ଭୁବନେଶ୍ବରସ୍ଥିତ ୟୁନିଟ-୧ ହାଟକୁ ସିଲ୍ କଲା ବିଏମସି: ଜୁଲାଇ ୧ ତାରିଖ ଯାଏଁ ଲାଗିଲା କଟକଣା

Published: Jun 25, 2021, 2:28 pm IST

ଭୁବନେଶ୍ବର: କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ଵର ସ୍ଥିତ ୟୁନିଟ-୧ ହାଟକୁ ସିଲ୍ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଗାଇଡଲାଇନ ସତ୍ତ୍ୱେ ହାଟରେ ଜନଗହଳି ଥିବାରୁ ବିଏମସି ସିଲ୍ କରିବାକୁ ବାଧ୍ୟ ହୋଇଛି। ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ଖୋଲା ଥିବାର ଆଜି ଦେଖିବାକୁ ମିଳିଥିଲା।

ସେପଟେ ଆସନ୍ତା ଦୁଇ ଦିନ ସପ୍ତାହାନ୍ତ ସଟଡାଉନ ଥିବାରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏସବୁ କାରଣରୁ ୟୁନିଟ-୧ ହାଟକୁ ଜୁଲାଇ ୧ ତାରିଖ ଯାଏଁ ଭୁବନେଶ୍ବର ମହାନଗର ନିଗମ ସିଲ୍ କରିଦେଇଛି।

ତେବେ କେବଳ ପରିବା ହାଟ ଖୋଲିବାକୁ ନିର୍ଦ୍ଦେଶ ଥିବା ବେଳେ ଭିତର ହାଟକୁ ବନ୍ଦ କରିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। ସମସ୍ତ ହୋଲସେଲ ଏବଂ ରିଟେଲ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts