପ ଗ୍ରହଣ କରିଛି । ବସ୍ତି ଅଞ୍ଚଳରେ କରୋନା ମାମଲା ବୃଦ୍ଧି ହେଉଥବାର ଲକ୍ଷ୍ୟ କରାଯାଉଛି । ସେହିପରି ଗତକାଲି ଘରୋଇ ହସ୍ପିଟାଲ ପାଇଁ ନୂତନ ଗାଇଡ ଲାଇନ ଜାରି କରିଛି ବିଏମ୍‌ସି ।